Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Ojha

Others

3  

Santosh Kumar Ojha

Others

ଶୂନ୍ୟତାର ସ୍ବପ୍ନ

ଶୂନ୍ୟତାର ସ୍ବପ୍ନ

1 min
139


        

ଶୂନ୍ୟରୁ ଆସିଛୁ ଧାଇଁ

ଶୂନ୍ୟ ଶୂନ୍ୟ ହାତ ନେଇ ,

ଫେରି ଯିବୁ ଶୂନ୍ୟ ପଥେ

ଶୂନ୍ୟତାର ସ୍ବପ୍ନ ନେଇ

କେବେ ତୁ ବୁଝିବୁ ଆଉ

     ଶୂନ୍ୟ ଛଡ଼ା କିଛି ନାହିଁ 

ଶୂନ୍ୟ ରୁ ଆସିଛୁ ଧାଇଁ ।


ହରଣ କଲୁ ଯୌବନ

   ମିଶେଇଲୁ ତାରେ ମନ ,

ଧନରେ ଧନକୁ ଗୁଣି

   ଆୟୁରୁ କଲୁ ଫେଡ଼ାଣ ।

ଭାଗଫଳ ଭାଗ୍ୟ ଫଳ

   ଭାଜ୍ୟ ଭାଜକର ଖେଳ ,

ହରି ହରି ହାରି ଯିବୁ

     ନିଅଣ୍ଟ ପଡ଼ିବ ବେଳ ।

ଶୂନ୍ୟତାରେ ଶୋଇଯିବୁ

    ଭାଗଶେଷ ଶୂନ୍ୟ ପାଇ.. 

ଶୂନ୍ୟ ରୁ ଆସିଛୁ ଧାଇଁ ।


ବାହା ହେଲୁ ବାପ ହେଲୁ

      ଘରଣୀକୁ ଘର ଦେଲୁ ,

ଭୋଜନରେ ମନ ଦେଇ

       ଭଜନ ତୁ ଭୁଲି ଗଲୁ ।

ଅଣ୍ଟି ଛୁରି ତଣ୍ଟି କାଟେ

  ତା' ଲାଗି ତୋ ପେଟ କାଟେ ,

ପେଟ ପାଇଁ ନାଟ କଲୁ

    ଏଠି ସେଠି ବାଟ ଘାଟେ ।

ଶୂନ୍ୟତାର ସ୍ବପ୍ନେ ହଜି

     ମୁକ୍ତି ପାଇଁ ଶକ୍ତି ନାହିଁ

ଶୂନ୍ୟ ରୁ ଆସିଛୁ ଧାଇଁ ।


ଅଙ୍କ କଷୁ ସିଲଟରେ

      ଓଲଟ ପାରା କୁ ଚାହିଁ ,

ମଲାଟ ଚିରିବ ଦିନେ

      ପଢ଼ା ସରି ଗଲେ ବହି ।

ଅପଢ଼ା ପଢ଼ିବୁ କେବେ

      ଶୂନ୍ୟତାର ସ୍ବପ୍ନ ଛାଡ଼ି ,

ପୂଣ୍ୟତାର ଚାଟଶାଳେ

       ଧର୍ମ ଅବଧାନ ବାଡ଼ି ।

କର୍ମ ଖଡ଼ି ଧରି ଗାରା

   ମୋହ ମାୟା ପୋଛି ଦେଇ

ଶୂନ୍ୟ ରୁ ଆସିଛୁ ଧାଇଁ ।


           



Rate this content
Log in