Sunanda Mohanty

Romance Tragedy Fantasy

3  

Sunanda Mohanty

Romance Tragedy Fantasy

ସାଙ୍ଗିଆ

ସାଙ୍ଗିଆ

2 mins
12


ସେଦିନ ଘରେ ଅନେକ ଖୁସି ଅପେକ୍ଷା କରିଥିଲା ଯେମିତି.ପୁଅ ବୋହୁ ନାତି ସହିତ କିଛି ବିଦେଶୀ ଲୋକ ନେଇ ବିଦେଶରୁ ଆସିଥିଲା ବେଳେ ଜୋଇଁ ନାତୁଣୀ ସହିତ ଅନ୍ୟ କିଛି ବନ୍ଧୁ ବାନ୍ଧବଙ୍କୁ ନେଇ ଆସିଥିଲା ଝିଅ . ପୁଅ ତା ସାଙ୍ଗମାନଙ୍କୁ ଖୁଆଇବାକୁ ପିଜା, ବର୍ଗର, ମୋମୋ ପ୍ରସ୍ତୁତ କରୁଥିଲା ବେଳେ ଝିଅ ଦହିବରା, ମଟରଘୁଗୁନି, ଦୋସା, ଚାରୁ, ସମ୍ବର କରୁଥିଲା ଖାଇବାକୁ କିନ୍ତୁ ରୀତା ସେଦିନ ଖରା ଗରମକୁ ଆଖି ଆଗରେ ରଖି ପାଖାଳ ବ୍ୟବସ୍ଥା କାରିଥିଲେ ସମସ୍ତଙ୍କ ପାଇଁ. ମାଛ ଭଜା, ଅଣ୍ଡା ଭଜା, ଚୁଙ୍ଗୁଡିବରା ସହ ବଡ଼ିଚୁରା, ଶାଗ, ଛୁଇଁ ଆଳୁ ଭଜା, କଲରା ଭଜା,ବାଇଗଣ ଭର୍ତ୍ତା, ପୋଦିନା ଚଟଣୀ ସହ ଜହ୍ନି ଆଳୁ, ଟମାଟ, ଭେଣ୍ଡି, ବାଇଗଣ ସହ ଧନିଆଁ ପତ୍ର, ରସୁଣ, ସୋରିଷ ତେଲ, କଞ୍ଚାଲଙ୍କା, ପିଆଜ ଦଳା ପାଗ. ସମସ୍ତେ ପୁଅ ଝିଅ କରୁଥିବା ଖାଦ୍ୟକୁ ତ ଖୁବ ପସନ୍ଦ କରିଥିଲେ କିନ୍ତୁ ରୀତାଙ୍କ ଦହି ପାଖାଳ ସାଙ୍ଗକୁ ସବୁ ସାଙ୍ଗିଆ ଦେଖି ଓ ଖାଇ ଖୁବ ମଜ୍ଜା ନେଇଥିଲେ. ଚୁଙ୍ଗୁଡ଼ିବରା କେମିତି ହୁଏ ସମସ୍ତେ ପଚାରିଥିଲେ କାରଣ ଚୁଙ୍ଗୁଡ଼ି ଚପ ଖାଇଥିଲେ ମଧ୍ୟ ଏମିତି ବରା କେହି ଖାଇନଥିଲେ. ଅରୁଆ ଚାଉଳ, ରସୁଣ, ଅଦା, କଞ୍ଚାଲଙ୍କା, ଜୀରା ସହିତ ବାଟି ପିଠଉ କଲାପରେ ତା ସାଙ୍ଗରେ ସିଝିଥିବା ଆଳୁ ଚକଟା ଓ ଚୁଙ୍ଗୁଡ଼ି ଭଜାର ଖଣ୍ଡି ଖଣ୍ଡି ଛେଚା ବା ବଟା ମିଶାଇ ଗୁଳାଗୁଡିକୁ ବରା ଆକାରରେ ତେଲରେ ଗରମ କରି ବା ଛାଣି ଏ ଚୁଙ୍ଗୁଡ଼ିବରାକୁ ସମସ୍ତେ ପସନ୍ଦ କରିଥିଲେ. ରାତିକୁ ରାତି ଶାଶୁ, ବୋହୁ, ଝିଅ ମିଶି କରୁଥିଲେ ସରୁଚକୁଳି, ପୁଳି, ଚିତଉ, ଚକୁଳି ସହିତ ବୁଟ ତରକାରୀ, ପଣସ ଆଳୁ ମସଲା ତ ପୁଣି କେବେ ଟିଫିନରେ ଚିକେନ ପକୋଡା, ମାଂସ କଷା ସାଙ୍ଗକୁ ବରା, ପିଆଜି, ପକଡି ସହିତ ବିଭିର୍ନ୍ନ ଆଚାର ଓ ଚଟଣୀ. ସେସବୁ ଖାଇ ଦେଶୀ ବିଦେଶୀ ଉଭୟ ସାଙ୍ଗସୁଖ କହୁଥିଲେ ଏସବୁ ଖାଇ ଭୋକ କମିଯିବା ବଦଳରେ ବଢିଗଲା ଭୋକ ‌।

    ସେମାନେ ସମସ୍ତେ ଫେରିଯିବା ବେଳେ କହିଥିଲେ ପାଖାଳ ଖାଇବାକୁ ପୁଣି ଆସିବୁ ଆମେ ତ ରାଜ ଓ ରୀତା ଖୁବ ଖୁସି ହୋଇଥିଲେ. ପୁଅ ଝିଅ ଫେରିଯିବା ପରେ ଘର ଶୁନ୍ୟ ଓ ମନ ମଧ୍ୟ ଶୁନ୍ୟ ଲାଗୁଥିଲା ତ ରାଜ ସବୁଦିନ ପରି ଜଗନ୍ନାଥ ଦର୍ଶନ କରିବାକୁ ରୀତାଙ୍କୁ ମନ୍ଦିର ନେଇ ଆଖିର ଭୋକକୁ ମାରିବା ପରେ ଅବଢ଼ା ଖାଇ ପେଟର ଭୋକକୁ ମାରି ସାରି ସମୁଦ୍ର କୂଳେ ଘଡିଏ ବସିଥିଲେ. ସେଦିନ ରୀତା ପିନ୍ଧିଥିବା ପାଟ ଗୋଡ଼ରେ ନାଇଥିବା ପାଉଁଜି ଝୁଣ୍ଟିଆ ଓ ଅଳତାର ପାରିପାଟି ଦେଖି ତାଙ୍କୁ ମାଆ ରାଧାରାଣୀଙ୍କ ଭଳି ଦିଶୁଛ କହିଥିଲେ ସ୍ୱାମୀ ରାଜ ତ ତାଙ୍କ ପାଟିରେ ହାତ ରଖି ରୀତା କହିଥିଲେ କାହିଁ ଦେବୀ ରାଣୀ କାହିଁ ଚନ୍ଦରକାଣୀ. କିନ୍ତୁ ପ୍ରକୃତରେ ଯୋଉଦିନ ଶାଢ଼ୀ, ଶଙ୍ଖା, ନାଲି ଅଳତା ଓ ନାଲି ସିନ୍ଦୁର ନାଇ ସ୍ୱର୍ଗଦ୍ୱାର ଯିବାକୁ ସଜ ହେଉଥିଲେ ରୀତା ରାଜ ପାଗଳ ଭଳି ସମୁଦ୍ର ଭିତରକୁ ପଶିଯିବା ଦୃଶ୍ୟରେ ପୁଅ,ବୋହୁ, ଝିଅ, ଜୋଇଁ ସମ୍ଭାଳି ପାରୁନଥିଲେ ରାଜଙ୍କୁ.ଶେଷକୁ ନାତୁଣୀ ଡାକୁଥିବା ଅ....ଜା ଓ ନାତି ଡାକୁଥିବା ଜେ....ଜେ ଡାକରେ ରାଜ ପ୍ରକୃସ୍ଥିତ ହେଲେ ବି ତାଙ୍କୁ ସମ୍ଭାଳିବା ବଡ଼ କଷ୍ଟ ଥିଲା. ଦଶ, ଏଗାର,ବାର, ତେର ସଂକୀର୍ତ୍ତନ ସରିବା ପରେ ସମସ୍ତେ ଅଡ଼ି ବସିଥିଲେ ରୀତାଙ୍କ ହାତ ତିଆରି ପାଖାଳ ପରି ପାଖାଳ ଖାଇବାକୁ. ପାଖାଳ ସାଙ୍ଗିଆ ସବୁ ଭିତରେ ଚୁଙ୍ଗୁଡ଼ିବରା ଥିଲା.ମାଆ ପସନ୍ଦର ଝିଅ ବୋହୁ ପ୍ରସ୍ତୁତ ମନଲାଖି ଖାଦ୍ୟ ପାଖରେ ବାପା ରାଜଙ୍କୁ ଜୋର ଜବରଦସ୍ତ ବସେଇ ଖୁଆଉଥିଲେ ପୁଅ ଝିଅ ବୋହୁ ଓ ଜୋଇଁ ଓ କହୁଥିଲେକି ଆପଣ ମାଆଙ୍କ ପସନ୍ଦର ଖାଦ୍ୟ ଖାଇଲେ ତାଙ୍କର ଗତି ମୁକ୍ତି ପ୍ରାପ୍ତି ହେବ ।



Rate this content
Log in

Similar oriya story from Romance