Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

4  

Santosh Kumar Ojha

Others

ନୂଆ ଆଶା

ନୂଆ ଆଶା

1 min
293



ନବୀନ ପ୍ରଭାତେ ନବ ଦିବାକର

       କିରଣ ସ୍ଫୁରଣ ଆନନ୍ଦ ମିଶା ,

ନୂତନ ବରଷ ଯତନେ ଆଣିଛି

       ମାଖନ ଲଗେଇ ନୂତନ ଆଶା ।

ଗଲାଦିନ ମଲା ସ୍ମୃତି କୁ ପଖାଳେ

       ପାହାନ୍ତି ପ୍ରହର ଅଳସୀ ନିଶା ,

କଳସୀରେ ଭରି ନୂଆ ନୂଆ ଆଶା

    ଝୁମି ଝୁମି ଆସେ ଷୋଡ଼ଶୀ ଉଷା ।

ଦାଦନ ଶ୍ରମିକ ଗାଆଁକୁ ଫେରୁଛି

        କରିବାକୁ ନିଜ କୁଳ ବେଉସା ,

ଗାଆଁ ପୁଅ ଧାଏଁ ସହରୀ ନିଶାରେ

       ମନରେ ସାଉଁଟି ନୂତନ ଆଶା ।

ଗୋଧୂଳି ଲଗନେ  ଧାନ ଭାର ଧରି

     ଆନନ୍ଦେ ଫେରୁଛି କ୍ଷେତରୁ ଚଷା ,

ଫଗୁଣେ ଆଣିବ ସୁନାନାକୀ ବୋହୂ

     ମନରେ ଖେଳଇ ନୂତନ ଆଶା ।

ନୂଆ ଭୁଆସୁଣୀ  ଓଢ଼ଣା କୁ ଟାଣି

     ଲାଜେଇ ଲାଜେଇ କରେ ଅନିଶା ,

ନୂଆ ବରଷରେ ପରଦେଶୀ ପ୍ରିୟ

       ଫେରୁଛନ୍ତି ଧରି ନୂତନ ଆଶା ।

କୁଆଁରୀ ଜୁଆରୀ ହସେ କିରିକିରି

     କେରିକେରି ଉଡ଼େ ବହଳ କେଶା ,

ପ୍ରେମ ନୂଆ ଚାଖେ ଲୁଚେଇକି ରଖେ

       ମନ ମଣିଷ ର ନୂତନ ଆଶା ।

ଶୀତେ ଥରି ଥରି ଉଥରା ଉଥରୀ

     ଦିଆ ନିଆ ହୋନ୍ତି ମନର ଭାଷା ,

ସଜ ବିଧବା ଟି ଲୁହ ପୋଛି ଖୋଜେ

     ନାବାଳକ ପୁତ୍ରେ ନୂତନ ଆଶା ।

ଧୁଡ଼ୁଧୁଡ଼ୁ ଚର୍ମେ  ଧଡ଼ି ଅଜା ନାମେ

     ବନେଇଛି ଆଈ ପିଠା ଆରିସା ,

ନୂଆ ଆଶା ନେଇ ଆଣିଛି ଲୁଚେଇ

    ଖୁଆଇବ ବୋଲି ହାତ ପରଶା ।

ଘୋଡ଼ା ମଦୁଆ ତା' ପୋଡ଼ାମୁହାଁ ପୁଅ

     ଭାଟିରୁ ଫେରିକି କରେ ବଚସା ,

ଗୁରୁଗୁରୁଆଣୀ  ବୋହୂ ସାଅାନ୍ତାଣୀ

   ଭାଙ୍ଗି ଦେଇ କାନ୍ଦେ ତା' ନୂଆ ଆଶା ।

ନୂଆ ଆଶା ନୂଆ ଭାବନା ସଂଚରେ

      ନୂଆ ବରଷରେ ବଦଳେ ଦିଶା ,

ଭୁଲି ରାଗ ଈର୍ଷା  ଆପଣେଇ ନେବା

     ଅନାବିଳ ପ୍ରେମ, ଶାନ୍ତି, ଅହିଂସା ।।


       


Rate this content
Log in