Smita Mohanty

Tragedy

3  

Smita Mohanty

Tragedy

ପ୍ରତିଶୋଧ

ପ୍ରତିଶୋଧ

2 mins
180


ବେଳେ ବେଳେ ଡର ଲାଗେ, ମନ ବ୍ୟାକୁଳ ହୋଇ ଉଠେ କାହା ଉପରେ ବିଶ୍ୱାସ କରିବା କାହା ଉପରେ କରିବାନି । କାଲି ପରି ଲାଗୁଛି ହସଖୁସିରେ ଭରା ପରିବାରଟିଏ ଥିଲା । ସାମଲ ବାବୁ କେବେ କାହାକୁ କିଛି କୁହନ୍ତି ନାହିଁ । ଯଦି ସରଳତାର ଉଦାହରଣ ଦିଆଯାଏ ତେବେ ସାମଲ ବାବୁ ୧ନମ୍ବରରେ ରହିବେ । ତେବେ ଏମିତି କଣ ଅଘଟଣ ଘଟିଗଲା ଯାହା ପାଇଁ ଗୋଟେ ପରିବାର ବର୍ବାଦ ହୋଇ ଗଲା । ସାମଲବାବୁ ଜଣେ ବ୍ଲକ ଅଧିକାରୀ ଥିଲେ । ସେ କେବେ ତାଙ୍କ ଜାଣତରେ କିଛି ଭୁଲ୍ କରି ନାହାଁନ୍ତି । ତାଙ୍କର ସ୍ତ୍ରୀ ଆଉ ଗୋଟିଏ ଝିଅ ସେ କଲେଜରେ ପାଠ ପଢେ । ତାଙ୍କ ଏରିଆର ଠିକାଦାର ହେଲା ଶଙ୍କର୍ଷଣ ବାବୁ, ଯଦି କପଟୀ ଚରିତ୍ରକୁ ନିଆଯିବ ତେବେ ତାଙ୍କ ଠାରୁ ଆଉ ଅଧିକ କେହି ମିଳିବେ ନାହିଁ । ତାଙ୍କର ଗୋଟେ ପୁଅ ସେ ବାପାଙ୍କର ପ୍ରତିଛବି । ଚରିତ୍ର ଯେମନ କାମ ବି ତେମନ । ବଡମଣିଷଙ୍କ ଭୁଲ୍ ପାଇଁ ସମସ୍ତଙ୍କ ଜୀବନ ନଷ୍ଟ ହେଲା । ସାମଲ ବାବୁ ଚାହୁଁ ନ ଥିଲେ ଅନ୍ୟାୟ କରିବାକୁ ସେଥିପାଇଁ ଶଙ୍କର୍ଷଣ ବାବୁଙ୍କ ଟେଣ୍ଡର ପାସ କରି ନ ଥିଲେ । କଥା ସେତିକିରେ ସରି ନ ଥିଲା ତାଙ୍କର ଯେତେ କଳାଚିଠା ଥିଲା ଯାହା ସାମଲ ବାବୁଙ୍କ ଦ୍ୱାରା ସଫଳ ହେବାର ଥିଲା ସେ ସବୁକୁ ସେ ରିଜେକ୍ଟ କରି ପୋଲିସ ପାଖରେ ସବୁ ଡକୁମେଣ୍ଟ ଦେଇଥିଲେ । ମାନସମ୍ମାନ ସବୁ ପଦାରେ ପଡିଥିଲା ଶଙ୍କର୍ଷଣ ବାବୁଙ୍କର । ଏ ସବୁରେ ସେ ବହୁତ ରାଗି ଯାଇଥିଲେ ପ୍ରତିଶୋଧ ନେବା ପାଇଁ ସେ ସ୍ଥିର କରିସାରିଥିଲେ । ଗୁଣ୍ଡାମାନଙ୍କୁ ଲଗାଇ ପ୍ରଥମେ ସାମଲ ବାବୁଙ୍କର ହାତ ଦୁଇଟିକୁ ହାଣି ଦେଇ ଥିଲେ । ପୋଲିସ ଆସି କେଶ୍ କଲେ କିନ୍ତୁ ପ୍ରମାଣ ଅଭାବରୁ କେସ୍ ବେଶୀ ଦିନ ଗଲାନି । 

ଦିନେ ସାମଲବାବୁଙ୍କ ଝିଅ କଲେଜ ଯାଉ ଥିଲା ତାକୁ ଶଙ୍କର୍ଷଣ ବାବୁଙ୍କ ପୁଅ ତାଙ୍କ ଝିଅକୁ ଉଠାଇ ନେଇ ତା ଜୀବନ ବର୍ବାଦ କରି ଦେଲା । ଏ ଦୁଃଖ ସହି ନ ପାରି ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କଲେ, ଝିଅ ମଧ୍ୟ ସମାଲୋଚନାର ପାତ୍ର ସାଜି ସାଜି ସତେ ଯେମିତି ବଧିର ହୋଇ ଯାଇଥିଲା ତେଣୁ ସେ ବି ଆତ୍ମହତ୍ୟା କଲା । ଏବେ ସାମଲବାବୁ ସମ୍ପୂର୍ଣ୍ଣ ଏକା । ଶଙ୍କର୍ଷଣ ବାବୁ କେବେ ତାଙ୍କ ସାମନାକୁ ଆସିନି,ଧମକ ବି ଦେଇନି, ଗୋଟେ ପରେ ଗୋଟେ ଧକ୍କା ଦେଇ ପ୍ରମାଣ ପୋଛି ଦେଇଛି । କୁହାଯାଏ ଯେତେ ଭଲ ଲୋକ ହେବ ସେତେ କଷ୍ଟ ପାଇବ । ସାମଲବାବୁ ଏବେ ପଶ୍ଚାତାପ କରୁଛନ୍ତି ଅବଶ୍ୟ ତାଙ୍କର କିଛି ଦୋଷ ନ ଥିଲା । ସେ କର୍ତ୍ତବ୍ୟରେ ବନ୍ଧା ଥିଲେ । ପରିବାରକୁ ନ ଦେଖି ଚାକିରିକୁ ଦେଖିଥିଲେ । ହେଲେ ତାଙ୍କ ପରିବାର ନଷ୍ଟ ହେବା ସହିତ ତାଙ୍କ ମାନସମ୍ମାନ ମାଟିରେ ମିଶିଗଲା । ସତରେ ପ୍ରତିଶୋଧ ମନବୃତି କେତେ ଭୟଙ୍କର ହୋଇ ପାରେ ଗୋଟେ ହସଖୁସିର ପରିବାରକୁ ମାଟିରେ ମିଶାଇ ଦେଲା । ସାମଲବାବୁ ଏବେ କେବଳ ଅବଶୋଶର ଲୁହ ଗଡାଉଛନ୍ତି । ତାଙ୍କ ଦୁଃଖ ନା ସେ ଆଇନର ସହାୟତାରେ କମ୍ କରିପାରିଲେ ନାହିଁ । ନା ତାଙ୍କୁ ନ୍ୟାୟ ମିଳିଲା ନା ପୁରସ୍କାର କେବଳ ଯନ୍ତ୍ରଣା ହିଁ ଯନ୍ତ୍ରଣା । 



Rate this content
Log in

Similar oriya story from Tragedy