ଆlଜି ପରା ଗୁରୁବାର
ଆlଜି ପରା ଗୁରୁବାର
ଆଜି ପରା ଗୁରୁବାର ଲୋ
ଆଜି ପରା ଗୁରୁବାର
ପ୍ରତି ଘର ଦ୍ୱାରେ ଲକ୍ଷ୍ମୀ ପାଦ ଚିତା
ଦିଶେ କେଡେ ମନୋହର ଲୋ।
ସେ ଯେଧନ ଲକ୍ଷ୍ମୀ
ସେ ଯେ ଗୃହ ଲକ୍ଷ୍ମୀ
ସେ ଯେ ରାଜ ଲକ୍ଷ୍ମୀ
ସେ ଐଶ୍ୱର୍ଯ୍ୟ ଲକ୍ଷ୍ମୀ
ତିନି ଧୂପ ଦେଇ ଅରଚନା କଲେ
ଭରି ଦିଅନ୍ତି ଭଣ୍ଡାର ଲୋ।
ହେଉ ବା ବ୍ରାହ୍ମଣ
ହେଉ ବା ଚଣ୍ଡାଳ
ହେଉ ଧନୀ ଅବା
ହେଉ ସେ କାଂଗାଳ
ଶୁଦ୍ଧ ପୂତ ମନେ ମାଙ୍କୁ ପୂଜିଲେ
କୃପା ବିନ୍ଦୁ ଝରେ ମାଆ ର।