Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ସୁପୁତ୍ର

ସୁପୁତ୍ର

3 mins
139


ପାଠାଗାର ରୁ ପାଠାଗାର ଦଉଡି ଦଉଡି ଦିନେ ଏକ ବହି ଯାହାର ନାମ ଥିଲା ଦେବଦାସୀର ଆତ୍ମଲିପି ଶ୍ରୀମନ୍ତ ହାତରେ ଲାଗିଲା । ଅନେକ ଜୀବନ ଦର୍ଶନ ଭିତରୁ ଦେବଦାସୀ ଜୀବନ ଦର୍ଶନରେ ତା ଭିତରେ ପ୍ରେମ ଅଙ୍କୁରୋଦମ କଲା । ପେଟର କ୍ଷୁଧା, ମନର କ୍ଷୁଧା, ଐଶ୍ଵର୍ଗିକ କ୍ଷୁଧା ସହିତ ଦେହର କ୍ଷୁଧା ମଧ୍ୟ ଜୀବନ୍ତ ଶରୀର ପାଇଁ ଏକାନ୍ତ ଆବଶ୍ୟକ ବୋଲି ସାରାଂଶ ଥିବା ବହିଟିକୁ ପଢି ଶ୍ରୀମନ୍ତ ପାଗଳ ହେଲା, ପୁଣି ତାର ଅବନ୍ତିକା ମନେ ପଡିଲା । କଲେଜରେ ଅବନ୍ତିକାକୁ ଭଲ ପାଇଲା ବେଳେ ଅବନ୍ତିକା ବିବାହିତ ଥିଲା । ଏବେ ସେ ତିନିଟା ସ୍ୱାମୀ ପରିତ୍ୟକ୍ତା ହୋଇଥିଲେ ମଧ୍ୟ ସେହି ଅବନ୍ତିକାର ପ୍ରେମ ପାଇବାକୁ ସେ ବ୍ୟାକୁଳ ହେଲା । ସେଦିନ ବହି ଷ୍ଟଲରେ ଅବନ୍ତିକା ଆଚାର୍ଯ୍ୟର ଆଧ୍ୟାତ୍ମିକ ପୁସ୍ତକ ଦେଖି ସେ ଯେତିକି ଆଚମ୍ବିତ ହେଲା ସେତିକି ଆଶ୍ଚର୍ଯ୍ୟ ।ଯୋଉ ବିବାହିତ ଝିଅ କଲେଜ ଲେଡ଼ିଜ ହଷ୍ଟେଲ ଡ୍ରୟାରରେ ସିଗାରେଟ ଠାରୁ ଆରମ୍ଭ କରି ବିଅର ମଧ୍ୟ ରଖିପାରୁଥିଲା, ସେ ବି ଆଧ୍ୟାତ୍ମିକ ଦର୍ଶନ ଶାସ୍ତ୍ର ସମ୍ବଳିତ ବହି ଲେଖିପାରେ ଭାବି ସେ ସ୍ଥିର ନିଶ୍ଚିନ୍ତ କଲା ଅବନ୍ତିକାକୁ ଭେଟିବ ନିଶ୍ଚୟ ।


  ଭେଟିଥିଲା ଅବନ୍ତିକାକୁ । ଦେଖୁ ଦେଖୁ ଅବନ୍ତିକା କହିଥିଲା ତୁମେ ନିଶ୍ଚୟ ଫେରିବ ବୋଲି ମୁଁ ଜାଣିଥିଲି ଶ୍ରୀମନ୍ତ । ପ୍ରଥମ ପ୍ରେମକୁ କେହି କଣ ଭୁଲିପାରେ??ଶ୍ରୀମନ୍ତର ମନେପଡ଼ିଯାଉଥିଲା ସେଦିନ ଲେଡ଼ିଜ ହଷ୍ଟେଲ ସମ୍ମୁଖରେ ଅବନ୍ତିକା ରୁମ ଆଗରେ ନୁଙ୍ଗୁରେଇବା ଫଳ କେତେ ଭୟବହ ହୋଇଥିଲା । ଧରାପଡି, ଏବାଟେ ସିଗ୍ରେଟ ଖାଇବାକୁ ଯାଉଛି କହି ମଧ୍ୟ ସେଦିନ ପାର ପାଇନଥିଲା ଶ୍ରୀମନ୍ତ । ଏକରକମ ତା ହାତ ଦୁଇଟାକୁ ଭିଡି ନେଇ ଅବନ୍ତିକା ତା ରୁମର କବାଟ ବନ୍ଦ କରିଦେଲା ବେଳେ ସେ ସେହି ଶୀତ ରାତିରେ ମଧ୍ୟ ଗାଧେଇ ସାରିଥିଲା ଗୋଟା ପଣେ ଆଉ ତା ମୁଁହରୁ ଝାଳ ପୋଛିବାକୁ ଟର୍କିସ ବଢ଼େଇ ଦେଇ ଡ୍ର ଭିତରୁ ଦେଖେଇ ଦେଇଥିଲା ଅବନ୍ତିକା ଅନେକ ଭେରାଇଟ ଓ ପଚାରୁଥିଲା କୋଉ ବ୍ରାଣ୍ଡ ଦରକାର? ଆଉ ସେଇଠି ହିଁ, ଗୋଟେ ବ୍ରାଣ୍ଡ ଉଠେଇ ଆଣି କହିଥିଲା ଏଇଟା ମୋ ସ୍ୱାମୀଙ୍କର ପସନ୍ଦ । ତୁମେ ମୋ ସ୍ୱାମୀ ହେବାକୁ ଚାହଁ ନା ଖାଲି ପ୍ରେମିକ?? ଶତ ଆଲୋକର ଇନ୍ଦ୍ରଧନୁ ଆଙ୍କି ହୋଇଯାଇ ତା ମୁଁହରେ କିଏ ସାତରଙ୍ଗ ବୋଳି ଦେଇଥିଲା ଯେମିତି ।ଆଜି ବି ସେଇକଥା ଭାବି ସେ ଶୀହରିତ ହେଲା ବେଳେ ଅବନ୍ତିକା କହୁଥିଲା ମୁଁ ଜାଣେ ତୁମେ ଖାଲି ପ୍ରେମିକ ନୁହଁ ବରଂ ପାଗଳ ପ୍ରେମିକ । ଡରି ଡରି ଶ୍ରୀମନ୍ତ କହୁଥିଲା ନା ଏଇ ବହିଟି ପାଇଁ ବଧେଇ ଜଣେଇବା ପାଇଁ ଆସିଥିଲି । ଅବନ୍ତିକା ପୁଣି ଯେବେ ହସି ହସି କହୁଥିଲା ମୁଁ ଜାଣିଥିଲି, ସେଇ ବହି ମାଧ୍ୟମରେ, ତୁମେ ପୁଣି ଫେରିବ ମୋ ପାଖକୁ । ଏଥର ଅସମ୍ଭାଳ ଶ୍ରୀମନ୍ତ, ଜମା ବି ବଦଳିନି ଅବନ୍ତିକା । ସେ ଖସି ଯିବାକୁ ଚେଷ୍ଟା କରୁଥିଲା କିନ୍ତୁ ପାରିଲାନି । ଅନେକ ଆଗରୁ ତା ହାତ ଦୁଇଟି ଅବନ୍ତିକା ହାତ ମୁଠାର ଜାବରେ ବନ୍ଦୀ ହୋଇସାରିଥିଲା । ଆଉ ସେହି ହିଁ ତା ଜୀବନର ପ୍ରଥମ ଓ ଶେଷ କ୍ଷୁଧା ମେଣ୍ଟି ଯିବାର ବହି, ବିହି ଲେଖିସାରିଥିଲା ।ସେ ଫେରିଆସିଥିଲା ।ବହି ନିଶା ତାର ରକ୍ତଗତ ହୋଇସାରିଥିଲା । ଅବନ୍ତିକା ଭଳି ଝିଅର ପ୍ରେମିକ କି ସ୍ୱାମୀ ହେବାର ଅବକାଶ ତା ପାଇଁ କେବଳ ତା ଆତ୍ମନୈପଦୀ ଭିତରେ ଏକ ଅବୁଝା ଫର୍ଦ୍ଦଟିଏ କେବଳ । ତାକୁ ଚିରି ମକଚି ଦେବାକୁ ତାକୁ କେତେ ସମୟ ଅବା!


  ସେହି ପିଲାଦିନ ।ସେହି ସ୍ମୃତି ତାହା ପୁଣି ବାପା ମାଆଙ୍କର । ଯାହା ଆଉ ଫେରିବନି ତଥାପି କାହିଁକି ସେ ଭୁଲିପାରୁନି ବାପା ମାଆଙ୍କୁ । ଅଚଳାଚଳ ସମ୍ପତ୍ତି ଥୋଇ ଦେଇ ଯାଇଥିବାରୁ ନା ଏକମାତ୍ର ଉତ୍ତରାଧିକାରୀ ହୋଇଥିବାରୁ ନା କିଛି ଦାଇତ୍ୱ କର୍ତ୍ତବ୍ୟ ନିଭେଇବାକୁ ଦେଇନଥିବାରୁ ନା ବୃଦ୍ଧ ବୃଦ୍ଧା ହୋଇ ହୋଇ ତାକୁ ଆଶାଵାଡ଼ି ହେବାକୁ କହିନଥିବାରୁ??ଏସବୁ ଭାବନା ଭିତରେ ପୁଣି ସେହି ସମୁଦ୍ର କୂଳର ଦୃଶ୍ୟ ତାକୁ ପାଗଳ କଲା । ନିଜ ବାପାଙ୍କ ଭକ୍ତି ପୁଷ୍ପ ଭଜନ ମାଳା ତିନିଖଣ୍ଡ ସଂସ୍କରଣର ଗଦା ଗଦା ବହିକୁ, ସେ ତା ବହି ସୁଡ଼ଙ୍ଗର ପ୍ରଥମ ନିଅଁ ଦେଇଥିବା ବେଳେ, ସେହି ଅଜଣା ପରିବାରର ମାଆ ମରିଗଲା ପରେ, ମାଆଙ୍କ ଲିଖିତ ପୁସ୍ତକ ଗୁଡିକୁ ଘରର ଅଳିଆ ଭାବି ସମୁଦ୍ରରେ ଭସାଇ ଦେବାର ଅଯୌକ୍ତିକର ଉଦାହାରଣ ଶ୍ରୀମନ୍ତକୁ ସନ୍ତୁଳିତ କରୁଥିଲା । ଉଦ୍ଧାର କରିଥିବା ଏକମାତ୍ର ବହିଟିର ନବକଳେବର କରି ସାରିଥିଲା ସେ ଏ ଭିତରେ । ଆଗକୁ ସେହି ମାଆଙ୍କର ଶ୍ରାଦ୍ଧ ବାର୍ଷିକୀ ଆସୁଛି । ସେ ନିଶ୍ଚୟ ଯିବ । ସେ ମାଆକୁ ଥରେ ତାଙ୍କୁ ଫଟୋ ଭିତରେ ଦେଖି ପଚାରିବ, ଏପରି ପୁତ୍ର ସନ୍ତାନ ଜନ୍ମ କରିବାର ଫଳାଫଳ ଆଉ କଣ ହେଇପାରେ ମାଆ ବୋଲି ନିଶ୍ଚୟ ସମବେଦନାର ଲୁହ ଟୋପେ ଦେଇ ଆସିବ ସେ ।ସତକୁ ସତ ବହି ଖଣ୍ଡେ ଧରି ସେଦିନ ବହି ଠିକଣାରେ ପହଞ୍ଚିଗଲା ସେଠି । ଯିବା ଆସିବା, ଖିଆ ପିଆ, ନାଲି ନେଳି ଆଲୋକ ଭିତରେ ମୃତ୍ୟୁ ବାର୍ଷିକୀ ବୋଲି ଲାଗୁନଥିଲା ବରଂ ଏକ ନିଆରା ଦୀପାବଳୀ ଭଳି ମନେ ହେଉଥିଲା । ଆଲୋକ ମାଳା ଭିତରେ,ବହିଟିକୁ ନେଇ ଆଗେଇ ଗଲା ଶ୍ରୀମନ୍ତ, ରଖିନେଇ ମାଆଙ୍କ ବିରାଟ ତୈଳ ଚିତ୍ର ତଳେ ମୁଣ୍ଡିଆ ମାରି କହୁଥିଲା, ମତେ କ୍ଷମା କରିଦିଅ ମାଆ । ଉଠୁ ଉଠୁ କେହି ତାକୁ ଧରିନେଲା । କଥା ସରିଲା ।ନିଶ୍ଚୟ ପ୍ରାଣ ଗଲା ଜାଣ । କେହି ତାକୁ ଛାତିରେ ତୋଳି ନେଇ କହୁଥିଲେ ମୋ ସୁପୁତ୍ର ତୁ ପୁଅ । ଅନେକ ଖୋଜିଛୁ ସମୁଦ୍ର ଗର୍ଭରେ ।ଗର୍ଭକୁ ଥରେ ଗଲା ପରେ ଆଉ କି ଫେରିପାଇ ହୁଅନ୍ତା ସେ ଅମୁଲ୍ୟ ସମ୍ପଦ ବହି ସବୁ??ସେ ଆଉ କେହି ନଥିଲେ, ଅବନ୍ତିକାର ବାପା, ତାଙ୍କ ସ୍ତ୍ରୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବହିଟିକୁ ପାଇ ସ୍ତ୍ରୀଙ୍କୁ ଫେରିପାଇବା ପରି ମନେକରୁଥିଲେ । ଫେରିଆସିବା ପୂର୍ବରୁ ଅବନ୍ତିକା ହାତ ମୁଠାର ନରମ ସ୍ପର୍ଶରେ ସେ ପୁଣି ବନ୍ଦୀ ହୋଇସାରିଥିଲା ।

    


Rate this content
Log in

Similar oriya story from Abstract