Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Smita Rani Barik

Abstract

4  

Smita Rani Barik

Abstract

ନେତାଜୀ ସୁବାସ ଚନ୍ଦ୍ର ବୋଷ

ନେତାଜୀ ସୁବାସ ଚନ୍ଦ୍ର ବୋଷ

1 min
412



ଭାରତ ମାତାର ସୁଯୋଗ୍ଯ ସନ୍ତାନ 

ଥିଲ ତୁମେ ଓଡିଶାରେ 

ପବିତ୍ର ସେ ମାଟି କଟକ ଜିଲ୍ଲାର 

ଓଡିଆ ବଜାର ଠାରେ ।


ସୁଦକ୍ଷ ଅନନ୍ୟ ସଂଗ୍ରାମୀ ଯେ ଥିଲ

ରଖିଗଲ ସଦା ଯଶ

ସେ ପାଇଁକି ଦେଶ ଗରବ କରୁଛି 

ହେ' ସୁବାଷ ଚନ୍ଦ୍ର ବୋଷ ।


ଦେଶ ପ୍ରେମ ଭକ୍ତି ଥିଲା ତୁମ ବୁକେ 

ନଥିଲା ମନରେ ଡର

ରକ୍ତ ଦିଅ ମତେ ସ୍ବାଧୀନତା ଦେବି 

ଏ'ଥିଲା ତୁମରି ସ୍ବର।


ବଳିଷ୍ଠ ନେତୃତ୍ବ ଆଉ ନିଷ୍ଠା ତ୍ଯାଗ

ସବୁକୁ ଏକାଠି ଧରି 

ଫିରିଙ୍ଗୀ ବିରୋଧେ ବିଜୟ ରଚିଲ

ସବୁ ଅବସାନ କରି ।


ବିଜୟର ସ୍ବାଦ ପାଇଲା ଏ ଦେଶ 

ଉଡାଇ ବିଜୟ ଧ୍ବଜା 

ସେ ପାଇଁକି ସର୍ବେ କରୁଛନ୍ତି ଗର୍ବେ 

ଆଜି ହିଁ ତୁମରି ପୂଜା ।



Rate this content
Log in

Similar oriya poem from Abstract