Jyotirmayee Panda

Children Stories Fantasy Children

3  

Jyotirmayee Panda

Children Stories Fantasy Children

ପଙ୍କରୁ ପଦ୍ମ (ଭାଗ -୩୫)

ପଙ୍କରୁ ପଦ୍ମ (ଭାଗ -୩୫)

4 mins
221


ଜଣେ ବ୍ୟକ୍ତି ଯିଏ କି ସାଧୁ ପରି ଲମ୍ବା କେଶ ସହିତ ଲମ୍ବା ଦାଢ଼ି ରଖି ଆଗକୁ ମାଡି ଆସୁଛନ୍ତି, ଆଲୋକର ମା' ତାଙ୍କୁ ଦେଖିବା ପରେ ଯେମିତି ଚିହ୍ନା ଚିହ୍ନା ପରି ଅନୁଭବ କରୁଛନ୍ତି କିନ୍ତୁ କିଏ ବୋଲି ଦୂରରୁ ସ୍ପଷ୍ଟ ଜାଣି ପାରୁ ନାହାଁନ୍ତି ଏପଟେ ଧୀରେ ଧୀରେ ସେଇ ବ୍ୟକ୍ତି ଜଣଙ୍କ ଆଗକୁ ଆସିଛନ୍ତି ଏବଂ ଆସିବା ପରେ ବାଳକକୁ ଦେଖି ପ୍ରଥମେ ପ୍ରଶ୍ନ କରିଛନ୍ତି ତୁମେ ଏଠାକୁ କେଉଁ ଉଦ୍ଦେଶ୍ୟରେ ଆସିଛ ? ବାସ୍ ଏ ଶବ୍ଦକୁ ଶୁଣିବା ସହିତ ଯେତେବେଳେ ଆଲୋକର ମା' ସେଇ ବ୍ୟକ୍ତିଙ୍କୁ ଭଲଭାବରେ ଦେଖିଛନ୍ତି ସେ ଜାଣି ପାରିଛନ୍ତି ଯେ ଏଇ ବ୍ୟକ୍ତି ଜଣଙ୍କ ଆଉ କେହି ନୁହେଁ ସେ ହେଉଛନ୍ତି ମୋର ଶଙ୍ଖା ସିନ୍ଦୂର, ସେ ହେଉଛନ୍ତି ମୋର ଇହକାଳ ପରକାଳର ଦେବତା ଯାହାଙ୍କୁ କି ମୁଁ କେଜାଣି କେବେଠୁ ହଜେଇ ଏକା ବିରହର ଜୀବନ ବିତେଇ ଚାଲିଚି ।

ତେବେ ସେ ଆଉ ଡେରି ନକରି ସଙ୍ଗେ ସଙ୍ଗେ ପୁଅର ଆଗକୁ ଯାଇ ବ୍ୟକ୍ତିଙ୍କ ପ୍ରତି-ଉତ୍ତର ରଖି କହିଛନ୍ତି, ଏଇ ଚିହ୍ନି ପାରୁଚ ତମ ଅଭାଗିନୀକୁ କେତେ ଖୋଜିଛି ତୁମକୁ କେତେ ରାତି ଅନିଦ୍ରା ହେଇ କଟେଇଚି ତୁମ ପାଇଁ । କହିଥିଲ ଶୀଘ୍ର ଆସିଯିବ ବୋଲି ହେଲେ କଣ ତୁମର ମୋ କଥା କି ଆମ ପୁଅ କଥା ଟିକେ ବି ମନେ ପଡୁ ନଥିଲା?? ସବୁବେଳେ ଛୁଆଟା ବାପା ବାପା ହେଉଥାଏ କେତେ କଣ କହି ସବୁବେଳେ ମୁଁ ତାକୁ ବୁଝେଇ ଚାଲିଚି କେତେ ମିଛ ଖଚ ମତେ କହିବାକୁ ପଡିଚି କେତେ ଲୋକଙ୍କଠୁ କେତେ ପ୍ରକାରର ଟାହୀ ଟାପରା ଶୁଣିବାକୁ ପଡିଚି । ତଥାପି ମୁଁ କାହା କଥାକୁ ବିଶ୍ଵାସ କରିନି କାରଣ ମତେ ଜଣା ଥିଲା ଯେ ତୁମେ କେବେ ମତେ ଠକି ପାରିବନି ଏ ମନ କହୁଥିଲା ତମେ ବଞ୍ଚିଚ ଏବଂ ଯେଉଁଠି ବି ଅଛ ସୁରକ୍ଷିତ ଅଛ କେବଳ ସେଇଥିପାଇଁ ତ ମା' ପୁଅ ଅନ୍ୟତ୍ର ଆସି ବାସ କରିଲୁ ପଛକେ ହେଲେ ଲୋକଙ୍କ କଥାକୁ ନେଇ ମୁଁ ମୋର ସିନ୍ଦୂରକୁ ପୋଛିବାର ସାହସ ଜୁଟେଇ ପାରିଲିନି ।

ହେଲେ ତମେ ଏଠି ଏମିତି ? ପ୍ରତି-ଉତ୍ତରରେ ବ୍ୟକ୍ତି ଜଣଙ୍କ(ଯେ କି ଆଲୋକର ବାପା ) କହିଛନ୍ତି କଣ ଆଉ କହିବି ? ଭାଗ୍ୟ ଯେତେବେଳେ ଦାଉ ସାଜୁଥିବ ସେତେବେଳେ କିଏ ବା ରକ୍ଷା କରିବ । ତୁମକୁ କଥା ଦେଇ ଆସିଗଲି ସନ୍ଧାନ ପାଇଁ ଗନ୍ତବ୍ୟ ସ୍ଥଳକୁ ହେଲେ ସାତଟି ଅସ୍ତ୍ର ଖଞ୍ଜିବା ପରେ ଭିତରକୁ ତ ପ୍ରବେଶ କରିଗଲି ପରନ୍ତୁ ଏଠାରୁ ବାହାରିବା ପାଇଁ ଯେଉଁ ମନ୍ତ୍ର ଆବଶ୍ୟକ ସେଇ ମନ୍ତ୍ର ଲେଖା ହେଇଥିବା କାଗଜଟିକୁ କେମିତି କେଜାଣି କୋଉଠି ଭୁଲ୍ ବଶତଃ ମୁଁ ପକେଇ ଦେଇଥିଲି ଯାହାକି ମତେ ଏ ଭିତରୁ ବାହାରକୁ ଯିବା ସମୟରେ ହିଁ ଜଣା ପଡ଼ିଥିଲା ଫଳରେ ମୋ ପାଖରେ ଆଉ କୌଣସି ଉପାୟ ନଥିଲା ଏଠାରୁ ବାହାରକୁ ଯିବା ପାଇଁ । ଫାଟକ ବେଶୀ ଦିନ ପର୍ଯ୍ୟନ୍ତ ବନ୍ଦ୍ ହେଇ ରହିବା କାରଣରୁ ପୁନଃ ସାତଟି ଅସ୍ତ୍ର ଉଭାନ୍ ହେଇ ନିଜ ନିଜ ସ୍ଥାନକୁ ଫେରି ଯାଇଥିଲେ ବାସ୍ ମୁଁ ଏ ଭିତରେ ପଡ଼ି ରହିଥିଲି କେବଳ ଏଇ ଆଶାରେ ଯେ ହୁଏତ କେବେ କେହି ସାଧୁ କିମ୍ୱା ଆଲୌକିକ ଶକ୍ତି ଧାରଣ କରିଥିବା ବ୍ୟକ୍ତିତ୍ଵଙ୍କର ଅଚାନକ ଭାବରେ ପ୍ରବେଶ ରହିବ ଏବଂ ମତେ ଏଠାରୁ ମୁକ୍ତି ମିଳିଯିବ ।

ଆଜି ମୋର ଅପେକ୍ଷାର ଅନ୍ତ ଘଟିଛି ସେଇଟା ପୁଣି କେହି ସାଧୁ କି ଅଲୌକିକ ଶକ୍ତି ଧାରଣ କରିଥିବା ବ୍ୟକ୍ତିତ୍ଵଙ୍କ ହାତରେ ନୁହେଁ ବରଂ ମୋ ନିଜ ପୁଅ ହାତରେ ମୁଁ ଡାଏରୀକୁ ମୋ ସାଙ୍ଗରେ ନ ଆଣି କାଗଜ ମାଧ୍ୟମରେ ଯେଉଁ ଲେଖା(ଗନ୍ତବ୍ୟ ସ୍ଥଳକୁ ଯିବାର ମାର୍ଗ,ଅସ୍ତ୍ର ହାସଲର ମାର୍ଗ ଯାହାକି ଡାଏରୀରେ ବର୍ଣ୍ଣିତ ଅଛି) ସବୁ ଲେଖି ଆଣିବାର ନିଷ୍ପତ୍ତି ନେଇଥିଲି ତାହା ମୋର ଠିକ୍ ନିଷ୍ପତ୍ତି ଥିଲା ଯୋଉଥିପାଇଁ ମୁଁ ଆଜି ମୋ ପୁଅ ମାଧ୍ୟମରେ ମୁକ୍ତ ହେଇ ପାରିଲି। ସତରେ ମୁଁ ଆଜି ବହୁତ୍ ଖୁସି ଆ ବାବା ଆ ମୋ କୋଳକୁ ଟିକେ ଆସେ ତତେ ଟିକେ ଛାତିରେ ମୁଁ ଚାପି ଧରେ ତୋର କଅଁଳ ସ୍ପର୍ଶକୁ ମୁଁ ଟିକେ ହୃଦୟରେ ଅନୁଭବ କରେ । ଆଲୋକର ମା' ଆଲୋକକୁ କହିଛନ୍ତି ଯା ପୁଅ ଯା ତୋ ବାପା ତତେ ଡାକୁଛନ୍ତି ଯା .. ଆଜି ଯାଏଁ ଯେଉଁ ସ୍ପର୍ଶକୁ ତୁ ଅନୁଭବ କରିବାରୁ ବଞ୍ଚିତ ଥିଲୁ ଯା ସେଇ ସ୍ପର୍ଶକୁ ମନଭରି ଆପଣେଇ ନେବୁ ଯା ....

ମା' ମୁହଁରୁ ଏ କଥା ଦୁଇପଦ ଶୁଣିବା ପରେ ଆଲୋକ ଭାବବିଭୋର ହୋଇ କାନ୍ଦି ପକେଇଛି ଏବଂ ଦୌଡ଼ି ଯାଇ ଆଲିଙ୍ଗନ କରି ବାପା ବୋଲି କହି ଭୋ ଭୋ ହେଇ କାନ୍ଦୁଚି । ଉଭୟ ବାପ ପୁଅଙ୍କର ସଂପର୍କର ସେତୁଟି ନିବିଡ଼ ହେବାର ଦେଖି ଆଲୋକର ମା' ଓଠରେ ସ୍ମିତହାସ୍ୟ ଦର୍ଶେଇଛନ୍ତି। କିଛି କ୍ଷଣ ଅନ୍ତରେ ସବୁକିଛି ଆଲୋକ ନିଜର ବାପାଙ୍କୁ ସ୍ପଷ୍ଟ ଭାବରେ ଜଣେଇଛି । ସବୁକିଛି ଶୁଣିବାପରେ ଆଲୋକର ବାପା ଆଲୋକକୁ ତା'ର ଉପସ୍ଥିତ ବୁଦ୍ଧି ପାଇଁ ପ୍ରଶଂସା କରିଛନ୍ତି । ତେବେ ପରେପରେ ଆଲୋକର ବାପାଙ୍କ କଥା ଅନୁସାରେ ସେଠାରୁ ସପରିବାର ଯଥା ସମ୍ଭବ ବାହାରିବା ପାଇଁ ଚେଷ୍ଟା କରିଛନ୍ତି ଆଲୋକ ଡାଏରୀକୁ ନିଜ ସାଙ୍ଗରେ ସୁରକ୍ଷିତ ରଖି ଥିବାରୁ ସେଠାରୁ ବାହାରକୁ ଯିବା ପାଇଁ ଆବଶ୍ୟକ ଥିବା ମନ୍ତ୍ରର ପ୍ରୟୋଗ ପାଇଁ କିଛି ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିନି ସତ କିନ୍ତୁ ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ଉଠୁଚି ଯେ ଏତେ ସବୁ ସମ୍ପତ୍ତିକୁ ଏକା ସାଙ୍ଗରେ ଏକତ୍ର କିପରି ନେଇ ହେବ ?? ।

ଯାହାର ଉତ୍ତରକୁ ନେଇ ଆଲୋକ କିଛି ସମୟ ଭାବିବାରେ ଲାଗିଛନ୍ତି ଏବଂ ମନରେ ତାଙ୍କର ଆସିଚି କେବଳ ଗୋଟିଏ ମାତ୍ର ବସ୍ତୁ ଯାହାରକି ସାହାଯ୍ୟ ମୁଁ ବର୍ତ୍ତମାନ ଯାଏଁ ନେଇ ନାହିଁ ଯାହାକି ହେଉଚି ସେଇ ମହାନ୍ ଯୋଦ୍ଧାଙ୍କ ଦ୍ଵାରା ପ୍ରାପ୍ତ ହେଇଥିବା ଦ୍ଵିତୀୟ ଭେଟି ଆଉ ମୋର ବିଶ୍ବାସ ଯେ ସେଇ ଶେଷ ବସ୍ତୁ ବା ଭେଟି ହିଁ ମୋର ଏ ସମସ୍ୟାର ନିରାକରଣ କରିଦେବ ତେବେ ଆଉ ଡେରି ନକରି ମୁଁ ଦେଖେ ସେଇ ବସ୍ତୁଟି ପ୍ରକୃତରେ କଣ ? ଏବଂ ସେଇଟା କିପରି ମୋର ସହାୟତା କରି ପାରିବ ?

ନିଜ ସାଥିରେ ନେଇଥିବା ଥଳିରୁ ଆଲୋକ ଦ୍ଵିତୀୟ ଭେଟିକୁ ବାହାର କରି ଦେଖନ୍ତି ତ ସେଇ ଭେଟି ଟି ହେଉଚି ଏକ ଶାମୁକା ଯାହାକୁ ଖୋଲିବା ମାତ୍ରେ ସେ ଏକ ମୁକ୍ତା ସଦୃଶ୍ୟ ଗୋଟେ ଚକମକ୍ ପଥର ଦେଖିଛନ୍ତି ଆଉ ପଥର ତଳେ ଗୋଟେ କାଗଜ ଭଙ୍ଗା ହେଇକି ଅଛି ସେଇ କାଗଜକୁ ଖୋଲିବା ମାତ୍ରେ ସେଥିରେ କିଛି ଲେଖା ହେଇଥିବାର ଦେଖନ୍ତି ଆଲୋକ ପଢ଼ିବା ପରେ ଜାଣନ୍ତି ଯେ ସେଇ ମୁକ୍ତାକୁ ଘର୍ଷଣ କରିବା ଦ୍ଵାରା ସେଥିରେ ନିଜର ମନ ମୁତାବକ ବସ୍ତୁଠୁ ନେଇ ସବୁକିଛି ଏକତ୍ର ଲୁଚେଇ ରଖି ପାରିବା ଏବଂ ଆବଶ୍ୟକ ବେଳେ ସେଇ ମୁକ୍ତାକୁ ଘର୍ଷଣ କରିବା ଦ୍ୱାରା ସେସବୁକୁ ପୁନଃ ସାଉଁଟି ପାରିବା ତ ବାସ୍ ହେଇ ଯାଇଚି ସବୁ ଚିନ୍ତାର ମୁକ୍ତି ଆଲୋକ ସେଇ କାଗଜରେ ଲେଖା ଯାଇଥିବା ପ୍ରକ୍ରିୟାକୁ ପଢ଼ି ଅନୁସରଣ କରିଚି ଏବଂ ସମସ୍ତ ସଂପତ୍ତି ଏକତ୍ର ହେଇ ସେଇ ଚକମକ୍ ମୁକ୍ତା ସଦୃଶ୍ୟ ପଥରରେ ଗଚ୍ଛିତ ରହି ଯାଇଚି ତେବେ ଆଉ କାଳ ବିଳମ୍ୱ ନକରି ସମସ୍ତେ ଡାଏରୀର ମନ୍ତ୍ର ସାହାଯ୍ୟରେ ଗନ୍ତବ୍ୟ ମାର୍ଗର ଫାଟକ ଫିଟେଇ ସେଠାରୁ ବାହାରକୁ ବାହାରିଛନ୍ତି । 

ଆଲୋକର ଉପସ୍ଥିତ ବୁଦ୍ଧି ଏବଂ ତାର ଚତୁରତା ପାଇଁ ସେ ଛୋଟ ହେଲେ ବି ଏତେ ବଡ଼ ସମସ୍ୟାର ସମାଧାନ କରିବା ସହିତ ନିଜର ପୂର୍ବ ପୁରୁଷଙ୍କ ଦ୍ଵାରା ସାଇତି ରଖା ଯାଇଥିବା ସମ୍ପତ୍ତି ସବୁକୁ ସାଙ୍ଗରେ ଆଣି ପାରିଛି । ଯାହାକି ଅନ୍ଧାର ଘରକୁ ଆଲୋକ କରିବାର ଗୋଟେ ମାଧ୍ୟମ ସାଜିଛି । ଭଙ୍ଗା କୁଟୀରଟି ତାଙ୍କର ଆଲୋକ ପାଇଁ ବିଶାଳ ରାଜ ପ୍ରାସାଦ ହେବାରେ ସମୟ ନେଇ ନାହିଁ । ଯାହାକୁ ଦେଖିଲେ ଲାଗୁଚି ସତରେ ପ୍ରଭୁଙ୍କ ସୃଷ୍ଟି ଏବଂ ରଚନା ବଡ଼ ବିଚିତ୍ର ସେ ଯଦି ଦେବାକୁ ଚାହିଁବେ ତେବେ ପଙ୍କରୁ ପଦ୍ମ ସୃଷ୍ଟି ହେବାପରି ଅଲୌକିକ ଘଟଣା ଘଟିବାରୁ କେହି କେବେବି ଅଟକେଇ ପାରିବେ ନାହିଁ ।

                           ।। ସମାପ୍ତ।।



Rate this content
Log in