Sunita Kumari Pradhan

Romance Tragedy

4  

Sunita Kumari Pradhan

Romance Tragedy

ନୂଆବର୍ଷ ଏକ ସ୍ମୃତି

ନୂଆବର୍ଷ ଏକ ସ୍ମୃତି

6 mins
414


ସ୍ମୃତି ସବୁବେଳେ ଚିର ଜୀବନ୍ତ। ବୟସ ବଢ଼ିବା ସହ ସ୍ମୃତି ସବୁ ମନ ଆଇନା ରୁ ଧୀରେ ଧୀରେ ବିସ୍ମୃତ ହେବାକୁ ଲାଗନ୍ତି।କିନ୍ତୁ ଜୀବନ ରେ କିଛି ସ୍ମୃତି ଏମିତି ଥାଏ ଯାହାକି କେବେ ଭୁଲି ହୁଏନ।।ହଁ କିଛି ସ୍ମୃତି ଏମିତି ଥାଏ, ଯାହା ଆମ ଜୀବନ ପୃଷ୍ଠା ରେ ଏମିତି ଲିପିବଦ୍ଧ ହୋଇ ରହି ଯାଇଥାଏ ଯେତେ ଯାହା କଲେ ତାହା ମନରୁ ଲିଭେନା। ସେମିତି କିଛି ସ୍ମୃତି ଯାହାକୁ ମୁଁ କେବେ ଭୁଲି ପାରିନି।ଆଜିବି ସେହି ଅତୀତ କଥା ମନେ ପଡିଗଲେ ଖୁବ ଯନ୍ତ୍ରଣା ସୃଷ୍ଟି ହୁଏ ମନ ଭିତରେ। ନୂଆ ବର୍ଷ ସହ ମୋର ସେମିତି ଏକ ଗଭୀର ସ୍ମୃତି ରହିଛି,ଯାହାକି ମୁଁ କେବେ ଭୁଲି ପାରିନି କି ପାରିବିନି ମଧ୍ୟ।


ପ୍ରତି ବର୍ଷ ନୂଆ ବର୍ଷ ଆସିଲେ ଖୁବ ମନେ ପଡେ ସେଇ ପିଲା ଦିନ ଆଉ "ସେ"। ହଁ ସେ ।ସେହି ବର୍ଷ ଆମ ସ୍କୁଲ କୁ ନୂଆ କରି ଆସିଥିଲା ସେ ଅଷ୍ଟମ ଶ୍ରେଣୀ ରେ।କୋଉ ଗୋଟିଏ ମଫସଲ ଗାଁ ରୁ ଆସିଥିଲା।ଗାଁ ରେ ପାଠ ନ ପଢି ବହୁତ ଦୁଷ୍ଟାମୀ କରିବାରୁ ତା କକା ନେଇ ଆସିଥିଲେ ତାକୁ ଆମ ସହର କୁ।ଏଇଠି କକା ଘରେ ରହି ପାଠ ପଢୁଥିଲା।ସହରୀ ସଭ୍ୟତା ଆଦୌ ଛୁଇଁ ନଥିବା ନିପଟ ଗାଉଁଲି ଥିଲା ସେ।

ନାଁ ଟା ତାର ସୁଶାନ୍ତ।ଦେଖିବାକୁ ସାବନା ରଙ୍ଗର ପତଳା କଳା ପିଲାଟିଏ। ଆଖି ଦୁଇଟିରେ ଯେମିତି ଭରି ରହିଥିଲା ଅସମ୍ଭବ ଶୁନ୍ୟତା।ଖୁବ ଶାନ୍ତ ଶିଷ୍ଟ ନିରୀହ ପିଲାଟି।ତା ସହ ଯିଏ ଯେତେ ବଦମାସୀ କରୁ ସେ କାହାକୁ କିଛି କୁହେନା।ଚୁପ ରହି ଯାଏ। ସତ କହିବାକୁ ଗଲେ ଏକ ସୁଦୁ ମଫୁ ଥିଲା ସେ।ପାଠ ଘର ବି ଶୁନ୍।ତା କଥା ବାର୍ତା,ତା ଚାଲି ଚଳନ ରୁ ଗାଁ ର ବାସ୍ନା ଆସୁଥିଲା।


 ମୁଁ ,ତା କକା ଭଉଣୀ ରୁବି ,ସୁଶାନ୍ତ ଆମେ ସବୁ ଗୋଟିଏକ୍ଲାସ ରେ ପଢୁଥିଲୁ।ଗୋଟିଏ ଟିଉସନ କୁ ବି ଯାଉଥିଲୁ।ବେଳେ ବେଳେ ରୁବି ସହ ସାଙ୍ଗ ହୋଇ ପଢିବା ନିମନ୍ତେ ମୁଁ ରୁବି ଘରକୁ ଯାଏ।ସେ ମୋତେ ଦେଖିଲେ ରୁବି ପାଖରୁ ଉଠି ଚାଲି ଯାଏ।ଦୂର ରୁ ରହି ଏକ ଲୟ ରେ ମୋତେ ଚାହିଁ ଥାଏ।ସତେ ଯେମିତି ମୋତେ ଖାଇ ଯିବ ତା ଚାହାଣିରେ।ମୋ ନଜର ତା ଆଡେ ପଡିଗଲେ ସେ ଅନ୍ୟ ଆଡେ ଦୃଷ୍ଟି ଫେରେଇ ନିଏ।ତାର ସେହି ଅନେଇବା/ସେହି ଚାହାଣୀ ଦେଖିଲେ ମୋତେ ଖୁବ ରାଗ ଓ ଘୃଣା ଲାଗେ।ସ୍କୁଲ ରେ ବି ଅଧିକାଂଶ ସମୟ ମୋତେ ହିଁ ଚାହିଁ ଥାଏ,କେମିତି ଏକ ଅଜବ ଚାହାଣିରେ। ଯଦିଓ ସେ ମୋତେ କେବେ କିଛି କହି ନଥିଲା କି ମୋ ସହ କିଛି କଥା ହୋଇ ନଥିଲା ତଥାପି ତାର ଏହି ଗୋଟିଏ ଗୁଣ ଯୋଗୁଁ ମୁଁ ତାକୁ ଖୁବ ଘୃଣା କରିବା ଆରମ୍ଭ କରି ଦେଇଥିଲି। ସ୍କୁଲରେ ସାଙ୍ଗ ମାନେ ତାକୁ "କେବଡା" ବୋଲି ଡାକୁ ଥିଲେ।କେବଡାର ମାନେ ମୁଁ ଜାଣି ନଥିଲି କି ଆଜି ଯାଏ ବି ଜାଣିନି।ତାକୁ କେବଡା ବୋଲି ଡାକିଲେ ଖୁବ ଚିଡି ଯାଏ ସେ।ସେମାନଙ୍କୁ ଖୁବ ଗାଳି କରେ।


ତେଣୁ ମୁଁ ମୋ ରାଗ ସୁଝାଇବା ପାଇଁ ତାକୁ କେବଡା ହିଁ ଡାକେ।

କାହିଁକି କେଜାଣି ମୁଁ ଯେତେ ଚିଡ଼େଇଲେ ମଧ୍ୟ ସେ ମୋତେ ଗାଳି କରୁ ନଥିଲା,କିନ୍ତୁ ତା ମୁହଁ ର ରଙ୍ଗ ବଦଳି ଯାଉଥିଲା।ମୋ କଥା ତାକୁ କଷ୍ଟ ଦେଉଛି,ସିଏ ଭାଷା ରେ ପ୍ରକାଶ ନକଲେ ମଧ୍ୟ ତା ମୁଖ ଭଙ୍ଗୀ ରୁ ସ୍ପଷ୍ଟ ବାରି ହୋଇ ଯାଉଥିଲା।

ତାକୁ ରଗେଇବା ଦ୍ୱାରା ମୋ ମନକୁ ଏକ ଅଜବ ଶାନ୍ତି ମିଳୁଥିଲା। ଟିଉସନ ସମୟ ର ବହୁ ପୂର୍ବରୁ ସାର ଙ୍କ ଘରକୁ ଯାଇ,ସାର ଙ୍କ ବାରିରୁ ପିଜୁଳି ତୋଳି ଖାଇବା ପାଇଁ ଆମେ ସବୁବେଳେ ଭିଡ଼ ଜମାଉ।।ଆମେ ଝିଅ ମାନେ କେବେ ଗଛ ଚଢୁନା। ପୁଅ ମାନେ ହିଁ ପିଜୁଳି ପାରି ଦିଅନ୍ତି ପିଜୁଳି ବଦଳ ରେ ପୁଅଙ୍କୁ ଉତ୍ତର ଖାତା ଦେଖେଇବା ପାଇଁ ଆଗରୁ କଥା ଛିଡି ଥାଏ। ସୁଶାନ୍ତ ଗଛ ଚଢାରେ ଖୁବ ଧୁରନ୍ଧର।ସେ ପିଜୁଳି ପାରିଲେ ମୋ ପାଇଁ ଅଧିକା ଦୁଇଟା ଲୁଚେଇକି ଦିଏ।ପିଜୁଳି ଖାଇବା ଲୋଭ ରେ ମୁଁ ତାକୁ ଟିଉସନ ରେ ମୋ ଖାତା ଟା ତାକୁ ଦିଏ।ବାସ ତା ସହମୋର ସେତିକି ହିଁ ସମ୍ପର୍କ।

 ସେଥର ବଡ ଦିନ ଛୁଟି ରେ ସ୍କୁଲ ରେ ପିକନିକ ଯିବା ପାଇଁ ସ୍ଥିର କରାଗଲା। ବଡଦିନ ଛୁଟି ପୂର୍ବଦିନ ରବିବାର ଥାଏ। 

ସେଇ ରବିବାର ଦିନ ତିନୋଟି ଟ୍ରେକର ରେ ଆମେ ପିଲାମାନେ ଓ ଦିଦି ,ସାର ମାନେ ନିଜ ନିଜ ବାଇକ ରେ  "ଗେଚଲା" ନାମକ ଏକ ପିକନିକ ସ୍ପଟ କୁ ଯାଇ ଥାଉ।"ଗେଚଲା" ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରା ଏକ ସୁନ୍ଦରିଆ ପିକନିକ ସ୍ଥଳ।ଆମ ଘର ଠାରୁ ମାତ୍ର ତିନି କିଲୋମିଟର। ଚତୁଃ ପାର୍ଶ୍ୱରେ ଘଞ୍ଚ ଅରଣ୍ୟ,ତା ପାଖରେ କୁଳୁ କୁଳୁ ହୋଇ ବୋହି ଯାଉଥାଏ ଏକ ପାହାଡ଼ି ନଈ।ଗେଚଲା ର ଏଇ ଅପରୂପ ସୌନ୍ଦର୍ଯ୍ୟ ରେ ଯେ କେହି ବି ହଜି ଯିବାକୁ ବ୍ୟାକୁଳ ହେବ।ଆମେ ପିଲା ମାନେ ଏଥିରୁ ବା କେମିତି ବାଦ ପଡି ଥାନ୍ତୁ।


ସାର ଓ ମାଡାମ,ବଡ ଶ୍ରେଣୀ ର ଭାଇ ଭଉଣୀ ମାନେ ରୋଷେଇ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆମେ ଅନ୍ୟ ପିଲା ମାନେ ଦଳ ଦଳ ହୋଇ ଜଙ୍ଗଲ ଭିତରେ ବୁଲିବାକୁ ଲାଗିଲୁ।।ମୋ ସହ ରୁବି ଥିବାରୁ ସୁଶାନ୍ତ ମଧ୍ୟ ଆମ ସହ ଥିଲା ଆମ ଦଳରେ।ତା ଉପସ୍ଥିତି ମୋତେ ଅସହ୍ୟ ହେଲେ ମଧ୍ୟ ମୁଁ ବାଧ୍ୟ ହୋଇ ଚୁପ ରହିଥିଲି।କାଳେ ରୁବି କୁ ଖରାପ ଲାଗିବ ବୋଲି। ବୁଲୁ ବୁଲୁ ଆମେ ଝିଅ ମାନେ ପାଣି ଦେଖି ପାଣି ରେ ଖେଳି ବାକୁ ଇଛା କଲୁ।ସୁଶାନ୍ତ ଆମ ମାନଙ୍କ ପାଣି ଭିତରକୁ ଯିବା ଦେଖି ବାରମ୍ବାର ମନା କରୁଥିବା ସତ୍ୱେ ଆମେ ତା କଥା କୁ କର୍ଣ୍ଣ ପାତ ନକରି ପାଣି କୁ ଅହ୍ଲାଇଲୁ।ଯଦିଓ ଶୀତ ଦିନ ଥିଲା,ତଥାପି ସେଇ ନଦୀ ରେ ପାଣି ର ସୁଅ ଅତି ପ୍ରଖର ଥିଲା।ହଠାତ ମିଲି ନାମକ ଝିଅ ଟେ ପାଣି ସୁଅ ରେ ଭାସି ଗଲା।ଆମେ ମାନେ କେହି ମଧ୍ୟ ପଂହରା ଜାଣି ନଥିଲ।ମିଲି କୁ ଭାସି ଯିବା ଦେଖିଆମେ ଭୟ ଓ ବିକଳ ରେ ପାଟି କରିବାକୁ ଲାଗିଲୁ। ଆମ ପାଟି ଶୁଣି ସୁଶାନ୍ତ ପାଣି ଭିତରକୁ ଡେଇଁ ପଡିଲା।ମିଲିକୁ ପାଣି ରୁ ବାହାର କରି ଆଣି ଆସିଲା।ଇତି ମଧ୍ୟରେ ସେଠାରେ ସମସ୍ତେ ଆସି ଜମା ହୋଇ ଯାଇଥାନ୍ତି।ସାର ,ମାଡ଼ମ ମାନେ ଆମକୁ ଖୁବ ଗାଳି ଦେଲେ।ଅବଶ୍ୟ ମିଲି ପାଣି ଫାଣି କିଛି ପିଇ ନଥିଲା କି ତାର କିଛି କ୍ଷତି ହୋଇ ନଥିଲା,ତଥାପି ଆମେ ଖୁବ ଗାଳି ଶୁଣିଲୁ। ସୁଶାନ୍ତକୁ ତା ବାହାଦୁରୀ ପାଇଁ ସଭିଏଁ ଖୁବ ପ୍ରଶଂଶା କରୁଥାନ୍ତି।ସେଇ ଦିନ ପ୍ରଥମ ଥର ପାଇଁ ସେ ମୋତେ ଖୁବ ଭଲ ଲାଗିଥିଲା।


ଭୋଜି ରନ୍ଧା ପ୍ରାୟ ସରି ଆସିଥିଲା,ଆମେ ସବୁ ଭୋଜି ଖାଇ ପୁଣି ଥରେ ବୁଲିବାକୁ ଚାଲିଗଲୁ।ବୁଲି ବାରେ ଆମେ ଏତେ ବ୍ୟସ୍ତ ହୋଇ ଯାଇଥିଲୁ ଯେ ଆମର ଫେରିବା ର ସମୟ ଜ୍ଞାନ ହିଁ ନଥିଲା। ଏଥର ଆମ ଦଳ ରେ ସୁଶାନ୍ତ କୁ ରଖି ନଥିଲୁ।ସିଏ ପୁଅ ମାନଙ୍କ ସହ ସାଙ୍ଗ ହୋଇ ବୁଲୁଥିଲା। ଏପଟେ ଅପରହ୍ମ ର ସାଢ଼େ ତିନିଟା ବାଜି ସାରିଥିଲା।ସବୁ ଜିନିଷ ପତ୍ର ଲଦି ମାଡାମ ଓ ପିଲା ମାନେ ଗୋଟେ ଗୋଟେ କରି ଟ୍ରେକର ରେ ପଳେଇ ସାରିଥିଲେ।ରୁବି ,ମୁଁ ଆଉ ଦୁଇ ଜଣ ଝିଅ ଆମେ ପଛରେ ରହିଗଲୁ।ସାର ମାନେ ଭାବିଲେ ଆମେ ଆଗ ଟ୍ରେକର ଚାଲି ଯାଇଛୁ। ଆମକୁ କୌଣସି ଟ୍ରେକର ରେ ନ ଦେଖି ସୁଶାନ୍ତ ବି ଅଲହେଇ ପଡିଥିଲା ଟ୍ରେକର ରୁ।ଆମେ ଯେତେବେଳେ ପିକନିକ ସ୍ପଟ ରେ ପହଂଚିଲୁ,ଦୁଇ ଜଣ ସାର ଓ ସୁଶାନ୍ତ ବ୍ୟତୀତ କେହି ନଥିଲେ।ଏହା ଦେଖି ରାଗିକି ଆମେ ଚାରି ଜଣ ଝିଅ ଚାଲି ଚାଲି କିଛି ବାଟ ଆସିଲୁ।।ସୁଶାନ୍ତ ମଧ୍ୟ ଆମ ସହ ଚାଲି ଚାଲି ଆସିଲା।ସାର ମାନେ ଆମକୁ ଯେତେ କହିଲେ ଦୁଇ ଦୁଇ ଜଣ ପିଲା ହୋଇ ଗାଡି ରେ ବସ ,ଆମେ ଛାଡି ଦେବୁ କିନ୍ତୁ ଆମେ ଶୁଣିଲୁ ନାହିଁ।ରାଗି କି ସେମିତି ଚାଲି ଚାଲି ଆସିଲୁ।ଆମ କୁ ଦେଖି ସୁଶାନ୍ତ ମଧ୍ୟ ଚାଲି ଚାଲି ଆସିଲା।

ଏସବୁ ଦେଖି ସୁଶାନ୍ତ ପ୍ରତି ମୋ ମନ ରେ ପୁଣି ଥରେ ଆନ୍ତରିକତା ବଢିବାକୁ ଲାଗିଲା। ଏହାପରେ ବଡ ଦିନ ସ୍କୁଲ ଛୁଟି ହୋଇ ଯାଇଥିଲା।ମୁଁ ଚାଲି ଯାଇଥିଲି ମୋ ମାମୁଁ ଘରକୁ।ଠିକ ନୂଆ ବର୍ଷ ପୂର୍ବ ଦିନ ରାତିରେ ମୁଁ ଘରକୁ ଆସିଥିଲି।ମାମୁ ମାଇଁ ଅନେକ ବାଧ୍ୟ କରିବା ସତ୍ୱେ କାହିଁକି କେଜାଣି ମୋର ସେଇଠି ରହିବାକୁ ଆଦୌ ଇଛା ହେଉ ନଥିଲା। ମାମୁ ଘର ଗାଁ ରୁ ମେଞ୍ଚେ ଗ୍ରୀଟିଙ୍ଗସ ନେଇ ଆସିଥିଲି।ଏଥରକ ସୁଶାନ୍ତ ପାଇଁ ମଧ୍ୟ ଗୋଟିଏ ସୁନ୍ଦର ଗ୍ରୀଟିଙ୍ଗସ ଟିଏ ଆଣିଥିଲି।ପଛପଟେ ସୁନ୍ଦର ସୁନ୍ଦର ଅକ୍ଷର କରି ଲେଖିଥିଲି "ହାତୀ ଚାଲେ ଦମ ଦମ ସାଙ୍ଗ କୁ ମୋର ୱେଲକମ"। ରାତି ସାରା ମୋ ଆଖିକୁ ନିଦ ନାହିଁ,କେତେବେଳେ ସକାଳ ହେବ ଆଉ ମୁଁ ସୁଶାନ୍ତ କୁ "ହାପି ନିଉ ଇୟର" କହି ଗ୍ରୀଟିଂ କାର୍ଡ ଟି ବଢ଼େଇ ଦେଇ ଆମ ବନ୍ଧୁତା ର ମୂଳଦୁଆ ପକେଇବି। ଏଇ ଭାବନାରେ କେତେବେଳ ରାତି ପାହି ସକାଳ ହୋଇଗଲା।ମୁଁ ମୋର ସବୁ କାମ ସାରି ସିଧା ଦଉଡି ଗଲି ରୁବି ଘରକୁ। ହଠାତ ଦେଖିଲା ବେଳକୁ ରୁବି ଘରେ ତାଲା ପଡିଛି!!!ତାଙ୍କ ପଡ଼ଶୀ ଙ୍କୁ ପଚାରିବାରୁ ସେମାନେ କହିଲେ ରୁବି ଘର ଲୋକେ ସବୁ ସ୍ଥାନୀୟ ମେଡିକାଲକୁ ଯାଇଛନ୍ତି।ସୁଶାନ୍ତ କଣ ହଠାତ ଜ୍ୱର ହେବାରୁ ସେମାନେ ସେଇଠି ଅଛନ୍ତି।


ଏକଥା ଶୁଣିବା ପରେ ଯେମିତି ମୋ ପାଦ ତଳ ର ମାଟି ଧସିବାକୁ ଲାଗିଲା। ମୁଁ ସେଇଠୁ ସିଧା ଦୌଡ଼ିଲି ମେଡିକାଲକୁ।

ମେଡିକାଲ ବେଡ଼ ରେ ନିର୍ଜୀବ ଭାବେ ପଡି ରହିଥିଲାସୁଶାନ୍ତ।ତା ଚାରି ପାଖରେ ତା ଘର ଲୋକ ମାନେ ଆଖିରେ ଆଖିଏ ଲୁହ ନେଇ ତାକୁ ଘେରି ରହି ଥିଲେ।ମୁଁ ତା ପାଖକୁ ଗଲି।ତାକୁ ଧୀରେ ଡାକିଲି ସୁଶାନ୍ତ  ସେ ଆଖି ଖୋଲି ଚାହିଁଲା।ମୋ ଡାକ ଶୁଣି ତା ଜରୁଆ ମୁହଁ ରେ ଖେଳିଗଲା ଚେନାଏ ହସ।

ମୁଁ କହିଲି ତୁ ଜଲଦି ଭଲ ହେଇ ଯା, ଆମ ପାଇଁ ପିଜୁଳି ପାରିଦେବୁ।ମୁହଁ ରେ ଶୁଖିଲା ହସ ଟେ ଫୁଟେଇ କହିଲା ମୋତେ ହାପି ନିଉ ଇୟର କହିବୁନୁ ମୁଁ ତା ହାତକୁ ଗ୍ରୀଟିଙ୍ଗସ କାର୍ଡ ଟା ବଢ଼େଇ ଦେଇ କହିଲି "ହାପି ନିଉ ଇୟର କେବଡା"।ସେ ପ୍ରଥମ ଥର ପାଇଁ ରାଗିଲାନି ଜମା। ମୁଁ ତାପରେ ଘରକୁ ଚାଲି ଆସିଥିଲି।କାହିଁକି କେଜାଣି ସେଦିନ ମୋତେ ଆଦୌ ଭଲ ଲାଗୁନଥିଲା।ମୋ ମନ କୁ ପାପ ଛୁ ଥିଲା।

ସନ୍ଧ୍ୟାବେଳେ ବାପା ଘରକୁ ଆସି ବୋଉ କୁ ଚୁପି ଚୁପି କହୁଥିଲେ,"ଆମ ମିନୁ ର ସେ ସାଙ୍ଗ ସୁଶାନ୍ତ ଆଉ ନାହିଁ"।

ମୋ କାନ ରେ ଏକଥା ପଡିବା କ୍ଷଣି ଗଛ କାଟିବା ଭଳି ସେଇଠି ହିଁ ମୁଁ ପଡି ଯାଇଥିଲି। ଦିନକ ପରେ ମୋ ହୋଶ ଆସିଥିଲା।ମୋ ଆଖି ଖୋଜୁଥିଲା ତାକୁ ସବୁଠି।ସେ କିନ୍ତୁ କୋଉଠି ଯାଇ ଲୁଚି ଗଲା,ଯେତେ ଖୋଜିଲେ ବି ଆଉ ତାକୁ ପାଇଲିନି। ସେଦିନ ଠାରୁ ନୂଆବର୍ଷ ଆସିଲେ କାହାକୁ "ଗ୍ରୀଟିଙ୍ଗସ ଟିଏ ଦେବା କି ଶୁଭେଛା ବାର୍ତା ଟିଏ ଦେବା ଦୂର ରେ ଥାଉ,ନୂଆ ବର୍ଷ କୁ ହିଁ ଖୁବ ଘୃଣା କରେ ମୁଁ"।



Rate this content
Log in

Similar oriya story from Romance