ଭୋକିଲା ପ୍ରେମିକ
ଭୋକିଲା ପ୍ରେମିକ
ଭୋକର ଜ୍ୱାଳା କୁ ସମ୍ଭୋରଣ ନକରି
ଖିନି ଭିନ କରି କୁକୁର ଖାଉଥିବା ପୋଚା ମାଂସ ପରି
ମୋ ସ୍ବେଦବର୍ଣ୍ଣ ଶରୀର ଲାଳସେ
ତୋ ଚକ୍ଷୁ ଦ୍ୱୟ ରହିଥାଏ ଆବୋରି
ମୋ ନିଜସ୍ୱ ଜୀବନର ଚଲାବାଟେ
ଚାଲିଯାଏ ମୁଁ କାହାକୁ ଆଶ୍ରିତ ନକରି
ଆଶ୍ରିତ କରି ଯାହା ହାତ ଧରିଲି
ତାର ମିଥ୍ୟା ବିଶ୍ଵାପେ ଅନ୍ଧ ହୋଇଗଲି
ଅନ୍ଧ ସାଜି ନିଜସ୍ୱ ପରିଚୟ ହରାଇଲି
ପରିଚୟ ହଜାଇ ପାଗଳିନୀ ସାଜି
ରାସ୍ତା ଘାଟ ଚଉଦିଗେ ବୁଲି ଚାଲିଲି
ନିକୁଶ ଏ ମାନବ ନିକୁଶ ତାର ଚିନ୍ତାଭାବ
ମନ ସ୍ତାତ୍ଵିକକୁ ହରାଇ ସେ କଲା ଅପକର୍ମ
ପରିଚୟ ହରାଇ ଥିଲି
ଏବେ ନିଜସ୍ୱ ମର୍ଯ୍ୟାଦା ବି ହରାଇଲି
ଅଇଁଠା ପତର ପରି ଭାବି
ଶେଷେ ଅଳିଆ ଗଦାରେ ଯାଇ ପଡିଲି
ବିଶ୍ୱନିୟନ୍ତାଙ୍କ ବାରିଧିରୁ
ବାରିଧାରା ମୋ ମଥାପେ ସିଞ୍ଚିଲେ
ଅଜଣା ବାଟୋଇ ଟିଏ
ମୋତେ ନିଜର ଭାବି ଆପଣେଇ ନେଲେ
ଆପଣେଇ ନେଇ ମୋର ସେବା ଯତ୍ନ କଲେ
ସେବା ଯତ୍ନ କରିନିଜ ହୃଦରେ ରଖିଲେ
ସ୍ନେହ ପ୍ରେମ ହାସ୍ୟରେ ମତେ ହସାଇ ଦେଲେ
ଭିଜା ସକାଳର କୁହୁଡି ପରି
ମୋର ନିକୁଶ ମନରେ ନୀଡ ରଚିଲେ
ନୀଡ ରଚିସାରି ଅହେତୁକ ପ୍ରେମର
ସ୍ୱପ୍ନ ମାନକୁ ସଜାଡି ରଖିଲେ
ସଜାଇ ରଖିଥିବା ଗୋଟି ଗୋଟି ସ୍ୱପ୍ନ କୁ
ଗୋଟି ଗୋଟି କରି ସାକାର କଲେ
ମଉଳି ପଡ଼ିଥିବା କୁସୁମକୁ
ଆପଣେଇ ନେଇ
ନିଜ ପ୍ରେମ ଝୁଲଣରେ ଝୁଲେଇ ଦେଇ
ଆପଣାର କରିଦେଲେ ଭିତେଦେଇ
ନିଜ ଗହର ବକ୍ଷେ ।