ପଣା ସଂକରାନ୍ତି ଦେଲା ବାରତା
ପଣା ସଂକରାନ୍ତି ଦେଲା ବାରତା
ପଣା ସଂକରାନ୍ତି ଦେଇଗଲା ବାର୍ତ୍ତା
ଗ୍ରୀଷମ ଆଗମ କଥା
ସଂସ୍କୃତି ଛଳରେ ଛନ୍ଦି ହୋଇ ଅଛି
ଓଡିଆ ଜୀବନ ଗାଥା ।
ପଣା ସଂକ୍ରାନ୍ତି ତ ଦେଇଛି ବାରତା
ଗ୍ରୀଷମେ ଜୀଇଁବା ରୀତି
ପଣା, ପାଣି ଆଉ ଆମ ତୋରାଣି ର
ମହତ୍ତ୍ଵ କଥା କହୁଛି ।
ପଣା ସଂକରାନ୍ତି ଦେଲାଣି ବାରତା
ଜଳଦାନର ମହତ୍ତ୍ଵ
ତୁଳସୀ ଚଉରା ମୂଳେ ବସୁନ୍ଧରା
ପଣା ଓଳିରୁ ନିର୍ଗତ ।
ଅଗଣା ତୁଳସୀ ବୃକ୍ଷର ପ୍ରତୀକ
ବଞ୍ଚାଇବା ଆମ କାମ
ପଣା ସଂକରାନ୍ତି ଦେଉଛି ବାରତା
ଜଳଛତ୍ର ହାଣ୍ଡି ଆଣ ।
ପଣା ସଂକରାନ୍ତି ଦେଉଛି ପରା ଲୋ
ଯାଗ ଯଜ୍ଞର ବାରତା
ଧରଣୀ ବୁକୁର କ୍ଷତି କାରୀ ଜୀବେ
ଜାଗିବ ଯେ ତନ୍ମୟତା |
ଯଜ୍ଞର ମନ୍ତ୍ରରେ ଜୀବ ମନେ ହେବ
ସକରାତ୍ମକ ଗୁଞ୍ଜନ
ଯଜ୍ଞ ର ଧୂଆଁରେ ଧରାରେ ଲୋଟିବେ
କ୍ଷତି କାରୀ କୀଟ ଗଣ |
ପଣା ସଂକରାନ୍ତି ଦେଇଗଲା ବାର୍ତ୍ତା
ଗ୍ରୀଷମ ବିଷମ କଥା
ପାନୀୟ ଗୁରୁତ୍ୱ ମଣିଷକୁ କହେ
ହେବାକୁ ସଭିଙ୍କ ସଖା ।
କହୁଛି ସଂକ୍ରାନ୍ତି ପଥିକଟେ ପାଇଁ
ପଥେ ରଖ ଜଳପାତ୍ର
ବୃକ୍ଷ ରାଜି ପାଇଁ ସଂବେଦନ ହୁଅ
ଜଳଦେଇ କର ତୋଷ ।
ପଣା ଦେଉଅଛି ପାଣିର ସମ୍ବାଦ
ସଭିଙ୍କ ପାଇଁକି ଲୋଡ଼ା
ଜଳ ବିନା ପରା ଜୀବନ ନ ବଞ୍ଚେ
ମାରିଲାଣି ଝାଞ୍ଜି ଖରା ।
ପଣା ହେଲାଣି ଯେ ମନ୍ଦିର ବେଢାରେ
ହନୁମାନ ଜନ୍ମ ଦିନ
ଗ୍ରୀଷମ ବିଷମ ସମୟ ପାଇଁ କି
ସର୍ବେ ହେବା ଏକ ମନ ।
ପଣାର ବାର୍ତ୍ତା କୁ ମନେ ହେଜି ଚାଲ
ପାଣି,ତେରାଣି ବାଣ୍ଟିବା
ବାହାରେ,ଛାତରେ ପାଣି ପାତ୍ର ରଖି
ଧର୍ମ ଅର୍ଜନ କରିବା |
ଗ୍ରୀଷମ ବିଷମ ସମୟରେ ଚାଲ
ଜଳଦନ କରି ଯିବା
ବୃକ୍ଷରାଜି ଆଉ ଜୀବନନ୍ତୁ ପକ୍ଷୀ
କୁଳକୁ ରକ୍ଷା କରିବା ।
ପଣା ସଂକରାନ୍ତି ଦେଲାଣି ବାରତା
ଜୀବନ ସାର୍ଥକ ପାଇଁ
ମଣିଷ ଜୀବନ ସାର୍ଥକ କରିବା
ପ୍ରତି ଜୀବେ ପ୍ରେମ ଦେଇ ।