arun sahoo

Action Classics Inspirational

3  

arun sahoo

Action Classics Inspirational

ନୀଳଚକ୍ର

ନୀଳଚକ୍ର

1 min
188



ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଶୀର୍ଷରେ ଥିବା ନୀଳଚକ୍ର ଅଷ୍ଟ ଧାତୁ(ଲୁହା, ତମ୍ବା, ଜସ୍ତା, ପାରା, ସୀସା, ପିତ୍ତଳ, ରୁପା ଓ ସୁନା)ରେ ନିର୍ମିତ। ଏହାର ପରିଧି ପ୍ରାୟ ୩୬ ଫୁଟ ଅଟେ ଓ ଚକ୍ର ଭିତରର ପରିଧି ୨୬ ଫୁଟ। ଚକ୍ରର ଉଚ୍ଚତା ପ୍ରାୟ ୨୦ ଫୁଟ ଓ ଓଜନ ଏକ ଟନ।


ମନ୍ଦିର ସେବାୟତ ମାନଙ୍କ ମଧ୍ୟରେ ଏକ ନିର୍ଦିଷ୍ଟ ଶ୍ରେଣୀ ଅଛନ୍ତି ଯିଏ ନୀଳ ଚକ୍ରର ସେବା ସେବା କରିବା ପାଇଁ ନିଯୁକ୍ତ ହୋଇଥାନ୍ତି ସେମାନଙ୍କୁ ଗରୁଡ଼ ସେବକ ବା ଚୁନାର ନିଯୋଗ ରୂପରେ ଜଣାଯାଇଥାଏ।


ପ୍ରତ୍ୟେକ ଦିନ ସୂର୍ଯ୍ୟାସ୍ତ ସମୟରେ ଗରୁଡ଼ ସେବକ ନୀଳ ଚକ୍ର ଉପରେ ଭକ୍ତଙ୍କ ଦ୍ୱାରା ଚଢାଯାଇଥିବା ଧ୍ବଜ ବାନ୍ଧିବା ନିମନ୍ତେ ୨୧୪ ଫୁଟ ଉଚ୍ଚ ମନ୍ଦିର ଶୀର୍ଷ କୁ ଚଢ଼ିଥାନ୍ତି।


କିନ୍ତୁ ଏହି ଚକ୍ର ବିଷୟରେ ରୁଚିକର ତଥ୍ୟ ହେଉଛି ଯେ, ଆପଣ ଏହି ଚକ୍ରକୁ ପୁରୀ ସହରର କୌଣସି ବି କୋଣରୁ ଦେଖିପାରିବେ। ଚକ୍ରର ସ୍ଥିତି ଓ ସ୍ଥିତି ପଛରେ ଥିବା ଇଞ୍ଜିନିଅରିଂ ଏବେ ବି ଏକ ରହସ୍ୟ। କାରଣ ଆପଣଙ୍କ ଅଲଗା ଅଲଗା ସ୍ଥିତି ସତ୍ତ୍ୱେ, ଆପଣ ସର୍ବଦା ଅନୁଭବ କରିବେ ଯେ ଚକ୍ର ଆପଣଙ୍କ ଆଡକୁ ସାମ୍ନା କରି ରହିଛି।।



Rate this content
Log in

Similar oriya story from Action