Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

4  

Santosh Kumar Ojha

Others

ଧନୁ ସଂକ୍ରାନ୍ତି

ଧନୁ ସଂକ୍ରାନ୍ତି

1 min
322



ବାରମାସ ବାର ରାଶିରେ ଚଳନ

       ରାଶି ଅନୁସାରେ ନାମ ,

ସେ ରୂପେ ଚଳନ ସୂର୍ଯ୍ୟନାରାୟଣ

      ଅନୁରୂପେ ଧରା ଧାମ ।

ସଂକ୍ରାନ୍ତିରୁ ମାସ ଆରମ୍ଭ ହେଇକି

      ମାସାନ୍ତରେ ହୁଏ ଶେଷ ,

ଗ୍ରହ, ଚନ୍ଦ୍ର, ତାରା, ନକ୍ଷତ୍ର ବଦଳେ

      ବଦଳେ ରାତ୍ରି ଦିବସ ।

ବିଛା ପରେ ଧନୁ ସଂକ୍ରାନ୍ତି ଆସଇ

      ପୌଷ ମାସକୁ ନେଇ ,

ଶୀତ ଆଗମନେ ଶିଶିର ହସଇ

      କଅଁଳ ଖରା ଖୋଜଇ ।

ଧାନ ଲକ୍ଷ୍ମୀ ବିଜେ ଘରେ ଘରେ ସେ ଯେ

     ମାର୍ଗଶୀର ମାଣେ ମାଣେ ,

ଚଢ଼େ ବସାରେ ଧାନ ଗଡ଼ୁଥାଏ

      ପୌଷର ଆଗମନେ ।

ଗୁଡ଼ିଆଣୀ କରେ ଯତନେ ଶ୍ରଦ୍ଧାରେ

       ଧନୁମୁଆଁ ଖଇ ଭାଜି ,

ଧନୁ ସଂକ୍ରାନ୍ତିର ବଡ଼ି ଭୋର୍ ରୁ

      ଶ୍ରୀମନ୍ଦିର ଯିବ ପୂଜି ।

କାଉ କା' କା' ରାବିବା ଆଗରୁ

  ଲାଗି ହେବ ଆଦ୍ୟ ଭୋଗ ,

ପବିତ୍ର ପୌଷେ ପୁଷ୍ୟାଭିଷେକରେ

     ଭିଡ଼ ଶ୍ରୀମନ୍ଦିର ଆଗ ।

ପଞ୍ଜିକାର ମାନେ ଧନୁ ସଂକ୍ରାନ୍ତିକୁ

     ମହୋଦରୀ ବୋଲି କହି ,

ପିଲା ଠାରୁ ବୁଢ଼ା ରକ୍ତ ବର୍ଣ୍ଣି ବସ୍ତ୍ରେ

     ଉତ୍ସବେ ମାତନ୍ତି ଯାଇ ।

କିମ୍ବଦନ୍ତୀ କହେ ଦ୍ବାପର ଯୁଗରେ

      ମଥୁରା କଟକ ବାସୀ ,

ମହାଆଡ଼ମ୍ବରେ  ପାଳୁଥିଲେ ସର୍ବେ

     ବଣ୍ଟାବଣ୍ଟି ହେଇ ଖୁସି ।

କଂସ ଡାକି ଥିଲେ କୃଷ୍ଣଙ୍କୁ ମଥୁରା

      ଧନୁଯାତ୍ରା ଦେଖିବାକୁ ,

ଭାବି ମନେ ମନେ ଶେଷ ବଇରୀକୁ

       କୌଶଳେ ମାରିବାକୁ ।

ସେଥିପାଇଁ କାଳେ  ବରଗଡ଼ ପାଳେ

      ଧନୁଯାତ୍ରା ମହା ପର୍ବ ,

ବିଶ୍ବ ପ୍ରସିଦ୍ଧ ଏ ମୁକ୍ତ ରଙ୍ଗମଞ୍ଚ

      ଓଡ଼ିଶାର ଗୌରବ ।

ମୁଆଁରେ ମୁଆଁରେ ମୁହଁ ମିଠା କରେ

        ଓଡ଼ିଆଣୀ ଫଟା ଓଠେ ,

ଫୁଲେଇ ମକର କାଟୁଛି ଚକର 

       ଆସିବାକୁ ନଈ ତୁଠେ ।


          



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍