Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ଅଭାବ

ଅଭାବ

1 min
9



କୋକିଳର ସ୍ଵର ହେଲେବି ମଧୁର

ଶ୍ରୁତି ବିନା ତାହା କି ହେବ !

ମାଆ ଡାକ ଯେତେ ମଧୁର ହେଲେବି

ପୁତ୍ର ନଥିଲେ କେ ଡାକିବ !


ଆକାଶରେ ମେଘ ଯେତେ ଗରଜିଲେ

ବରଷା ନକଲେ କି ଲାଭ !

ଦର୍ପଣ ହୋଇଲେ ଯେତେ ବି ସୁନ୍ଦର

ଚକ୍ଷୁ ବିନା ତାହା କି ହେବ !


ରୂପେ ହେଉ ନର ଯେତେ ବି ସୁନ୍ଦର

ଚରିତ୍ର ନଥିଲେ କି ଲାଭ !

ସିନ୍ଦୂର ହୋଇଲେ ଯେତେବି ସୁନ୍ଦର

ପତି ବିନା ତାହା କି ହେବ !


ଯେତେ ଥାଉ ଧନ ମାନ ପ୍ରତିପତ୍ତି

ହୃଦୟ ନଥିଲେ କି ଲାଭ !

ଯେତେ ମୂଲ୍ୟବାନ ଭୋଜନ ଦେଲେ ବି

ଆଦର ଅଭାବେ କି ହେବ !


ଫୁଲ ହୋଇଥାଉ ଯେତେ ବି ସୁନ୍ଦର

ବାସନା ନଥିଲେ କି ହେବ !

ଅନ୍ତରରେ ସଦା ପ୍ରଭୁ ଛନ୍ତି ହେଲେ

ଭକ୍ତି ଅଭାବେ କେ ପାଇବ ।।



Rate this content
Log in