Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ସବୁ ଘଟଣା ନୁହେଁ ଦୁର୍ଘଟଣା

ସବୁ ଘଟଣା ନୁହେଁ ଦୁର୍ଘଟଣା

1 min
355



ଘଟଣା ପ୍ରବାହେ ମଣିଷ ଭାସୁଛି

ଘଟଣା ବିହୀନ ଜୀବନ କାହିଁ

ଭବ ରଙ୍ଗ ମଞ୍ଚେ ମଣିଷ ଜୀବନ

ହସ ଲୁହ ନେଇ ଯାଉଛି ଧାଇଁ ।


ଶ୍ରେଷ୍ଠ ସୃଷ୍ଟି ପରା ମଣିଷ ଅଟଇ

ଇଶ୍ଵରଙ୍କର ଯେ ଭବ୍ୟ ରଚନା

ଘଟଣା ତ ଅଟେ ପରିବର୍ତ୍ତନୀୟ

କେବେ ସିଏ ସ୍ଥାୟୀ ହୋଇ ରହେନା ।


ଘଟଣା ବହୁଳ ଜୀବନରେ ନର

ଜୀବନ ଲକ୍ଷ୍ୟକୁ ବୁଝିବା କଥା

ମଣିଷ ଜୀବନ ଲକ୍ଷ୍ୟ ବୁଝିଗଲେ

ଘଟଣା ମନରେ ଦେବ ସାମ୍ୟତା ।


କିଛି ଘଟଣାକୁ ଆମନ୍ତ୍ରଣ କରି

କେବେ ମନେ ଉଠେ ଅଶାନ୍ତ ଝଡ

ହେଲେ ସେ ଘଟଣା ଦୁର୍ଘଟଣା ନୁହେଁ

ସିଏ ଘଟଣାର ଅଜ୍ଞତା ମୋଡ ।


'ଦୁ' ଲାଗିଗଲେ ଘଟଣା ପଛରେ

ଘଟଣା ର ସଂଜ୍ଞା ବଦଳି ଯାଏ

ପ୍ରାରବ୍ଧ ହେଉ ବା ବର୍ତ୍ତମାନ କର୍ମ

ମଣିଷ ହିସାବେ ସତର୍କ ଚାହେଁ ।


ଦୁର୍ଘଟଣା ମଧ୍ୟେ ଘଟଣା ଲୁଚିଛି

ସବୁ ଘଟଣା ନୁହେଁ ଦୁର୍ଘଟଣା

ଘଟଣା ବହୁଳ ମଣିଷ ଜୀବନେ

ବେଳେ ବେଳେ ହୁଏ ସେ ବାଟ ବଣା ।


ଘଟଣା ବହୁଳ ଜୀବନରେ ଶାନ୍ତି

ଖୋଜିଲେ ବା କାହିଁ ମିଳିବ କୁହ

ବିବେକ କୁ ଯଦି ସାରଥୀ କରିବା

ଶାନ୍ତି ମାଖି ହେବ ଏ ସାରା ଦେହ ।


ଦୁର୍ଘଟଣା କୁ ତ ଏଡାଇବା ପାଇଁ

ସତର୍କତା ଅଟେ ମୂଳ ସୋପାନ

ମଣିଷ ହିସାବେ ମଣିଷ ପଣିଆ

କରେ ମଣିଷକୁ ଯେ ଚିରନ୍ତନ ।


 ଘଟଣା ପ୍ରବାହେ ଭାସି ଯିବା ନାହିଁ

ଧୈର୍ଯ୍ୟ ଧରି ଭବ ପାରି ହୋଇବା

ସହାସ୍ୟ ବଦନେ ପବିତ୍ର ମନରେ

ଆତ୍ମା ପରମାତ୍ମା ଭାବ ବୁଝିବା ।


ଆତ୍ମବଳୀ ଦେଇ ସୈନିକ ଲଢଇ

ସୀମାରେ ଘଟଇ କେତେ ଘଟଣା

ହେଲେ ଦୁର୍ଘଟଣା ଆମେ ତ କହୁନା

ପରିସ୍ଥିତି ଦିଏ ନାମ ଠିକଣା ।


ଦୈବୀ ଦୁର୍ବିପାକ ଦୁର୍ଘଟଣା ଅଟେ

ହେଲେ ମଣିଷ ବା କି କରି ପାରେ

ଅନ୍ୟ ଦୁର୍ଘଟଣା ପାଇଁ ସତର୍କତା

ତା ନ ହେଲେ ଜୀବ ଜୀବନ ହାରେ ।


ଘଟଣା ବହୁଳ ଭବ ରଙ୍ଗ ମଞ୍ଚ

ଦୁର୍ଘଟଣା ମଧ୍ୟେ ଘଟଣା ଲେଖା

ସବୁ ଘଟଣା ତ ଦୁର୍ଘଟଣା ନୁହେଁ

ନିରେଖି ଦେଖିଲେ ମିଳଇ ଶିକ୍ଷା ।।


Rate this content
Log in

Similar oriya poem from Inspirational