ମନୁଷ୍ୟର ଶୁଦ୍ଧ ସ୍ୱରୂପ
ମନୁଷ୍ୟର ଶୁଦ୍ଧ ସ୍ୱରୂପ
ମଣିଷ ଏକ ସାମାଜିକ ପ୍ରାଣୀ,
ଦୁନିଆରେ ଗଣା
ବିବେକ ଅଛି, ତେଣୁ ସେ ଶ୍ରେଷ୍ଠ
ତ ବୋଲି ଜଣା |୧|
ପଶୁ ପରି ବଶ ହୋଇ ପାରେ,
କାମନା ଜ୍ୱାଳାରେ
ପଶୁ ହୋଇ ଯାଏ ମନୁଷ୍ୟ ତାର
କ୍ରୋଧ ଅବସ୍ଥାରେ |୨|
ଲୋଭ ଅଛି, ସନ୍ତୁଷ୍ଟି ନମିଳେ ଥରେ
ଲୋଭୀ ହୋଇଗଲେ
ଅଶାନ୍ତ ରହେ, ବୁଝେ ନାହିଁ ମନ, ଧନ
ତାର ଯେତେ ଥିଲେ |୩|
ମୋହ ଅଛି, ମୋହିତ ହୁଏ ଦେଖି
ସେ ଆପଣାପଣକୁ
ସ୍ୱାର୍ଥହାନି ହୋଇଲେ ଭରଇ ଜହର
ଛାଡେ ସେ ମଧୁରତାକୁ |୪|
ମାୟାର ଅଦୃଶ୍ୟର ଜାଲରେ ଛନ୍ଦି
ହୋଇ ଯିବ ଯେବେ
ତାହାର ସେଥିରୁ ମୁକୁଳିବା ସମ୍ଭବ
ହୁଏନାହିଁ କେବେ |୫|
ହିଂସା ଯଦି ମନେ ଜାତ ହୁଏ ହରାଇ
ଥାଏ ସେ ନିଜ ଜ୍ଞାନ
ଅନ୍ୟକୁ ଯାତନା ଦେବାରେ ତାର
ଆନନ୍ଦିତ ହୁଏ ମନ |୬|
ବଶ କରିଥିଲେ ଇର୍ଷା ମଣିଷକୁ ଥରେ
ପରଶ ଛାଡ଼େନି
ନିଜ ଲାଭ ନହେଉ ମଧ୍ୟ କାହାର ଶିରୀ
ସହି ପାରେନି |୭|
ଗର୍ବର ଭାବରେ, ସେଥିରେ ପେଶି ହୋଇ
ଭାବେ ତା ସମ ନୁହଁନ୍ତି କେହି
ଅନ୍ୟ ମଣିଷକୁ ସମ୍ମାନ ଦେବା, ତାହାର
ଜାତକରେ କେବେ ନାହିଁ |୮|
ଘୃଣା ଦ୍ୱେଷ ଓ ଈର୍ଷା ର ଭାବନା ସର୍ବ
ଅଶାନ୍ତିର କାରଣ
ଏ ଭାବନା ମାନଵ ଜୀଵନ ପଥେ ଭଲ
ନୁହେଁ କଦାଚନ |୯|
ହିଂସା, ଦ୍ୱେଷର ଜୀବନ, ନୁହେଁ ତ
ବିବେକୀର ପଥ
ଭକ୍ତି ସ୍ନେହ ପ୍ରୀତିର ଜୀବନ ପରା
ମଣିଷରୂପୀ ରଥ |୧୦|
ଯଥୋଚିତ କର୍ମ କର୍ତ୍ତବ୍ୟ ଯେଉଁ ମନୁଷ୍ୟ
ସମ୍ପାଦନ କରିଥାଏ
ମଣିଷ ବୋଲି ପଦବାଚ୍ୟ, ସେ ଅନ୍ୟର
ପଥ ପ୍ରଦର୍ଶକ ହୁଏ |୧୧|
ବିପଦେ ଆପଦରେ ପାଖରେ ଯିଏ
ପହଁଚି ପାରି ଥାଏ
ସାହା ହୋଇ ସିଏ, ମାନବିକତାର
ପରିଚୟ ତ ଦିଏ |୧୨|
ସମାଜ ପାଇଁ ସ୍ୱାର୍ଥର ଜଳାଞ୍ଜଳିର
କର୍ମପଥ ଧରଇ
ଜୀବନ ନୌକାର ଭଲ ମନ୍ଦ ସବୁ
ସିଏ ଆଦରଇ |୧୩|
ନିଜକୁ ପରଖି ବିବେକ ନିରେଖି ଯିଏ
କରମକୁ କରଇ
ମାନବିକତାର ପରିଚୟ ସିଏ ସିନା
ଦେଇପାରି ଥାଇ |୧୪|
ବିବେକାନୁମୋଦିତ ଗୁଣ ଗାରିମାକୁ
କରିବା ଜୟ ଜୟ କାର
କର୍ତ୍ତଵ୍ୟରତ ହୋଇ ମଣିଷର ଶୁଦ୍ଧ
ସ୍ୱରୂପକୁ ପ୍ରକାଶ କର |୧୫|