Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sitaram Budhibaman Behera

Romance

4  

Sitaram Budhibaman Behera

Romance

ନୀରବତା

ନୀରବତା

1 min
252


ତୁମେ ନୀରବ ରହି ବି '

କେତେ କ 'ଣ କହି ଯାଅ

କେବଳ ମୁଁ ହିଁ ଜାଣିଛି,

ତୁମେ ଆଖି ମୁଜି ବି '

କେତେ କଣ ଜାଣି ଯାଅ

ସେ କଥା ମୁଁ ଅଙ୍ଗେ ଲିଭେଇଛି ||


ତୁମେ ମୋ ମନ ରାଇଜରେ

କେମିତି ରାଜୁତି କରୁଛ

ସେ କଥା ମୁଁ ହିଁ ଜାଣିଛି,

ମୋର ଟିକିଏ କ 'ଣ ହୋଇଗଲେ

ତୁମେ ଯେ କେତେ କଷ୍ଟ ପାଅ

ସେ କଥା ମୁଁ ହିଁ ଜାଣିଛି  ||


ମୋର ହସରେ, କାନ୍ଦରେ

ମୋର ପ୍ରତି ନିଶ୍ୱାସରେ

ମୋର ପ୍ରତି ବିଶ୍ୱାସରେ

କେବଳ ତୁମେ ହିଁ ତୁମେ ହିଁ

ରହିଛ,

କେତେ ଘାତ ପ୍ରତିଘାତ ସହି

ଅତି ନୀରବତାରେ

ମୋତେ ଆପଣେଇ ନେଇଛ

ସେଥିପାଇଁ ସାଥି ମୋର

କୃତଂଜ୍ଞତା ଜଣାଉଛି...।।


Rate this content
Log in

Similar oriya poem from Romance