Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswanath Nayak

Others

4  

Biswanath Nayak

Others

ହସ_____

ହସ_____

1 min
12



ହସରେ ଲୁଚିଛି ପ୍ରକୃତ ଦୁନିଆଁ

ପୂରିଛି ହସରେ ଆପଣାପଣ। 

ହସିଦେଲେ ଚାହିଁ ଯାହାକୁ ତା ହୃଦ

ତରଳେ ଯେତେ ବି ହେଲେ ପାଷାଣ। 


ହସଟି ଯୋଗାଏ ଜୀବନକୁ ଊର୍ଜଃ

ଯେସନେ ପ୍ରଭାତୀ ରବି କିରଣ। 

ସକଳ ଦୁଃଖର ଉପଚାର ହସ

ନିମିଷକେ ଦୁଃଖ କରେ ହରଣ। 


ହସଟି ଅଟଇ ଜୀବନର ଧାରା

ବଞ୍ଚିବାର ରାହା କରେ ସୁଗମ। 

ନିରାଶ ପ୍ରାଣରେ ସିଞ୍ଚି ସଞ୍ଜୀବନୀ

ଜୀବନକୁ କରେ ସେ ଅନୁପମ। 


ଧନ ସମ୍ପଦରେ ନଥାଏ ତ ହସ

ହସ ଅଟେ ଏକ ମାନସିକତା। 

ହସରେ ଦୁଃଖକୁ ହରାଇ ନିର୍ଦ୍ଧନ

ହୋଇବି ପାରଇ ଜଗତଜିତା। 


ହସରେ ଜୀବନ ହସରେ ସପନ

ହସ ଆଣେ ସକାରାତ୍ମକ ଭାବ। 

ମନଖୋଲା ହସ ଦୂର କରେ ସଦା

ମନରୁ ସକଳ କ୍ଳାନ୍ତି-ପ୍ରଭାବ। 


ହସ ହସ ମୁହେଁ କାର୍ଯ୍ୟ କରୁଥିଲେ

ମଣିଷକୁ କେବେ ନ ଲାଗେ ଥକା 

ହସଟି ବଢ଼ାଏ କାର୍ଯ୍ୟରେ ଦକ୍ଷତା

ହସ ମଣିଷକୁ ଦିଏନା ଧୋକା। 


ହସଟି ଅଟଇ ମଣିଷ ଜୀବନେ

ଚାବିକାଠି ସବୁ ସଫଳତାର। 

ହସ ଜୀବନକୁ କରଇ ହାଲୁକା

ବଞ୍ଚିବା ଲାଗେ ସହଜ ସୁନ୍ଦର। 


ହସ ବିନା ପ୍ରାଣ ଶୁଷ୍କ ମରୁଭୂମି

ଜୀବନଟା ଲାଗେ ସତେ କି ଭାର। 

ନିରୁତା ହସରେ ନଥାଏ ତ ସ୍ଵାର୍ଥ

ଭେଦଭାବ ଆଉ ନିଜ ବା ପର। 


ହସଟି ଅଟଇ ଜୀଇଁବାର ସୂତ୍ର

ସଭିଙ୍କୁ କରଇ ସେ ଆକର୍ଷିତ। 

ସ୍ନେହ ପ୍ରେମ ଆଉ ଭ୍ରାତୃତ୍ଵର ବୀଜ

ହସ ମଧ୍ୟେ ଲୁଚି ଥାଏ ସତତ। 


ଯେତେ ଧନବାନ ହୋଇଥାଉ ବ୍ୟକ୍ତି

ହସି ନ ପାରିଲେ ସେ କି ଜୀବନ !

ନିର୍ଦ୍ଧନ ହେଲେ ବି ହସେ ଯିଏ ସଦା

ଜଗତେ ପ୍ରକୃତ ସେ ଧନବାନ। 



Rate this content
Log in