SUKANTA KHANDA

Abstract

4  

SUKANTA KHANDA

Abstract

ନିର୍ମଳ ଓଡ଼ିଶା

ନିର୍ମଳ ଓଡ଼ିଶା

4 mins
7



ହରପ୍ରିୟା ଓ ବିଷ୍ଣୁପ୍ରିୟା ଦୁଇ ଯାଆଁଳା ଭଉଣୀ। ଭାରି ସୁଧାର ପରସ୍ପର ପରସ୍ପକୁ ଭଲ ପାଉଥିଲେ। ଦୁହିଁଙ୍କ ଭିତରେ ଥିଲା ଅନାବିଳ ସ୍ନେହ,ପ୍ରେମ,ଭଲ ପାଇବା ଓ ଅଖଣ୍ଡ ବିଶ୍ଵାସ। ଦୁହେଁ ମଧ୍ୟ ବାପା,ମାଆ ଓ ଘର ପରିବାର ସମସ୍ତଙ୍କୁ ଭଲ ପାଉଥିଲେ। ଏକାଠି ବସିବା,ଖାଇବା ଓ ପଢ଼ିବା ସହିତ ଘରକୁ ମନ୍ଦିର ପରି ସଜେଇ ରଖିବା ଥିଲା ତାଙ୍କର ଗୋଟିଏ ସୁନ୍ଦର ଅଭ୍ୟାସ। ସେଥିପାଇଁ ବାପା ଓ ମାଆ କାହିଁକି ବିଦ୍ୟାଳୟରେ ମଧ୍ୟ ସେମାନଙ୍କୁ ସଭିଏଁ ଭଲ ପାଇବା ଦେଉଥିଲେ। 

     ସେ ଦିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ହରିଚନ୍ଦନପୁରରେ ପ୍ରତିଯୋଗୀତା ହେବାର ଥିଲା। ବିଷୟଟି ଥିଲା ନିର୍ମଳ ଓଡ଼ିଶା ଗଠନରେ ସୁନ୍ଦର ଗ୍ରାମ। ଦୁଇ ଭଉଣୀ ଏ ପ୍ରତିଯୋଗିତାରେ ଭାଗ ନେବାକୁ ଚାହିଁଲେ ହେଲେ ଦୁହିଁଙ୍କର ଭିତରେ ତର୍କ ଆରମ୍ଭ ହୋଇଗଲା। ହରପ୍ରିୟା କହିଲା,"ବିଷ୍ଣୁ ! ଜାଣିଛୁ ନିର୍ମଳ ଓଡ଼ିଶା ଗଠନ ହେଲେ ହିଁ ସୁନ୍ଦର ଗ୍ରାମଟିଏ ହୋଇ ପାରିବ।" ବିଷ୍ଣୁପ୍ରିୟା କହିଲା,"ହର ! ତୁ ବିଲକୁଲ ଭୁଲ କହୁଛୁ। ସୁନ୍ଦର ଗ୍ରାମଟିଏ ହେଲେ ହିଁ ନିର୍ମଳ ଓଡ଼ିଶା ଗଠନ ହୋଇ ପାରିବ।" ପରସ୍ପର ଭିତରେ ଅଖଣ୍ଡ ତର୍କ ଚାଲିଲା ତ ବାପା ପ୍ରମୋଦ ଖୁଣ୍ଟିଆଙ୍କ ପାଖକୁ କଥାଟା ଗଲା। ବାପା ଦୁଇ ଝିଅଙ୍କ କଥାକୁ ଶୁଣି ଭଲକି ଘଡ଼ିଏ ଚିନ୍ତା କରି ବସିଗଲେ ଆଉ ସମାଧାନର ବାଟ ବାହାର କରିବାକୁ ଚାହିଁଲେ କିନ୍ତୁ ବଡ ବିଷମ ପରିସ୍ଥିତିରେ ପଡ଼ିଗଲେ। ନିର୍ମଳ ପାଇଁ ଓଡ଼ିଶା ନା ଗ୍ରାମ? ନା ଗ୍ରାମ ପାଇଁଏ ସୁନ୍ଦର ଓଡ଼ିଶା? କେଉଁଟି ଠିକ୍ ଓ କେଉଁଟି ଭୁଲ? ଶେଷରେ କହିଲେ,"ହର ଆଉ ବିଷ୍ଣୁ ! ଦୁହେଁ ନିଜ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସେଠୀ ମହୋଦୟଙ୍କ ନିକଟକୁ ଯାଅ। ଅସଲ ମଞ୍ଜିଟି ଅବଶ୍ୟ ପାଇବାକୁ ବେଶୀ ସମୟ ଲାଗିବ ହିଁ ନାହିଁ।"

    ଅଗତ୍ୟା ହରପ୍ରିୟା ଓ ବିଷ୍ଣୁପ୍ରିୟା ପ୍ରଧାନ ଶିକ୍ଷକଙ୍କ ନିକଟକୁ ଗଲେ। ପ୍ରଧାନ ଶିକ୍ଷକ ସେତେବେଳେ ନିଜର ଅଫିସ କାମରେ ବ୍ୟସ୍ତ ତ ପିଅନକୁ ଡାକି କହିଲେ,"ସୁଜାତା ! ଓଡ଼ିଆ ସାହିତ୍ୟ ଶିକ୍ଷୟତ୍ରୀ ଲକ୍ଷ୍ମୀବାଈ ମହାନ୍ତ ମାଡ଼ାମକୁ ଡାକିଲୁ?" ଅଗତ୍ୟା ସୁଜାତା ଲକ୍ଷ୍ମୀବାଈ ମାଡ଼ାମଙ୍କୁ ଡାକି ଆଣିଲେ। ପ୍ରଧାନ ଶିକ୍ଷକ ସୁଶାନ୍ତ ବାବୁ କହିଲେ,"ଲକ୍ଷ୍ମୀବାଈ ମାଡ଼ାମ ! ଆପଣ ହର ଓ ବିଷ୍ଣୁ କ'ଣ ପ୍ରଶ୍ନ କହୁଛନ୍ତି ବୁଝାଇ ଦିଅନ୍ତୁ ତ?" ଲକ୍ଷ୍ମୀବାଈ ମାଡ଼ାମ କହିଲେ,"ହର ! ତୁ ଆଗ କହ ତୋର ପ୍ରଶ୍ନଟି କ'ଣ? ହରପ୍ରିୟା କହିଲା,"ମାଡ଼ାମ ! ମୋର ପ୍ରଶ୍ନ ଏହିକି ନିର୍ମଳ ପାଇଁ ସୁନ୍ଦର ଓଡ଼ିଶା ଦରକାର ଆଉ ବିଷ୍ଣୁ କହୁଛି ଓଡ଼ିଶା ନୁହେଁ ନିର୍ମଳ ହେବାକୁ ହେଲେ ହିଁ ସୁନ୍ଦର ଗ୍ରାମଟିଏ ଦରକାର।" 

     ଲକ୍ଷ୍ମୀବାଈ ମାଡାମ ପ୍ରଶ୍ନଟି ଶୁଣି ଦ୍ବନ୍ଦରେ ଟିକିଏ ପଡ଼ିଗଲେ। କାହାର ସପକ୍ଷରେ ଯିବେ? ଓଡ଼ିଶା ପାଇଁ ହିଁ ଗ୍ରାମ ପୁଣି ବିନା ଗ୍ରାମରେ ଓଡ଼ିଶାର ସ୍ଥିତି ହିଁ ସମ୍ଭବ ହୋଇ ନ ପାରେ? ବାକି ରହିଲା ନିର୍ମଳ। ନିର୍ମଳ ତ ସେତେବେଳେ ହେବ ଯେତେବେଳେ ଆମେ ମୁକ୍ତ ଅମ୍ଳଜାନ,ଆଲୋକ,ଜଳ ଓ ମାଟି ପାଇବା। ଏହା କୌଣସି ଗ୍ରାମ କି ଓଡିଶା ଦ୍ଵାରା ସମ୍ଭବ ହିଁ ନାହିଁ? ମନକୁ ମନ ଗୁଣି ହେଲେ ଲକ୍ଷ୍ମୀବାଈ ମାଡ଼ାମ ଘଡ଼ିଏ ଆଉ ଦୁହିଁଙ୍କୁ ପାଖରେ ବସାଇ କହିଲେ,"ହର ବିଷ୍ଣୁ ! ଦୁହେଁ ନିଜକୁ ଭଲକି ବୁଝ ତ ପ୍ରକୃତରେ କେତେ ଗ୍ରାମର ସମାହାରରେ ଗ୍ରାମ ପଞ୍ଚାୟତ ପୁଣି କେତେ ଗ୍ରାମ ପଞ୍ଚାୟତ ମିଶିଲେ ପଞ୍ଚାୟତ ସମିତି। ଏହିପରି କେତେ ପଞ୍ଚାୟତ ସମିତିରୁ ଜିଲ୍ଲା ଓ କେତେ ଜିଲ୍ଲାକୁ ନେଇ ଓଡିଶା ଗଠିତ ହୋଇଥାଏ ନୁହେଁ କି ? ଏଥିରୁ ବୁଝା ପଡୁଛି କି ଗ୍ରାମରୁ ଓଡିଶା କିନ୍ତୁ ଓଡ଼ିଶାରୁ ଗ୍ରାମ ନୁହଁ। ଏହି ମର୍ମରେ ଆମେ ବୁଝିବାକୁ ହେବ କି କୌଣସି ନିର୍ମଳ ପାଇଁ ଲୋକ ସଚେତନ ଦରକାର ଯେମିତି ମୁକ୍ତ ପାଣି,ପବନ,ଆଲୋକ ଓ ମାଟିକୁ ପାଇ ପାରିବା। ଆଜିକାଲି ସବୁ ବିଷାକ୍ତ ହୋଇ ସାରିଛି ଯୁଆଡେ଼ ଯିବା ତ କେବଳ ହିଁ କେବଳ ବିଷାକ୍ତରେ ବୁଡ଼ିକି ରହିବା। ଆମେ ଯେଉଁ ଖାଦ୍ୟକୁ ଖାଉଛେ ତାହା ମଧ୍ୟ ବିଷ କାରଣ ସାର ଓ କୀଟ ନାଶକ ଔଷଧ ନାମରେ ଆମେ ନିତି ବିଷ ହିଁ ଖାଇ ଚାଲିଛେ। ଯେଉଁ ବସ୍ତ୍ର ପିନ୍ଧୁଛେ ତାହା ମଧ୍ୟ ବିଷ କାରଣ ଯେଉଁ ଟେରିକଟ ଓ ଟେରିଲିନ ପୋଷାକ ପିନ୍ଧୁଛେ ସେଥିରେ ମଧ୍ୟ ବିଷର ସମିଶ୍ରଣ ଅଟେ ଯାହା ଚର୍ମ ରୋଗକୁ ଅତିଶୀଘ୍ର ଡାକି ଆଣୁଛେ। ଘର ମଧ୍ୟ ତଦୃପ ଶୁଦ୍ଧ ମାଟିରେ ନ ତିଆର କରି ସିମେଣ୍ଟ,ଲୁହା,ବାଲି ପୁଣି ରଙ୍ଗ ତ ପୂରା କେମିକାଲ ଫଳତଃ ରୋଗର କାରଣ ସହିତ ସର୍ବଦା ନିରାନନ୍ଦ ରହିବାକୁ ପଡୁଛି। ଆଗ କାଳରେ ଛଣ,ନଡ଼ା,କୁଟା ଓ ଶୁଦ୍ଧ ମାଟି ପୁଣି ରଙ୍ଗ କହିଲେ କେବଳ ଗୋବର ହିଁ ବ୍ୟବହାର କରା ଯାଉଥିଲା। ଦିନେ ଘର ଲୋକେ ଶହେ ବର୍ଷ ବଞ୍ଚିବା ପାର କରୁଥିଲେ କିନ୍ତୁ ଏବେ ଦେଖ ତୁଳୀତଳ୍ପ ଶେଯରେ ପୁଣି ମାର୍ବଲ ଚଟାଣ କୋଠରୀରେ ଏ ମଣିଷ ଜୀବନ ଷାଠିଏ ବର୍ଷ ବଞ୍ଚିବା କାଠିକର ପାଠ।"

    ଟିକିଏ ରହି ପୁଣି କହିଲେ,"ବିଷ୍ଣୁ !ନିର୍ମଳ ଓଡ଼ିଶା ହେଉ କି ଗ୍ରାମ ଆମକୁ ଆଗ ମୁକ୍ତ ଅମ୍ଳଜାନ ପାଇଁ ବୃକ୍ଷଲତା ଲଗାଇବା ଦରକାର। ଭଲ ଖାଦ୍ୟ ପାଇଁ ସାର କି ଔଷଧ ନୁହଁ କମ୍ପୋଷ୍ଟ ଖତ ପ୍ରୟୋଗ କରିବା ଆବଶ୍ୟକ। ପାଣିକୁ ନଦୀ,ନାଳ,ପୋଖରୀ,ସମୁଦ୍ର ଓ ଦ୍ରଦ ଭିତରକୁ ପାଇଖାନା ପାଣି କି କଳକାରଖାନାର ଅପରିଷ୍କାର ଜଳ ପକାଉଛନ୍ତି ଫଳତଃ ସଭିଏଁ ଦୂଷିତ। ଆମକୁ କେବଳ ସର୍ବଦା ବିଶୁଦ୍ଧ ଜଳ ବ୍ୟବହାର କରିବାକୁ ହେବ। ପିନ୍ଧା ଲୁଗା କପା ସୂତା ହେଲେ ସବୁଠୁ ଭଲ। ଯେବେ ନିର୍ମଳ ଏହିପରି ସଭିଙ୍କ ମନରେ ଜାଗିବ ତ ଗ୍ରାମଠାରୁ ଓଡ଼ିଶା ଯାଏଁ ଅବଶ୍ୟ ମିର୍ମଳ ହେବାକୁ ବେଶୀ ସମୟ ଲାଗିବ ନାହିଁ। 

      ଏ କଥା ପାଖରେ ଥାଇ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସେଠୀ ମହୋଦୟ ଶୁଣୁଥିଲେ ତ କହିଲେ,"ମାଡାମ ! ଆପଣଙ୍କ ସୁନ୍ଦର ଆଉ ସରଳ ଭାବରେ ଯେଉଁ ଅଭିମତ ଦେଲେ ଦୁଇ ଛାତ୍ରୀ ହର ଆଉ ବିଷ୍ଣୁ ଅବଶ୍ୟ ବୁଝି ସାରିଥିବେ।" ଓଡ଼ିଆ ସାହିତ୍ୟ ଶିକ୍ଷୟତ୍ରୀ ଲକ୍ଷ୍ମୀବାଈ ମହାନ୍ତ ମାଡ଼ାମ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସେଠୀ,ହର ଓ ବିଷ୍ଣୁଙ୍କୁ ଧନ୍ୟବାଦ ଦେଇ ନିଜର ଶ୍ରେଣୀ କକ୍ଷକୁ ଚାଲିଗଲେ। ହର ବିଷ୍ଣୁ ମଧ୍ୟ ତାଙ୍କ ପଛେ ପଛେ ଶ୍ରେଣୀ ଗୃହରେ ପ୍ରବେଶ କରି ନିଜ ଆସନରେ ବସିଗଲେ।

      ସତରେ ! ନିର୍ମଳ ଓଡ଼ିଶା ହେବାକୁ ହେଲେ ପାଣି,ପବନ,ଆଲୋକ ଓ ମାଟିର ଶୁଦ୍ଧତା ଆବଶ୍ୟକ ଅନ୍ୟଥା ଆଜିକାଲି ରଙ୍ଗ ବୋଳି ବିଦ୍ୟାଳୟ,ମନ୍ଦିର,ରାସ୍ତାଘାଟ ସୌନ୍ଦର୍ଯ୍ୟକରଣ କରାଯାଉଛି ତାହା ନିର୍ମଳ ଯେ କେତେଦୂର ହେଉଛି ଉଦ୍ଭାବନ କରିଥିବା ଲୋକ ହିଁ ସତ୍ୟତା ଜାଣିଥିବେ,ନୁହଁ?

       


Rate this content
Log in

Similar oriya story from Abstract