ଗଳ୍ପ ଧନ୍ଦା-୨
ଗଳ୍ପ ଧନ୍ଦା-୨
ବାରହାଟିପୁରା ମକରମେଳା ବୁଲୁଥିଲେ ତିନି ସାଙ୍ଗ। ମକରମେଳାରେ ବିଭିନ୍ନ ପ୍ରକାର ଦୋକାନ ଦେଖି ଆଖି ଖୋଷି ହୋଇ ଯାଉଥିଲା। ଶେଷରେ କିଣାକିଣି ସହ ହୋଟେଲରେ ଖାଇ ଘରକୁ ଫେରିବା ଚିନ୍ତା କଲେ। ଘରଠାରୁ ମୋଟେ ତିନି କିଲୋମିଟର ହୋଇଥିବାରୁ ନିଜର ଗାଡ଼ି ନ ନେଇ ଚାଲିକି ଯାଇଥିଲେ। ଚାଲିକି ଯିବାର ଗୋଟିଏ ସ୍ବତନ୍ତ୍ର ଆନନ୍ଦ ଥାଏ। ପ୍ରାକୃତିକ ଦୃଶ୍ୟ ଉପଭୋଗ ସହ ସାମାନ୍ୟ ଶ୍ରମ ଯୋଗୁଁ ଆହୁରି ମନ ଓ ଦେହ ପ୍ରଫୁଲ୍ଲ ହେଉଥାଏ।
ଫେରିବା ବାଟରେ ପ୍ରତାପ କହିଲା,"ଗୋପି ! ଗତକାଲି ତୋ ଧନ୍ଦାର ଉତ୍ତର ବହୁ କଷ୍ଟରେ ପାଇଲି ଯାହାର ଉତ୍ତର ଥିଲା "ମଗର"। ଆଜି ମୁଁ ଧନ୍ଦାଟିଏ କହୁଛି ଉତ୍ତର ଅବଶ୍ୟ ଦେବୁ? ପାଖରେ ଚାଲୁଥିବା ପିଙ୍କୁ ଦୁହିଁଙ୍କୁ ଅଟକାଇ କହିଲା,"ପ୍ରତାପ ! ଦେଖ ବେଲ ପାହାଡ଼ର ଦୃଶ୍ୟ କି ଉପଭୋଗ୍ୟ ପୁଣି ନିଆରା। ଆସୁନ ଏଇ ଚଟାଣ ପଥର ଉପରେ ଘଡ଼ିଏ ବସିଯିବା ଆଉ ତୁ ତୋର ଧନ୍ଦାକୁ କହିବୁ।" ଏ କଥାକୁ ଗୋପି ପୂର୍ଣ୍ଣ ସମର୍ଥନ କଲା ତ ତିନିହେଁ ବସିଗଲେ। ପ୍ରତାପ କହିଲା,"ଗୋପି ! ଧନ୍ଦାଟି କହୁଛି। ସେ ଗପିବା ଆରମ୍ଭ କଲା ତିନୋଟି ଅକ୍ଷରେ ନାମ ତାହାର ପୁଣି ଅବନା ଶଦ୍ଦ। ପ୍ରଥମ ଓ ଦ୍ୱିତୀୟକୁ ମିଶାଇ ଦେବୁ ତ ଅର୍ଥଟି ଅନ୍ତ,ପୁଟା,ବସା ଅଥବା ଚର୍ବୀକୁ ପାଇବୁ। ପ୍ରଥମ ତୃତୀୟ ମିଶାଇ ଦେବୁ ତ କାନନ ଅଥବା ଜଳକୁ ପାଇବୁ। ଦ୍ୱିତୀୟ ପ୍ରଥମ ମିଶାଇଲେ ମିଳିବ ଅଧୀନ ଅବା ନିମ୍ନ। ଦ୍ବିତୀୟ ତୃତୀୟ ମିଶାଇଲେ ମିଳିବ ସନ,ବର୍ଷ ଅଥବା ଅଦ୍ଦ। ତୃତୀୟ ପ୍ରଥମ ମିଶାଇ ଦେବୁ ତ ନୂଆ,କାକ,ସ୍ତବ ଅଥବା ପ୍ରଶଂସାକୁ ବୁଝାଇବ ଆଉ ଜାଣିଛୁ ଗୋପି ତୃତୀୟ ଦ୍ଵିତୀୟ ମିଶାଇଲେ ମିଳିବ ନାସିକା ଯଦି ଏବେ ହିଁ କହି ଦେବୁ ତ ଲୁଗା ଦୋକାନରେ କିଣିଥିବା ଏ ସାର୍ଟ ଅବଶ୍ୟ ହିଁ ତୋତେ ଦେଇଦେବି।" ବାସ ! ଏତିକି କହି ପ୍ରତାପ ନୀରବ ରହିଲା।
ଗୋପି ବଡ଼ ଚିନ୍ତା ପୂର୍ବକ ଉତ୍ତର ଖୋଜିଲା। ପାଖରେ କଲମ କି କାଗଜ ନାହିଁ ତ ଖୋଜି ପାଇବା କଷ୍ଟକର ପାଠ ହେଲା। ସେ କହିଲା,"ପ୍ରତାପ ! ମୁଁ ହାରିଗଲି ତୋର ପାଖରୁ ଉତ୍ତର ଜାଣିବା ଆଶାକରେ।" ପ୍ରତାପ କହିଲା ଯଦି ହାରିଗଲୁ ତେବେ ସାର୍ଟ ହରେଇଲୁ। ଆସନ୍ତା କାଲିଯାଏଁ ଏ ଉତ୍ତର ଦେବାର ଅବଧି ରହିଲା। ଯେବେ ପାଇବୁ ତ ଉତ୍ତର ଖୋଜିକି କହିବୁ।" ପିଙ୍କୁ ପାଖରେ ଥାଇ ଶୁଣୁଥିଲା ତାକୁ ବି ଉତ୍ତର ଜଣା ନ ପଡ଼ିବାରୁ କହିଲା,"ପ୍ରତାପ ! ସଞ୍ଜ ହୋଇ ଗଲାଣି। ବେଲ ପାହାଡ଼ରେ ବାଘ,ଭାଲୁ କି ହେଣ୍ଟାଳର ଉପଦ୍ରବ ଚାଲ ଯଥାଶୀଘ୍ର ପଳେଇବା। ସଭିଏଁ ଉଠି ଚାଲିବା ଆରମ୍ଭ କଲେ। ଘରେ ପହଞ୍ଚିବା ଯାଏ ଗୋପି କିନ୍ତୁ ଭାବି ଚାଲିଥାଏ ହେଲେ ଉତ୍ତର ନ ପାଇ ଦୁଃଖ କରୁଥାଏ।
ସଭିଏଁ ଗାଁ'ରେ ପହଞ୍ଚିଲେ ଓ ନିଜ ନିଜର ଘରକୁ ଚାଲିଗଲେ। ଉତ୍ତର ମିଳିବା ପୂରା କାଠିକର ପାଠ। ହେ ! ପାଠକ ପାଠିକା ଆପଣମାନଙ୍କୁ ଏବେ ଲାଗିଲା କି ଯଦି ଜଣାଥାଏ ନିଶ୍ଚୟ ଉତ୍ତର କହିବାକୁ ଭୁଲିବେ ନାହିଁ।
ଉତ୍ତର-ବସନ