ଏକାକୀ ଜୀବନେ
ଏକାକୀ ଜୀବନେ
ଜୀବନ ଟା ସଙ୍ଘର୍ଷମୟ ,ଆଉ ଏଇ ସଙ୍ଘର୍ଷ ଭିତରେ ଯଦି କେହି ମିଳିଯାଆନ୍ତି ତେବେ ବହୁତ ଶକ୍ତି ମିଳିଯାଏ ଜୀବନଯୁଦ୍ଧ ଲଢିବା ପାଇଁ।ମୋ ଜୀବନରେ ମଧ୍ୟ ସେମିତି ଜଣେ ଆସିଥିଲେ ସବୁ ଠିକ୍ ଠାକ ଥିଲା କିନ୍ତୁ ଏବେ ସବୁ ଓଲଟା।ଜୀବନ ଯୁଦ୍ଧ ରେ ମୁଁ ଏକା।ଏକାକୀ ଜୀବନେ ମୋର ସାଥୀ କେହି ନାହାଁନ୍ତି।କିଛି ସମୟର ଆତିଥେୟ ଗ୍ରହଣ କରି ସମସ୍ତେ ନିଜ ନିଜ ବାଟରେ ଚାଲିଛନ୍ତି। ଏ ଘଡିସନ୍ଧି ମୁହୁର୍ତ୍ତରେ ସମସ୍ତେ ମୋ ଠାରୁ ଦୂରରେ।ଆଜି ଯେତେବେଳେ ମୁଁ ବିଷ୍ଳେଶଣ କରେ ମୋ ଜୀବନ ଚର୍ଯ୍ୟା କୁ ମୋତେ ଲାଗେ ମୋ ଜାଣତରେ ଏମିତି କିଛି ଭୁଲ ହୋଇ ନି ଯେଉଁଥି ପାଇଁ ମୁଁ ଆଜି ଏକା।ସମସ୍ତଙ୍କୁ। ଆପଣା ର ଭାବି ନିଶ୍ବାର୍ଥପର ଭାବରେ କରିଥିଲି ହେଲେ କେହି ମୋ ତ୍ୟାଗ କୁ ବୁଝି ପାରିଲେ ନାହିଁ। ଏମିତି କାହିଁକି ହୁଏ କେଜାଣି ଯେଉଁ ମାନଙ୍କ ପାଇଁ ତୁମେ ସବୁଠାରୁ ବେଶୀ କରିଥାଅ ସେହି ମାନେ ହିଁ ତୁମକୁ ଭୁଲ୍ ବୁଝିଥାଆନ୍ତି।ଯେମିତି ସନ୍ଧ୍ୟା ଆଉ ମୁଁ।ଆମ ସମ୍ପର୍କରେ କେତେବେଳେ ତୃତୀୟ ବ୍ୟକ୍ତି ଆସି ହସ୍ତକ୍ଷେପ କରି ଆମ ଦୁହିଁଙ୍କୁ ଅଲଗା କରିଦେଲା ତାହା ମୁଁ ବୁଝି ପାରିଲିନି।ମୋର କେବଳ ଏତିକି ସ୍ମରଣ ହେଉଛି ଯେ ମୁଁ ଭୁଲ୍ କୋଉଠି କଲି।ଜୀବନ ଠାରୁ ଅଧିକ ଭଲପାଇବା ମୋ ପାଇଁ କାଳ ହୋଇ ଗଲା।ଯେତେ ଚେଷ୍ଟା କଲି ବୁଝାଇବକୁ ସମ୍ପର୍କରେ ମଧୁରତା ଆଣିବାକୁ ଆଉ ସମ୍ଭବ ହେଲାନାହିଁ।ହାତ ମୁଠାରୁ ବାଲି ଖସିଲା ପରି ମୋ ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା।ଆଜି ମୁଁ ଭାବୁଛନ୍ତି ଏମିତି କାହିଁକି ହେଲା, ମୋର ଭୁଲ୍ ଥିଲା ମୁଁ ସନ୍ଧ୍ୟା କୁ ଯଥେଷ୍ଟ ସମୟ ଦେଇ ନ ଥିଲି।ମୋର ଭୁଲ୍ ଥିଲା ସନ୍ଧ୍ୟାର ମନ ବୁଝିଲା ଭଳି ତା ପାଇଁ କିଛି କରିପାରିଲି ନାହିଁ।ମୋ ବ୍ୟସ୍ତତା ପାଇଁ ମୋତେ ସେ ଏକା କରି ଚାଲିଗଲା।ଯଦି ଦେଖାଯାଏ ତେବେ ପ୍ରତି ଟି ସମ୍ପର୍କକୁ ଆହୁରି ସୁନ୍ଦର କରିବା ପାଇଁ ଦରକାର ଯଥେଷ୍ଟ ସମୟ ଆଉ ବୁଝାବଣାର ମଜବୁତ ସେତୁ ତେବେ ଯାଇ ଆଉ ଫାଟ ସୃଷ୍ଟି ହେବ ନାହିଁ।ମୋ ଜୀବନର କାହାଣୀ କୁ ମୁଁ ଯେତେଥର ଦୋହରାଉଛି ସେତେଥର ମୋତେ ଲାଗୁଛି ମୁଁ ଆହୁତି ସଚେତନ ହୋଇ ପାରିଥାଆନ୍ତି।ହେଲେ ପାରିନି ।ଆଜି ଯେତେବେଳେ ସନ୍ଧ୍ୟା ମୋତେ ଏକା କରି ଚାଲିଗଲା ମୁଁ ଭାବୁଛି ସତରେ କଣ ମଣିଷ ଏତେ ନିଷ୍ଠୁର ହୋଇ ପାରେ ।ଛୋଟ ଛୋଟ ଭୁଲ୍ ପାଇଁ ସମ୍ପର୍କରେ ଫାଟ ପଡିପାରେ।ପୁଣି ଭାବୁଛି ଭୁଲ୍ ତ ଭୁଲ୍ ସେ ଛୋଟ ହେଉ ବା ବଡ।ଅବହେଳା ତ ମୁଁ କରିଛି ସେଥିପାଇଁ ମୋ ଠାରୁ ବେଟର କୁ ସନ୍ଧ୍ୟା ବାଛି ନେଇଛି।ସମସ୍ତଙ୍କୁ ମୋର ଅନୁରୋଧ ସମ୍ପର୍କକୁ ବୁଝିବାକୁ ଚେଷ୍ଟା କର ତାକୁ ଜୀବନ ଥିବା ଯାଏ ଆଗକୁ ନିଅ ଏମିତି ମୋ ଭଳି ଭୁଲ୍ କଲେ ସାଥୀ ଆଉ କାହାକୁ ଆପଣାର ଭାବି ଚାଲିଯିବ ଆଉ ତୁମେ ଜୀବନରେ ଏମିତି ଏକା ହିଁ ରହିଯିବ।ଏକାକୀ ଜୀବନେ ଆଉ କିଛି ନ ଥିବ।