ନେତାଜୀ ତୁମର ତୁଳନା ନାହିଁ
ନେତାଜୀ ତୁମର ତୁଳନା ନାହିଁ
କେଉଁ ପୁଣ୍ୟ ବଳେ ଜନ୍ମ ହୋଇଥିଲେ
ଭାରତ ମାତାଙ୍କଠାରେ
ଧନ୍ୟ ତୁମ ବାପା ଆଉ ମାଆ ନିଶ୍ଚେ
ପାଇଥିଲେ ସୁକର୍ମରେ।
ଅଳ୍ପ ଦିନ ପାଇଁ ଆସିଥିଲ ତୁମେ
ମାଆ କୋଳ ଭରିବାକୁ
ରକ୍ତରେ ପ୍ରବାହ ଶତକୋଟି ବଳ
ଦିକୁଜନ ମାରିବାକୁ।୨
ଭୟଙ୍କର ସେଇ ଇଂରେଜ ବେପାରୀ
ବଳି ଯାଇଥିଲ ଦିନେ
ଜାଗ୍ରତ ପ୍ରହରୀ ଦେଶମାତୃ ପାଇଁ
ଉଭା ହେଲ ଆସି ଭୂମେ।
ତୁଚ୍ଛ ଥିଲା ତୁମ ନିଜ ପାଇଁ ସଦା
ଏକାଗ୍ରତା ସ୍ଵାଧୀନତା
ତରବାରୀ କଥା କହିବା ପାଇଁକି
କରିଲ ସୈନ୍ୟ ଏକତା
ବିଦେଶରେ ଥାଇ ନିଜ ଦେଶ ପାଇଁ
କହୁଥିଲ ରକ୍ତ ଦିଅ
ହେ ବୀର ସନ୍ତାନ ପଛଘୁଞ୍ଚା କିଆଁ
ହାତକୁ ହାତ ମିଶାଅ।
ଦିଲ୍ଲୀ ଚଲୋ ଥିଲା ସ୍ଲୋଗାନ ତୁଣ୍ଡରେ
ମାରିବା ଦିଦେଶୀ ଦିକୁ
ଲୁଣ୍ଠନ ଯା' କିଛି କରି ଚାଲିଛନ୍ତି
ଛାଡିବାନି କାହାରିକୁ।
ଗଗନ ପବନ ଆଲୋକ ଓ ଜଳ
ଅଶୁଦ୍ଧ କରିଛି ଯିଏ
ଏଇ ତରବାରୀ କଥା କହିବାକୁ
ଡରୁଛ କି ଭାଇ କିଏ?
ଅହିଂସା ଦୂରେଇ ହିଂସାର ଜବାବ
ଚାଲ ଆମେ ଦେବା ମିଶି
ଆଉ ସହିବାକୁ ମନ ବଳୁଛି କି
ଶୋଇ ରୁହ କିଆଁ ବେଶୀ?
ସଂଗ୍ରାମରେ ମାତି କୁଆଡେ଼ ହଜିଲ
ଜାଣି ହେଲା ନାହିଁ କିଛି
ଆଉ ଶୁଭିଲାନି ସିଂହର ଗର୍ଜନ
କେଉଁ ବାଟ ନେଲ ବାଛି।
ନେତାଜୀ ହେ ଆଜି ପ୍ରଣାମ କରୁଛି
ଜନ୍ମଦିନ ଆସିବାରୁ
ଆଉ ଥରେ ତମେ ଓହ୍ଲାଇ ଆସନ୍ତୁ
ଭାରତ ମାତା ପେଟରୁ।