କୌଶଳେ କୁଶଳୀ
କୌଶଳେ କୁଶଳୀ
ଏ ବର୍ଷର ସାଙ୍ଘାତିକ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ. ଏ. ସି ଲଗେଇ ଶୋଇଲେ ତାଙ୍କର କଫ ସ୍ୱାସ ବଢିଯାଏ ବୋଲି, ବାଡ଼ିପଟ ସବୁଠୁ ଖୋଲା ଘରେ ଶୋଇବାକୁ ପସନ୍ଦ କରନ୍ତି ଅନିରୁଦ୍ଧ. ଲମ୍ବା ପ୍ରଶସ୍ତ ଘରେ ଗୋଟେ ପଟ ଦକ୍ଷିଣ ଦିଗ କୁ କେବଳ ଜାଫ୍ରି ଦ୍ୱାରା ଆବଦ୍ଧ କରାଯାଇଛି. ତେଣୁ ମଶାରି ଟାଣି ମଶା ଦାଉରୁ ରକ୍ଷା ପାଇ ସେହି ଘରେ ସ୍ୱାମୀଙ୍କ ସହ ଖୋଲା ପବନ ପାଇ ଶୁଅନ୍ତି ତପି
ପାପୋଛ ଉପରେ କପଡା ପକାଇ, ଜାଫ୍ରି ରେ ସ୍କ୍ରିନ ଲଗାଇ ଘରକୁ ଯେତେ ସଜାଡିଲେ ମଧ୍ୟ ମନ ବୁଝୁନଥିଲା ତପିଙ୍କର. ସେଦିନ ଶୋଇବାକୁ ଗଲା ବେଳେ ପାପୋଛ ଉପରେ ପଡ଼ିଥିବା କପଡା ଟି ନଥିଲା. ଏମୁଣ୍ଡୁ ସେମୁଣ୍ଡ ଯାଏଁ ଦୁଇହଳ ପୁରୁଣା ବମ୍ବେଇପାର୍ଟନ ଖଟ. ଖୋଲା ଜାଫ୍ରି ବାଟେ ଜନ୍ତୁ ଜୁନ୍ତା କହିଲେ, ଶିଆଳିଆପତନୀ, ନେଉଳ ଆସି କଣ କପଡା ନେଇଗଲେ ? ମନରେ ଭୟ ସାପ ନୁହେଁ ତ!ସ୍ୱାମୀ ବୁଝାଇଦେଲେ ନାଇଁମ, ମୂଷା. କପଡାଟି ଘୋଷାଡି ନେଇ କେହି ଆରପଟ ର ଡବଲ ଖଟ ତଳେ ପକାଇଛି.ହାତ ପାଉଥିଲା ତ ନେଇଆସିଲେ ତପି , ସଫା କରି ପୁଣି ଦ୍ୱିତୀୟ ଦିନ ଦେଖିଲା ବେଳକୁ ସେହି କଥା. ମନରେ ଦ୍ଵନ୍ଦ. ମୂଷା କେତେବେଳେ ନେଉଛି?? ଆଉ ହାତ ପାଉନି ଆଣିବାକୁ କପଡା ଟି ତ ନଉ ମୂଷା ଭାବି ସେଦିନ କଣ ଦୁଇ ଚାରିଦିନ ଗଲା ପରେ ଝଡ଼ା ଝଡି ସଫା ସଫି କରୁ କରୁ କପଡା ଟି ଭିଡି ଆଣିଲା ବେଳକୁ ତା ଭିତରେ ଅଣ୍ଡା କେଇଟି. ତ ମୂଷା ନୁହେଁ ଜାଣି, ଅଣ୍ଡା ଦିଆ କପଡ଼ାକୁ ଯଥା ସ୍ଥାନରେ ରଖି ଅପେକ୍ଷା କଲେ ତପି. କିଏ ହେଇପାରେ !ଯିଏ ବି ହେଉ ଛୁଆ ଫୁଟାଇବ ତ ଉଦେଶ୍ୟ ମନ୍ଦ ନୁହେଁ ସତ ହେଲେ ସାପ ଯଦି ହେଇଥିବ?
ଅଣ୍ଡା ଗୁଡିକର ଆକୃତି ଦେଖି ସାପ ହେଇନଥିବ କେବେ ବୋଲି ଦୃଢତାରେ କହୁଥିଲେ ସ୍ୱାମୀ ତ, ତପି ସେଦିନ ଅପେକ୍ଷା କଲେ, ଶୋଇବାର ଛଳନା କରି ପଡିରହିଲେ, ରାତ୍ରୀର ଉଡାଳି ଆସିଲା, ଗୋଟେ ନୁହେଁ, ଦୁଇଗୋଟି ପେଚାଙ୍କୁ ଦେଖି ତପି ଙ୍କର ହୋସ ଉଡ଼ିଗଲା. ଅଶୁଭ ସଂକେତ ନୁହେଁତ ଭାବନାରେ କାଳୀ, ଦୁର୍ଗା ସନ୍ତୋଷୀ ମାଆଙ୍କୁ ଡାକୁଥିଲେ. ପିଲାମାନଙ୍କୁ ମୋର ଘଣ୍ଟ ଘୋଡେଇ ରଖ ପ୍ରଭୁ କହୁଥିଲା ବେଳେ, ସ୍ୱାମୀ ଶୋଇବା ମଜ୍ଜା ଛାଡ଼ି ସେଘରେ ହିଁ ଶୋଇରହୁଥିଲେ ତ ତପି ମଧ୍ୟ ବାଧ୍ୟ ହେଉଥିଲେ ।
ଛୁଆ ଫୁଟିଲା. ଚିଂ ଚାଁ ଶବ୍ଦ ଭାଷି ଆସିଲା. ପକ୍ଷୀ ଦାମ୍ପତ୍ତି ମଧ୍ୟ ଭୟଭୀତ ହେଲାପରି ଜଣା ପଡିଲା. ଦିନ ବେଳା ମଧ୍ୟ କେବେ କେମିତି ମାଆ ପକ୍ଷୀ ଆସୁଥିଲା. ସେମାନେ ତାଙ୍କ ବୁଦ୍ଧି ବଳ କୌଶଳ ଜୁଟାଇ ଯେତେ କୁଶଳୀ ହେଲେ ବି ମଣିଷ ଓ ପକ୍ଷୀ ଭିତରେ ଥିବା ଦୂରତ୍ତ୍ୱର ପରିପ୍ରକାଶନୀରେ ତପି ଓ ତାଙ୍କ ସ୍ୱାମୀ ସେ ଘର ଛାଡିବାକୁ ବାଧ୍ୟ ହେଲେ. ଏପଟୁ ଚାବି ଦିଆ ହୋଇ ରହିଛି ଆଦ୍ୟାବଧି ଘରଟି. ଛୁଆ ବଡ଼ ହୋଇ ଉଡିଯାଆନ୍ତୁ ସପରିବାର, ଦୁଆର ଖୋଲିବା କହୁଥାନ୍ତି ସ୍ୱାମୀ, ଅନିରୁଦ୍ଧ ।