Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ଦୁର୍ଗାପୂଜା ଦିନ

ଦୁର୍ଗାପୂଜା ଦିନ

1 min
218



ଆକାଶରୁ କିଏ ଓହ୍ଲାଇ ଆସିକି

କହିଲା କାନରେ ମୋର

ବଡ଼ ସରାଗରେ ଶୁଣିବା କ୍ଷଣି ମୋ' 

ଆଖିରୁ ଝରିଲା ଝର।

ନୀଚ କାମଟିଏ କରୁଥିଲି ବୋଲି

ସହାୟତା ହାତ ତାଙ୍କ

ପୂଜା ଅବସରରେ କାହିଁକି କେଜାଣି

ପରକୁ ଦେଉଛି ଚେଙ୍କ।

ପରୀଟିଏ ପରି ଆସି କହିଗଲେ 

ବାବୁରେ ଭଲକି ଶୁଣ

ହୃଦୟ କୋଣରେ ଜାରି ରହିଅଛି

ଅପଭାଷା ଏତେ କ'ଣ?

ଦୁର୍ଗାପୂଜା ପାଇଁ ବଡ଼ ସଜବାଜ

ଭକ୍ତିର ଅର୍ଘ୍ୟକୁ ଟେକି

ଶପଥ କରିଛ ଲୋକ ସମ୍ମୁଖରେ

ରଖିକି ଦୁର୍ଗାଙ୍କୁ ସାକ୍ଷୀ।

ଯାହାକୁ ପାଉଛ କହି ଦେଉଅଛ

ଧନ କେତେ ଅଛି ତୁମ

ଅହଙ୍କାର ସତେ ଘର କରିଅଛି

ମନ କି ହେଲାଣି ଭ୍ରମ ?

କାହାକୁ ଦେଖିଲେ କଥା ଫିଙ୍ଗୁଅଛ

ଚେହେରା ସୁନ୍ଦର ତୋର

ନଜର ଏ ତୁମ ମୋଟେ ଭଲ ନୁହଁ

ଏ କଥାକୁ ଫିଙ୍ଗ ଦୂର।

ବଚନ ମଧୁର ଆଲୋଚନା ସହ

ଶୃଙ୍ଖଳିତ ଭାବ ଧର

ଜ୍ଞାନୀ ବୋଲାଇବ ସଂସାର ଧାମରେ

ସଭିଏଁ ହେବେ ନିଜର।

ଯାହାକୁ ପାଇବ କହିବ ତାହାକୁ

ସବୁ ତ କୁଶଳ ଭାଇ

ପରିବାରେ ସଦା ହସ ଖେଳୁଥାଉ

ଈଶ୍ଵର ନିର୍ଦ୍ଦେଶ ହୋଇ।

ମଣିଷ ଜାତିରେ ଜନ୍ମ ହୋଇଅଛ 

ଶପଥ କରିଛ ପୁଣି

ଦୁର୍ଗାପୂଜା ଆଜି ନୀଚ ମନୋଭାବ

ଫିଙ୍ଗିଦିଅ ହୃଦୁ ଟାଣି।

କହୁକହୁ ସିଏ ଉଭାନ ହୋଇଲା

ମୋର ସମ୍ମୁଖରେ ଯେବେ

ଲଜ୍ଜିତ ସହିତ ଶପଥ କରିଲି

ନୀଚ ଭାବ କିଆଁ ଏବେ ?

ମା' ଦୁର୍ଗା ସ୍ଵୟଂ ଆସିଥିଲେ ବୋଲି

ବିବେକ କହିଲା ମୋର

ଅନୁତାପେ ସଢ଼ି ପ୍ରଣାମ କରିଲି

ଆଖିରୁ ଗଡ଼େଇ ଝର।

       


Rate this content
Log in

Similar oriya poem from Abstract