Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4.5  

Bijaya Kumar Swain

Inspirational

ମହାନୁଭବ ମୋହନ ହେ

ମହାନୁଭବ ମୋହନ ହେ

1 min
344



ଆମରି ଗରବ ଆମରି ଗୌରବ

  ତୁମେତ ଅଟ ମୋହନ

ତୁମ ଲାଗି ପରା ଆମ ଏ ଜାତି ଟା

 ହୋଇଛି ବିଶ୍ୱେ ମହାନ।

ଅହିଂସା ଅସ୍ତ୍ର କୁ କରିଲ ନିଜର

  ହିଂସା ଠାରୁ ରହି ଦୂରେ

ଗୋରା ସରକାରେ ଭୟଭୀତ କଲ

 ଏହି ଅହିଂସା ଅସ୍ତ୍ର ରେ।

ମୋ ଭାରତ ମାତା ହୋଇଛି ଗର୍ବିତ

 ତୁମ ପରି ସୁତ ପାଇ

ମୋହନ ବଇଁଶୀ ବଜାଇ ମୋହିଲ

 ତୁମେ ସସାଗରା ଭୂଇଁ ।

ତୁମ ଆଦରଶ ଜୀବେ ଦୟାଭାବ

  ଶାନ୍ତି ର କେତନ ଧରି

ସବୁରି ହୃଦୟେ ଜିଣି ଲ ତୁମେ ତ

 କେ ହୋଇବ ତୁମ ପରି ?

ହେ ମହାନୁଭବ ମୋହନ ତୁମକୁ

  ଜଣାଏ କୋଟି ପ୍ରଣତି

ପ୍ରତି ଭାରତୀୟ ହୃଦେ ବିଜେ କରି

  ଭରି ଦିଅ ତୁମ ଶକ୍ତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational