kahnu charan sahu

Abstract

4.0  

kahnu charan sahu

Abstract

ଜଣାଶୁଣା ଅଚିହ୍ନା

ଜଣାଶୁଣା ଅଚିହ୍ନା

1 min
413


କିଛିଦିନ ବିତିଯିବା ପରେ, ଦିନେ ରାମ ତା'ର ଜଣେ କ୍ଳାସମେଟ ସାଙ୍ଗ ରାଧାକୁ ନିଜ ସୁଖ ଦୁଃଖ ବିଷୟରେ ଜଣେଇଲା । କିନ୍ତୁ ରାଧା ସାଙ୍ଗ ହିସାବରେ ବୁଝିବା ବଦଳରେ ସୀତା, ଗୀତା, ମିତା ଆଦି ତାର ଅନ୍ୟ ସାଙ୍ଗମାନଙ୍କୁ ଏ ବିଷୟରେ କହିଚାଲିଥାଏ । ସରଳ, ନିରୀହ ଦେଖି ରାଧାର ସାଙ୍ଗମାନେ ରାମକୁ ଚିଡ଼େଇବାକୁ ଲାଗିଲେ । ପ୍ରଥମେ ଜାଣିପାରୁ ନ ଥାଏ ରାମ ପରେ ପରେ ରାଧାର ବିଶ୍ବାସଘାତକତା ବିଷୟରେ ସେ ଜାଣିପାରିଲା । ଧୀରେ ଧୀରେ ରାଧା ଠାରୁ ଦୂରେଇବାକୁ ଲାଗିଲା, ଦୂରେଇବନି ବା କେମିତି ଯିଏ ଜଣେ ବନ୍ଧୁର ଅନ୍ତର ଆବେଗକୁ ନ ବୁଝି ବିଶ୍ୱାସରେ ବିଷଦେଉଥିଲା ।


ପରବର୍ତ୍ତୀ ସମୟରେ ଦିନେ ଏମିତି ସମୟ ଆସିଲା ଯେଉଁଠି ରାଧାର ଆବଶ୍ୟକତା ରାମ ଉପରେ ନିର୍ଭର କରିବାକୁ ହେଲା । ଅତୀତର କିଛି ବ୍ୟଥା ଦୁହିଁଙ୍କ ସମ୍ପର୍କର ଶାଶ୍ୱତ ପ୍ରେମକୁ କଳୁଷିତ କରିସାରିଥିଲା । ଏବେ ଦୁହେଁ ଜଣାଶୁଣା ଅଚିହ୍ନା । 



Rate this content
Log in

Similar oriya story from Abstract