Smita Mohanty

Romance

3.9  

Smita Mohanty

Romance

ଅକ୍ଷୟ-ମଞ୍ଜୁ,

ଅକ୍ଷୟ-ମଞ୍ଜୁ,

4 mins
622


ଏମିତି କିଛି ଅକୁହା କଥା ଥାଏ ଯାହା କହି ହୁଏ ନାହିଁ, କି ସହି ବି ହୁଏ ନାହିଁ।ଜୀବନର ଏଇ ସର୍ଜନ ଯାତ୍ରା ଭିତରେ ବେଳେ ବେଳେ ଅତୀତର ସ୍ମୃତି ସବୁ ମନକୁ ଆନ୍ଦୋଳିତ କରେ।ଆଜି ବି ବସି ଭାବେ ସେ ବି ଗୋଟେ ମୁହୁର୍ତ୍ତ ଥିଲା ଯେତେବେଳେ ମୁଁ ଆଉ ସେ ଥିଲେ, ନ ଥିଲା ଆମ ଭିତରେ କିଛି ସୀମା ରେଖା,କିଛି ପ୍ରତି ବନ୍ଧକ। ସମ୍ପୂର୍ଣ୍ଣ ପ୍ରେମ ବିବାହ ନ ହେଲେ ମଧ୍ୟ ଆମ ଭିତରେ ପ୍ରେମ ଥିଲା।ସେ ସାଙ୍ଗ ମାନଙ୍କ ସହିତ ରହି ବେଳେ ବେଳେ ମୋତେ ପ୍ରେମର ସ୍ଵୀକାରୋକ୍ତି ପାଇଁ ନିବେଦନ କରନ୍ତି।ମୁଁ ଗୀତ ବୋଲି ବାକୁ ଭଲପାଏ ।ବି.ଏଡ୍ କଲାବେଳେ ଆମେ ଗୋଟେ କଲେଜରେ ପଢୁଥିଲୁ।ମୋର ବହୁତ ସମୟ କଟିଯାଏ ପାଠ ପଢାରେ,ମୁଁ ସାଙ୍ଗ ମାନଙ୍କ ସହିତ ସମୟର ଦୂରୁପଯୋଗ କରିବାକୁ ଭଲ ପାଏନି।ସେ ମଧ୍ୟ ଠିକ ସେମିତି ସବୁବେଳେ ପାଠ ଆଉ ପାଠ।କୋଉଠି ନା କୋଉଠି ଆମ ଦୁଇଜଣଙ୍କ ଚିନ୍ତା ଧାରା ମିଶୁଥିଲା।ସେ ଯେତେବେଳେ ମୋତେ ପ୍ରଥମ ଥର କଲେଜରେ ଦେଖିଲେ ତାଙ୍କ ସାଙ୍ଗ ମାନେ ତାଙ୍କୁ ଚିଡାଇଲେ ...ହେ ଅକ୍ଷୀ ଦେଖ୍ ଦେଖ୍ ତୋ ପାଇଁ ଗୋଟେ ପରଫେକ୍ଟ ପାଟନର ଆସିଗଲା ତୁ ଯାହା କର ତାକୁ ହିଁ ପଟା।ଅକ୍ଷୟ-ମଞ୍ଜୁ ଗୋଟେ ସୁନ୍ଦର ଯୋଡି।ଅକ୍ଷୟ ଗୋଟେ ଏମିତି ମଣିଷ ଯିଏ କି ନିଜ ବାପା ମାଆ,ଭାଇ ଭଉଣୀ, କାହା ପାଇଁ କର୍ତ୍ତବ୍ୟ ରେ ଅବହେଳା ସେ କରି ନାହାଁନ୍ତି।ସମସ୍ତଙ୍କୁ ଗୋଟିଏ ମାଳାରେ ଗୁନ୍ଥି ଆଗେଇ ଯାଇଛନ୍ତି।ତାଙ୍କ ପ୍ରେମକୁ ମଞ୍ଜୁ ମଧ୍ଯ ହୃଦୟର ପ୍ରତିଟି କୋଣରୁ ଆପଣେଇ ନେଇଛନ୍ତି।ଅକ୍ଷୟ ଙ୍କ ର ମାନ ଅଭିମାନ ରାଗ ରୁଷା ସବୁକୁ ଏକ ତରଫା କରି ମଞ୍ଜୁ ଅକ୍ଷୟ ଙ୍କ ଜୀବନ ସାଥୀ ସାଜିଛନ୍ତି।ସହର ପରିବେଶ ରେ ବଢିଥିବା ଝିଅ ଟି ଗାଁରେ ନିଜକୁ ଏମିତି ସଜେଇ ଦେଇଛନ୍ତି ଯାହା କି ଅକ୍ଷୟ ଙ୍କ ର ସ୍ଵପ୍ନ ଥିଲା।ଅକ୍ଷୟ ମଧ୍ୟ ଭାବୁଥିଲେ ଯିଏ ମୋ ଜୀବନ ସାଥୀ ହେବ ସେ କେତେଦୂର ମୋତେ ଆଉ ମୋ ପରିବାରକୁ ଆପଣାର କରି ପାରିବ।ଅକ୍ଷୟ କିନ୍ତୁ ଆଜି ବହୁତ ଖୁସି ଯେ ସେ ଯାହା ଚାହୁଁଥିଲେ ମଞ୍ଜୁ ଠିକ ସେମିତି। ଅକ୍ଷୟ କିଛି କହିବା ଆଗରୁ ମଞ୍ଜୁ ତାଙ୍କ ମନ କଥା ବୁଝି ପାରୁଥିଲେ।ଦୁହେଁ ପାଠ ପଢା ପରେ ଶିକ୍ଷକତା କୁ ଆବୋରି ନେଇ ଛନ୍ତି ଫରକ ଏତିକି ମଞ୍ଜୁ ସରକାରୀ ସ୍କୁଲ ଆଉ ଅକ୍ଷୟ ସରକାରୀ କଲେଜ।ପରିବାରର ଯେତେ ଝଡ଼ ଝଞ୍ଜା ଭିତରେ ଥିଲେ ମଧ୍ୟ ସେମାନଙ୍କ ଭଲପାଇବା କେବେ କମ୍ ହୋଇ ନି ,କି ବୁଝାମଣା ରେ କିଛି ଫରକ ଆସିନି। ଗୋଟେ ପୁତ୍ର ସନ୍ତାନ ଆଉ ତିନୋଟି ଝିଅ।ଠାକୁରଙ୍କ ଦୟାରୁ ସେମାନେ ସମସ୍ତେ ନିଜ ନିଜ ଯାଗାରେ ଭଲରେ ଅଛନ୍ତି।ଅକ୍ଷୟ-ମଞ୍ଜୁ ଏବେ ଅବସର ପ୍ରାପ୍ତ।ମଞ୍ଜୁ ନିଜକୁ ଜଞ୍ଜାଳ ଭିତରେ ହଜେଇ ଦେଇ ଥିବା ବେଳେ ,ଅକ୍ଷୟ କିନ୍ତୁ ସାଉଁଟିବାକୁ ଚେଷ୍ଟା କରନ୍ତି ସେ ଅତୀତ କୁ।ଜୀବନର ସାୟାହ୍ନ ରେ ଆଜି ବି ମଞ୍ଜୁ ଅପେକ୍ଷା କରି ବସନ୍ତି କେତେବେଳେ ତାଙ୍କ ମନର ମଣିଷ ଖାଇ ସାରିବେ।ସେ ନ ଖାଇଲା ଯାଏ ମଞ୍ଜୁ ଖାଆନ୍ତି ନାହିଁ।ଆଜି ବି ଅକ୍ଷୟ ପସନ୍ଦ କରନ୍ତି ନାହିଁ ମଞ୍ଜୁ ବ୍ୟତୀତ  ଆଉ କେହି ତାଙ୍କ ଚଳିବା ଜିନିଷ ସ୍ପର୍ଶ କରନ୍ତୁ।ଆଜି ବି ଅକ୍ଷୟ ଖାଇସାରିବା ପରେ ନିଜ ଅଇଁଠା ଥାଳିରେ କିଛି ଖାଦ୍ୟ ଛାଡି ଯାଆନ୍ତି ମଞ୍ଜୁ ପାଇଁ ।ଯେହେତୁ ସେମାନେ ପରିପକ୍ଵ ଅବସ୍ଥାରେ ତେଣୁ ମଞ୍ଜୁ ଟିକେ ଅକ୍ଷୟଙ୍କ ପ୍ରେମକୁ ମାନିବାକୁ ସଙ୍କୋଚ କରନ୍ତି।କିନ୍ତୁ ଅକ୍ଷୟ ଆଜି ବି ରଙ୍ଗୀନ ଦୁନିଆରେ ମଞ୍ଜୁ ସହିତ ସମୟ ବିତାଇବାକୁ ଇଛା ପ୍ରକାଶ କରନ୍ତି।ସବୁ ଛୋଟ ଛୋଟ ଖୁସି କୁ ଅକ୍ଷୟ ମଞ୍ଜୁ ସହିତ ବାଣ୍ଟି ବାକୁ ଚାହାଁନ୍ତି। କେତେବେଳେ କିଛି ନିରୋଳା ସମୟ ପାଇଲ ମଞ୍ଜୁ ଅତୀତରେ ହଜି ସୁନ୍ଦର ସୁନ୍ଦର ପୁରୁଣା ଓଡ଼ିଆ ରୋମାଣ୍ଟିକ ଗୀତ ଗାଆନ୍ତି।ଆଉ ପାଖକୁ ନ ଆସିଲେ ବି ଦୁରେ ଥାଇ ଅକ୍ଷୟ ହଜି ଯାଆନ୍ତି ସେ ଗୀତର ଧୂନ ଭିତରେ। ବେଳେ ବେଳେ ଅକ୍ଷୟ ଇଚ୍ଛା ପ୍ରକାଶ କରନ୍ତି କିଛି ସମୟ ମଞ୍ଜୁ କୁ ନେଇ ସମୁଦ୍ର କୂଳରେ ବୁଲିବାକୁ।ବଡ ନାତୁଣୀ ଯେତେବେଳେ ସେମାନଙ୍କର ବିବାହ ବାର୍ଷିକର ଆୟୋଜନ କରେ ସେତେବେଳେ ପରିପ୍ରକାଶ ନ କଲେ ମଧ୍ୟ ଅନେକ ଅକୁହା କଥାକୁ କହିବା ଆଳରେ ଦୁହେଁ ଦୁହିଁଙ୍କୁ ଚାହିଁ ଥାଆନ୍ତି।ଖୁସି ମଧ୍ୟ ହୁଅନ୍ତି।ମଞ୍ଜୁ ଅଭିନୟ କରନ୍ତି ଚିଡିବାର କିନ୍ତୁ ଅକ୍ଷୟ କୁହନ୍ତି ତୁ ତ ଖୁସି ହେବା କଥା ପିଲାମାନେ ତାଙ୍କ ଉନ୍ନତ ଚିନ୍ତା ଧାରାରେ ପ୍ରତି ଟି ମୁହୁର୍ତ୍ତ କୁ ସ୍ମରଣୀୟ କରି ପାରୁଛନ୍ତି।ପ୍ରେମ ପାଇଁ ନିର୍ଦ୍ଦିଷ୍ଟ ବୟସ ନ ଥାଏ ଆଉ ଆମେ ଦୁହେଁ ତ ଜୀବନ ସାରା କେବେ ହାତ ଛଡା ଛଡି ହୋଇନେ।ଆଜି କାଲିର ସ୍ତ୍ରୀ ମାନେ ସ୍ଵାମୀ ଖାଉ ନ ଖାଉ,ସେ ଆଗ ଖାଇଦିଏ।କିନ୍ତୁ ସେ ଦୁହିଁଙ୍କ ଭଲପାଇବା ଏତେ ଶାସ୍ଵତ ଆଉ ନିବିଡ଼ ଯେ ମଞ୍ଜୁ ସବୁବେଳେ ଚାହିଁ ବସି ଥାଆନ୍ତି କେତେବେଳେ ତାଙ୍କ ମନର ମଣିଷର ତାଙ୍କୁ କିଛି କହିବେ।ମୁଁ ବେଳେ ବେଳେ ଭାବେ ଯଦି ଏବେ ବି ସେମାନଙ୍କୁ ନିରୋଳାରେ ଛାଡ଼ି ଦିଆଯିବ ତେବେ ସେ ତାଙ୍କ ଅତୀତର ସ୍ମୃତି ସବୁକୁ ଏକାଠି କରିବାକୁ ଚାହିଁବେ।ସତରେ ଭଗବାନ ବଡ ବିଚିତ୍ର ଆଉ ସ୍ଵାମୀ ସ୍ତ୍ରୀ ସମ୍ପର୍କ ଟା ମଧ୍ୟ ଭିନ୍ନ ଯେତେବେଳେ ସେମାନେ ଜୀବନ କାଟିଥାଆନ୍ତି।ବୃଦ୍ଧ ବୟସରେ ଚାହାଁନ୍ତି ନାହିଁ କେହି କାହାଠାରୁ ଦୁରେଇ ବାକୁ ।ଯେତେ ମତଭେଦ ହେଉ ପଛେ,ସ୍ତ୍ରୀ ଟିଏ ଚାହିଁ ବସିଥାଏ ତା ସ୍ଵାମୀ କେତେ ବେଳେ ତାକୁ ଇସାରାରେ କିଛି କହିଦେବ।ମତେ ବହୁତ ଭଲ ଲାଗେ ସେ ଦୁହିଁଙ୍କ ମିଛି ମିଛିକା ଝଗଡ଼ା।ସେ ଝଗଡା ଭିତରେ ଅକ୍ଷୟ ଯେତେବେଳେ ଲାଜୁଆ ଲାଜୁଆ ହସ ହସନ୍ତି ମୁଁ ସେଠି ଜଣେ ଯୁବ ସୁଲଭ ଦୁଷ୍ଟାମୀ ରେ ଭରା ଜୀବନ ସାଥୀକୁ ଭେଟେ।ଯିଏ କି ତା ସ୍ତ୍ରୀ କୁ ତା ହୃଦୟ ଦେଇ ଭଲପାଏ ହେଲେ ତାକୁ ଚିଡାଇବାକୁ ବି ବହୁତ ଭଲପାଏ।ସତରେ ତାଙ୍କ ଭଲପାଇବା ଆଉ ସସ୍କାର ରେ ଗଢା ତାଙ୍କ ପିଲାମାନେ।ମଣିଷର ବୟସ ଯେତେ ବଢିଲେ ମଧ୍ୟ ସେ ଖୋଜେ କିଛି ଖୁସି ନିଜ ଆତ୍ମିୟ ସ୍ଵଜନଙ୍କ ଭିତରେ।ଆଜି କାଲି ଯୁଗ ଯେତେ ବଦଳିଲେ ବି ମଣିଷର ପ୍ରେମ ଭରା ହୃଦୟ କେବେ ବଦଳି ନ ଥାଏ। ଆଉ ଆମର ମଧ୍ୟ ପ୍ରଥମ କର୍ତ୍ତବ୍ୟ ଯେ ଆମ ବାପା ମାଆ ଆମକୁ କୁହନ୍ତୁ ବା ନ କୁହନ୍ତୁ ତାଙ୍କର ଛୋଟ ଛୋଟ ସ୍ମୃତି କୁ ସାଉଁଟି ପୁଣି ନୂଆ କରି ତାଙ୍କୁ ଭେଟି ଦେବା।ଗୋଟେ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିଲା ପରେ ମଣିଷ କୁହେନା,ମୋ ଜନ୍ମ ଦିନ ପାଳନ କର,ମୋ ବିବାହ ବାର୍ଷିକ ,ପିତୃ ଦିବସ,ମାତୃ ଦିବସ ପାଳନ କର,କିନ୍ତୁ ଏଇଟା ପ୍ରତି ପିଲାମାନଙ୍କ କର୍ତ୍ତବ୍ୟ ନବ ବର୍ଷ ର ରାତି ବାରଟାରେ ସେମାନଙ୍କୁ ଶୁଭେଚ୍ଛା ଜଣେଇବା।ଭାଲେଣ୍ଟାଇନ ଡେ ରେ ଛୋଟ କେକ୍ ଆଣି ବାପା ମାଆଙ୍କୁ ଟିକେ ଖୁସି ଦେବା।ମାନେ ନାହିଁ ଯେ ପ୍ରେମ ବିବାହରେ।କାରଣ ପ୍ରେମିକ -ପ୍ରେମିକା,କିଛି ସମୟ ପାଇଁ ସାଜି ଥାଆନ୍ତି।କିନ୍ତୁ ଖଟା ମିଠା,ଭଲ ମନ୍ଦ, କଳି ଝଗଡା, ପ୍ରେମ ପ୍ରତାରଣା କୁ ନେଇ ସ୍ଵାମୀ ସ୍ତ୍ରୀ ଙ୍କ ଜୀବନ କଟିଥାଏ।ତେଣୁ ଯେମିତି ବିନା ଲୁଣ,ବିନା ମିଠା,ବିନା ରାଗ ରେ ଯେମିତି ଖାଦ୍ୟର ସ୍ଵାଦ ନ ଥାଏ।ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଲୁଣ ହେଲା ଜୀବନର ଚଲାପଥରେ ଆସୁଥିବା ସୁଖ ଦୁଃଖ, ଆଉ ମିଠା ହେଲା ତାଙ୍କ ଭିତରେ କଟିଥିବା ଅନ୍ତରଙ୍ଗ ମୁହୁର୍ତ୍ତ ସବୁ,ଆଉ ରାଗ ହେଲା ରାଗ ରୁଷା । ରାଗ ରୁଷା ପରେ କିଛି ସମୟ କଥା ନହେଇ ପୁଣି ଏକାଠି ହୋଇ ଯିବା।ଅକ୍ଷୟ-ମଞ୍ଜୁ ଜୀବନର ପ୍ରତିଟି ସମସ୍ୟାର ସମାଧାନ କରି ନିଜ ସମ୍ପର୍କକୁ ଏକ ମିଶାଲ ରୁପେ ପ୍ରତି ପାଦନ କରିଛନ୍ତି।ତା ମାନେ ନୁହେଁ ସେମାନେ ଅସୁବିଧାର ସାମନା କରି ନାହାଁନ୍ତି।ତଥାପି ତାଙ୍କ ଜୀବନ ଶୈଳୀ କୁ ସେମାନେ ନିଜ ହିସାବରେ କାଟିଛନ୍ତି।ଭଗବାନ କରନ୍ତୁ ସୁସ୍ଥ ରହି ବାକି ଜୀବନ ବି ସେମାନେ କାଟିଦିଅନ୍ତୁ।



Rate this content
Log in

Similar oriya story from Romance