Jyotirmayee Panda

Children Stories Fantasy Children

3  

Jyotirmayee Panda

Children Stories Fantasy Children

ପଙ୍କରୁ ପଦ୍ମ (ଭାଗ -୩୪)

ପଙ୍କରୁ ପଦ୍ମ (ଭାଗ -୩୪)

4 mins
168



ମା' ତୁ କଣ ଖୁସି ନୁହେଁ ଯେ ମୁଁ ସାତଟି ଅସ୍ତ୍ରକୁ ହାସଲ କରି ଭଲରେ ଭଲରେ ଫେରି ଆସିଛି, ଆଉ ଯଦି ତୁ ଖୁସି ତେବେ ଏଇ ସମୟରେ ଏ ମରିବା କଥାକୁ ତୁଣ୍ଡରେ କାଇଁ ଧରୁଚୁ, ମୁଁ କଣ ଏକା ଏ ପୂର୍ବ ପୁରୁଷଙ୍କ ସମ୍ପତିକୁ ହାସଲ କରି ଖୁସି ହେଇ ପାରିବି ? ହଁ ମୋର ପଢ଼ିବା ପାଇଁ କିଛି ପରିମାଣର ଅର୍ଥ ଅବଶ୍ୟ ଦରକାର୍ ହେଲେ ତୁ ଯଦି ନଥିବୁ ତେବେ ମୁଁ ଏତେ ସଂପତ୍ତି ରଖି କଣ କରିବି ? ମୁଁ ଯେବେ ବି ତତେ ଦେଖୁଚି ତୁ ଚିରା ଲୁଗା ପିନ୍ଧି ଘୋଡ଼ି ହେଉଥିବୁ, ତୋତେ ଭଲ ଲୁଗା ପିନ୍ଧି ରାଜରାଣୀ ପରି ରଖିବାର ମୋର ଭାରି ଇଚ୍ଛା ଲୋ, ଆଉ ତୁ କହୁଚୁ ତୁ ଚାଲିଯିବୁ, ତୁ ଚାଲିଗଲେ ତୋ ପୁଅ କଥା କିଏ ବୁଝିବ ? ମୁଁ କଣ ଏକା ଏକା ବଞ୍ଚି ପାରିବି ? ତୁ ଯୁଆଡେ ଯିବୁ ମତେ ବି ନେଇଯା .....

ଉତ୍ତରରେ ହସି ହସି ମା' କହିଛନ୍ତି ଆରେ ପାଗେଳା ମୁଁ ତତେ ଛାଡ଼ି କୁଆଡେ ଯିବି ଯେ ତୁ ମତେ ଛାଡ଼ି ଚାଲି ଯାଇଥିଲୁ ବୋଲି ଏ ମା' ମନକୁ ଶାନ୍ତି ନଥିଲା,ଆଉ ଏବେ ତୁ ତ ଫେରି ଆସିଚୁ, ପୁଣି ମତେ ସାଙ୍ଗରେ ନେବୁ ବି କହୁଚୁ ତାହାଲେ ମୁଁ ତତେ ଛାଡ଼ି କୁଆଡେ ଯିବି ମ ? କାନ୍ଦ ବନ୍ଦ୍ କଲୁ ଆଗ, ସେତେବେଳଠୁ କାନ୍ଦି କାନ୍ଦି ମୁହଁ ନାଲି ପକେଇ ସାରିଲୁଣି କଣ ଟିକେ କହିଦେଲି ଯେ ତୁ ଏମିତି ମନ ଖରାପ୍ କରୁଚୁ, ତୋ ବାହାଘର ନଦେଖି ମୁଁ ବା କୁଆଡେ ଯାଉଚି ।

ହଉ ଚାଲ୍ ଚାଲ୍ ଦୁହେଁ ବାହାରିଯିବା, ସେପଟୁ ଫେରିବା ପରେ ଯାଇକି ମୁଁ ଟିକେ ନିଶ୍ଚିନ୍ତ ହେବି । ଉଭୟ ମା' ପୁଅ ବାହାରି ପଡିଛନ୍ତି ସାତଟି ଅସ୍ତ୍ରକୁ ସାଙ୍ଗରେ ନେଇ । ଧୀରେ ଧୀରେ ପଥ ଅତିକ୍ରମ ପରେ ଆଲୋକର ମା' ଚାଲିବାକୁ ଅସମର୍ଥ ହେଇ ପଡିଛନ୍ତି, ସେ ବିଶ୍ରାମ ନେବାକୁ ଚାହିଁଛନ୍ତି ଏବଂ ପୁଅ ଆଲୋକ ମା'ଙ୍କୁ ପାଖରେ ଥିବା ବିଶାଳ ଗଛ ତଳେ ବସେଇ ଦେଇ କିଛି ଜଳ ସଂଗ୍ରହରେ ନିକଟକୁ ଯାଇଛି । ଜଳ ସଂଗ୍ରହ କରି ଫେରିବା ପରେ ଆଲୋକର ମା' ସେ ଜଳକୁ ପାନ କରି ପୁନଃ ଆଗକୁ ଅଗ୍ରସର ହେଇଛନ୍ତି । ଆଲୋକ ନିଜ ପାଖରେ ସାଇତି ରଖିଥିବା ସେଇ ଡାଏରୀର ପୃଷ୍ଠା ଗୁଡ଼ିକୁ ଲେଉଟାଇ ଦେଖି ଚାଲିଚି । ଡାଏରୀକୁ ଅନୁସରଣ କରି ଧୀରେ ଧୀରେ ମା' ପୁଅ ଉଭୟ ସେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଛନ୍ତି ।

ଗନ୍ତବ୍ୟ ସ୍ଥଳଟି ସଂପୂର୍ଣ୍ଣ ଅନ୍ଧକାର ମୟ ଥାଏ । ଡାଏରୀର ଲେଖା ଅନୁସାରେ ଆଲୋକ ଗନ୍ତବ୍ୟ ସ୍ଥଳରେ ପହଁଚିବା ପରେ ସେଇ ଗୁମ୍ଫାର ଭିତରକୁ ଯାଇ ସାତଟି ଅସ୍ତ୍ରକୁ ନିଜ ହାତରେ ଏକତ୍ର କରି ଧରିଛି । ପରେ ପରେ ଅନ୍ଧକାର ହଠାତ୍ ଆଲୋକରେ ପରିବର୍ତ୍ତନ ହେଇଚି, ଯାହାକୁ ଆଲୋକର ମା' ଦେଖି ଚକିତ ହେଇ ପଡିଛନ୍ତି। ଏବଂ ଆଗକୁ ଅଗ୍ରସର ହେବା ପରେ ଏକ ବନ୍ଦ୍ ଫାଟକ ଦେଖିଛନ୍ତି ହେଲେ ସେଇ ଫାଟକଟି ସାତଟି ଅସ୍ତ୍ରର ରଶ୍ମିକୁ ନେଇ ଆପେ ଆପେ ଖୋଲି ଯାଇଚି, ଆଲୋକ ଏବଂ ତାର ମା' ଉଭୟ ସେଇ ଫାଟକ ଦେଇ ଭିତରକୁ ପ୍ରବେଶ କରିଛନ୍ତି, ଭିତରର ଦୃଶ୍ୟ ଉଭୟଙ୍କୁ ମୋହିତ କରି ଦେଇଛି, ଦୃଶ୍ୟରୁ ଲାଗୁଚି ଯେମିତି ରାଜା, ମହାରାଜା ସେଠାରେ ଭୋଗବିଳାସ ପୂର୍ଣ୍ଣ ଜୀବନ ବାସ କରୁଥିଲେ ।

ତେବେ ଡାଏରୀକୁ ଅନୁସରଣ କରି ଆଲୋକ ଏକ ସୁଡ଼ଙ୍ଗ ଯାହାକି ସେଠି ଥିବା ରାଜ ସିଂହାସନ ପଛରୁ ନିବୁଜ ହେଇ ଅଛି, ସେଇ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଛି। ସୁଡ଼ଙ୍ଗଟି ସିଂହାସନରେ ସ୍ଥାପିତ ଥିବା ଧାତବ ମୟୂରକୁ ଘୂରେଇବା ଦ୍ଵାରା ଖୋଲି ଯାଇଚି । ଯାହା କୌଣସି ଚମତ୍କାର ବା କୌଣସି ଅଲୌକିକ ଘଟଣା ଛଡା ଉଭୟଙ୍କୁ ଆଉ କିଛି ବି ପ୍ରତୀତ ହେଇ ନାହିଁ । ବାସ୍ତବରେ ଏସବୁ ( ଯାହାକି ପୂର୍ବ ପୁରୁଷଙ୍କ ଦ୍ଵାରା ନିର୍ମିତ) ଏବେ ବି କୋଉଠି ନା କୋଉଠି ଲୁଚିକି ଅଛି ବୋଲି ଉଭୟ ମାନିବାକୁ ବାଧ୍ୟ ହେଇ ପଡିଛନ୍ତି । ଏ ସବୁକିଛିର ସତ୍ତା ଏବେ ବି ଅଛି ବୋଲି ଉଭୟ ସ୍ବୀକାର କରିଛନ୍ତି । ତେବେ ଆଗକୁ ଯାଇ ଆଲୋକ ଏକ ବିଶାଳ ଚକ୍ର ଦେଖିଛି ଯାହାକି ହେଉଚି ତାର ପ୍ରକୃତ ଲକ୍ଷ୍ୟସ୍ଥଳ, ସେଇ ଚକ୍ରରେ ସଠିକ୍ ଭାବରେ ସାତଟି ଅସ୍ତ୍ରକୁ ଖଞ୍ଜିବା ଦ୍ଵାରା, ଅସ୍ତ୍ର ଗୁଡ଼ିକର ଶକ୍ତି ବଳରେ ଦ୍ଵାରଟି ଆପେ ଆପେ ଖୋଲିଯିବ ଏବଂ ତାର(ଆଲୋକର) ପୂର୍ବ ପୁରୁଷଙ୍କ ଦ୍ଵାରା ସାଇତି ରଖା ଯାଇଥିବା ସମ୍ପତ୍ତି ସବୁ ତାକୁ ମିଳିଯିବ ।

ତେବେ ସେ ଆଉ ବିଳମ୍ୱ ନକରି ଡାଏରୀକୁ ଅନୁସରଣ କରି, କିପରି ଅସ୍ତ୍ର ସବୁ ସାବଧାନତାର ସହିତ ଖଞ୍ଜି ଚାଲିବ ସେଇଟା ଧିରସ୍ଥିର ଭାବରେ ଦେଖି ଚାଲିଚି । କୌଣସି ପ୍ରକାରର ହଡବଡି ହେବାକୁ ସେ ଚେଷ୍ଟା କରି ନାହିଁ, କାରଣ ତାକୁ ଜଣା ଅଛି ଯେ ଯଦି ଗୋଟେ ବି ଅସ୍ତ୍ର ଖଞ୍ଜା ହେବାର ସ୍ଥାନ ଭୁଲ୍ ହେଇଯାଏ ତେବେ ଏହାର ପରିଣାମ ଖୁବ୍ ଭୟଙ୍କର ହେଇଯିବ । ତା ଛଡା ଡାଏରୀରେ ଚକ୍ରର ସ୍ଥାନ ସହିତ କିଛି ସଂଖ୍ୟା ମଧ୍ୟ ଲିଖିତ ଅଛି ଯାହାକୁ ଦେଖି ଜଣେ ଅତି ଚାଲାଖିର ସହିତ ଅସ୍ତ୍ର ଗୁଡ଼ିକୁ ଠିକ୍ ଭାବରେ ଖଞ୍ଜିବାରେ ସଫଳ ହେଇ ପାରିବ । ଯାହାକି ଆଲୋକ କ୍ଷେତ୍ରରେ ଘଟିଛି ମଧ୍ୟ, ସେ ସମସ୍ତ ଅସ୍ତ୍ରକୁ ବେଶ୍ ଭଲ ଭାବରେ ଖଞ୍ଜି ପାରିଛି ଯାହାର ଫଳସ୍ୱରୂପ ହଠାତ୍ ଚକ୍ରଟି ଦୁଇ ଭାଗ ହେଇ ଭିତରକୁ ପ୍ରବେଶ କରିବାର ରାସ୍ତା ସୃଷ୍ଟି କରିଚି ।

ମା' ପୁଅ ଉଭୟ ଖୁସି ହେଇ ଭିତରକୁ ପ୍ରବେଶ କରିଛନ୍ତି ଏବଂ ବହୁତ୍ ଧନ, ରତ୍ନ, ଅଳଙ୍କାର, ସ୍ଵର୍ଣ୍ଣ, ରୋପ୍ୟା ମୂଦ୍ରା ଏପରି ଅନେକ କିଛି ଖଜଣାରେ ସେ ଭିତରଟା ସଂପୂର୍ଣ୍ଣ ଭରି ରହିଥିବାର ଦେଖିଛନ୍ତି । ଯାହାକୁ ଦେଖି ଆଲୋକ ନିଜର ଆରାଧ୍ୟଙ୍କୁ ଧନ୍ୟବାଦ୍ ଜଣେଇଛି ଏବଂ ମା' ଓଠର ଖୁସିକୁ ଦେଖି ନିଜେ ସ୍ଵୟଂ ପ୍ରସନ୍ନ ଅଛି । ତେବେ ମା' ପୁଅ ଭିତରର କୋଣ ଅନୁକୋଣ ସବୁଆଡେ ବୁଲି, ସବୁ ମୂଲ୍ୟବାନ ଜିନିଷ ଗୁଡ଼ିକୁ ଦେଖି ଚାଲିଛନ୍ତି, ସ୍ପର୍ଶ କରି ଅନୁଭବ କରିବାକୁ ଲାଗିଛନ୍ତି । ଠିକ୍ ସେତିକି ବେଳେ ଶବ୍ଦ ଶୁବିଚି କିଏ ଏ ଭିତରେ ? ଏଠାକୁ କିଏ ପ୍ରବେଶ କରିଚି ? କିଏ ଅଛ ସାମ୍ନାକୁ ଆସ ନଚେତ୍....

ଏମିତି ଶବ୍ଦ ଶୁଣି ଆଲୋକ ଏବଂ ଆଲୋକର ମା' ହଠାତ୍ ଡରି ଯାଇଛନ୍ତି, ପରେ ପରେ ସେ ଯାହା ଦେଖିଛନ୍ତି .....


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 


Rate this content
Log in