ସାଇକଲ ରେ ଲୁଲୁଙ୍ଗ ପିକନିକ
ସାଇକଲ ରେ ଲୁଲୁଙ୍ଗ ପିକନିକ
ଆସିଛି ପିକନିକ୍ ଋତୁ।
ବାରିପଦା ସହର ପାଖପାଖି ପିକନିକ ସ୍ପଟ୍ ଭାବେ ଅନ୍ୟତମ ଆକର୍ଷଣ ରହିଛି ପିଠାବାଟା “ଲୁଲୁଙ୍ଗର”।
ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପକଣ୍ଠରେ ଉଭା ଏହି ପ୍ରକୃତିର ପ୍ରାକୃତିକ ବୈଭବ ,ଘନଘନ ବୃକ୍ଷ ଗୁଳ୍ମ ଆଛାଦିତ କଳା ଢିମାଢିମା ବିଶାଳ କାୟ ପଥର ଶୋଭିତ ସ୍ଥାନ । ସବୁକଥା ଛାଡ଼ି ଏବେ ମୂଳକଥାଟି ଆରମ୍ଭ ଏହିପରି ହୁଏ ,
ଘରପାଇଁ ପରିବା କିଣି ଆଣିବାର ବାର ଆବଶ୍ୟକତା ଥିବାରୁ ପରିବା କିଣିବା ପାଇଁ ମୋ ସାଙ୍ଗ ବାରିପଦା ସହର ର ରାତିରେ ବସୁଥିବା ବଡ ମାର୍କେଟ କୁ ଅଚାନକ ଯିବାର ସୂଚନା ଦେବାରୁ ଆମେ ସବୁ କହିଲୁ ଯେ ତେବେ ଆମ ରାତି ମାର୍କେଟରୁ କୁକୁଡା ପଳେଈ ଆସୁ । ସକାଳେ ଗଲା ବେଳେ ଏସବୁ କାମ ଆଉ ରଖିବା ନାହିଁ । ସାଙ୍ଗ ଏବଂ ତାଙ୍କ ସାଇକେଲରେ ।
ବନ୍ଧା ହୋଇ ଆସିପହଞ୍ଚିଲା ସବୁ କୁକୁଡା । ସାଇକେଲର କଉଠି ବାନ୍ଧିଲେ କହିପାରିବିନି ?
ବ୍ରୟେଲର କୁକୁଡ଼ା । ବାରିପଦା ରାତି ମାର୍କେଟରୁ ଯଥାରୀତି ଘର ପହଞ୍ଚିଲା ବେଳକୁ ସବୁ କୁକୁଡା ସାଇକେଲରେ ପିଟିହୋଇ ମରିଯାଇଛନ୍ତି । କ'ଣ କରିବା ?? ସମସ୍ତେ ବଡ ଚିନ୍ତାରେ ପଡ଼ିଗଲେ । ଗୁରୁଜନ ମାନଙ୍କ ପରାମର୍ଶ କ୍ରମେ ନିଷ୍ପତ୍ତି ହେଲା ଯେ -ଏବେ ସଙ୍ଗେ ସଙ୍ଗେ ସବୁ କୁକୁଡା କାଟିବାକୁ ପଡିବ ଏବଂମାଂସକୁ ଆଜିହିଁ କଷି ରଖିଲେ ଯାଇ କାଲି ଲୁଲୁଙ୍ଗରେ ଖାଇପାରିବ । ପୁଣି ପାଞ୍ଚ ଛଅ କିଲୋ କୁକୁଡା ର କଥା ନଷ୍ଟ ମଧ୍ୟ କରି ହେବ ନାହିଁ ।
ତେଣୁ ରାଜିନ ହେଇ ଉପାୟ ନାହିଁ।ନିଜ ନିଜ ଭିତରେ ଚାନ୍ଦା ସଂଗ୍ରହଠୁ ଆରମ୍ଭ କରି କଣ ? କଣ ? ଖାଇବା ଆଇଟମ
ହେବ ସେ ସବୁ ଚିଠା ରେ ଲେଖା ରହୁଥାଏ ।
ଏହି କାର୍ଯ୍ୟକ୍ରମଟି ଆମ ଚିଠାରେ ନଥାଇ ମଧ୍ୟ ଜୋର ଜୋବରଦସ୍ତ ଧସେଇ ପଶି ଆସିଲା ।
ଏବେ ଆମେ କେବଳ ସକାଳକୁ ଅପେକ୍ଷା ।
ସିନ୍ଦୁରା ଫିଟିଲା । ସକାଳ ହେଲା ।
ହସୁଥାଏ ଶୀତରାଣୀ ଧରିତ୍ରୀର କୋଳରେ ।
ସମସ୍ତେ ସାଇକେଲରେ ଯିବୁ ।
ଲୁଲୁଙ୍ଗ କେତେ କିଲୋମିଟର ଆମେ ମଧ୍ୟ ଜାଣିନଥିଲୁ କି ଜାଣିବାର ଆବଶ୍ୟକତା ନାହିଁ ।
କେବଳ ଜାଣିଛୁ ଲୁଲୁଙ୍ଗ ଯିବୁ। ସକାଳ ଠିକ୍ ସମୟରେ ଆସି ଲାଗିଗଲା କୋଡିଏ ଏକୋଇଶ୍ ସାଇକେଲ।
ଆମେ ସେତେବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ।
ପ୍ରାୟ ସମସ୍ତଙ୍କର ହାଇସ୍କୁଲରେ ପଢିବା ବେଳର
ସାଇକେଲ ।କାହା ସାଇକେଲରେ ବାସ୍କେଟ ଲାଗି ଥାଏ ଅବା କାହା ସାଇକେଲରେ ହେଣ୍ଡଲ କେରିଆର
ଲାଗିଥାଏ ।
ମୋ ସାଇକେଲରେ ହେଣ୍ଡଲ କେରିୟାର ଲାଗିଥାଏ । ଅଧିକାଂଶ ସାଇକେଲ ହିରୋ ଜେଟ କମ୍ପାନୀର ଥାଏ ।
କିଏ କିଏ ଭଉଣୀ ମାନଙ୍କର କିଣା ହୋଇଥିବା ହିରୋହଂସା କମ୍ପାନୀ ର ସାଇକେଲ ମଧ୍ୟ ଆଣି ଆସିଥାନ୍ତି । ଏକ ଶୀତୁଆ ସକାଳରେ ଆମର ଯାତ୍ରାରମ୍ଭ ହେଲା ବାରିପଦା ସହର ର ଭୁଗୁଡାକଟା ରୁ ।
ଏ ,ତ ଗଲା ପରିବହନର ପ୍ରସ୍ତୁତି ।
ଏବେ କହିବି ; ଏକ ବିଶେଷ ମଜାଦାର ପ୍ରସ୍ତୁତିର କଥା ଏହି ପ୍ରସ୍ତୁତିରେ ରହିଛି ଏକ ଟେପରେକଡର୍ ଓ କିଛି କେସେଟ ତା’ସହ ବେଟେରୀ ଇତ୍ୟାଦିର କଥା ।
ନିଶ୍ଚୟ ଆପଣ ଭାବୁଥିବେ ଏହା ସାଇକଲ ରେ ରହିବ କେମିତି ? ଏହା
ସାଇକେଲ ବାସ୍କେଟରେ ରହିବ।ବେଟେରୀ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟାଗ । ପୁଣି ରହିଲା ରାନ୍ଧିବା ଉପକରଣ ଯେମିତି ଡେକଚି, କରେଇ ସହ
କଷାମାଂସ ,ତଥା ଅନ୍ୟାନ୍ୟ ସାମଗ୍ରୀ ।
ଯେଉଁମାନେ ଡବଲ ବସିଲେ ସେମାନେ ଡେକଚି ,କରେଇ ଧରିବସିଲେ।
ନିଶ୍ଚୟ ପାଳି କରି ସାଇକେଲ ଚଲାଇବାକୁ ପଡିବ ଅବା ଡବଲ୍ ପ୍ୟାଡେଲ ମିଶି ମାରିବାକୁ ପଡ଼ିବ ।
ଆସି ସାରିଲା ପରେ ଜାଣିଲୁ ଲୁଲୁଙ୍ଗ ପାଖାପାଖି ପଚିଶ ଛବିଶ କିଲୋମିଟର ହୋଇଯିବ ।
ଯାହାହେଉ ପ୍ରଥମେ ଜାଣିନଥିଲୁ ଭଲ ହେଲା !! ନଚେତ ଏତେ ଦୂର କହି ରହିଯାଇଥାନ୍ତୁ ।
ଗୋଟିଏ ପରେ ଗୋଟିଏ ସାଇକେଲ ଚାଲିଥାଏ ।
ବାଟରେ ପଡ଼ିଲା ଶ୍ୟାମାଖୁଣ୍ଟା ଫାର୍ମ ।