Sunanda Mohanty

Abstract Fantasy Thriller

4  

Sunanda Mohanty

Abstract Fantasy Thriller

ଫାଣ୍ଟାସୀ

ଫାଣ୍ଟାସୀ

3 mins
237


ଆକସ୍ମାତ ଉଠି ଆସିଲା ଵସ ଭିତରକୁ ବିବସ୍ତ୍ରା ପାଗେଳୀଟି.। ହାଁ ହାଁ କହୁ କହୁ ଭୁବନେଶ୍ୱର କଟକ ଵସରେ ଚଢିସାରିଥିଲା.। ବୟସର କ୍ଲାନ୍ତ ଅପରାହ୍ନରେ ସବୁ ସହଯାତ୍ରୀ ନଥିଲେ. । ଯିଏ ଥିଲେ ସେମାନେ ନିଶ୍ଚିନ୍ତ ଚୋରା ଚାହାଣୀ ହାଣି ଉପରକୁ ଭଦ୍ର ସାଜି ଜାକିଜୁକି ଜଡ଼ସଡ଼ ହେଉଥିଲେ କି କଣ ଭାବୁ ଭାବୁ ଓ ପରଖୁ ପରଖୁ ଯୁବକମାନେ ସ୍ଥିର ଓ ସ୍ଥାଣୁ.। ଯୁବତୀମାନେ ଫେଁ ଫେଁ ହେଉ ହେଉ ମାଆ ମାଉସୀ ଆକଟି କହୁଥିଲେ ପାଗଳୀକୁ କଣ ଦେଖିନ ଆଗରୁ କୋଉଠି କେବେ? ଏତକି କଥା ଝିଅ ବୋହୁ ମାନଙ୍କ ଆଡକୁ ଫୋପାଡି ପାଗଳୀକୁ ବସ୍ତ୍ର ଘୋଡାଇ ପଛ ସିଟର ଗୋଟେ କଣରେ ଯେତେ ବସାଇଲେ ବି ବସ୍ତ୍ର ଫୋପାଡି ବା ଲୋଚାକଚା କରି, ହାତରେ ମୁଠେଇ ଆସି ଠିଆ ହେଉଥିଲା ଟୋକା ଟୋକିଙ୍କ ଭିଡ଼ ଭିତରେ. ହସୁଥିଲା ହେଁ ହେଁ.। ମାଆ ମାଉସୀଏ ଯେତେ ଚେଷ୍ଟା କରୁଥିଲେ କବଳିତ କରିନପାରି କହୁଥିଲେ କି ପାପ କଲୁଲୋ ଝିଅ ଆରଜନ୍ମରେ ଏ ଜନ୍ମ ପାଇଁ ଏମିତି ବହି ଲେଖିଥିଲା ବିହି ତୋ ପାଇଁ !

    ପାଗେଳୀ ତଥାପି ହିଁ ହିଁ ହେଉ ହେଉ ଚାପି ହେଇ ଯାଉଥିଲା କାହା ଆଗପଟେ ତ କାହା ପଛପଟେ.। କଣ୍ଡକ୍ଟର କ୍ଲିନର ପାରିନଥିଲେ ତାକୁ ଵସରୁ ଓଲ୍ହେଇ , ଲଜ୍ଜ୍ୟା ଓ ସଂଭ୍ରମରେ, ଲୋକ ବା ଯାତ୍ରୀମାନେ ବି ଭାଙ୍ଗି ଯାଉଥିଲେ ଵସରୁ.। ଲାଇନରେ ଥିବା ପଛ ବସ ଆଗେଇ ଯାଉଥିଲା ରାସ୍ତାରୁ ଯାତ୍ରୀ ସାଉଁଟି ତ ଏ ବସ ଉଡୁଥିଲା, ସାଧାରଣ ବେଗ ଠାରୁ ଅଧିକା ବେଗରେ.। ପାଗେଳୀ ଆଖି ନାକ କାନରେ ହାତ ମାରିବା ଭଳି ନିଜ ଦେହର ବିଭିନ୍ନ ଅଙ୍ଗରେ ହାତ ମାରୁଥିବା ଦେଖି ସବୁ ପ୍ରକାର ବୟସର ଯାତ୍ରୀ ଜାକିଜୁକି ହେଲା ବେଳେ ମୋ ସିଟ ପାଖରେ ମୋ ସ୍ୱାମୀ ଘୁମେଇ ପଡ଼ିଥିଲେ ସିଟ ତଳକୁ ମୁହଁ କରି ଆଉ ମୁଁ ଦେଖୁଥିଲି, ଅନୁଭବରେ ଆଣୁଥିଲି ଇଞ୍ଚୁଡ଼ି, ଇରମ, ମାଥେଲୀ ପରି, ସେଦିନର କ୍ରାନ୍ତି.। ପ୍ରତ୍ୟକଙ୍କ ଆଖିରେ ଲୋଲୁପ ପରିବର୍ତ୍ତେ ଅସହାୟତା ଆଉ ମାଗୁଣି ତାକୁ ଘୋଡେଇ ଦିଅ.। ଡ୍ରେସ ବା ଶାଢ଼ୀ ପିନ୍ଧେଇଦିଅ. କିଏ କହିଲା ଭଲ ଲୋକ ନାହାଁନ୍ତି! ଗାନ୍ଧୀଙ୍କ ତିନି ମାଙ୍କଡ଼ ଭୂମିକା ଲିଭେଇବାକୁ ସଦା ଚେଷ୍ଟିତ ମୋ ରାଇଜର ଭାଇ ଭଉଣୀ ଓ ମାଆ ମାଉସୀ ।

    ତେବେ ମଣିପୁର କଥା??? ଅବିଶ୍ୱାସ ଲାଗିଲା ମତେ ।. ଆଜିକାଲି ଟେକ୍ନୋଲୋଜି ଯୁଗରେ ସବୁ ସମ୍ଭବ.। କୋଉ ଦିନର କୋଉ ଟେକ୍ନୋଲୋଜିକୁ ଏବେ ପ୍ରକାଶିତ କରାଯାଇନଥିବ କିଏ କହିବ! ବାଟରୁ ଲୋକ ଉଠୁଥିଲେ, ପାଗେଳୀର ବସ୍ତ୍ରହୀନ ଶରୀର ଦେଖି ଫେରି ପଡୁଥିଲେ.। ମାଆ ମାଉସୀମାନେ ଜୋର ଜବରଦସ୍ତି ଝିଅଙ୍କ ଠୁ ନେଇ ତାକୁ ଡ୍ରେସ ପିନ୍ଧେଇ ଦେଲା ବେଳେ ସରଳା ଦେବୀଙ୍କ ମୁହଁ ଆଖି ଆଗରେ ନାଚି ଯାଉଥିଲା.। କଣ୍ଡକ୍ଟର ବରା ପୁଡିଆ କିଣି ପାଗେଳୀ ହାତରେ ଧରାଇ ଦେବାରୁ ସେ ଚୁପ ଚାପ ବସି ଖାଉଥିଲା କିଛି. । ଟୁକୁଡା ସବୁକୁ ଏଣେ ତେଣେ ସହଯାତ୍ରୀଙ୍କ ଉପରକୁ ଫିଙ୍ଗୁ ଥିଲା କିଛି.।

    କଟକ ଆସିଯାଇଥିଲା. । ବସରୁ ଓଲ୍ହେଇ ସାହିତ୍ୟ ଆଲୋଚନା ସଭାକୁ ସ୍ୱାମୀଙ୍କ ସଙ୍ଗେ ଯିବା ପୂର୍ବରୁ ଲୁହ ଦୁଇ ଟୋପା ଗଡ଼ିଗଲା ଅଜାଣତରେ.। କାଲି ପେପର ସବୁରେ ବାହାରିନଥିବ ତ ପାଗେଳୀ ବାଳାତ୍କାର ଶୀକାର ହୋଇ ମରିପଡିଛି ରାସ୍ତା ଉପରେ.। ବା କିଛି ଦିନପରେ, ଦେଖିବାକୁ ମିଳିବ ପାଗେଳୀ ପେଟ କାଢ଼ି ରାସ୍ତାରୁ ଅଇଁଠା ପତ୍ର ଚାଟୁଛି ବା କିଛି ଦିନ ଅନ୍ତେ, ପାଗେଳୀ ପିଲାଟେ ଧରି ରାସ୍ତାରେ ବସି ହେଁ ହେଁ ହେଉନଥିବତ! ନା ମୋର ପୁରା ବିଶ୍ୱାସ ମଣିଷ ପଣିଆ ଅଛି, ଥିଲା, ଥିବ,ମୋ ଦେଶର କ୍ରାନ୍ତିକାରୀ ଜନତା ଏସବୁ କରିପାରେନା.। ତେବେ ମଣିପୁର ଘଟଣା । ନା ହେଇପାରେନା. ଅଟୋ ଡ୍ରାଇଭର ଓ ସ୍ୱାମୀ ଦୁହେଁ ମୋ ମୁହଁକୁ ଚାହିଁ କଣ ହେଲା ପଚାରୁଥିଲେ ତ ମୁଁ କହିଲି ନା କିଛି ନାହିଁ. ତ ଶ୍ରୀରାମଚନ୍ଦ୍ର ଭବନରେ, ଅଟୋ ଗାଡି ଅଟକିଗଲା. । ସାହିତ୍ୟ ସଭା ଆରମ୍ଭ ହେବା ପୂର୍ବରୁ ସିଟ ଦୁଇଟିରେ ବସିପଡି ମୁଁ ଚାଁହୁଥିଲି ତାଙ୍କ ମୁଁହକୁ, ସ୍ବାମୀ କଣ ହେଲା ପ୍ରଶ୍ନ ପଚାରି ଉତ୍ତର ଆଶା କରୁଥିଲେ ତ ମୁଁ କହୁଥିଲି ମଣିପୁର କଥା କଣ ସତ?? ଏ ପ୍ରଶ୍ନ ଏଠି କାହିଁକି କହି ସେ ଉଠିଯାଇଥିଲେ ଚା ପାଇଁ, ଯାଉ ଯାଉ କହୁଥିଲେ ରେଳଗାଡିରେ ଆସିଥିଲେ ଭଲ ହୋଇଥାନ୍ତା.।



Rate this content
Log in

Similar oriya story from Abstract