Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Drama Inspirational

4  

Debabrata Mishra

Abstract Drama Inspirational

ତୋ କୋଳ ଚାହେଁ

ତୋ କୋଳ ଚାହେଁ

1 min
255



ଅସହାୟ ନିରୂପାୟ କି ଖେଳ ଖେଳେ ସମୟ

କର୍ତ୍ତବ୍ୟରେ ପୂର୍ଣ୍ଣତା ନାହିଁ ମୋର ତୋ' ପାଇଁ

ହେ ଈଶ୍ବର କାହିଁକି ଏ ଦଣ୍ଡ ସ୍ନେହ ପାଇବାକୁ

କାନ୍ଦୁଛି ଦୂରେଥାଇ ମୁଁ ଇଛା ମୋର ହସିବାକୁ,


ତୋ' କୋଳର ଉଷୁମ ପରଶ କାମ୍ୟ ମୋର

ଆହା କି ଆନନ୍ଦ ଶାନ୍ତି ସେ କୋଳେ ଶୋଇବାର

କଷ୍ଟହୁଏ ଏ ଦୂରତା ଓ ଏକାକୀର ନୀରବତା

ପଣତ ହିଁ ତ ତୋର ଦିଏ ବଞ୍ଚିବାର ଏକାଗ୍ରତା,


ତୋର ମୁଖ ଦେଖି ପ୍ରତିଦିନ ପାଇବାକୁ ସୁଖ

ପରିସ୍ଥିତିର ବାଧକତା ଓ ଶୂନ୍ଯତା ଏ ମନର

ଜଟିଳତା ଜୀବନର ଇଏ ସରଳତା ସବୁମିଛ

ତୋ' ହସ ହିଁ ତ ମୋର ମୂଳବିନ୍ଦୁ ହସିବାର, 


ବାରବାର ମନେପଡ଼େ ଅଜାଣତେ ଲୁହଝରେ

ଏ ଦୂର୍ଭାଗ୍ୟ ଅବା ଈଶ୍ବର ଇଚ୍ଛା ଏହି ଦୂରତାର

କ୍ଷମା ଚାହେଁ ଅଯୋଗ୍ୟପଣ ପାଇଁ ମୋ' ବୋଉ

ଏହି ଦୂରତ୍ବର ଶଙ୍କା ଯଥାଶୀଘ୍ର ଦୂରେଇ ଯାଉ। 



Rate this content
Log in

Similar oriya poem from Abstract