kahnu charan sahu

Abstract

4  

kahnu charan sahu

Abstract

ନିଷ୍ଠୁର ସମୟ

ନିଷ୍ଠୁର ସମୟ

2 mins
457



ସମୟ ବୁଝେନି ଯନ୍ତ୍ରଣା, ନିରୀହ ହୃଦୟରେ ଜାତ ଅଗଣିତ କୋହ । ନିଜକୁ ମହାନ ବୋଲେଇବାର ନିଶାରେ ହଜେଇ ଦିଏ କେବେ କାହା ଠାରୁ ମଧୁର ସମ୍ପର୍କ ।


କୈଶୋରର ଶେଷସୀମା ଛୁଇଁବା ପରେ ବିବାହ ଓ ବିବାହ ପରେ ନୂତନ ପରିଚୟ ନେଇ ବଞ୍ଚିବାର ନିଶା ପ୍ରାୟ ସମସ୍ତଙ୍କ ମନରେ ଘାରେ । ସେପରି ଜୀବନ ବାବୁଙ୍କ ମଧ୍ୟ ଇଚ୍ଛା ବଳିଲା । ବିବାହ କରି ପତ୍ନୀ ଓ ସନ୍ତାନଙ୍କୁ ନେଇ ସୁନ୍ଦର ସଂସାର ଗଢିବାର ସ୍ବପ୍ନ ଜାଗି ଉଠିଲା । 


ଝିଅ ଖୋଜା ଚାଲିଲା....। ବିବାହ ମଧ୍ୟ ସରିଲା । ବିବାହ ଠାରୁ ପ୍ରଥମ ସନ୍ତାନ ଯାଏଁ ସବୁ କିଛି ଠିକଠାକ୍ ଥିଲା । ଦିନେ କୌଣସି ଏକ ଘଟଣାକୁ କେନ୍ଦ୍ରକରି ଜୀବନ ବାବୁଙ୍କ ସୁନା ସଂସାରରେ ଫାଟ ସୃଷ୍ଟି ହେଲା । ପତ୍ନୀ ସାବିତ୍ରୀ ପତି ଜୀବନ୍ ବାବୁଙ୍କ ଠାରୁ ଦୂରେଇ ରହିବାକୁ ଜିଦ୍ ଧରିଲେ ଓ ସଫଳ ମଧ୍ୟ ହେଲେ । ସଂସାରକୁ ସ୍ୱର୍ଗ ମଣୁ ଥିବା ଜୀବନ୍ ବାବୁଙ୍କୁ ଦିନେ ଏକା ଏକା ବଞ୍ଚିବାକୁ ହେବ... ଏକା ଏକା ଲଢ଼ିବାକୁ ହେବ କେବେ ସେ ଜୀବନରେ ଭାବି ନ ଥିଲେ । ପତିପତ୍ନୀଙ୍କ ମଧ୍ୟରେ ଅବଶ୍ୟ ସମ୍ପର୍କ ଥାଏ କିନ୍ତୁ କେବଳ ସନ୍ତାନଙ୍କ ପରିଚୟ ପାଇଁ... କାଠ ବାକ୍ସରେ ସଢୁଥିବା ଜିନିଷ ପରି । ହଠାତ୍ ଦିନେ ପୁଅର ଫୋନ ପାଇ ଜୀବନ୍ ବାବୁ, ହଜି ଯାଇଥିବା ସମ୍ପର୍କ ପାଇବାର ବ୍ୟାକୁଳତା ଟାଣି ଆଣିଲା ଅନେକ ଦୂରଠୁ ପୁଅ ପତ୍ନୀ ପରିବାର ପର୍ଯ୍ୟନ୍ତ ।


ସମୟ ଥିଲା ଜୀବନ୍ ବାବୁ ଷଣ୍ଢ ପରି ପ୍ରାୟ ସମସ୍ତ କର୍ମ ଖୁବ ସୁନ୍ଦର ଭାବରେ କରିଯାଉଥିଲେ ଓ ନିଜ ବୁଦ୍ଧି ବଳରେ ଆବଶ୍ୟକ ମୁତାବକ ସମ୍ପତ୍ତି ଅର୍ଜନ କରି ସାରିଥିଲେ । କିନ୍ତୁ ପରିବାରଠୁ ଦୂରେଇ ରହିବାର ଅବସୋସ ତାଙ୍କୁ ବନେଇ ଦେଲା ସଚ୍ଚୋଟ ମଣିଷରୁ ନିଶାଡ଼ି । ଶକ୍ତିମାନ ପରି ମଣିଷ ନ ଖାଇ, ନ ପିଇ ଚିନ୍ତାରେ ଦୁର୍ବଳ ହୋଇ ପଡିଲେ । ତାଙ୍କୁ ଦେଖିଲେ ଲାଗୁଥିଲା ଅଳ୍ପ କିଛି ଖରାଦିନିଆ ପବନ ଉଡେଇ ନେବ । ହେଲେ ପରିବାର ମୋହ ତାଙ୍କୁ ଉଡେଇ ନେବା ବଦଳରେ ଉଡେଇ ଆଣିଥିଲା କାହିଁ କେତେ ଦୂରୁ ପରିବାର ପାଖକୁ ।


କିଛି ଦିନ ଜୀବନ୍ ବାବୁ, ତାଙ୍କ ପତ୍ନୀ ସାବିତ୍ରୀ ଓ ପୁଅ ହସ ଖୁସିରେ ରହିଲେ । ଜୀବନ୍ ଭାବୁ ଭାବୁଥାନ୍ତି, " ମୋ' ପରିବାର ମୋ ପାଇଁ କୋଟିଏ ରେ ଗୋଟିଏ !", ଏମିତିରେ ଅଳ୍ପ କିଛି ଦିନ ବିତିଗଲା ।ଗରିବ ପରିବାର ହେତୁ ଏଣେତେଣେ ମଜୁରୀ ଲାଗି ଚଳି ଯାଆନ୍ତି । ଭାଗ୍ୟର ବିଡମ୍ବନା, ନିଷ୍ଠୁର ସମୟ ପୁନଶ୍ଚ ଜୀବନ୍ ବାବୁଙ୍କ ଶୁଖି ଆସୁଥିବା କ୍ଷତରେ ଲେସି ଦେଇଗଲା ଯନ୍ତ୍ରଣାର ବହଳ ମଲମ । ପତିପତ୍ନୀ ଓ ପୁଅ ସହ ଚାଲିଲା ଘମାଘୋଟ ଯୁଦ୍ଧ... ଅନେକ ତର୍କ ବିତର୍କ ଓ ବିଚରା ଜୀବନ୍ ବାବୁଙ୍କୁ ହାର ମାନି ନେବାକୁ ହେଲା । ଶକ୍ତ ଆଘାତ ସାଙ୍ଗକୁ ତାଙ୍କୁ ତଡିଦିଆ ଗଲା ଅନ୍ୟର ଘରଭଙ୍ଗା ଚକ୍ରାନ୍ତ ଯୋଗୁଁ । ପୁଣି ଥରେ ଏକା ହୋଇଗଲେ ଜୀବନ୍ ବାବୁ । ତଡା ଖାଇବା ପରେ ତାଙ୍କୁ ବିବେବ ବାଧା ଦେଲା ଓ ସେ ସେଇ ଦିନ ରାତିରେ ବାଛିନେଲେ ଅଜଣା ସହରର ଏକ ଅସରା ପଥ ।

ସତରେ ! ଏ ସମୟ କେତେ ନିଷ୍ଠୁର । ସହି ପାରିଲାନି ସରଳ, ନିଷ୍କପଟ ଜୀବନ୍ ବାବୁଙ୍କ ଖୁସି ଦେଖି ।



Rate this content
Log in

Similar oriya story from Abstract