Sunita Kumari Pradhan

Romance Tragedy Others

4.1  

Sunita Kumari Pradhan

Romance Tragedy Others

ପ୍ରେମର ଦୁଇଟି ରଙ୍ଗ

ପ୍ରେମର ଦୁଇଟି ରଙ୍ଗ

12 mins
426



ଆଜି ସ୍କୁଲ ରେ ପ୍ରଥମ ଦିନ।ତେଣୁ ନିଜକୁ ଟିକେ ପ୍ରସ୍ତୁତ କରୁଛି ବନାନୀ।ପାଠ ପଢାଇବା ଟା ତା ପାଇଁ ନୂଆ ନାହିଁ ,ଏକ୍ଷେତ୍ର ରେ ବହୁ ବର୍ଷ ର ଅଭିଜ୍ଞତା ଅଛି କିନ୍ତୁ ବଡ଼ ପିଲାଙ୍କୁ ପଢାଇବା ଯେତିକି ସହଜ ଏଇ ସାନ ସାନ ପିଲାଙ୍କୁ ପଢାଇବା ଭାରି କଷ୍ଟ।

    ପିଲାଙ୍କ ମନସ୍ତତ୍ତ୍ୱ କୁ ବୁଝି ,ସ୍ନେହ ଆଦର କରି,ହସି ଖେଳି ,ନାଚି ଗାଇ ପଢେଇବାକୁ ପଡେ ।

ନହେଲେ ଛୋଟ ଛୁଆ କାଳେ ଧରି ପାରିବେନି ପାଠ!ବନାନୀ ରାୟ!ସୁଦୂର ଓଡ଼ିଶା ର ଏକ ନାମୀ କଲେଜ୍ ର ଅଧ୍ୟାପିକା ପଦବୀ ଛାଡ଼ି ଚାଲି ଆସିଛି ମାୟା ନଗରୀ ମୁମ୍ବାଇ ନାଭି ମୁମ୍ବାଇ ର ଏକ ବିଖ୍ୟାତ ଈଂଲିଶ୍ ମିଡିିଅମ୍ ସ୍କୁଲ ରେ ଟିଚର୍ ଶିପ୍ କରିବା ନିମନ୍ତେ।ନିଜକୁ ଭଲ ରୂପେ ପ୍ରସ୍ତୁତ କରିନେଲା ସେ।ସକାଳ ୮ ଟା ରେ ତାର ସ୍କୁଲ୍ ।ପ୍ରେୟାର କ୍ଲାସ୍ ପରେ ପରେ ହିଁ ତାର

ଷ୍ଟାଣ୍ଡ ର୍ଡ୍ ଟୁ ରେ ପ୍ରଥମ କ୍ଲାସ୍।"ଫାର୍ଷ୍ଟ୍ ଇମ୍ପ୍ରେ ସନ୍ ହିଁ ଲାଷ୍ଟ୍ ଇମ୍ପ୍ରେ ସନ୍"।ଆଜି ଯଦି ପିଲାଙ୍କ ପ୍ରିୟ ଭାଜନ ହୋଇପାରିଲା ଯଦି ଆଗକୁ ଅସୁବିଧା ନାହିଁ।ସ୍କୁଲ୍ ରେ ପହଞ୍ଚିଲା ସେ। କ୍ଲାସ୍ ବେଲ୍ ବାଜିବା କ୍ଷଣି ବାହାରିଲା ନିଜ ପ୍ରଥମ କ୍ଲାସ୍ ଅଭିମୁଖେ।କ୍ଲାସ୍ ରେ ପହଞ୍ଚିବା କ୍ଷଣି ଗୁଡ୍ ମର୍ଣିଂ ଶବ୍ଦ ରେ ଗୁଞ୍ଜରିତ ହେଲା ପୁରା କ୍ଲାସ୍ ରୁମ୍।

ପିଲାମାନଙ୍କୁ ନିଜ ପରିଚୟ ଦେବା ପରେ ସମସ୍ତଙ୍କ ପରିଚୟ ପଚାରି ବୁଝିଲା ସେ ହଠାତ୍ ଗୋଟିଏ କୁନି ଝିଅ ର ସ୍ୱର୍ ରେ ସେ ଚମକି ପଡ଼ିଲା,

କି ସ୍ଵୀଟ ଭଏସ !ମିସ୍ ଆଇଏମ ଅଭିଳାଷା ମହାନ୍ତୀ।ତା ଭଏ ସ ଯେତିକି ସ୍ଵୀଟ ଥିଲା ତା ମୁହଁ ଟା ତା ଠାରୁ ଅଧିକା ସ୍ଵୀଟ।ଗୋଲ ମୁହଁ।ଧାରୁଆ ନାକ।ହସିଦେଲେ ଭଉଁରୀ ଖେଳିଯାଉଥିଲା ଦୁଇ ଗାଲ୍ ରେ।କିଛି ସମୟ ପାଇଁ ଆଖି ଲାଖି ଯାଇଥିଲା ତା ମୁହଁ ରେ। ଚିହ୍ନା ଚିହ୍ନା ଲାଗୁଥିଲା ମୁଁହ ଟି।କିନ୍ତୁ ବାରମ୍ବାର ମନେ ପକେଇବାକୁ ଚେଷ୍ଟା କରି ମଧ୍ୟ ସେ ମନେ ପକାଇ ପାରିନଥିଲା କେଉଁଠି ଦେଖିଛି ଏ ମୁହଁ?"ଅଭିଳାଷା" ନାଇସ ନେମ୍ କହି ଆରମ୍ଭ କରିଥିଲ ତା କ୍ଲାସ୍।ଇଂଲିଶ ବହି ର ଫାର୍ଷ୍ଟ୍ ଚାପଟର ଟା ଥିଲା "ମାଜିକ୍"।ଯାହାକି ମାଆ ଙ୍କ ସ୍ନେହ , କୁ କୁହୁକ ବା ଯାଦୁ ସହ ତୁଳନା କରାଯାଇଥିଲା।ତେଣୁ ସେ ପିଲାଙ୍କୁ ନିଜ ନିଜ ମାଆ ଙ୍କ ବିଷୟ ରେ କିଛି କହିବା ପାଇଁ କହିଲା। ସମସ୍ତେ କିଛି କିଛି କହିଲେ।କିନ୍ତୁ ସେ ଅଭିଳାଷା ଖାଲି ଜୋର ରେ କାନ୍ଦିଲା।ଯେତେ ବୁଝାଇଲେ ବି ବୁଝିଲା ନାହିଁ।କ'ଣ ପାଇଁଛୁଆ ଟା ଏମିତି କାନ୍ଦିଲା ? ବ୍ୟସ୍ତ ହୋଇପଡିଲା ବନାନୀ।

କେହିଜଣେ ଚୁପ୍ କିନା କହିଲା ମିସ ତାର ମାଆ ନାହାଁନ୍ତି!ଏକଥା ଶୁଣିବା ମାତ୍ରେ ଚମକି ପଡ଼ିଲା ସେ! ବହୁତ ବୁଝେଇବା ପରେ କାନ୍ଦ ବନ୍ଦ କଲା ସେ।ବନାନୀ ନିଜ କୁ ଦୋଷୀ ମନେ କରୁଥାଏ।

ବାରମ୍ବାର କହୁଥାଏ ଆଇଏ ମ ସରି ଡିଅର।

ନୋ ମିସ୍ ଇଟ ସ ଓକକେଆଇ ଏମ ଅଲ୍ ରାଇଟ କହି ପୁଣି ସାମାନ୍ୟ୍ ହେବାକୁ ଚେଷ୍ଟା କରିଥିଲା ଅଭିଳାଷା ସେଦିନ ଏମିତି ସବୁ କ୍ଲାସ୍ ସରିଗଲା। ତା ପର ଦିନ ପୁଣି ସେଇ ଷ୍ଟାଣ୍ଡାଡ଼ ଟୁ କ୍ଲାସ୍।

ଆଖି ଖୋଜୁ ଥିଲା ଅଭିଳାଷା କୁ!

କିନ୍ତୁ ଆସିନଥିଲା ସେ।ଦିନେ ଦୁଇଦିନ ଏମିତି ବିତିଗଲା।ପ୍ରଥମ ଦିନ ରୁ ହିଁ ଅଭିଳାଷା ପାଇଁ ଏକ ଅଦ୍ଭୁତ ଆକର୍ଷଣ ସୃଷ୍ଟି ହୋଇଥିଲା ତା ମନ ଭିତରେ।ତେଣୁ କ୍ଲାସ୍ ରେ ପହଞ୍ଚିବା କ୍ଷଣି ଅନୁସନ୍ଧିତ୍ସୁ ଆଖି ଖୋଜେ ସେ ଚୁଲବୁଲି , କ୍ୟୁଟ୍ ଡିମ୍ପଲ୍ ଗାର୍ଲ୍ କୁ।।କିନ୍ତୁ ତା ଅନୁପସ୍ଥିତି ବନାନୀ କୁ କେମିତି କେମିତି ଲାଗୁଥାଏ।ଏମିତି ରେ ବିତିଗଲା ଆଉ ଗୋଟିଏ ଦିନ।ତା ପରଦିନ କ୍ଲାସ୍ ଟିଚର୍ ହେବା ଯୋଗୁଁ ପ୍ରିନସିପଲ୍ ଙ୍କ ଠାରୁ ନମ୍ୱର୍ ନେଇ ଫୋନ କରିଥିଲା ତା ଘରକୁ ।ସ୍କୁଲ ରେ ଅନୁପସ୍ଥିତ ର କାରଣ ବୁଝିବାକୁ।ହେଲ୍ଲୋ କେନ୍ ଆଇ ସ୍ପିକ୍ ଉଇଦ୍ ମିଷ୍ଟର ଅଭିଷେକ ମହାନ୍ତି?ୟେସ ଅଭିଷେକ ମହାନ୍ତି ଇଜ୍ ସ୍ପୀକିଂ ହିଅର୍।

ସ୍ୱର୍ ଟି ଶୁଣିବା ମାତ୍ରେ ଚମକି ପଡ଼ିଲା ସେ।ସେହି ସ୍ୱର! ଏତେ ବର୍ଷ ପରେ ବି ଭୁଲି ପାରିନି ସେ ସ୍ୱର୍ କୁ?କେମିତି ଭୁଲିବ ଯୋଉ ସ୍ୱର୍ ସହ ପିଲାବେଳୁ ପରିଚିତ!ହେଲୋ ହେଲୋ ଶବ୍ଦ ଶୁଣି ପ୍ରକୁସ୍ତିତ ହେଲା ସେ।ଗୁଡ୍ ନୁନ୍ ସର୍। ଆଇ ଆମ୍ ଅଭିଳାଶା ସ କ୍ଲାସ୍ ଟିଚର୍। ହୁଆଇ ସି ଡୋଜ୍ ନୋଟ କାମ ଟୁ ସ୍କୁଲ ଫ୍ରୋମ ଲାଷ୍ଟ୍ ଥ୍ରୀ ଡେଜ ? ୱାଟ ଇଜ୍ ଦି ରିଜନ୍?ସି ଇଜ୍ ଇଲ ମାମ୍। ସି ଇଜ୍ ସଫରିଂ ଫ୍ରୋମ ଫିଭର ।ଆଫ୍ଟେର ସି ୱିଲ୍ ଓକକେ ଦେନ୍ ଶୀ ୱିଲ କମ୍ ଟୁ ସ୍କୁଲ।କହିଥିଲେ ମିଷ୍ଟର ଅଭିଷେକ।ଓକ୍କେ ସର୍।ଆଇ ପ୍ରେ ଫର୍ ହର ସ୍ପିଡ୍ ରିକଭରୀ କହି ଫୋନ୍ କାଟି ଦେଇଥିଲା ସେ।

ଅଭିଳାଷା ର ଅସୁସ୍ଥତା ପାଇଁ ମନେ ମନେ ନିଜକୁ ଦୋଷୀ ଭାବୁଥିଲା ବନାନୀ।ତା ପରେ ତିନି ଦିନ ପରେ ସ୍କୁଲ ଗେଟ୍ ପାଖରେ ବନାନୀ ଠିଆ ହୋଇ ଥିଲା ।। ସିକୁରିଟି ଗାର୍ଡ କୁ କିଛି କହୁଥିଲା ଏ ସମୟ ରେ ହଠାତ୍ ଗୋଟିଏ କାର ଆସି ଅଟକିଲା।ଆଉ ଅଭିଳାଷା ବାହାରି ଆସିଲା କାର ଭିତରୁ।ଯେମିତି ବନାନୀ କୁ ଦେଖିଛି ପାଟି କରି କହିଲା,"ପାପା ପାପା ମୀଟ ମାଇ ନିଉ ମିସ ବନାନି ରାୟ"।ନାଆ ଟି ଶୁଣି ଚମକି ପଡ଼ିଲେ ଅଭିଷେକ ବାବୁ!ଅନେଇଦେଲେ ବନାନୀ ଆଡ଼କୁ!

ଆଶ୍ଚର୍ଯ୍ୟ ହୋଇ ଉଭୟେ ଉଭୟଙ୍କ ମୁହଁକ କୁଦେଖିଥାନ୍ତି!କାହା ପାଟିରୁ କିଛି ଶବ୍ଦ ବାହାରୁ ନଥାଏ।ଏତେ ବର୍ଷ ପରେ ଦେଖା ସାକ୍ଷାତ ବାଲ୍ୟ ବନ୍ଧୁ ଙ୍କ ସହ।କିଛି ବଦଳିନଥିଲେ ଦୁଇଜଣ ଯାକ।.କେବଳ ବୟସ ଅନୁସାରେ ଟିକିଏ ମୋଟା ହେଇଯାଇଥିଲା ଅଭିଷେକ।ଆଉ ବନାନୀ ଟିକିଏ ବୟସ୍କ ଲାଗୁଥିଲେ ମଧ୍ୟ ନିଜ ବେଶ୍ ଭୂଷା ଦ୍ଵାରା ନିଜକୁ ଯଥା ସମ୍ଭବ ୟୋଁଗ ,ସ୍ମାର୍ଟ୍ ଦେଖା ଯିବା ର ଚେଷ୍ଟା କରୁଥିଲା!ଯେଉଁ ଅତୀତ କୁ ଡରି ସେି ସୁଦୂର ମୁମ୍ବାଇ ଚାଲିଆସିଥିଲା,ସତେ ଯେମିତି ସେ ଅତୀତ ତା ପିଛା ଛାଡ଼ିବାର ନାଆଁ ହିଁ ନେଉ ନଥିଲା।କିଛି ସମୟ ପରେ ଅଭିଷେକ କହିଲା

ଆରେ ବନାନୀ ତୁ ଏଇଠି!ଏତେ ଦିନ ପରେ ଅଭି କୁ ଦେଖି ତୁମେ କହିବ ନା ତୁ କହିବ ଭାବିପାରୁନଥିଲି ବନାନୀ।ତଥାପି କିଛି ତ କହିବାକୁ ହେବ। ଏହା ଭାବି କହିଲା,"ହଁ ଅଭି ଏବେ କିଛି ଦିନ ହେଲା ଯଇନ କରିଛି ଏ ସ୍କୁଲ ରେ।ଆଉ ତମେ ଅଭିଷେକ ଏଇଠି କେମିତି ?

ମୁଁ ଏଇଠି ଗୋଟିଏ କମ୍ପାନୀ ରେ ବ୍ରାଞ୍ଚ ମ୍ୟାନେଜର ଅଛି।।କହିଲା ଅଭି।ଦୀର୍ଘ ୧୫ବର୍ଷ ହେଲା ଏଇଠି ମୁଁ ରହୁଛି। ଅଇଏମ୍ ସରି ଅଭି।ତୁମ ମିସେଶ୍ ଙ୍କ କଥା ଶୁଣି ଖୁବ୍ ଦୁଃଖିତ ମୁଁ।ଇଟ ସ ଓକେ।କହୁଥିଲା ଅଭିଷେକ।କ୍ଲାସ୍ ବେଲ୍ ବାଜିି ସାରିଥିଲା।ଯିବା ପାଇଁ ତର୍ତର ହେଉଥିଲା ବନାନୀ।ପଛରୁ ନିଜର ଭିଜିିଟିଂ କାର୍ଡ ଟି ବଢେଇ ଦେଇଥିଲା ଅଭି ,ଆଉ କହିଲା ସମୟ ମିଳିଲେ କେତେବେଳେ ଟିକେ ଫୋନ୍ କରିବୁ। ବହୁତ କଥା ଅଛି ତୋ ସହ।ଓକେ କହି ଚାଲିଗଲା ବନାନୀ।

ସେଦିନ କୌଣସି କ୍ଲାସ୍ ରେ ତା ମନ ଲାଗୁନଥଲା।କଷ୍ଟେ ମଷ୍ଟେ ସାରିଥିଲା କ୍ଲାସ୍ ସବୁ।ଘରକୁ ଆସିବା କ୍ଷଣି ବେଡ୍ ଉପରେ ଆଉଜି ପଡ଼ିଥିଲା ସେ।

ଅତୀତ ତର ଗୋଟିଏ ଗୋଟିଏ ପୃଷ୍ଠା ଖୋଲିବାକୁ ଲାଗିଥିଲା ଧୀରେ ଧୀରେ।ଗୋଟିଏ ଥାନା

ରେ କାର୍ଯ୍ୟ ରତ ଥିଲେ ବନାନୀ ଓ ଅଭିଷେକ ର ବାପା ।ଦୁଇ ଜଣ ଯାକ ର କ୍ୱାର୍ଟର ପାଖାପାଖି ଥିଲା ।ତେଣୁ ସେମାନଙ୍କ ଘର ମଧ୍ୟ ରେ ମଧ୍ୟ ସୁସମ୍ପର୍କ ଥିଲା।ଦୁହେଁ ସମବୟସ୍କ ହୋଇଥିବାରୁ ଖୁବ୍ ଛୋଟ ବେଳୁ ଭଲ ସାଙ୍ଗ ଥିଲେ।।

ଗୋଟିଏ ସ୍କୁଲ ଓ ଗୋଟିଏ ଶ୍ରେଣୀ ରେ ପଢୁଥିଲେ ଦୁହେଁ।ସାଙ୍ଗ ହୋଇ ଖେଳିବା,ସ୍କୁଲ ଟିଉସନ୍ ଯିବା ଏସବୁ ଥିଲା ତାଙ୍କ ନିତିଦିନିଆ କାମ।ଦୁହେଁ ଦୁହିଁଙ୍କୁ ଘଡ଼ିଏ ନ ଦେଖିଲେ ରହିପାରନ୍ତି ନାହିଁ।

ଯଦି ଦିନେ କାହା ଦେହ ଖରାପ ହୋଇଯାଏ ସେଦିନ ଆଉ ଜଣେ ସ୍କୁଲ ଯାଏନି।ଦିନ ସାରା ଛାାଇ ପରି ଜଗିଥାନ୍ତି ଜଣେ ଆଉ ଜଣଙ୍କୁ।

ସ୍କୁଲ୍ ରେ ମଧ୍ୟ ଏମାନଙ୍କ ବନ୍ଧୁତା ର ଚର୍ଚ୍ଚା ସଭିଙ୍କ ମୁହଁ ରେ।ଦୁଇ ଜଣ ଯାକ ଖୁବ୍ ଭଲ ପଢୁଥାନ୍ତି ।ଯେତେ ଘନିଷ୍ଠ ସାଙ୍ଗ ହେଲେ ମଧ୍ୟ ପାଠ ପଢା ରେ ତୀବ୍ର ପ୍ରତିଯୋଗିତା ଲାଗିଥାଏ ଦୁହିଙ୍କ ମଧ୍ୟ ରେ।

ପରୀକ୍ଷା ରେ ଦୁଇଜଣ ଯାକ ପାଖା ପାଖି ସମାନ ନମ୍ୱର୍ ରଖିଥାନ୍ତି।ଯଦି କୌଣସି ବିଷୟ ରେ ଜଣକ ର ଅନ୍ୟ ଜଣକ ଠାରୁ ଅଧିକା ନମ୍ୱର୍ ରହିଗଲା ମାନେ ନେକ୍ଟ୍ ପରୀକ୍ଷା ରେ ଆଉ ଜଣେ ତା ଠାରୁ ଭଲ ନମ୍ବର ରଖିବା ପାଇଁ ଚେଷ୍ଟା କରିବ।

ଦୁଇ ବନ୍ଧୁ ନିଜ ବହି,ଖାତା,ଟେଷ୍ଟ ପେପର ସେୟାର କରିବା ସହ ନିଜ ଟିଫିନ୍ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ସେୟାର କରନ୍ତି।ଯଦି କୌଣସି କାରଣରୁ ମୁଁହ ଫୁଲା ଫୁଲି କି ମାନ ଅଭିମାନ କିମ୍ବା ଝଗଡ଼ା ହୋଇଥାଏ ମାତ୍ର କ୍ଷଣିକ ପାଇଁ।ପର ମୁହୁର୍ତ ରେ ପୁଣି ଦୁଇଜଣ ସାଙ୍ଗ ହୋଇପଡନ୍ତି।

ଏମିତି ଚାଲେ ଅନେକ ବର୍ଷ ଧରି।ପ୍ରାଇମେରୀ ପାଠ ସାରି ସେମାନେ ହାଇ ସ୍କୁଲ ରେ ପଢ଼ିଲେ।ସେଇଠି କେତେ କୁଆଡୁ ନୂଆ ପିଲା ଆସିଥାନ୍ତି।ନୂଆ ପିଲା ଙ୍କ ସହ ସାଙ୍ଗ ହେଲେ ମଧ୍ୟ ଏମାନେ ଦୁଇଜଣ ଙ୍କ ବନ୍ଧୁତା ସେହିପରି ଅତୁଟ ଥାଏ।

କିନ୍ତୁ ନବମ ଶ୍ରେଣୀ ରେ ପଢିଲା ବେଳକୁ ଏମାନଙ୍କ ଜୀବନ ରେ ଆସିଲା ଏକ ନୂଆ ମୋଡ଼!

ତାଙ୍କ ସ୍କୁଲ ରେ ନାମ ଲେଖେଇଲା ଏକ ନୂଆ ଚୁଲ୍ ବୁଲି ଝିଅ ଲିଶା।ସେ ଦେଖିବାକୁ ଯେତେ ସୁନ୍ଦର୍ ଥିଲା ତା ସ୍ୱର ତା ଠାରୁ ଆହୁରି ଥିଲା ମିଠା।।ଭଲ ପଢ଼ିବା ସହ ଖୁବ୍ ସୁନ୍ଦର ଛବି ଆଙ୍କି ପାରେ ଓ ସୁନ୍ଦର ଗୀତ ବୋଲି ପାରୁଥିଲା ସେ। ତା ହସ , ତା ଚାଲିଚଳନ,ଆଚାର ବ୍ୟବହାର ରେ ଅଳ୍ପ ଦିନ ମଧ୍ୟ ରେ ସେ ସମସ୍ତଙ୍କ ପ୍ରିୟ ପାତ୍ର ହୋଇପାରିଥିଲା ।ସ୍କୁଲ ର ସମସ୍ତ ଛାତ୍ର ଛାତ୍ରୀ ତା ସହ ସାଙ୍ଗ ହେବାକୁ ବିକଳ ହେଉଥିଲେ।ଧିରେ ଧିରେ ଅଭି ମଧ୍ୟ ଲିଶା ଆଡ଼କୁ ଢଳିବାରେ ଲାଗିଥିଲା।ଆଉ ଆଗ ଭଳି ସେ ବନାନୀ ସହ ସାଙ୍ଗ ହେଉଥିଲା ସତ କିନ୍ତୁ ଲିଶା ସହ ତାର ସବୁଠାରୁ ବଡ଼ ପ୍ରତିଯୋଗିତା ଚାଲିଥାଏ।ପ୍ରଥମେ ପ୍ରଥମେ ଲିଶା ଓ ଅଭି ର କ୍ଲାସ୍ ରୁମ୍ ରେ ସ୍କୁଲ ମଧ୍ୟ ରେ ପ୍ରବଳ ଝଗଡ଼ା ହେଉଥିଲା।ଅନେକ ସମୟ ରେ ବନାନୀ ଏମାନଙ୍କ ମଧ୍ୟସ୍ତି ସାଜି ସେମାନଙ୍କ ଝଗଡ଼ା ଦୂର୍ କରୁଥିଲା।ଧୀରେ ଧୀରେ ଏହି ଝଗଡ଼ା କୋଉ ଦିନ ଏକ ଭଲ ବନ୍ଧୁତା ଓ ପରେ ପ୍ରେମ ରେ ପରିଣତ ହେଇଯାଇଛି ବନାନୀ ସେ ସଂପର୍କ ରେ ସମ୍ପୂର୍ଣ ଅଜ୍ଞ ଥିଲା।ୟା ଭିତରେ ବିତି ଯାଇଥିଲା ଏକ ବର୍ଷ।।ଦଶମ ଶ୍ରେଣୀ ରେ ପାଦ ଦେଇଥିଲେ ସେମାନେ।।ବନାନୀ ଧୀରେ ଧୀରେ ଲକ୍ଷ୍ୟ କରୁଥିଲା ଅଭି ଆଉ ଆଗ ଭଳି ତା ସହ ଏତେ ସାଙ୍ଗ ହେଉନଥିଲା ।।କେବଳ ସ୍କୁଲ ଯିବା ସମୟ ଛାଡ଼ିଦେଲେ ସେ ଆଉ ତାଙ୍କ ଘରକୁ ମଧ୍ୟ ଆସୁନଥିଲା।ପଚାରିଲେ କୁହେ ଦଶମ ବୋର୍ଡ ପରୀକ୍ଷା।।ତେଣୁ ପଢା ରେ ସମୟ ଚାଲିଯାଉଛି।କିନ୍ତୁ ଲିଶା ସହ ଅଭି ର ଘନିଷ୍ଠତା ବଢ଼ି ଚାଲିଥିବା କଥା କିଛି କିଛି ଜାଣି ପାରେି ବନାନୀ।

କାହିଁକି କେଜାଣି ସେ ଲିଶା ସହ ଅଭି ର ଘନିଷ୍ଠତା କୁ ଆଦୌ ସହି ପାରୁନଥିଲା। ଲିଶା ଆଉ ଅଭି ମଝିରେ ପଶି ସବୁବେଳେ କଥା ହେବାକୁ ଲାଗେ।ବନାନୀ ବେଳେ ବେଳେ ଭାବେ ସେ କଣ ଅଭି କୁ ପ୍ରେମକରି ବସିଛି!!ପୁଣି ମନେ ମନେ ହସେ ପ୍ରେମ ନା ଚୋପା।।ଆଉଥରେ ଭାବେ ଯଦି ଏଇଟା ପ୍ରେମ ନୁହଁ ତାହେଲେ ସେ କାହିଁକି ଅଭି ବିଷୟ ରେ ଦିନରାତି ଭାବୁଛି।।ଅଭି କଥା ରେ ହସୁଛି ଆଉ କେତେବେଳେ କାନ୍ଦୁଛି କାହିଁକି?କାହିଁକି ଲିଶା ସହ ମିଳାମିଶା କୁ ଆଦୌ ସହି ପାରୁନି,??

ଏସବୁ ପ୍ରଶ୍ନ ବାରମ୍ବାର ନିଜକୁ ପଚାରି ପଚାରି ତାର ହୃଦ୍ ବୋଧ୍ ହୁଏ ଯେ ଅଭି କୁ ଭଲ ପାଇ ବସିଛି।ଆଉ ତାକୁ ନିଜ ମନ କଥା କହି ଦେବା ଉଚିତ୍।।ନହେଲେ ବିଳମ୍ବ ହେଇଯିବ।ଆଗରେ ଯେ ଦଶମ ବୋର୍ଡ଼ ପରୀକ୍ଷା। ଏସବୁ ଏବେ ଭାବି ଲେ ପରୀକ୍ଷା ଖରାପ୍ ହେଇଯିବ ଭାବି ମନ କୁ ଦୃଢ଼ କରି ପଢା ପଢି ରେ ମନ ଦେଲା।ଦଶମ ପରୀକ୍ଷା ରଶେଷ ଦିନ। ବନାନୀ ଅଭି ପରୀକ୍ଷା ସାରି ସାଙ୍ଗ ହୋଇ ଫେରୁ ଥାନ୍ତି।ବନାନୀ ଦେଖିଲା ଏଇଟା ଉଚିତ୍ ସମୟ ଅଭି କୁ ମନ କଥା ଖୋଲି କହିବାର।ତୋତେ ଗୋଟିଏ କଥା କହିବି ଅଭି?

ହଉ କହୁନୁ।ଏତେ ପଚାରୁଚୁ କଣ?

ତୋ ଆଉ ମୋ ଭିତରେ ଏତେ ଫରମାଲିଟି କେବେଠାରୁ?କ'ଣ କହିବୁ କହ?

ମୁଁ ମଧ୍ୟ ତୋତେ ଗୋଟେ କଥା କହିବି।ତୁ ଆଗ କହି ସାରେ ବନାନୀ।ଅଭି ମୁଁ ତୋତେ ଭଲ ପାଏ

ଅଭି ହସି କି କହିଲା ଆରେ ମୁଁ ମଧ୍ୟ ତୋତେ ଖୁବ୍ ଭଲ ପାଏ।ଖୁବ୍ ଛୋଟ ବେଳୁ ପରା ଆମେ ଦୁହେଁ ଦୁହିଁଙ୍କ ବେଶୀ ଭଲ ପାଉ।ତେଣୁ ଆମେ ଦୁଇ ଜଣ ପରା ବେଷ୍ଟ ଫ୍ରେଣ୍ଡ୍।ନାହିଁ ଅଭି ଭଲ ବନ୍ଧୁ ହିସାବ ରେ ଭଲ ପାଇବା କଥା କହୁନି।ଆଉ କ'ଣ କହୁଛୁ?ଆଶ୍ଚର୍ଯ୍ୟ ହୋଇ ପଚାରୁଥିଲା ଅଭି!

ମାନେ ଜଣେ ଝିଅ ଆଉ ଜଣେ ପୁଅ କୁ ଭଲ ପାଇବା କଥା କହୁଛି ମୁଁ।ବନାନୀ କଥା ଶୁଣିବା ମାତ୍ରେ ଅଭି ର ମୁହଁ ର ରଙ୍ଗ ବଦଳିଗଲା।

କହିଲା ବୁଝିଲୁ ବନାନୀ ତୋତେ ମୁଁ କେବଳ ଜଣେ ଭଲ ସାଙ୍ଗ ହିସାବ ରେ ଆଜି ପର୍ଯ୍ୟନ୍ତ ଭଲ ପାଇ ଆସିଛି।। ତା ଛଡା ଆଉ କିଛି ନୁହଁ।

ମୁଁ ଲିଶା କୁ ଭଲ ପାଏ ତୋତେ ନୁହଁ।ରୋକ୍ ଠୋକ୍ ଭାବେ କହି ଦେଲା ଅଭିଲିଶା କୁ ଦେଖିଛୁ କେତେ ସ୍ମାର୍ଟ୍ ଆଉ ଟାଲେନଟେଡ୍!ଆଉ ତୁ ଭଲ ପାଠପଢୁ କିନ୍ତୁ ଲିଶା ଭଳି ସ୍ମାର୍ଟ୍ ନାହୁ।ତୋଭଳି ଝିଅ ଜଣେ ଭଲ ବନ୍ଧୁ ହୋଇପାରେ କିନ୍ତୁ ପ୍ରେମିକା ନୁହଁ ବନାନୀ ର ପ୍ରଥମ ପ୍ରେମ ନିବେଦନ କୁ ଯେ ଏମିତି ନିଷ୍ଠୁର ଭାବେ ପ୍ରତ୍ୟାଖାନ କରିଦେବ ଅଭି, ସେ ସ୍ବପ୍ନ ରେ ମଧ୍ୟ ଭାବି ନଥିଲା।

ଖୁବ୍ ମାନସିକ ଆଘାତ ପାଇଥିଲା ସେ।।

ସେଦିନ ଘର କୁ ଆସି ଖୁବ୍ କାନ୍ଦି ଥିଲା ବନାନୀ।

ଅଭିମାନ ରେ ଆଉ କଥା ହେଲା ନାହିଁ ଅଭି ସହ।

ଏହାପରେ ଚାଲିଗଲା ମାମୁ ଘରକୁ।।ତାପରେ ମାମୁ ଘରେ ରହି ପଢିଥିଲା +୨।।ଯୋଗ କୁ ବାପା ଙ୍କ ବଦଳି ହୋଇଯାଇ ଥିଲା ଆଉ ଏକ ଦୂର୍ ସ୍ଥାନ କୁ।ଚାଲି ଯାଇଥିଲେ ସେମାନେ।ସେଦିନ ଠାରୁ ସେ କେବେ ଦେଖା କରିନି ଅଭି ସହ।ଅଭି ମଧ୍ୟ କେବେ ନିଜ ଆଡୁ ଦେଖା କରିବା ର ଚେଷ୍ଟା କରିନି।

ଏହାପରେ +୩, ଓ ତାପ ରେ ପି ଜି କଲା ।ଏହାପରେ ଏକ ସରକାରୀ କଲେଜ ରେ ଅଧ୍ୟାପି କା ଭାବେ ଯୋଗ ଦେଲା ସେ।ଧିରେ ଧିରେ ଭୁଲିବାକୁ ଲାଗିଥିଲା ତା ପିଲା ଦିନ କ ଥା।

ସେହି କଲେଜ୍ ର ଆଉ ଜଣେ ଅଧ୍ୟାପକ ସମ୍ବିତ ଙ୍କ ସହ ତା ବାହାଘର ଠିକ୍ ହୁଏ।ପ୍ରଥମେ ପ୍ରଥମେ ଏ ପ୍ରସ୍ତାବ ପାଇଁ ମନା କରୁଥିଲା ବନାନୀ କିନ୍ତୁ ଘର ଲୋକ ଙ୍କ ବାଧ୍ୟ ବାଧକତା ରେ ହଁ ଭରି ଲା ସେ।

ଭାରୀ ଅମାୟିକ, ମିଷ୍ଟ ଭାଷୀ, ସୌମ୍ୟଦର୍ଶି ଯୁବକ ଥିଲେ ସମ୍ବିତ।ହସହସ୍ ମୁହଁ।ନିଜ କଥାବାର୍ତ୍ତା ରେ ସମସ୍ତଙ୍କୁ ଆପଣାର କରିବାର କଳା ବେଶ୍ ଜଣା ଥିଲା ତାଙ୍କୁ।ବନାନୀ ର ମନ କୁ କିଣି ନେଇଥିଲେ ସେ ନିଜ ବ୍ୟବହାର ଦ୍ଵାର।ନିର୍ବନ୍ଧ ସରିଯାଇଥାଏ।ବାହାଘର ମାତ୍ର କିଛି ଦିନ ଥାଏ।।ବନାନୀ ଓ ସମ୍ବିତ ଦୁଇ ଜଣ ଙ୍କ ମଧ୍ୟ ରେ ଗଢି ଉଠିଥିଲା ଏକ ମଧୁର ସମ୍ପର୍କ। ଦୁହେଁ ଦୁହିଁଙ୍କ ସହ ଘଣ୍ଟା ଘଣ୍ଟା ଗପୁଥିଲା ଫୋନ ରେ,କଲେଜ୍ ରେ।।କମନ୍ ରୁମ୍ ,ହୋଟେଲ୍ କ୍ୟାଣ୍ଟିନ ସବୁଠି ଏ ଦୁଇଜଣ ଏକାଠି ଦେଖା ଯାଉଥିଲେ। ଲଭ୍ ବର୍ଡ୍ ଭଳି ଉଡିବୁଲୁଥିଲେ ସହର ସାରା।ପୁରା ଦୃତ ଗତି ରେ ଆଗେଇ ଚାଲିଥିଲା ତାଙ୍କ ପ୍ରେମ ସମ୍ପର୍କ।।କେହି ବାଧା ଦେବାକୁ ମଧ୍ୟ ନଥିଲେ କାରଣ ଆଉ ଅଳ୍ପ ଦିନ ମଧ୍ୟରେ ଏ ଦୁଇଜଣ ଙ୍କ ବିବାହ ହେବାକୁ ଥିଲା

କିନ୍ତୁ ଭଗବାନ ଙ୍କ ଆଉ କିଛି ଅନ୍ୟ ଉଦ୍ଧେଶ୍ୟ ଥିଲା ବୋଧେ।!ସେ ଏମାନଙ୍କ ଖୁସି ସହ୍ୟ କରି ପାରିଲେନି।।ବାହାଘର ମାତ୍ର ଚାରି ଦିନ ଥାଏ କଲେଜ୍ ଆସୁଥିବା ବେଳେ ଦ୍ରୁତ ଗତି ରେ ଏକ ଟ୍ରକ ଆସି ପିଟି ହୋଇଗଲା ସମ୍ବିତ ଗାଡ଼ି ରେ!!!ସେଇଠି ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସମ୍ବିତ।ଏଇ ଦୁଃଖଦ ଖବର କୁ ଆଦୌ ଗ୍ରହଣ କରିପାରିନଥିଲେ ବନାନୀ!ପୁଣି ଥରେ ଏକା ହୋଇଯାଇଥିଲା ସେ।ଭାଙ୍ଗି ଯାଇଥିଲା ସମ୍ପୂର୍ଣ୍ଣ ରୂପେ।,କିଛିଦିନ ପାଇଁ ହରାଇ ବସିଥିଲା ନିଜ ମାନ ସିକ ଭାରସାମ୍ୟଛାଡି ଦେଲା ନିଜ ଚାକିରି।ସବୁ ବେଳେ ଗୁଂମଶୁମ୍ ହୋଇ ରହୁଥିଲା। ନା କାହା ସହ କଥା ବାର୍ତ୍ତା ନା କାହା ସହ ମୀଳା ମିଶା।ନିଜକୁ ଘର ର ଚାରି କାନ୍ଥ ମଧ୍ୟ ରେ ଏକ ରକମ୍ ବନ୍ଦୀ କରିଦେଇଥିଲା ସେ।ତା ର ଏଇ ଦୁଃଖ ବାପା ମା ଦେଖି ପାରିନଥିଲେ।

ତାକୁ ଏଇ ଦୁଃଖ ରୁ ବାହାର କରିବା ନିମନ୍ତେ ତା ସାନ ଭଉିଣି ନେଇ ଆସିଥିଲା ତାକୁ ନିଜ ସହ ମୁମ୍ବାଇ।ସେ ନିଜେ ଏକ ଶିକ୍ଷୟତ୍ରୀ ଥିଲା।। ବନାନୀ କୁ ଦେଖେଇଥିଲ ଏକ ସାଈକିଆଟିଷ୍ଟ୍ ଙ୍କୁ।ପ୍ରାୟ ବର୍ଷେ ପର୍ଯ୍ୟନ୍ତ ଚାଲିଥିଲା ଚିକିତ୍ସା।

ଆଉ ତା ସାନ ଭଉଣୀ ସବୁବେଳେ ବନାନୀ କୁ ହସ ଖୁସି ରେ ରଖିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଲେଇଥିଲା।ବିଭିନ୍ନ ଉଦାହରଣ ଛଳ ରେ,କଥା ମାଧ୍ୟମ ରେ,ଧୀରେ ଧୀରେ ତା ମନକୁ ପରିବର୍ତ୍ତନ କରିବାରେ ଲାଗିଥିଲା ସେ।ସେ ଯେଉଁ ସ୍କୁଲ ରେ ଶିକ୍ଷକତା କରୁଥିଲା ସେଇଠିର ପିଲାଙ୍କ ଦୁଷ୍ଟାମୀ,ସେମାନଙ୍କ ବାଲ୍ୟ ସୁଲଭ ଚପଲତା ର ବିଭିନ୍ନ ଘଟଣା ମାନ ପ୍ରତିଦିନ ବର୍ଣ୍ଣନା କରୁଥିଲା ତା ଆଗେ।ଧିରେ ଧିରେ ମାନସିକ ଅବସାଦ ରୁ ମୁକୁଳି ଥିଲା ବନାନୀ।ତାପରେ ସେ ନିଜେ ଏକ ସ୍କୁଲ ରେ ଶିକ୍ଷୟତ୍ରି ରୂପେ ଯୋଗ ଦେଲା।ଅପା ଅପା ଏ କଣ ତୁ ପୁଣି କାନ୍ଦୁଛୁି?କଣ ହେଇଛି ତୋର?

ଭଉଣୀ ର ଡାକ ରେ ପ୍ରକୁସ୍ଥିତ ହେଲା ସେ।

ନା କିଛି ନୁହଁ ପୁରୁଣା କଥା ଗୁଡିକମନେ ପଡିଗଲା।କେତେ ଥର କହିଛି ଅପା ଅତୀତ କୁ ଯେତେ ଉଖାରିବୁ ସେତେ କଷ୍ଟ ପାଇବୁ।ଅତୀତ ଦୁଃଖ ଛଡ଼ା କିଛି ଦିଏ ନି।ବର୍ତ୍ତମାନ କୁ ନେଇ ବଞ୍ଚିବା ଶିଖ।ଏବେ ଯେଉଁଠି ଅଛୁ ସେଇଠି ଖୁସି ଖୋଜିବା କୁ ଚେଷ୍ଟା କରେ ଦେଖିବୁ ଜୀବନ ଟା କେଡେ ସୁନ୍ଦର ହୋଇଯିବ।ସେ କୁନି କୁନି ପିଲାଙ୍କୁ ନିଷ୍ପାପ ହସରେ ତୋତେ ସବୁ ଖୁସି ମିଳିଯିବ

ହଉ ହେଲା ଆ ଖାଇବା ମୋତେ ଭାରି ଭୋକ କହି ବନାନୀ ଚାଲିଗଲା ରୋଷେଇ ଘରକୁ।

ବହୁତ ଥର ଭାବିଛି ଅଭି କୁ ଫୋନ କରିବ।।ସେ ଆସିବା ପରେ କଣ ସବୁ ଘଟିଲା ଅଭି ଜୀବନ ରେ।।।ଆଉ କିଏ ସେ ଭାଗ୍ୟବତୀ, ଲିଶା ନା ଆଉ କିଏ ଯାହାକୁ ଅଭି ବିବାହ କରିଥିଲା ଅନେକ ପ୍ରଶ୍ନ ତା ମନ ରେ!କିନ୍ତୁ ପୁଣି ବେଳେ ବେଳେ ଭାବେ ନା ଫେରିବନି ସେ ପୁରୁଣା ଦିନ କୁ? କଣ ମିଳିବ ଅଭି ର ଅତୀତ ରୁ।ଏମିତି ଭାବି ଭାବି ବିତିଯାଏ ଅନେକ ଦିନ।ସ୍କୁଲ୍ ରେ କୋମଳ ମତି ଶିଶୁ ଙ୍କୁ ଦେଖି ସେ ଭୁଲିଯାଏ ସବୁ କିଛି।ତାଙ୍କ ସହ ହଜାଇ ଦିଏ ନିଜକୁ ସମ୍ପୂର୍ଣ୍ଣ ଭାବେ। 

ଅଭିଳାଷା କୁ ଦେଖିଲେ କିଛି ଭାବାନ୍ତର ତା ମନ ରେ ସୃଷ୍ଟି ହୁଏ କିଛି କ୍ଷଣ ପାଇଁ କିନ୍ତୁ ପୁଣି ସେ ସ୍ବଭାବିକ ହୋଇଯାଏ।

ଖୁବ୍ ଅଳ୍ପ ଦିନ ରେ ପିଲାମାନଙ୍କ ମଧ୍ୟ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରି ଥିଲା ସେ।ସେ ଦିନେ ବି ଅଭି କୁ ଫୋନ କରିଲା ନାହିଁ।

ଦିନେ ସ୍କୁଲ ରୁ ଫେରିବା ବେଳେ ପୁଣି ଥରେ ଦେଖା ହୋଇଗଲା ଅଭି ସହ।।ଅଭି ତା ଝିଅ କୁ ନେବା ପାଇଁ ଆସିଥିଲା।ଏ ବନାନୀ ଆସ ମୁଁ ତୁମକୁ ଛାଡ଼ିଦେବି ତୁମ ଘରେ।

ନାହିଁ ଅଭି ମୁଁ ଚାଲିଯିବି କହି ଚାଲିିବାକୁ ଆରମ୍ଭ କଲା ବନାନୀ।କିନ୍ତୁ ବାଧ୍ୟ କରି ଡାକି ଗାଡ଼ି ରେ ବସେଇଲା ଅଭି।।ଅଗତ୍ୟା ବସିଲା ସେ କାର ରେ।ଘର ନିକଟ ରେ ଛାଡି ଚାଲିଯାଉଥିଲା ଅଭି କିନ୍ତୁ ସୌଜନ୍ୟ ଦୃଷ୍ଟି ରୁ ଘର ଭିତର କୁ ଡାକିଲା ବନାନୀ।ବସି ବସି ଦୁହେଁ ପୁଣି ଫେରିଗଲେ ଅତୀତ କୁ।ବନାନୀ କହିଚାଳିଥିଲା ତା ଜୀବନ ର ସମସ୍ତ ବୃତ୍ତାନ୍ତ।ତାପରେ ଆରମ୍ଭ କଲା ଅଭି,ବନାନୀତୁ ମ୍ୟାଟ୍ରିକ ପରେ ଚାଲିଗଲୁ ମାମୁ ଘରକୁ।।ଦିନେ ମଧ୍ୟ ଦେଖା କରିଲୁ ନାହିଁ ଆମ ସହ।ଖୁବ୍ ମନେ ପକାଉଥିଲ ମୁଁ ଓ ଲିଶା ତୋତେ।।ଆମର ଜଣେ ଉତ୍ତମ ବନ୍ଧୁ ଙ୍କୁ ହରେଇଦେବାର୍ ଦୁଃଖ ବହୁତ ଦିନ ଯାୟେଁ ଆମ ମନ ରୁ ଲିଭିନଥିଲା।ତାପରେ ବାହାରିଥିଲା ପରୀକ୍ଷା ଫଳ।ପ୍ରଥମ ଶ୍ରେଣୀ ରେ ପାସ୍ କରିଥିଲୁ ଆମେ ଦୁହେଁ।ତାପରେ ବିଜ୍ଞାନ ନେଇ ରେ +୨ ସାରିଲୁ।ଏହାପରେ ଭୁବନେଶ୍ୱର ର ଏକ ଘୋରୋଇ ଇଞ୍ଜିିୟରିଙ୍ଗ୍ କଲେଜ୍

ରେ ପାଠ ପଢିଲୁ।ତାପରେ ଆମେ ଚାଲିଆସିଥିଲୁ ମୁମ୍ବାଇ।ଏଇଠି ଆମେ ଦୁହେଁ ଅଲଗା ଅଲଗା ଜାଗାରେ ଚାକିରୀ ଆରମ୍ଭ କଲୁ ,ତାପରେ ବିବାହ।

ଖୁବ୍ ଖୁସି ଥିଲୁ ଆମେ ଦୁହେଁ। ଲିଶା ବିନା ମୁଁ ଆଉ ମୋ ବିନା ଲିଶା ଯେମିତି ଅଧୁରା ଥିଲା ଆମ ଜୀବନ। ଏମିତି ବିତିଗଲା ପାଞ୍ଚ ବର୍ଷ।ତାପରେ ଆସିଲା ଆମ କୋଳ କୁ ଆମ ଝିଅ ଅଭିଳାଷା।

ଯିଏ ଆମ କୁ ସମ୍ପୂର୍ଣ୍ଣତା ପ୍ରଦାନ କରିଥିଲା।ଆମ ର ଏକ ହସ ଖୁସି ର ପରିବାର ଥିଲା।

କିନ୍ତୁ ବିଧି ର ବିଧାନ ବଡ଼ ବିଚିତ୍ର।।ଆମ ଖୁସି କୁ ସେ ସହି ପାରିଲେ ନାହିଁ।।।ଝିଅ କୁ ମାତ୍ର ତିନି ବର୍ଷ ହୋଇଥିବାବେଳେ ଏକ ଦୁଃସାଧ୍ୟ ରୋଗ ରେ ପଡିଲିଶା ଛାଡ଼ି ଚାଲିଗଲା ଆମ କୁ ଏକା କରି।ସେଦିନ ଠାରୁ ଝିଅ ର ଉଭୟ ମାଆ ଓ ବାପା ର ଭୂମିକା ତୁଲାଇ ଚାଲିଛି ମୁଁ।

ଏତିକି କହିବା ମାତ୍ରେ ଆଖି ଛଳ ଛଳ ହୋଇଯାଇଥିଲା ଉଭୟଙ୍କର ।

ପାପା ଯିବା ଡେରି ହେଲାଣି ଅଭିଳାଷା ର ଡାକ ଶୁଣି ଯିବା ପାଇଁ ପ୍ରସ୍ତୁତ ହେଲା ଅଭି।

ମୁଁ ଆସୁଚି ବନାନୀ କହି ଚାଲିଗଲ ଅଭି।

ତା ଯିବା ବାଟକୁ ଅପଲକ୍ ନୟନ ରେ ଚାହିଁ ରହିଥିଲା ବନାନୀ।ଏହାପରେ ରୀତି ମତ ଫୋନ୍ କରି ଗପିବା ଆରମ୍ଭ କରିଦେଇଥିଲେ ସେ ଦୁହେଁ।ଦିନ ନାହିଁ ରାତି ନାହିଁ ସବୁ ସମୟ ରେ ଫୋନ କରୁଥିଲା ବନାନୀ କୁ ଫୋନ।ପ୍ରତି ମୁହୁର୍ତ୍ତ ରେ ମନେ ପକାଇଚାଲିଥିଲା ତାଙ୍କୁ ପିଲା ବେଳର ସ୍ମୃତି।ସେଦିନ ଥାଏ ଅଭିଳାଷା ର ଜନ୍ମଦିନ।ବନାନୀ ଓ ତା ସାନ ଭଉଣୀ କୁ ନିମନ୍ତ୍ରଣ କରିଥାଏ ଅଭି।ବନାନୀ ଏକୁଟିଆ ହିଁ ଯାଇଥିଲା ସେ ଜନ୍ମ ଦିନ ପାର୍ଟୀ କୁ । କାରଣ ତା ଭଉଣୀ ଅନ୍ୟ କୌଣସି କାର୍ଯ୍ୟ ରେ ବ୍ୟସ୍ତ ଥିବାରୁ ଆସି ନଥିଲା।

ବହୁତ ଲୋକ ନିମନ୍ତ୍ରିତ ହୋଇଥାନ୍ତି।ଭାରି ଧୁମ୍ ଧାମ ରେ ପାର୍ଟି ସରିଲା।ସେତେବେଳକୁ ଅନେକ ରାତି ହୋଇଯାଇଥାଏ।ତେଣୁ ଅଭି ବନାନୀ କୁ ନିଜେ ତା ଘରକୁ ଛାଡ଼ିବାକୁ ଆସିଲା।

ବାଟରେ ଆସୁ ଆସୁ ଅଭି କହିଲା,"ବନାନୀ ମୁଁ ଆଜି ତୋତେ ଗୋଟିଏ କଥା କହିବା ପାଇଁ ଚାହୁଁଛି?ହଁ ଅଭି କଣ କହିବ କୁହ ?ବନାନୀ ମୁଁ ତୋତେ ଭଲ ପାଏ।ମୋତେ ବିବାହ କରିବୁ?

ଅଭି ଦୃଢ଼ ନିଶ୍ଚିତ ଥିଲା ଯେ ବନାନୀ ତାକୁ ଏବେ ମଧ୍ୟ ଭଲ ପାଉଛି ଓ ସେ ଏପରି ପ୍ରସ୍ତାବ କୁ କେବେ ହାତ ଛଡା କରିବ ନାହିଁ।

ତାକୁ ଚକିତ କରି ବନାନୀ କହିଲା ଅଭି ମୁଁ ବି ତୁମକୁ ଖୁବ୍ ଭଲପାଏ।

ଖୁସି ରେ ଗଦଗଦ ହୋଇ ଅଭି କହିଲା ମୁଁ ଜାଣିଥିଲି ବନାନୀ ତୁ ମୋତେ ଏବେ ବି ଭଲ ପାଉଛୁ।ଆଉ ତୋ ଉତ୍ତର ହଁ ହି ହେବ।

କିନ୍ତୁ ତାକୁ ହତଚକିତ କରି ବନାନୀ ଉତ୍ତର ଦେଲା,ତୁମେ ଭୂଲ୍ ବୁଝିଲ ଅଭି ମୁଁ ତୁମକୁ ମୋର ଜଣେ ଭଲ ସାଙ୍ଗ ଭାବେ ଭଲ

ପାଏ । ତା ଛଡା ଆଉ କିଛି ନୁହେଁମୁଁ ତୁମକୁ ନୁହେଁ ଆଉ କାହାକୁ ଭଲ ପାଏ।ଯିଏ କି ମୋତେ ଏକ ନୂଆ ଜୀବନ ଦେଇଛି।ଯାହା ପାଇଁ ମୁଁ ପୁଣି ଥରେ ମୋ ପରିଚୟ ଫେରି ପାଇଛି।

ଆଶ୍ଚର୍ଯ୍ୟ ହେଉଛ ନା କିଏ ସେ ବୋଲି!!

ହଉ ତେବେ ଶୁଣମୁଁ ଭଲ ପାଏ ସେହି କୋମଳ ମତି ନିଷ୍ପାପ ନିରୀହ ଛୁଆଁ ଙ୍କ ହସ ହସ ମୁହଁ କୁ।ମୁଁ ଭଲ ପାଏ ସେମାନଙ୍କ ସାନିଧ୍ୟ କୁ।ମୁଁ ଭଲ ପାଏ ସେହି କୁନି କୁନି ଛୁଆଁ ଙ୍କ ଦୋରଟି କଥା,ମିଠା ମିଠାଚପଳତା କୁ।ମୁଁ ଭଲ ପାଏ ମୋ ପରିବାର,ସେମାନଙ୍କ ସ୍ନେହ ମମତା ଓ ମୋ କର୍ତ୍ତବ୍ୟ କୁ।

ଆଜି ଲିଶା ର ଅନୁପସ୍ଥିତି ତୁମକୁ ହୁଏ ତ ମୋ ଆଡ଼କୁ ଟାଣି ଆଣିଛି।ଏହା କେବେ ପ୍ରେମ ହୋଇ ନ ପାରେ। କାଲି ହୁଏତ ଆଉ କୋଉ ସୁନ୍ଦରୀ ଝିଅ କୁ ଦେଖିଲେ ତୁମେ ପୁଣି ଥରେ ମୋତେ ପ୍ରତ୍ୟାଖ୍ୟାନ କରି ଦେଇପାର।ତୁମ ଝିଅ ପ୍ରତି ମୋ ସ୍ନେହ ଦେଖି ଏଇଟା ଭାବନି ଯେ ମୁଁ ତୁମ ପ୍ରତି ଆକର୍ଷିତ।

ମୋ ଭଲ ପାଇବା କେବଳ ସମ୍ବିତ ଙ୍କ ସ୍ମୃତି ସହ ଜଡ଼ିତ ହୋଇ ରହିଛି।ସମ୍ବିତ ଙ୍କ ଛଡା ଆଉ କାହା ବିଷୟ ରେ ମୁଁ ସ୍ଵପ୍ନ ରେ ମଧ୍ୟ ଭାବିବାକୁ ଚାହେଁନା।ମୋତେ ମୋ ସମ୍ବିତ ଙ୍କ ସ୍ମୃତି ରେ ବଞ୍ଚିବାକୁ ଛାଡ଼ି ଦିଅ।କାରଣଆଉ ସହିବା ଭଳି ଶକ୍ତି ମୋ ଦେହ ରେ ନାହିଁ।ମୁଁ ଯେମିତି ଅଛି ସେମିତି ରେ ଖୁସି

ଇତି ମଧ୍ୟ ରେ ଆସିସାରିଥିଲା ତା ଘର।ମୁଁ ଆସୁଛି କହି ଝଡ ବେଗ ରେ ଚାଲି ଯାଇଥିଲା ବନାନୀ।

ତା କଥା ଗୁଡ଼ିକ ଅଭି ର ହୃଦୟ ତନ୍ତ୍ରୀ କୁ ଥରାଇ ଦେଉଥିଲା ଖୁବ୍ ଶକ୍ତ ଭାବେ।କେହି ଜଣେ ନାରୀ କେବେ କଣ ଏମିତି ସମ୍ମୁଖ ରେ ପ୍ରେମ ର ପ୍ରତ୍ୟାଖାନ କରି ପାରେ!ଏତେ ଶାଣିତ ହୋଇପାରେ ଜଣେ ନାରୀ ର କଟାକ୍ଷ!

ଅପମାନ ରେ ଜର୍ଜରିତ ହୋଇ ତା ଯିବା ବାଟକୁ ବିସ୍ମିତ ହୋଇ ଅନାଇ ରହିଥିଲା ଅଭି ।



Rate this content
Log in

Similar oriya story from Romance