Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anam Charan Sahoo

Romance

5.0  

Anam Charan Sahoo

Romance

ଫରକ

ଫରକ

1 min
189


ବିନ୍ଦୁଏ ସିନ୍ଦୂର ମଥାରେ ତୋହର

ମୋତେ କରିଦେଲା ପର

ସତ ସତିକା ତୁ ରାଣୀ ହୋଇଗଲୁ

ନେଇଗଲା ରାଜା ବର।


କଥା ଦେଇଥିଲୁ ମୋତେ ବାହା ହେବୁ

କନକ ବେଦୀରେ ବସି

ତୋ ହୃଦୟ ସଙ୍ଗେ ମୋ ହୃଦ ମିଶିଲେ

ମିଳିବ ଅପାର ଖୁସି

ହେଲୁ ତୁ କାହାର ଦେଲୁ ତୁ ଜହର

ବହିଯାଏ ଅଶ୍ରୁ ଧାର।


ସାଥିରେ ଜୀଇଁବା ସାଥିରେ ମରିବା

ମନେ ଭରିଥିଲା ଆଶା

ପର କରିଦେଲୁ ଦୂର କରିଦେଲୁ

ନ ହେଲା ମୋତେ ଭରସା

ଆଖିର ସପନ ଓଠରେ ମରିଲା

ଦୁଃଖ ତ ମିଳିବା ସାର।


Rate this content
Log in

Similar oriya poem from Romance