ପ୍ରଣୟୀ
ପ୍ରଣୟୀ
ମୁଁ ପ୍ରଣୟ ପ୍ରତ୍ଯାଶୀ
ମୃଦୁ ମଳୟ ପବନ
ତୁମ୍ଭେ ହୃଦୟ ବିହିନା
ତୀବ୍ର ପ୍ରଳୟ କମ୍ପନ।
ମୁଁ ଅପେକ୍ଷାମାଣ ଚାତକ
ରହିଅଛି ଚାହିଁ ତୁମ୍ଭ ଚଲାପଥ
ତୁମ୍ଭେ ମୋହିନୀ ଶୁକ୍ରଚାପ
ନିମିଷକେ ବଦଳାଅ ରୂପ।
ତୁମ୍ଭେ ଅଦୃଷ୍ଟା ଅନାମିକା
ପ୍ରୀତି ରଙ୍କୁଣୀ ନାୟିକା
ମୁଁ ତୁମ୍ଭ ପ୍ରୀତିରେ ବିଭୋର
ପ୍ରଣୟୀ ରସିକ ନାଗର।
ତୁମ୍ଭେ କାମନାର ଦୁର୍ବାର
ଲେଲିହାନ ଅଗ୍ନିଶିଖା
ମୁହିଁ ଯେ ବିବଶ ପତଙ୍ଗ
ଆଦରେ ଆପଣା ଯବନିକା।
ତୁମ୍ଭ ପ୍ରୀତିରେ ପ୍ରତ୍ଯାଶା
ମୋର ନିରର୍ଥକ ଆଶା
ତୁମ୍ଭେ ମରୁ ମରୀଚିକା
ମୁହିଁ ଅନିର୍ବାଣ ତୃଷ୍ଣା।