SUKANTA KHANDA

Children Stories

4  

SUKANTA KHANDA

Children Stories

କୁମୁଟିଆ ନଦୀ

କୁମୁଟିଆ ନଦୀ

3 mins
6



କୁଳୁକୁଳୁ ବୋହୁଥିଲା କୁମୁଟିଆ ନଦୀଟି। ସେ ଆଜି ଭାରି ଆନନ୍ଦିତ କି ତାର ଅତି ଆପଣାର ପାଖରେ ପହଞ୍ଚିଯିବ। ଭାରି ଅସ୍ତ ଆଉ ବ୍ୟସ୍ତ ଭିତରେ ସର୍ପିଳ ଗତିରେ ଚାଲୁଥିବା କୁମୁଟିଆ ନଦୀକୁ ବୁଢ଼ା ବେଲ ପାହାଡ ଅଟକାଇ କହିଲା,"କୁମୁଟିଆ ! ତୁମେ ଆଜି ଏତେ ତରତର ହେଉଛ କାହିଁକି? ଯିବ ତ ଯିବ ଦଣ୍ଡେ ଅଟକି ଯାଉନ ଦୁହେଁ ବସିକି କଥାବାର୍ତ୍ତା ହେବା। ଦୁଃଖ ଓ ସୁଖର କଥାବାର୍ତ୍ତା ହେଲେ ଦେହ ଓ ମନ ହାଲୁକା ସହିତ ପ୍ରଫୁଲ୍ଲ ରହିବ ଆଉ ଭବିଷ୍ୟତ ମାର୍ଗ ବି ଉନ୍ମୁକ୍ତ ପାଇଁ ପୂରା ସହାୟକ ହେବ।"

     କୁମୁଟିଆ ନଦୀ ସାମାନ୍ୟ ଅଟକି ଯାଇ କହିଲା,"ଭାଇ ! ମୋର ସମୟ ହିଁ ନାହିଁ। ମୋତେ ମୋର ଧର୍ମ ଓ କର୍ମ କରିବାକୁ ହେବ ଆଉ ଯଦି ନ କରିବି ତ ଈଶ୍ବରଙ୍କ ପାଖରେ ସମ୍ପୂର୍ଣ ଦ୍ରୋହୀ ହୋଇକି ରହିଯିବି।" ବାସ ! ଏତିକି କହି ତାର ଗନ୍ତବ୍ୟ ପଥରେ ଚାଲିବା ଆରମ୍ଭ କଲା। ବୁଢ଼ା ବେଲ ପାହାଡ଼ ଏ କଥା ଶୁଣି ନିଜକୁ ପୂରା ଅସହ୍ୟବୋଧ ହେଲା। ତାକୁ ଅପମାନ ପରି ଲାଗିଲା ତ ଆଗରେ ଠିଆ ହୋଇ କୁମୁଟିଆ ନଦୀକୁ ପୂରା ଅଟକାଇ ଦେଲା। ବିଚରା କୁମୁଟିଆ ନଦୀ କରେ କ'ଣ? ସେ ଯେ ଯୁଗ ଯୁଗର ସାଥୀ ସମୁଦ୍ର ସହିତ ମିଶିବାର ଅଭିଳାଷ ଅଛି। ସେ କ'ଣ ପୂର୍ଣ୍ଣାଙ୍ଗ ହୋଇ ପାରିବ ନାହିଁ? ନିଜକୁ ନିଜେ ଭାବି କାନ୍ଦିବା ଆରମ୍ଭ କରିଦେଲା। ହଠାତ୍ କୁଆଡେ଼ ଥିଲା ପବନ ଆସିକି କାନ ତଳେ ଥାଇ କହିଲା,"କୁମୁଟିଆ ନଦୀ ! ଅଟକି ଗଲେ ଚଳିବ ନାହିଁ। ନିଜକୁ ବିସ୍ତାରିତ କରିବାକୁ ହେବ ଆଉ କଠିନ ଶ୍ରମ କରିବ ତ ଆଗକୁ ଯିବାର ବାଟ ବିଲକୁଲ ପାଇଯିବ। କୁମୁଟିଆ ନଦୀ ପବନ ପାଖରୁ ଏକ ପ୍ରକାର ସାହାରା ପାଇଗଲା। ସେ ନୀରବ ହୋଇକି ବସି ରହିଲା ନାହିଁ। ଚାରିଆଡ଼େ ବାଟ ଖୋଜିଖୋଜି ଶେଷରେ ସାମାନ୍ୟ କଣାଟିଏ ପାଇଗଲା ତ ଗଳିଯାଇ ନିଜକୁ ବିସ୍ତାର କରିଦେଲା ଫଳତଃ ବୁଢ଼ା ବେଲ ପାହାଡ଼ର ପେଟ ଫୁଟାଇ କୁମୁଟିଆ ନଦୀ ଆର ପାରିକୁ ଚାଲିଗଲା। 

      ବିଚରା ବୁଢ଼ା ବେଲ ପାହାଡ଼ ଭୀଷଣ ଆକାର ଧାରଣ କରିଥିବା ନିଜର ଦେହଟା ଏକବାର ଚୁରମାର ହୋଇଗଲା। ସେ ତାଳଗଛ ପରି କଚାଡ଼ି ହୋଇ ଖଣ୍ଡଖଣ୍ଡ ସହ ନଦୀର ଗର୍ଭରେ ପଡ଼ିବା ଆରମ୍ଭ ହେଲା। ବୁଢ଼ା ବେଲ ପାହାଡ଼ ବଡ଼ ନେହୁରା ହେଉଥିଲା କି ହେ କୁମୁଟିଆ ନଦୀ ତାକୁ ସାଙ୍ଗରେ ନେଇକି ଯାଅ ନାହିଁ ଛାଡିକି ନିଜେ ଚାଲିଯାଅ କିନ୍ତୁ କୁମୁଟିଆ ନଦୀ କୌଣସି ଆଡ଼କୁ ଲକ୍ଷ୍ୟ ନ ଥିଲା। ସେ କେବଳ ଅତିପ୍ରିୟ ସମୁଦ୍ର ସହିତ ମିଶିବା ଅଭିଳାଷରେ ଧାଇଁଲା ଆଉ ଧାଇଁଲା। ସେ ସମୁଦ୍ର ସହିତ ମିଶି ଏକାକାର ହୋଇଗଲା। ତାର ଜୀବନ ଯେମିତି ପୂରା ସାର୍ଥକ ହୋଇଗଲା। ମିଳନ ସମୟରେ ସମୁଦ୍ର କହିଲା,"କୁମୁଟିଆ ନଦୀ ! ତୁମେ ଏକାକୀ ନ ଆସି ଏ ବୁଢ଼ା ବେଲ ପାହାଡକୁ ସାଙ୍ଗରେ ଆଣିଲ କାହିଁକି?" କୁମୁଟିଆ ନଦୀ କିଛି କହିବାକୁ ଯାଉଥିଲା ହେଲେ ବୁଢ଼ା ବେଲ ପାହାଡ କଥାକୁ ଟାଣିଆଣି କହିଲା,"ପ୍ରଭୁ ! କୁମୁଟିଆ ନଦୀର କୌଣସି ଭୁଲ ହିଁ ନାହିଁ। ମୋର ଗର୍ବ ଓ ଅହଙ୍କାର ହିଁ ମୋତେ ଏଠାକୁ ଆସିବାକୁ ବାଧ୍ୟ କରିଛି। ଆଜି ମୁଁ ନିରୁପାୟ ଆପଣ ମୋତେ ବି ଆପଣଙ୍କ ହୃଦୟରେ ସ୍ଥାନ ଦିଅନ୍ତୁ। ବୁଢ଼ା ବେଲ ପାହାଡ କଥା ଶୁଣି ସମୁଦ୍ର ତାର ବିଶାଳ ବାହୁରେ କୁଣ୍ଢେଇ ନେଲା ଆଉ କହିଲା,"ବେଲ ପାହାଡ଼ ! କେବେ ବି କାହାର ଚଲା ପଥରେ କିଏ ବି ଯଦି ବାଧା ସୃଷ୍ଟି କରେ ତେବେ ପରିଣତି ତୁମର ପରି ହେବ ହିଁ ହେବ।" ବୁଢ଼ା ବେଲ ପାହାଡ଼ ଆଖିରେ ଲୁହର ବନ୍ୟା। ସେ ଅନୁତାପ କରୁଥିଲା ଆଉ ଶପଥ ବି ନେଲା କି ଜୀବନରେ କେବେ ବି କାହାର ପଥକୁ ଅବରୋଧ କରିବ ନାହିଁ। ନିଜର କର୍ମ ଓ ଧର୍ମରେ ସଦା ସର୍ବଦା ମନକୁ ନିବେଶ କରିବ। 

     ପାଖରେ ଥାଇ କୁମୁଟିଆ ନଦୀ ମୁରୁକି ମୁରୁକି ହସୁଥିଲା କାରଣ ନିଜର ଜୀବନକୁ ସାର୍ଥକ କରିବା ସହିତ ବୁଢ଼ା ବେଲ ପାହାଡକୁ ମଧ୍ୟ ଉଚିତ୍ ଶିକ୍ଷାଟିଏ ଦେଇଛି ଆଉ ବୁଢ଼ା ବେଲ ପାହାଡ ବି ନିଜର ଅନୁତାପରେ ସଢ଼ିକି ଆଖିରୁ ଲୁହ ଗଡ଼େଇ ସମୁଦ୍ର ଭିତରେ ରହିବାକୁ ବାଧ୍ୟ ହୋଇଛି। ସେହି ଦିନଠାରୁ ସମୁଦ୍ର ଭିତରେ ଠାଏଠାଏ ପାହାଡ଼ ଦେଖିବାକୁ ମିଳୁଛି। ପାହାଡ଼ ନିଜର ଅପକର୍ମ ପାଇଁ ଏବେ ବି ଲୁହ ଓ କୋହରେ ସଢ଼ି ସମୁଦ୍ର ଭିତରେ ଉବୁଟୁବୁ ହେଉଛି।

           


Rate this content
Log in