Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Children

4  

Chittaranjan Nanda

Inspirational Children

ଶାନ୍ତି ଅହିଂସାର ପୂଜାରୀ

ଶାନ୍ତି ଅହିଂସାର ପୂଜାରୀ

1 min
352



ହେ ଗାନ୍ଧୀଜି ଭାରତ ମାଟିର 

ସୁଯୋଗ୍ୟ ସନ୍ତାନ,

ଶାନ୍ତିର ଦେବଦୂତ ସାଜି ରଖିଗଲ 

ମାଟିର ମାନ |୧|


ତୁମ ଆଣ୍ଠୁ ଲୁଚେ ନାହିଁ, ତୁମେ 

ଯାହା ଲୁଗା ପିନ୍ଧିଲ

ଗରିବ ଦୁଃଖରେ ଦୁଃଖୀ, ପ୍ରକୃତ

ରେ ସେବକ ଥିଲ |୨|


ବିଶ୍ୱରେ ସିନା ବୋଲାଇଲ ଅଧା 

ଲଙ୍ଗଳା ଫକୀର

ଦେଖାଇଲ କମାଲ କଅଣ କରି

ପାରେ ସେ ଫକୀର |୩|


ଦେଲ ବୁଦ୍ଧି ନୟନେ ନଦେଖିବାକୁ 

ଅପରାଧୀର ଅପରାଧ

କର୍ଣ୍ଣରେ ନଶୁଣିବାକୁ କେବେ ପରର 

ନିନ୍ଦା ଅବା ଅପବାଦ |୪|


ଜୀବନରେ ସମସ୍ତଙ୍କ ହିତେ କରିବାକୁ 

ସଦା ସର୍ବଦା ସୁକର୍ମ   

ମନ ମାନସରେ ପରହିତାର୍ଥେ କରିବାକୁ 

ସୁମାର୍ଗେ ଗମନ |୫|


କାହାରି ମନରେ ବାଧା ଦେବା ନାହିଁ 

କହି କିଛି କଟୁ ବାଣୀ  

ମଙ୍ଗଳ ମୟ ଭଗବାନଙ୍କ ନିକଟେ 

କରିବାକୁ ଏତିକି ମାଗୁଣି |୬|


ହେ ମହାତ୍ମା ଦେଇ ଯାଇଅଛ ତୁମ୍ଭେ 

ସତ୍ୟ ଅହିଂସା ବାର୍ତ୍ତା

ବିଶ୍ୱ ବାସୀ ତୁମ୍ଭ ମନ୍ତ୍ରେ ଅଭିମନ୍ତ୍ରିତ, 

ମହାମାନଵ ବିଶ୍ବପିତା |୭|


ସ୍ୱଚ୍ଛ ସମାଜ, ସୁନାର ଭାରତ ସ୍ୱପ୍ନ 

ଦେଖିଥିଲ ଦିନେ

ଚିନ୍ତା କରିବାର ସମୟ ଆସିଛି, ପୁରଣ 

ହୋଇଛି କି ମନେ |୮|


କଳ୍ପନା ତୁମ ସ୍ବାଧୀନତା ପରେ ନାରୀ

ର ନଥିବ ଡର ଭୟ

ନାରୀମାଂସଲୋଭୀ ଶାସନେ ବସନ୍ତି 

ଦେଖ ରାକ୍ଷସ ହୃଦୟ |୯|


ହେ ବାପୁଜୀ, ଭାରତର ଏବେ ଦେଖ 

କି ହୋଇଛି ପରିସ୍ଥିତି

ପଥବଣା ହୋଇଛନ୍ତି, ବଦଳୁଛି ତୁମର 

ସମସ୍ତ ରୀତି ନୀତି |୧୦|


ଶାନ୍ତିର ଦୀକ୍ଷା ବିଶ୍ୱେ ଦେଇ ଯାଇଥିଲ 

ଅହିଂସାର ମନ୍ତ୍ର ଗାଇ

ତୁମ ନାମେ ଶାସନରେ ବସି ଶାସକ 

ଆଜି ଧ୍ୱଂସରେ ଲାଗଇ |୧୧|


ନ୍ୟସ୍ତ ସ୍ବାର୍ଥ ପାଇଁ ଘୃଣ୍ଯ ରାଜନୀତିରେ 

ପଶନ୍ତି ଏ ଯୁଗର ନେତା

ରକ୍ଷକ ହୋଇ ଭକ୍ଷକ ସାଜିଛି, ନୀରବ 

ଆଜି ଆମର ଜନତା |୧୨|


କିଷାନ ଦେଶର ଶ୍ୱାସ ପ୍ରାଣ କଲ ତାଙ୍କ 

ଜୟର ସ୍ଲୋଗାନ

ଦେଶକୁ ଖାଆନ୍ତି ଲୁଟି ନେତା ଭୁଲିଯାଇ 

ସର୍ବ ହିତାହିତ ଜ୍ଞାନ |୧୩|



Rate this content
Log in

Similar oriya poem from Inspirational