Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

3  

Chittaranjan Nanda

Inspirational

ମନେ ପକାଇବା ଇତିହାସକୁ

ମନେ ପକାଇବା ଇତିହାସକୁ

1 min
166



ବିତି ଯାଇଥିବା ଦିନର ଘଟଣା ପରା ଅତୀତ

ସେହି ସ୍ମୃତି ସବୁ ବର୍ତ୍ତମାନକୁ କରେ ମାର୍ଜିତ


ନାଚେ ମନ, ଆସିଲେ ମନରେ ସୁନ୍ଦର ମୁହୂର୍ତ୍ତ

ଭବିଷ୍ୟତକୁ ପ୍ରେରଣା, ଏ କଥା ଜଗତବିଦିତ


ମୂକ ସାକ୍ଷୀ ହୋଇ ଠିଆ ହୋଇଛି ଅତୀତ 

ବହି ଯାଇଛି ଓଡ଼ିଆ ପୁଅର କେତେ ରକତ


ବ୍ରିଟିଶ ହଟିଛି, ସ୍ବାଧୀନ ହୋଇଛି ମୋର ଦେଶ

ସମାଜ ଭିତରୁ ଶୋଷଣ ହୋଇନି ତ ଶେଷ


ନାରକୀୟ ଲୀଳା ଚାଲେ ଶହିଦଂକ ନାମରେ 

ନାହିଁ ମଣିଷ ପଣିଆ, ପଦ ପଦବୀର ନିଶାରେ


ଜାତୀୟତା ବୋଧ ନଷ୍ଟ, ଇର୍ଷା ଓ ଅହଙ୍କାରରେ

ପାଚେରୀ ହୋଇଛି ଛିଡ଼ା, ଭେଦଭାବ ସୃଷ୍ଟିରେ

     

ମନେ ପକାଇବା ଇତିହାସର ସେ ସବୁ କଥାକୁ 

ଭୁଲ ସୁଧାରି ସାମ୍ୟବାଦରେ ମହାନ୍ କରିବା ଦେଶକୁ


Rate this content
Log in

Similar oriya poem from Inspirational