Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Children

4  

Chittaranjan Nanda

Children

କ୍ରୋଧ ହଜାଏ ହିତାହିତ ଜ୍ଞାନ

କ୍ରୋଧ ହଜାଏ ହିତାହିତ ଜ୍ଞାନ

1 min
316



ପ୍ରଚେତା ଋଷିଙ୍କ କଥା ଜାଣି ପାରିବା

ଅଥର୍ବ ବେଦରେ

ଦକ୍ଷ ବୈଜ୍ଞାନିକ ଥିଲେ ସେ ସମୟେ 

ମନ୍ତ୍ର ବିଦ୍ଯାରେ ।


ତାଙ୍କର ଗୋଟିଏ ଦୁର୍ଗୁଣ, ସେ ଅତ୍ୟନ୍ତ 

କ୍ରୋଧୀ ଥିଲେ

ଥରେ କଲ୍ୟାଣ ପାଦ ଋଷି ପ୍ରଚେତାଙ୍କୁ 

ବାଟରେ ଦେଖିଲେ ।


କଲ୍ୟାଣ ପାଦ ପ୍ରଚେତାଙ୍କ ଗତି ପଥ 

ଦେଲେ ରୋଧୀ

ଜମା ଛାଡିଲେନି ବାଟ, ଥିଲା ତାଙ୍କର

ଭାରୀ ଜିଦି ।


ପ୍ରଚେତା କହିଲେ "ରାକ୍ଷାସ ହୋଇ ଯା 

ତୁହି କଲ୍ୟାଣ ପାଦ"

ହୋଇ ରାକ୍ଷସ, ଖୋଜି ନରମାଂସ କଲେ

ପ୍ରଚେତା ଋଷିଙ୍କ ଶ୍ରାଦ୍ଧ ।


ଏଥିରୁ ପିଲାଏ, ଶିଖିଲେ କ୍ରୋଧକୁ ସର୍ବଦା

କରିବା ନିୟନ୍ତ୍ରଣ,

କ୍ରୋଧ ଅତି ମାରାତ୍ମକ, ସେ ସମୟେ ହଜି

ଯାଏ ହିତାହିତ ଜ୍ଞାନ ।


Rate this content
Log in

Similar oriya poem from Children