Jyotirmayee Panda

Abstract Drama Fantasy

3  

Jyotirmayee Panda

Abstract Drama Fantasy

ଆସ୍ତିକ୍ (ଭାଗ -୫୧)

ଆସ୍ତିକ୍ (ଭାଗ -୫୧)

2 mins
156


ରାଘବ ଯାଇ କହିଛନ୍ତି, ଭଉଣୀ ତୁମେ ଏବେ ତୁମ ଶାଶୁ ଘରକୁ ଫେରିଯାଅ । ଏକଥା ଶୁଣି ନାରୀ ଜଣଙ୍କ ଆଶ୍ଚର୍ୟ୍ଯ ହେଇ ଚାହିଁ ରହିଛନ୍ତି, ଏବଂ କହିଛନ୍ତି, ଆପଣ ସବୁକିଛି ଜାଣି ମଧ୍ୟ କେମିତି କହୁଛନ୍ତି ମୁଁ ସେଠାକୁ ଯିବି ବୋଲି ? କ'ଣ ସେମାନେ ମତେ ପୂର୍ବ ପରି ଗ୍ରହଣ କରିବେ ? ଉତ୍ତରରେ ରାଘବ କହିଛନ୍ତି, ମୋ ଉପରେ ତୁମର ଭରସା ଅଛି କି ନାହିଁ ? ଯଦି ଅଛି ତେବେ ସେଇ ଭରସାକୁ ନେଇକି ଯାଅ ଭଉଣୀ, ଦେଖିବ ସବୁକିଛି ଠିକ୍ ହେଇଯିବ । ଏବଂ ହଁ ଆଉ ଗୋଟେ କଥା ତୁମେ ଏବେଠୁ ପ୍ରଭୁ ମହାଦେବଙ୍କ ବ୍ରତ, ଉପବାସ କରିବାରେ ଲଗାଯାଅ ଦେଖିବ ଖୁବ୍ ଶୀଘ୍ର ତମ କୋଳରେ ପୁତ୍ର ସନ୍ତାନ ଖେଳିବ । ମୋ ଉପରେ ଯଦି ଭରସା ଅଛି ତେବେ ମୋ କଥା ଶୁଣି ଏ ଭଡ଼ା ଘରକୁ ଛାଡ଼ି ନିଜ ଶାଶୁ ଘରକୁ ଚାଲିଯାଅ । 


ଏତିକି ଶୁଣିବା ପରେ ନାରୀ ଜଣଙ୍କ ଶେଷରେ ରାଜି ହେଇ ଯାଇଛନ୍ତି, ଏବଂ ନିଜ ଘରକୁ ଯିବାପାଇଁ ବାହାରିଛନ୍ତି । ଆଉ ରାଘବ ସେଇଠୁ ନିଜର କର୍ମକ୍ଷେତ୍ରକୁ ଅଗ୍ରସର ହେଇଛନ୍ତି । ଶେଷରେ ଏପଟେ ନାରୀ ଜଣଙ୍କ ଯାଇକି ନିଜ ଘରେ ପହଞ୍ଚିଛନ୍ତି ଘରେ ସ୍ବାମୀ ପ୍ରଥମେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇ ଯାଇଛନ୍ତି ତାଙ୍କୁ କୁଣ୍ଢେଇ କାନ୍ଦିଚନ୍ତି । ଆଉ କହିଛନ୍ତି, କ'ଣ ଟିକେ ରାଗରେ କହିଦେଲି ଯେ ତମେ ଘର ଛଡିକି ଚାଲିଗଲ । ମୁଁ ଏକା କେମିତି ରହିବି ଚିନ୍ତା କଲାନି । କେତେ କୁଆଡେ ଖୋଜିଛି ତମକୁ, କୋଉଠି ଥିଲ ତୁମେ ? ଆଉ ଝିଅ କାଇଁ ? କ'ଣ ତାକୁ ଆଜି ତମେ ମୋ ପାଖକୁ ଆସିବ ବୋଲି କୋଉଠି ଲୁଚେଇଦେଇ ଆସିଛ ନା କ'ଣ ? ଦେଖ ଝିଅକୁ ବି ନେଇକି ଆସ ଏବେ ଆମେ ସମସ୍ତେ ଆମର ଭୁଲ୍ ବୁଝି ସାରିଚୁ । ସମସ୍ତେ ମିଶି ତମକୁ କ୍ଷମା ମାଗୁଚୁ ତମ ପ୍ରତି କରିଥିବା ଅନ୍ୟାୟ ପାଇଁ ତମେ ଯାହା ଦଣ୍ଡ ଦେବ ସେଇଟା ଆମେ ମଥା ପାତି ସହିନେବୁ । କିନ୍ତୁ ଥରୁଟେ ଝିଅକୁ ନେଇଆସ, ତାକୁ ଟିକେ ଆମେ ଦେଖୁ । 


ତୁମେ ଯିବା ପରେ ମୁଁ ଧିରେ ଧିରେ ସବୁ ବୁଝି, ଶେଷରେ ସମସ୍ତଙ୍କୁ ବୁଝେଇ ପରିବର୍ତ୍ତନ କରି ଦେଇଚି । ଏବେ କେହିବି ତୁମକୁ ତୁମ ଝିଅ ସହିତ ରହିବା ପାଇଁ ଏଘରେ ଅଟକେଇବେ ନାହିଁ । ତୁମେ ଖୁସିରେ ତୁମ ଝିଅ ସହିତ ରହି ପାରିବ । ତ ଏବେ ତୁମେ କିଛି କୁହ, ଚୁପ୍ କ'ଣ ପାଇଁ ଅଛ ?? କିଛି ତ କୁହ ।


ଏତିକି ଶୁଣିବା ପରେ, ନାରୀ ଜଣଙ୍କ ଉତ୍ତରରେ ସମସ୍ତ ଅସୁବିଧା ବିଷୟରେ ଦର୍ଶାଇଛନ୍ତି, ଆରମ୍ଭରୁ ନେଇକି ଶେଷ ଯାଏଁ, ଯାହା ଯାହା ତାଙ୍କ ସହିତ ଘଟିଛି । ଏପରିକି ସେ ଭାଈ ମାନିଥିବା ରାଘବଙ୍କ କହିବା ପରେ ଯେ ଘରକୁ ଫେରିଛନ୍ତି, ଆଉ ତାଙ୍କୁ ପୁନଃ ସନ୍ତାନ ପ୍ରାପ୍ତ ପାଇଁ ଯେ ମହାଦେବଙ୍କ ବ୍ରତ, ଉପବାସ କରିବାର ଅଛି, ସେ ବିଷୟରେ ମଧ୍ୟ ସେ ଘରେ ସମସ୍ତଙ୍କୁ ଜଣାଇଛନ୍ତି ।


କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ । 



Rate this content
Log in

Similar oriya story from Abstract