Sunita Kumari Pradhan

Romance

4  

Sunita Kumari Pradhan

Romance

କାବ୍ୟ ନାୟିକା

କାବ୍ୟ ନାୟିକା

6 mins
392



ଫୁଲରେ ବି ଉଷ୍ମତା ଥାଏ!!!ସିଦ୍ଧିକୁ ଏକଥା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି !!!

ଆଜି ତାର ଚତୁର୍ଥୀ ରାତି।ସବୁ ଝିଅ ଓ ପୁଅଙ୍କର ଇପ୍ସିତ ବହୁ ପ୍ରତିକ୍ଷୀତ ସ୍ବପ୍ନ ସବୁ ବାସ୍ତବ ହେବା ରାତି।

ନଣନ୍ଦ ଓ ଯା ମାନେ ତାକୁ ଏଇଠି ଏକୁଟିଆ ଛାଡ଼ି ଚାଲିଗଲେ ଏଇୟା କହି ଯେ ତୁମେ ଟିକେ ବସିଥାଅ ଆମେ ଗୌରବଙ୍କୁ ପଠେଇ ଦେଉଛୁ।କହି ଖିଲି ଖିଲି ହୋଇ ହସି ଚାଲିଗଲେ।

ହୁଆଟ ରବିଶ୍।ଓହୋ କି ବିରକ୍ତି କର।ସେମାନେ ଚାଲିଗଲେ ଭଲ ହେଲା ।

ଏତେ ଭାରୀ ଭାରୀ ଗହଣା,ଶାଢ଼ୀ ଓଢଣାରେ ତାକୁ ବିରକ୍ତ ଲାଗୁଥିଲା।ସତେ ଯେମିତି ଚାହିଁ ବସିଥିଲା ଏଇ ମୁହୂର୍ତ୍ତକୁ।ସେମାନେ ଯେମିତି ଯାଇଛନ୍ତି କାଢି ଦେଲା ସେ ଓଢଣା ଓ ଗହଣା ଗୁଡ଼ିକ।

ଆଉ ନଜର ପକେଇଲା ସେ ରୁମ୍ ର ଚାରି ଆଡ଼କୁ ।

ଆଜିଠୁ ଏଇଟା ତାର ଏକାନ୍ତ ବ୍ୟକ୍ତିଗତ ରୁମ୍।ସେ ଏ ରୁମ୍ ର ସାମ୍ରା୍ଞୀ।

ନଜର ଘୁରାଉଥିଲ କାନ୍ଥ ଆଡେ।ଲାଇଟ୍ ପିଙ୍କ୍ କଲର୍ ପେଇଣ୍ଟକୁ ବହୁତ୍ ସୁନ୍ଦର ସୁନ୍ଦର୍ ୱାଲ ପେଟିଂ।

ଚାରି ଆଡେ଼ ଲାଗିଛି ଇମ୍ପୋର୍ ଟେଡ ପରଦା ସବୁ। ହାର୍ଟ ସେପଡ ବେଲୁନରେ ସଜ୍ଜିତ ପୁରା ରୁମ୍ ଟି।ଡେକୋରଟିଭେ ସ୍ଵୀଟ ସେଣ୍ଟେଡ୍ କ୍ୟାନ୍ଣ୍ଡେଲ୍ ର ଆଲୁଅ ମନରେ ଶିହରଣ ଭରି ଦେଉଥିଲା ଯେମିତି!!

ରୁମ୍ ସାରା ସଜା ହେଇଚି ଗୋଲାପ ଓ ରଜନୀ ଗନ୍ଧା ଫୁଲରେ। ଶେଜ୍ ପରେ ରଜନୀ ଗନ୍ଧା, ମଲ୍ଲି ଆଉ ଗୋଲାପର ପାଖୁଡ଼ା।

ରୁମ୍ ସାରା ମହ ମହ ହୋଇ ବାସୁଛି ଫୁଲ ଓ ରୁମ୍ ଫ୍ରେଶ୍ନର ମିଳିତ ଅପୂର୍ବ ବାସ୍ନା।ଯେ କେହି ଭି ସମ୍ମୋହିତ ହୋଇ ଯିବ।ଦେହରେ ଖେଳି ଯାଉଛି ଅପୂର୍ବ ଶିହରଣ ଉନ୍ମାଦନା!!!

ରୁମ୍ ଟିକୁ ଦେଖିଲେ ଯା କାହା ମନରେ ରୋମାଣ୍ଟିକ ନେସ୍ ଟା ଆସିବାଟା ସ୍ଵାଭାବିକ।

କିନ୍ତୁ ଏସବୁର ବ୍ୟତିକ୍ରମ ଥିଲା ସିଦ୍ଧି।ତାକୁ ଏହି ଫୁଲ ମାନଙ୍କର କୋମଳ ସ୍ପର୍ଶରେ ଉଷ୍ମତା ତ ଅନୁଭବ ହେବା ଦୂର୍ ରେ ଥାଉ ସତେ ଯେମିତି ଶତ ସହସ୍ର କଣ୍ଟାର ଆଘାତ ପରି ମନେ ହେଉଥିଲା।

ଠିକ୍ ଏତିକି ବେଳେ କବାଟ ଖୋଳିବା ଶବ୍ଦରେ ସେ ଚୁପ୍ ଚାପ୍ ବସି ପଡ଼ିଲା।ଆଉ ସିଧା ସିଧା ମୁହଁ ଉଠେଇ ଦେଖିବାକୁ ଲାଗିଲା ଗୌରବକୁ।ଯଦିଓ ଦେଖିବାକୁ ବହୁତ ହ୍ୟାଣ୍ଡସୋମ ନୁହେଁ ତଥାପି ଚଳିବ ମନେ ମନେ ଗୁଣୁ ଗୁଣୁଉଥିଲା ସେ।

ଗୌରବ ଆସି ଯେମିତି ବସି ପଡିଛନ୍ତି ସେ ବେଡ୍ ରେ ହଠାତ୍ କରି କହି ପକେଇଲା ,"ଦେଖନ୍ତୁ ଆପଣ ଯଦି ଭାବୁଛନ୍ତି ମୁଁ ଆପଣଙ୍କ ପାଦ ଧରି ମୁଣ୍ଡିଆ ମାରିବି,ଆପଣଙ୍କ ସ୍ତ୍ରୀ ହୋଇ ସାରା ଜୀବନ ଆପଣଙ୍କ ହାତରେ ହାତ ଛନ୍ଦି ସାରା ଜୀବନ ବାଟ ଚାଲିବି ତେବେ ଏଇଟା ଆପଣଙ୍କର ଭୁଲ୍ ଧାରଣା"।

"କାରଣ ମୁଁ ଆପଣଙ୍କୁ ନୁହେଁ ଆଉ କାହାକୁ ଭଲ ପାଏ"।

ବାସ୍ ସିଦ୍ଧି ର ଏହି କେଇ ପଦ କଥା ଖିନ ଭିନ୍ କରିଦେଇଥିଲା ଆକାଶର ସମ୍ପୂର୍ଣ୍ଣ ସ୍ଥିତିକୁ।ଦୋହଲେଇ ଦେଇଥିଲା ତା ଜୀବନକୁ ଠିକ୍ ସୁନାମି ପରି।ଭାଙ୍ଗି ରୁଜି ଛାର ଖାର କରିଦେଇଥିଲା କିଛି ମୁହୂର୍ତ୍ତ ତଳେ ତୋଳି ଥିବା ପ୍ରେମର ତାଜମହଲକୁ।ସବୁ କିଛି ଧସ୍ତ୍ ବିଧ୍ୱସ୍ତ ହୋଇଯାଇଥିଲା।ଅଚାନକ ଯେମିତି ଆକାଶଟା ଛିଣ୍ଡି ପଡ଼ିଛି ତା ମୁଣ୍ଡ ଉପରେ ଆଉ ଭୂମିଟା ଧସି ବାକୁ ଲାଗିଛି‌ ରସତାଳକୁ।।

ସିଦ୍ଧି ମୁଁ ମାନୁଛି ତୁମ ହୃଦୟରେ ମୋ ପାଇଁ କୌଣସି ଜାଗା ନାହି।କିନ୍ତୁ ମୁଁ ତୁମକୁ ଗୋଟିଏ ଛୋଟିଆ ଅନୁରୋଧ କରୁଛି ପ୍ଲିଜ୍ ମୋ ଘର ଲୋକଙ୍କ ସାମନାରେ ଆମେ ଯେମିତି ଏକ ଆଦର୍ଶ ଦମ୍ପତି ସେଭଳି ଅଭିନୟ କରିବ।ମୋ ବାବା ମମି ଯଦି ଆମ ଭିତରେ ଆମ ଦୁହିଁଙ୍କ ସତ୍ୟତା ଜାଣିବେ ତାହେଲେ ଆଉ ବଞ୍ଚିବେ ନାହିଁ।ମୁଁ ତୁମକୁ ହାତ ଯୋଡ଼ି ଅନୁରୋଧ କରୁଚି ସିଦ୍ଧି।

ପ୍ରଥମ ଥର ପାଇଁ କାହାର ଅନୁନୟ ଭରା ବିକଳ ସ୍ୱରରେ ତରଳି ଥିଲା ତା ହୃଦୟ।ଆଉ ସେ କହିଥିଲା ,"ଠିକ୍ ଅଛି।କିନ୍ତୁ ଦିନେ ନା ଦିନେ ତୁମ ପରିବାର ଏ ବିଷୟରେ ଜାଣିବେ।ସେତେବେଳକୁ ତୁମେ କଣ କରିବ"? ପଚାରୁଥିଲା ସିଦ୍ଧି।

ଭବିଷ୍ୟତର କଥା ସମୟ ହିଁ କହିବ ଉତ୍ତର ଫେରାଉ ଥିଲା ଆକାଶ।

ତକିଆ ଆଉ ବେଡ଼ ସିଟ୍ ଟେ ନେଇ ତଳେ ଶୋଇପଡ଼ିଲା ଆକାଶ।

ଆଉ ଏପଟେ ସିଦ୍ଧି ମନରେ ଅସରନ୍ତି ଭାବନାର ଜୁଆର ଉଠୁଥିଲା।ଯେଉଁ ପୁଅକୁ ଦେଖିନି କି ଜାଣିନି ତା ପାଇଁ ନିଜର ସୁନ୍ଦର୍ ଭବିଷ୍ୟତ ନଷ୍ଟ କରିଦେବାକୁ ବସିଛି।ସେ ଏଇଟା ବି ଜାଣିନି ସେ ପୁଅ ତାକୁ ଭଲ ପାଉଛି କି ନାହିଁ।କିନ୍ତୁ ସେ ନିଜେ ସେ ପୁଅ ପ୍ରତି ନିଜ ମନ କାନଭାସରେ ଆଙ୍କି ଦେଇଛି ତା ପ୍ରେମର ପ୍ରତିଛବି।

ଶେଷ ଥର ପାଇଁ ସେ ଚିଠି ଲେଖିଥିଲା ସେ ପୁଅକୁ ଯେ ସେ କେବଳ ତା କବିତା ପ୍ରେମରେ ପାଗଳ ନୁହେଁ ସେ ସେହି କବିତାକୁ ଭଲ ପାଉ ପାଉ କେବେ ତାକୁ ମଧ୍ୟ ଭଲ ପାଇ ବସିଛି ସେ ନିଜେ ମଧ୍ୟ ଜାଣେନା।

ଚିଠିର ଉତ୍ତରକୁ ଅପେକ୍ଷା କରି କରି ବିବାହ ସରିଗଲା ତଥାପି ଜାଣି ପାରିଲାନି ସେ ପୁଅର ତା ପ୍ରତି ଥିବା ଫିଲିଂସ୍।ଆଉ ଏଇଟା ବି ଡର ଥିଲା ହୁଏ ତ ସେ ପୁଅ ତାକୁ ରେଜେକ୍ଟ କରି ଦେଇନି ତ!!

ଅଷ୍ଟ ମଙ୍ଗଳା ପରେ ଯାଇଥିଲା ଘରକୁ।ସେଦିନ ତା ବେଷ୍ଟ ଫ୍ରେଣ୍ଡ ବର୍ଷା ବଢେଇ ଦେଇଥିଲା ଚିଠିଟିଏ ।ଆଉ କହିଲା ନେ ତୋ ଆକାଶ ଚିଠି ଦେଇଛି।

ଖୁବ୍ ଉତ୍ସାହର ସହ ପଢିବାକୁ ଲାଗିଲା ଚିଠିଟି।

ପ୍ରିୟ କାବ୍ୟ ନାୟିକା,

ତୁମେ ହିଁ ମୋ ସମସ୍ତ କବିତାର ନାୟିକା।ତୁମକୁ ଭାଳି ଭଳି ହିଁ ମୁଁ ଲେଖେ ମୋ ସମସ୍ତ କବିତା।ତୁମେ ହିଁ ଥିଲ ମୋ କାବ୍ୟ ନାୟିକା।କିନ୍ତୁ ଭାଗ୍ୟର ବିଡମ୍ବନା ତୁମେ ହୁଏ ତ ତୁମ ଭଲ ପାଇବା ସ୍ବୀକାର କରିବାରେ ବହୁତ ଡେରି କରିଦେଲ।ବର୍ତ୍ତମାନ ମୋ ଜୀବନରେ ଆଉ କେହି ସେଇ ନାୟିକାର ସ୍ଥାନଟି ଗ୍ରହଣ କରିବାକୁ ଯାଉଛି।ମୁଁ ଖୁବ ଦୁଃଖିତ।କିନ୍ତୁ ମୁଁ ନାଚାର।

ମୋ କବିତା ପ୍ରତି ତୁମର ଏଇ ଭଲ ପାଇବା ଦେଖି ମୁଁ ଖୁବ ପ୍ରୀତ।ଏଇ ଭଲ ପାଇବା ରହୁ କି ନ ରହୁ ତୁମେ ମୋର କାବ୍ୟ ନାୟିକା ହୋଇ ରହିବ ଆଜୀବନ।

ମୁଁ ତୁମକୁ ମୋର ଏକ ଗୁଣ ମୁଗ୍ଧ ପାଠିକା ଭାବରେ ଭଲ ପାଏ ତା ଛଡା ଆଉ କିଛି ନୁହେଁ।କାରଣ ନିକଟ ଅତୀତରେ ମୋ ବିବାହ ହେବାକୁ ଯାଉଛି।

ଆଉ ଏହି ବିବାହ କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ଚିଠି ଲେଖିବାକୁ ସମୟ ପାଇନି।।ତେଣୁ ବିଳମ୍ବ ନିମନ୍ତେ କ୍ଷମା ପ୍ରାଥି।ଆଉ ଆଜୀବନ ତୁମେ ମୋର ପ୍ରିୟ ପାଠିକା ହୋଇ ରହିବ।

ଇତି ତୁମର

ଆକାଶ।

ଚିଠିଟି ପଢି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା ସିଦ୍ଧି।

ଏହା ପରେ ଶାଶୁ ଘରକୁ ଫେରିଥିଲା ପରେ କେମିତି କେମିତି ବଦଳିଲା ଭଳି ଲାଗୁଥିଲା ସିଦ୍ଧି।ଆଗରୁ ଯେଉଁ ଗୌରବକୁ ସେ ଦୂରରୁ ଛୈ ଛେଇ ମାର ମାର କରୁଥିଲା ଆଜି କାଲି ତା ସହ ବନ୍ଧୁତା ପୂର୍ଣ୍ଣ ବ୍ୟବହାର କରୁଚି।କିନ୍ତୁ ଗୌରବକୁ ଏସବୁରେ କିଛି ଫରକ୍ ହିଁ ପଡୁନଥିଲା ଯେମିତି।

ଏମିତିରେ ବିତି ଯାଏ ପାଖା ପାଖି ଛଅ ମାସ।

ସେଦିନ ଗୌରବଙ୍କ ବହି ଥାକ ସଜାଡୁ ସଜାଡୁ ହଠାତ୍ ଗଳି ପଡ଼ିଲା ଚିଠିଟିଏ।

ପଢିବ କି ନାହିଁ ଭାବି ଭାବି ଚିଠିଟି ଖୋଲି ଦେଲା ସେ। ଏ କଣ! ଏଇଟା ଯେ ସେଇ ଚିଠି।ଯୌଟା ସେ ଲେଖିଥିଲା ତା ପ୍ରିୟ ଲେଖକ ଆକାଶଙ୍କ ଉଦ୍ଧେଶ୍ୟରେ।କିନ୍ତୁ ସେ ଚିଠି ଏଇଠି କେମିତି!!!

ଥାକ ଟିକୁ ପୁରା ଖେଳାଉ ଖେଳାଉ ପାଇ ଯାଇ ଥିଲା ଅନେକ ଚିଠି ଓ ଏକ ଡାଇରୀ।

ଡାଇରୀଟି ଖୋଲି ଦେଖିଲା ସେ ସେହି ହସ୍ତାକ୍ଷର।ସେହି ରୋମାଣ୍ଟିକ କବିତା ସବୁ!!! ଯାହା ଭାବନାରେ ସେ ବିତେଇ ଦେଇ ଥିଲା ଅସଂଖ୍ୟ ବିନିଦ୍ର ରଜନୀ।

ତେବେ ଏହି ଗୌରବ ହିଁ କଣ ସେଇ ଆକାଶ!!!

ପ୍ରହେଳିକା ଭଳି ମନେ ହେଉଥିଲା ତାକୁ ସବୁକିଛି। ମୁଣ୍ଡ ଭିତରଟା କେମିତି ଗୋଳ ମାଳ ହୋଇଯାଉଥିଲା।

ଦୁଇ ଦିନ ପାଇଁ ଗୋୖରବ ଯାଇଥିଲେ ଟୁର୍ କୁ।ଏହି ଦୁଇ ଦିନ ତାକୁ ଦୁଇ ବର୍ଷ ଭଳି ମନେ ହେଉଥିଲା।

ସେ ଉତ୍ସୁକତାର ସହ ଅପେକ୍ଷା କରିଥିଲା ଗୌରବଙ୍କ ଆସିବା ବାଟକୁ।

ଦୁଇ ଦିନ ପରେ ଗୌରବ ଫେରି ଥିଲେ ଟୁର୍ ରୁ।

ଆଉ ଆସୁ ଆସୁ ସିଦ୍ଧି ହାତକୁ ବଢ଼େଇ ଦେଇଥିଲେ ଏକ ମଲ୍ଲି ଫୁଲ ଗଜରା ଆଉ କିଛି ଗୋଲାପ ଓ ରଜନୀ ଗନ୍ଧା।ଆଉ କହିଲେ,"ମୁଁ ଜାଣେନା ସିଦ୍ଧି ତୁମେ ଏ ଗଜରା ପିନ୍ଧିବ କି ନାହିଁ ତଥାପି ଯଦି ପିନ୍ଧ୍ ତେବେ ମୁଁ ବହୁତ୍ ଖୁସି ହେବି"।ଆଉ ଏହି ଗୋଲାପ ଆଉ ରଜନୀ ଗନ୍ଧାକୁ ସଜେଇ ଦିଅ ଫ୍ଲାୱର୍ ବେସ୍ ରେ।

ତୁମେ ଜାଣ ସିଦ୍ଧି ମୁଁ ଫୁଲ ମାନଙ୍କୁ ଖୁବ୍ ଭଲ ପାଏ। ତା ସୁଗନ୍ଧ ଆଉ ଉଷ୍ମତାରେ ହଜି ଯିବାକୁ ଭିଯିଯିବାକୁ ମଜିଯିବାକୁ ଚାହେଁ।

ସିଦ୍ଧି କିନ୍ତୁ ବଡ଼ ବେପରୁଆ ଭାବେ ଫୋପାଡି ଦେଲା ଫୁଲ ସବୁକୁ ବେଡ୍ ଉପରକୁ।

ଆଉ ସିଧା ସଳଖ ତାଙ୍କ ସାମ୍ନାରେ ଥୋଇ ଦେଲା ଚିଠି ସବୁ।ଆଉ କିଛି ନ ଜାଣିଲା ପରି ପଚାରିଲା

କିଏ ଏହି ବର୍ଷା। ଯାହା ପାଇଁ ତୁମ ମନରେ ଅସରନ୍ତି ପ୍ରେମ। କଣ ଏହି ସବୁ ଚିଠିର ରହସ୍ୟ???

ଗୌରବ କହୁଥିଲେ,"ନା ସିଦ୍ଧି ସେମିତି କିଛି ନୁହଁ।ଇୟେ ମୋର ଏକ ଗୁଣମୁଗ୍ଧ ପ୍ରଶଂସିକା।ବାସ୍ ତା ଛଡ଼ା ଆଉ କିଛି ନୁହଁ।

ଏସବୁ କବିତା କଣ ତମର? ପୁଣି ଥରେ ପଚାରିଲା ସିଦ୍ଧି।

ହଁ ମୋର।ଉତ୍ତର ଫେରାଉଥିଲା ଗୌରବ।

ନା ତମେ ମିଛ କହୁଚ ଗୌରବ, ଏସବୁ କବିତା ତ ମୋ ପ୍ରିୟ କବି ଆକାଶ ସାମନ୍ତରାୟଙ୍କ।

ତାଙ୍କର ପ୍ରାୟ କବିତା ଗୁଡ଼ିକ ମୁଁ ପଢ଼େ।ଯାହାଙ୍କୁ ମୁଁ ଖୁବ୍ ଭଲ ପାଏ।ସେ ମୋ ପ୍ରିୟ କବି,ମୋ ଜୀବନ ଆଉ ମୋ ପ୍ରେମ।

ସିଦ୍ଧି କଥା ଶୁଣି ଗୌରବର ଆଖି ଦୁଇଟି ଉଜ୍ଜ୍ୱଳ ହୋଇ ଉଠିଲା।ଓହୋ କଥାଟି ତାହେଲେ ଏମିତି!!!

ତାହେଲେ ତୁମେ ସେଇ ବର୍ଷା!

ହଁ ମୁଁ ସେହି ବର୍ଷା।ବାପାଙ୍କ ଭୟରେ ମୁଁ ମୋ ଫ୍ରେଣ୍ଡ୍ ନା ରେ ଚିଠି ଲେଖି ଓ ତା ଘର ଆଡ୍ରେସ ଦିଏ।ଆଉ ତାରି ଆଇଡିରେ ସୋସିଆଲ ମିଡ଼ିଆରେ ମୋ ମତ ରଖେ।ମୁଁ କିନ୍ତୁ ଫୋନ ଅପେକ୍ଷା ଚିଠି ଲେଖିବାକୁ ଭଲପାଏ।କାରଣ ସେ ଅକ୍ଷର ଓ ଭାବନାରେ ମୁଁ ମୋର ପ୍ରିୟ କବିଙ୍କୁ ଅତି ନିକଟରେ ପାଇ ପାରେ।ଯେଉଁଟାକୁ ଫୋନରେ ପାଇ ହୁଏନା।

ଆଉ ତୁମେ କେମିତି ଜାଣିଲ ମୁଁ ବର୍ଷା ବୋଲି!!!ପଚାରିଲା ସିଦ୍ଧି।

ଗୌରବ ହସି କି କହିଲା, ମୋ ବାପାଙ୍କୁ କବିତା ଲେଖା ପ୍ରତି ଭାରୀ ଘୃଣା ଭାବ।ମୁଁ କିନ୍ତୁ କବିତା ପାଇଁ ପାଗଳ।

ତେଣୁ ତାଙ୍କୁ ଲୁଚେଇ ମୋ ସାଙ୍ଗ ଆକାଶ ଅଡ୍ରେସରେ ଚିଠି ଦିଏ ଓ ତା ନାଆରେ ଫେକ୍ ଆଇଡି ଖୋଲି ସୋସିଆଲ ମିଡ଼ିଆରେ ନିଜ କବିତା ସବୁ ଲେଖେ।ମୁଁ ହିଁ ସେହି ଲେଖକ ଆକାଶ ସାମନ୍ତରାୟ ଅରଫ୍ ଗୌରବ।

ଗୌରବଙ୍କ କଥା ଶୁଣି ସିଦ୍ଧି ଖୁସିରେ କୁଣ୍ଡେଇ ପକେଇଲା ଗୌରବକୁ ଆଉ କହିଲା,ତୁମେ ହିଁ ମୋର ସେହି ମନର ମଣିଷ ଯାହା ପାଇଁ ମୁଁ ଅପେକ୍ଷା କରିଥିଲି ଆଜିଯାୟେଁ।

ଗୌରବ ତା ମୁଣ୍ଡରେ ପିନ୍ଧେଇ ଦେଉଥିଲା ଗଜରାଟିଏ ଆଉ ବଢ଼େଇ ଦେଇଥିଲେ ଲାଲ୍ ଗୋଲାପଟି।କାବ୍ୟ ନାୟିକାକୁ ଜଣେ କବିଙ୍କ ତରଫରୁ ପ୍ରଥମ ଉପହାର।ଆଉ ଜଣେ ସ୍ୱାମୀ ତରଫରୁ କହି ତା ଗାଲରେ ଆଙ୍କି ଦେଇଥିଲେ ଏକ ଗାଢ଼ ଚୁମ୍ବନ।

ସିଦ୍ଧି ନିଜକୁ ହଜେଇ ଦେଇଥିଲା ଗୌରବର ନିବିଡ ବାହୁ ବନ୍ଧନରେ ଆଉ ସେ ଦୁହେଁ ହଜିଯାଇଥିଲେ ଏକ ସ୍ଵପ୍ନ ମୟ ଦୁନିଆରେ।

ଆଜି ପ୍ରଥମ ଥର ପାଇଁ ସିଦ୍ଧିକୁ ଅନୁଭବ ହେଉଥିଲା ଫୁଲର ବାସ୍ନା ଓ ତା ଉଷ୍ମତା.....।



Rate this content
Log in

Similar oriya story from Romance