Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Celebrate Brother-Sister Bond

SEE WINNERS

Share with friends

ଶତାବ୍ଦୀ ଧରି ଚାଲିଆସୁଥିବା ରକ୍ଷାବନ୍ଧନ ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିସ୍ମରଣୀୟ ସମ୍ପର୍କକୁ ଦର୍ଶାଉଛି । ଏହି ପର୍ବ ଭାଇଚାରା ଓ ପ୍ରେମର ଏକ ବିଶେଷ ପ୍ରତୀକ । ଏହି ଦିନ ଭଉଣୀମାନେ ନିଜ ଭାଇର ହାତରେ ରକ୍ଷାବନ୍ଧନ ବାନ୍ଧନ୍ତି । ଆସନ୍ତୁ ଆମର କବିତା ଏବଂ କାହାଣୀ ମାଧ୍ୟମରେ ଏହି ରକ୍ଷାବନ୍ଧନ ଉପରେ ଭଉଣୀର ରାକ୍ଷୀ ଏବଂ ଭାଇର ଶପଥ ସବୁକୁ ଦୃଢ଼ କରିବା ।


ପ୍ରତିଯୋଗିତା ସହିତ ଜଡିତ ସର୍ତ୍ତାବଳୀ:

 ୧. ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ତାରିଖ ୨୫ ଜୁଲାଇ ୨୦୨୦ ରୁ ୫ ଅଗଷ୍ଟ ୨୦୨୦ ରାତି ୧୨ ଟା ।

 ୨. କେବଳ କାହାଣୀ, କବିତା କିମ୍ବା କ୍ଷୁଦ୍ରଗଳ୍ପ ହିଁ ଗ୍ରହଣୀୟ ।

 ୩. ଯେକୌଣସି ସ୍ରଷ୍ଟା ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । କୌଣସି ପ୍ରକାରର ବୟସ ବନ୍ଧନ ନାହିଁ ।

 ୪. ଦାଖଲ ସଂଖ୍ୟା ସୃଷ୍ଟିକର୍ତ୍ତାଙ୍କ ଉପରେ ନିର୍ଭର କରେ, ଆମ ପକ୍ଷରେ କୌଣସି ପ୍ରତିବନ୍ଧକ ନାହିଁ ।

 ୫. ଆପଣ ରକ୍ଷାବନ୍ଧନ ଉପରେ ଆଧାର କରି ଆପଣଙ୍କର କୌଣସି ସୃଷ୍ଟି ପଠାଇ ପାରିବେ । ମନେରଖନ୍ତୁ, କାହାଣୀଟି ପୂର୍ବରୁ ଷ୍ଟୋରୀମିରରରେ ପ୍ରକାଶିତ ହେବା ଉଚିତ୍ ନୁହେଁ ।

 ୬. ରଚନାରେ କୌଣସି ଆପତ୍ତିଜନକ କିମ୍ବା ଅଶ୍ଳୀଳ ଶବ୍ଦ ବ୍ୟବହାର କରନ୍ତୁ ନାହିଁ କିମ୍ବା କୌଣସି ଧାର୍ମିକ ସମ୍ପ୍ରଦାୟକୁ ଆଘାତ ଦେଇ କିଛି ଲେଖନ୍ତୁ ନାହିଁ ।

 ୭. ଯଦି କୌଣସି ପରିସ୍ଥିତିରେ, ରଚନା ଉପରେ କୌଣସି ବିବାଦ ଉପୁଜେ, ଲେଖକ ନିଜେ ଦାୟୀ ରହିବେ ।

 ୮. ଯଦି ରଚନା ଅନ୍ୟ କୌଣସି ଲେଖକଙ୍କ ଦ୍ୱାରା କପି ହୋଇଥିବା ଜଣାପଡିଛି, ତେବେ ଷ୍ଟୋରୀମିରରର ୱେବସାଇଟ୍ ରୁ ବିଲୋପ କରିଦିଆଯିବ ।

 ୯. ଆପଣଙ୍କ କାହାଣୀରେ ବନାନ ଏବଂ ବ୍ୟାକରଣ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କାହାଣୀଟି ମୂଳ ହେବା ଜରୁରୀ, ଆପଣ ଅନ୍ୟର ଲେଖା କପି କରିପାରିବେ ନାହିଁ ।

୧୦. ବିଚାରକ ମଣ୍ଡଳୀ ନିଷ୍ପତ୍ତି ଚୂଡାନ୍ତ ଏବଂ ଗ୍ରହଣୀୟ ହେବ ।

୧୧. ଜଣେ ସୃଷ୍ଟିକର୍ତ୍ତା ଯେକୌଣସି ସଂଖ୍ୟକ ରଚନା ପଠାଇ ପାରିବେ ।


ଫଳାଫଳ ଏବଂ ପୁରସ୍କାର:

୦୫ ସେପ୍ଟେମ୍ବର ୨୦୨୦ ରେ ଷ୍ଟୋରୀମିରର୍ ୱେବସାଇଟରେ ଫଳାଫଳ ଘୋଷଣା କରାଯିବ ।


 ● ସୁବର୍ଣ୍ଣ ସଦସ୍ୟତା ଏବଂ ପ୍ରଥମ ପୁରସ୍କାର ଷ୍ଟୋରୀମିରର୍ ମାନପତ୍ର ।

 ● ଦ୍ୱିତୀୟ ପୁରସ୍କାର ରୌପ୍ୟ ସଦସ୍ୟତା ଏବଂ ପ୍ରମାଣପତ୍ର ।

 ● ତୃତୀୟ ପୁରସ୍କାର ବ୍ରୋଞ୍ଜ ସଦସ୍ୟତା ଏବଂ ପ୍ରମାଣପତ୍ର ।


ପନ୍ଦରଟି ଉଲ୍ଲେଖନୀୟ ସ୍ଥାନ ପ୍ରାପ୍ତ କରିଥିବା କୃତିକୁ ଷ୍ଟୋରୀମିରର୍ ତରଫରୁ ୩୦୦ ଟଙ୍କା ମୂଲ୍ୟର ଏକ ସପ୍ ଭାଉଚର୍ ଏବଂ ଡିଜିଟାଲ୍ ମାନପତ୍ର ଦିଆଯିବ ।

ସମସ୍ତ ଅଂଶଗ୍ରହଣକାରୀଙ୍କୁ ଡିଜିଟାଲ୍ ମାନପତ୍ର ଦିଆଯିବ ।


ବି.ଦ୍ର : ରଚନା କେବଳ ପ୍ରତିଯୋଗିତା ଲିଙ୍କକୁ ପଠାଯିବା ଉଚିତ । ପ୍ରତିଯୋଗିତାରେ ଅଂଶଗ୍ରହଣ ସମ୍ପୂର୍ଣ୍ଣ ମାଗଣା ।