ayiswarya maharana

Romance

4  

ayiswarya maharana

Romance

ତନ୍ଦ୍ରାକାଶ

ତନ୍ଦ୍ରାକାଶ

2 mins
347


ତନ୍ଦ୍ରା ନଦୀ କୂଳରେ ବସି ନଦୀ ସହ କଥା ହେବାରେ ଏତେ ନିମଗ୍ନ ଥିଲା ଯେ ଆକାଶ ଆସି କେତେବେଳେ ତା ପଛରେ ଛିଡା ହୋଇଛି ତାହା ତାକୁ ଅଜଣା। ତନ୍ଦ୍ରା ସେତେବେଳେ ନଦୀକୁ କହୁଥିଲା,"ନଦୀଲୋ ତୁ କେଡେ ଅଲାଜୁକି ଟିଏ। ଲୋକ ଲଜ୍ଜା କୁ ତୁ ସତରେ ଭୁଲିଯାଇଛୁ। ଉତ୍ପତ୍ତି ହେବା ପରେ ସତେ ଯେମିତି ତୋର ଜୀବନରେ ଗୋଟିଏ ହିଁ ଉଦ୍ଦେଶ୍ୟ। ଜୀବନରେ ଗୋଟିଏ ହିଁ ତୃଷ୍ଣା ସାଗର ଆଉ ସାଗର। ସେ ହିଁ ତୋର ଏକାନ୍ତ କାମ୍ୟ। ସାଗର ହିଁ ତୋର ବିଶ୍ଵ। ତୋର ସୃଷ୍ଟି ହେବାପରେ ତୋର ଯାତ୍ରା ଆରମ୍ଭ କରିଦେଉ ସେଇ ବିଶାଳ ସାଗର ଅଭିମୁଖେ। ପାହାଡ଼, ବିଲ ବଣ କୁ ନିର୍ଦ୍ଵନ୍ଦରେ ଅତିକ୍ରମ କରିଚାଲୁ। ଖାଲ ଢିପ , କଣ୍ଟା ଫୁଲ , ମାଟି ମୋତି କାହାକୁ ଯେମିତି ଖାତିର ନାହିଁ। ସାଗର ପ୍ରାପ୍ତିର ଏତେ ଉତ୍କଣ୍ଠା ଯେ ପ୍ରଲାପିନି ପରି ଆଗେଇଯାଉ। ରାସ୍ତାରେ କେହି ବି ଆସୁ, ସେଥି ପ୍ରତି ଭ୍ରୁକ୍ଷେପ ନକରି ନିଜ ସହ ତାକୁ ମଧ୍ୟ ଆଗେଇନେଉ। ଅହରହ ଯାଇ ସାଗର ଛାତିରେ ମୁଣ୍ଡ ଗୁଞ୍ଜିଦେଉ ସେହି ମୁହାଣରେ, ଯେଉଁଠି ସାଗର ନିଜର ପ୍ରଶସ୍ତ ବାହୁ ମେଲି ଥାଏ। ସେ କ'ଣ ତୋ ପାଇଁ ଅପେକ୍ଷା ରତ ?

                ଏହି ସମୟରେ ଆକାଶ ତନ୍ଦ୍ରା ର ଲମ୍ବା ବେଣୀକୁ ଟାଣି ଦେଇ "ହଁ" ଭରିଲା। ତନ୍ଦ୍ରା ଆକାଶ କୁ ପାଖରେ ଦେଖି ଲଜ୍ଜା ରେ ମଥା ତଳକୁ କରି ମୁରୁକି ହସି ଦେଇ ପଚାରିଲା,"ତୁମେ କେତେବେଳେ ଆସିଲ ?"ଆକାଶ ତନ୍ଦ୍ରାର କେଶରେ କୃଷ୍ଣ ଚୂଡ଼ା ପେନ୍ଥି ଖୋସୁ ଖୋସୁ କହିଲା " ଅନେକ ବେଳୁ ଆସିଲିଣି। କିନ୍ତୁ ତୁମେ ତ ନଦୀ ସହ ଗପରେ ଏମିତି ହଜିଯାଇଥିଲ ଯେ ମୋ ଆସିବା ଜାଣି ପାରିଲ ନାହିଁ।"ତନ୍ଦ୍ରା ହସି ହସି କହିଲା,"ତାହେଲେ ତୁମେ ଆମ କଥା ସବୁ ଶୁଣି ନେଲ। କିନ୍ତୁ ଲୁଚି ଲୁଚି ଏପରି କାହାର କଥୋପକଥନ ଶୁଣିବା ଉଚିତ ନୁହେଁ।" ଆକାଶ କହିଲା,"ଆଚ୍ଛା ! ଠିକ୍ ଅଛି। ତେବେ ଏହା ପରେ ପୁଣି ଯେବେ ଆସିବି ସେହି ଦୂରରୁ ତୁମକୁ ଡାକ ଦେଇ ଆସିବି ତନ୍ଦ୍ରା ତନ୍ଦ୍ରା ଦୁହେଁ ମିଶି ଏକା ସାଥେ ହସି ଉଠିଲେ।

      ଆକାଶ ପଚାରିଲା ଏବେ କୁହ ଏ ଅସମୟରେ ଏହି ଅଧମକୁ କିପରି ମନେପକାଇଲ ? ତନ୍ଦ୍ରାର ହସ ହସ ମୁହଁରେ ବିଷର୍ଣ୍ଣ ଭାବ ଖେଳିଗଲା। ଆକାଶ ବ୍ୟସ୍ତ ହୋଇ ପଚାରିଲା କ'ଣ ହୋଇଛି। ତନ୍ଦ୍ରା କହିଲା,"ମାଆ,ତାଙ୍କ ଭାଇ ଙ୍କ ସହ ମୋର ବିବାହ କରାଇ ଦେବାକୁ ଚାହୁଁଛନ୍ତି"। ଆକାଶ କହିଲା ତୁମ ବାପା ଙ୍କ ନିଷ୍ପତ୍ତି କ'ଣ ? ତନ୍ଦ୍ରା କହିଲା,"ତୁମେ ତ ଜାଣ। ବୋଉ ଆର ପାରିକୁ ଚାଲିଗଲା ପରେ ବାପା ନୂଆ ମାଆଙ୍କୁ ଆଣିଲେ। ପ୍ରଥମେ ପ୍ରଥମେ ତ ବାପା ମୋର ଯତ୍ନ ନେଉଥିଲେ, କିନ୍ତୁ ସମୟ ସାଥିରେ ସେସବୁ ମୋ ପାଇଁ ସ୍ବପ୍ନ ହୋଇଯାଇଛି। ଅର୍ଥ ଲୋଭରେ ମାଆ ତାଙ୍କ ଭାଇ ଙ୍କ ସହ ମୋର ବିବାହ କରାଇବେ ବୋଲି ସ୍ଥିର କରିଦେଇଛନ୍ତି। ବାପା ମଧ୍ୟ ଏଥିରେ ସହମତ। ତୁମେ ଅନାଥ ବୋଲି ବାପା ମୋତେ ତୁମକୁ ଦେବାପାଇଁ ଅନିଚ୍ଛୁକ,ଆଉ ମାଆଙ୍କୁ ମୋ ଖୁସି ମଞ୍ଜୁର ନୁହେଁ।"ଏତିକି କହିବା ବେଳକୁ ତନ୍ଦ୍ରା ର ଲୁହ ଆଖି ରେ ବନ୍ଦୀ ନହୋଇ ମୁକ୍ତ ହେବାରେ ଲାଗିଲେ। ଆକାଶ ତନ୍ଦ୍ରାର ଲୁହ ପୋଛି ପଚାରିଲା ,"ତନ୍ଦ୍ରା , ତୁମେ କ'ଣ ଚାହୁଁଛ"। ତନ୍ଦ୍ରା କହିଲା,"ବୋଉ ଚାଲିଗଲା ପରେ ତୁମେ ହିଁ ତ ମୋର ଦୁନିଆ। ତୁମେ ହିଁ ମୋ ଭିତର ର ବିଶ୍ଵ। ତୁମେ ହିଁ ତ ମୋତେ ପୁନର୍ନବା କରିଛ। ତୁମକୁ ତ୍ୟାଗ କରି ମୁଁ ପୁନଃ ଜୀବୋନ୍ମୃତ୍ୟୁ ପ୍ରାପ୍ତ ପାଇଁ ଇଛୁକ ନୁହେଁ।" ଆକାଶ ତନ୍ଦ୍ରାର ହାତ ଧରି ନଦୀକୂଳରେ ଥିବା ଦେବୀପୀଠକୁ ନେଇ ତାକୁ ପତ୍ନୀ ରୂପେ ସ୍ଵୀକାର କଲା। ତନ୍ଦ୍ରା ଓଠରେ ଲାଜୁଆ ହସଟିଏ ରଖି ଆକାଶ ର ଛାତିରେ ମଥା ଗୁଞ୍ଜି ଦେଲା। ଆକାଶ ତନ୍ଦ୍ରା ର କେଶର ବାସ୍ନା ଆଘ୍ରାଣ କରୁଥିଲା। ହୋଇଯାଇଥିଲେ ତନ୍ଦ୍ରାକାଶ।

            


Rate this content
Log in

Similar oriya story from Romance