Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

3  

Biswanath Nayak

Others

ଅସମର୍ଥ

ଅସମର୍ଥ

1 min
10



ଯେତେ ଉଚ୍ଚ ହେଉ ସାଗର ଲହରୀ

ଅନ୍ତର ଭାବନା ପାରେ କି ଧୋଇ !

ଯେତେ ଟାଣ ହେଉ ଶତ୍ରୁର କମାଣ

ଦେଶପ୍ରେମକୁ କି ମାରି ପାରଇ !


ଯେତେ ଶକ୍ତିଶାଳୀ ହେଲେ ବି ଅଧର୍ମ

ଧର୍ମକୁ କି କେବେ ପାରେ ହରାଇ ! 

ଯେତେ ଦୃଢ଼ ହେଉ ମିଥ୍ୟା ଆବରଣ

ସତ୍ୟକୁ କି ରଖି ପାରେ ଲୁଚାଇ !


ଯେତେ ବି ପ୍ରଭାବି ହୋଇଲେ ଔଷଧ

ଭରି କି ପାରିବ ମନର କ୍ଷତ ! 

ଯେତେ ଶକ୍ତିଶାଳୀ ହେଲେ ବି ମାନବ

ରୋକି କି ପାରିବ ଦୈବ ଆଘାତ !


ଯେତେ ବି ପ୍ରଖର ହେଲେ ନଦୀ ଧାର

କଳଙ୍କ- କାଳିମା ପାରେ କି ଧୋଇ !

ସବୁ ଭାର ବହି ପାରେ ଯେ ଧରଣୀ

ପାପଭାରକୁ କି ପାରେ ସେ ବହି !


ଯେତେ ବିତ୍ତଶାଳୀ ହୋଇଥାଉ ପୁତ୍ର

ମାତୃଋଣ କିବା ପାରଇ ଶୁଝି ! 

ଯେତେ ଜ୍ଞାନୀ ଗୁଣୀ ହୋଇଥାଉ ନର

ପ୍ରଭୁଙ୍କ ମାୟାକୁ ପାରେ କି ବୁଝି।



Rate this content
Log in