Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ବିଶ୍ଳେଷଣ

ବିଶ୍ଳେଷଣ

1 min
213


ଜୀବନର ପଥ

ଲମ୍ବା ତ ବହୁତ

କେତେ ଖାଲ କେତେ ଢିପ,

ଅଙ୍କାବଙ୍କା ପୁଣି

ଗଡ଼ାଣି ଉଠାଣି

ଆସେ କେତେ କେତେ ଛକ ।


ଜଣା ରାସ୍ତା ଯେତେ

ଚାଲିଛୁ ବା କେତେ

ତା' ଠାରୁ ବେଶି ଅଜଣା ,

ଅଜଣା ଯେତିକି

ଆସିଲେ ଦୋ'ଛକି

ବୁଦ୍ଧି ହୁଏ ବାଟବଣା ।


କେଉଁଠି ସ୍ବର୍ଗକୁ

କେଉଁଠି ନର୍କକୁ

ଅସରନ୍ତି କେଉଁ ବାଟ ,

ଦୋ'ଛକିରେ ଛିଡ଼ା

ମନ ରାଜା ଘୋଡ଼ା

କେଉଁଠି ପଡ଼ିବ ହାଟ ।


ଦୋ'ଛକିର ଛନ୍ଦ

ଆଣେ ସିନା ଦ୍ବନ୍ଦ୍ବ

ହାଟ ବେଳ ଯାଏ ଗଡ଼ି,

ସରି ଗଲେ ହାଟ

ବୁଦ୍ଧିର କବାଟ

କିଳି ଯିବ ତାଲା ପଡ଼ି ।


ହୁଏ ଦୋ'ଦୋ' ପାଞ୍ଚ

ଆସି ଯିବ ସଂଜ

ଘଡ଼ିକେ ଛୁଟୁଛି ଘୋଡ଼ା,

ଆଗକୁ ଦି'ପାଦ

ବଢ଼େଇଲେ ପାଦ

ଦୋ'ଛକି ପଡ଼ୁଛି ଆଡ଼ା ।


Rate this content
Log in