Smita Mohanty

Crime

2  

Smita Mohanty

Crime

ଷଡଯନ୍ତ୍ର

ଷଡଯନ୍ତ୍ର

2 mins
72


ମଣିଷ ବେଳେ ବେଳେ ଏତେ ସ୍ୱାର୍ଥପର ହୋଇଯାଏ ଯେ ଠିକ୍ ଭୁଲ୍ କଣ ଭୁଲି ଯାଏ । ପାପ ପୂଣ୍ୟ ଭଲମନ୍ଦ ସବୁ ପଛରେ ପକେଇ ସେ ନିଜସ୍ୱ ସ୍ୱାର୍ଥ ପାଇଁ ଅନ୍ୟକୁ ନିଜର ଷଡଯନ୍ତ୍ର ଜାଲରେ ଛନ୍ଦି ବେଶ ମଜା ନିଏ । ହେଲେ ସେ ବୁଝିପାରେନା ତା ତିଆରି କରିଥିବା ବୁଢୀଆଣି ଜାଲ ଭିତରେ ନିଜେ ତ ଜଳି ଜଳି ଚାଲେ ହେଲେ ଅନ୍ୟମାନଙ୍କୁ ବି ଜଳାଏ । ଆଉ ଯେଉଁ ଲୋକ ପାଇଁ ଷଡଯନ୍ତ୍ର କରିଥାଏ, ସେ ଲୋକ ତଳିତଳାନ୍ତ ହୋଇଯାଏ ।

ସେମିତି ଗୋଟେ ଛୋଟ କାହାଣୀ ମନେ ପଡିଗଲା । ଶୁଭ୍ରା ବୋଲି ଗୋଟେ ଝିଅ ଥିଲା, ଭାରି ସରଳ ତାର ମନ, ଖୁବ ହସ ଖୁସିଆ ପିଲାଟିଏ । ପିଲାଟି ବେଳୁ ତା ବାପା ମାଆ ନାହାଁନ୍ତି, ସେ ତା ଦାଦାଖୁଡିଙ୍କ ପାଖରେ ରହେ । ସେଥିପାଇଁ ଇଚ୍ଛା ଥିଲେ ମଧ୍ୟ ବହୁତ କଥା ସେ ନିଜ ଭିତରେ ରଖେ । ସବୁଠି ସାରୁ ପରିବା ହୋଇ ଚଳେ । ଦାଦାଖୁଡିଙ୍କର ମଧ୍ୟ ଦୁଇଟି ଝିଅ । ତେଣୁ ଖୁଡି ସବୁ ରାଗ ଶୁଭ୍ରା ଉପରେ ସୁଝାଇଥାଆନ୍ତି । ଶୁଭ୍ରା ଭଲ ପାଠ ପଢେ, ତାକୁ ସେମିତି ସୁଯୋଗ ମିଳେନି । ବହୁତ ଯନ୍ତ୍ରଣାରେ ତାର ପିଲାଦିନ କଟିଗଲା । ଯୁବତୀ ସୁଲଭ ମନ ତାର । ସେ କାହାକୁ କହି ପାରେନା ଯେ ତାର ଇଚ୍ଛା କଣ । ଖୁଡି ସବୁବେଳେ ଗୋଟେ ଗୋଟେ ନୂଆ ଷଡଯନ୍ତ୍ର କରନ୍ତି । ଠାକୁର ଘଣ୍ଟ ଘୋଡେଇ ରଖିଲା ପରି ତାକୁ ରଖିଥାଆନ୍ତି । କାଳେ ନିଜର ଆଥିର୍କ ଅବସ୍ଥା ଶୋଚନୀୟ ହୋଇ ପଡିବ ସେଥିପାଇଁ ଖୁଡି ଶୁଭ୍ରାର ବିବାହ ଜଣେ ବୟସ୍କ ବ୍ୟକ୍ତି ସହିତ କରିଦେଲେ । ସେ ପୁଣି ବିବାହିତ ଆଉ ତାଙ୍କ ସ୍ତ୍ରୀ ମରି ଯାଇଛନ୍ତି । ନିଜ ଝିଅକୁ ଭଲ ଜାଗାରେ, ଭଲ ପିଲା ଦେଖି ବିବାହ ଦେଇଛନ୍ତି । ଦାଦା ଏମିତି ମନୋଭାବ ଦେଖି ମନଦୁଃଖରେ ଭାଙ୍ଗିପଡନ୍ତି । ହେଲେ ନିରୁପାୟ । ସେ କିଛି ବି କହିପାରନ୍ତି ନାହିଁ । ଶୁଭ୍ରାର ସ୍ୱାମୀ ଶୁଭ୍ରାକୁ ବହୁତ ଭଲ ପାଆନ୍ତି, ତାଙ୍କର ସ୍ଥାବର ଅସ୍ଥାବର ସବୁ ସମ୍ପତ୍ତିର ମାଲିକାନା ସେ ଶୁଭ୍ରାଙ୍କ ହାତରେ ଟେକି ଦିଅନ୍ତି । 

ଯେତେବେଳେ ଏ ଖବର ଖୁଡିଙ୍କ ପାଖରେ ପହଞ୍ଚେ ସେ ଈର୍ଷାରେ ଜଳି ପୁଣି ଷଡଯନ୍ତ୍ର କରନ୍ତି କେମିତି ଶୁଭ୍ରାକୁ ତାଙ୍କ ସ୍ୱାମୀ ଠାରୁ ଦୂରେଇବାକୁ । ନୂଆ ବାହାନା କରି ଖୁଡି ତାଙ୍କ ନିଜ ଝିଅକୁ

ଆଣି ଶୁଭ୍ରା ପାଖରେ ଛାଡିଛନ୍ତି । ଝିଅକୁ ଶିଖାଇ ବୁଝାଇ ଛାଡିଛନ୍ତି ଯେ ଶୁଭ୍ରା ଆଉ ତା ସ୍ୱାମୀଙ୍କୁ କେମିତି ଅଲଗା କରିବେ । ଝିଅ ମଧ୍ୟ ଲାଗି ପଡିଲା ତାଙ୍କ ଭିତରେ ଫାଟ ସୃଷ୍ଟି କରିବାକୁ, ଯେତେ ପ୍ରକାର ଚେଷ୍ଟା କଲା ସବୁଥିରେ ଫେଲ ହେଲା, ଶୁଭ୍ରା ବହୁତ ବୁଝାଇଛି ତା ଖୁଡି ଆଉ ଭଉଣୀକୁ । ହେଲେ ସେମାନେ ଅହଂକାରରେ ବୁଡି ନିଜ ମାନବିକତାକୁ ଭୁଲି ଯାଇଛନ୍ତି । ଦିନେ ଜିଦ୍ କରି ଶୁଭ୍ରାକୁ ନିଜେ ରୋଷେଇ କରି ଖାଇବାକୁ ଦେଇଛନ୍ତି ଆଉ ସେଥିରେ ବିନା ଦ୍ୱିଧାରେ ବିଷ ବି ମିଶାଇଛନ୍ତି । ହେଲେ କୁହାଯାଏ ଯାହାକୁ ରଖିବେ ଅନନ୍ତ ତାର କି କରି ପାରେ ବଳବନ୍ତ । ବହୁତ କଷ୍ଟରେ ଶୁଭ୍ରା ବଞ୍ଚି ଯାଇଛି, ଯେତେବେଳେ ପୁଲିସ ଆସି ପଚରାଉଚରା କରିଛନ୍ତି ସେତେବେଳେ ଶୁଭ୍ରା କହିଛି ପିଲାଦିନୁ ମୁଁ ମୋ ମାଆର ସ୍ନେହ ପାଇନି । ସବୁବେଳେ ଖୁଡିଙ୍କୁ ମୋ ମାଆ ହିଁ ଭାବିଥାଏ । ତେଣୁ ତାଙ୍କ ଆଶୀର୍ବାଦ ମୋ ଉପରେ ଅଛି ସେଥିପାଇଁ ମୋର କିଛି ହେଲା ନାହିଁ, କେହି ଅଜଣା ବ୍ୟକ୍ତି ଏ କାଣ୍ଡ କରିଛନ୍ତି, ମୁଁ କାହାକୁ ଦେଖିନି, ତେଣୁ ଆରୋପ କରିପାରିବିନି । ଏହା ଶୁଣି ପୁଲିସ ଫେରି ଯାଇଛି, ହେଲେ ଖୁଡିଙ୍କ ମନରେ ଥିବା ଈର୍ଷା ଭାବ କମ୍ ହୋଇ ନାହିଁ । ଶୁଭ୍ରା ଆଉ ତା ସ୍ୱାମୀ ତାଙ୍କ ଠାରୁ ସବୁ ସମ୍ପର୍କ କାଟି ଖୁସିରେ ରହିଛନ୍ତି । 



Rate this content
Log in

Similar oriya story from Crime