Pranati Jena

Others

4.1  

Pranati Jena

Others

ଅନନ୍ୟା କୃଷ୍ଣପ୍ରିୟା

ଅନନ୍ୟା କୃଷ୍ଣପ୍ରିୟା

7 mins
376



( ଆଜି ବି ଅନନ୍ୟା କୃଷ୍ଣପ୍ରେମୀ ଏ ଦୁନିଆରେ ଅଛନ୍ତି l ଅଙ୍ଗେ, ଅଙ୍ଗେ ଅନୁଭବ ବି.... ଧନ୍ୟ ହେ ମହାପ୍ରଭୁ ଲୀଳାମୟ,, କୃପାକର ହେ ପରମେଶ୍ୱର )


ହେ କୃଷ୍ଣ.....

        କାହାର ଭାବରେ, ବିଶ୍ୱାସରେ, ବନ୍ଧୁତ୍ବରେ, ସମର୍ପଣରେ, ଆର୍ତ୍ତରେ, ପ୍ରେମରେ, ବାତ୍ସଲ୍ୟରେ, ଜିଜ୍ଞାସାରେ ଲୁହରେ, କୋହରେ ଦର, ଦରଭିଜା ମମତାର ଆକର୍ଷଣରେ ତୁ'ଆସୁ..... ସବୁ ପାପ କୁ ପୁଣ୍ୟତାର ଦୀପାଳି ସଜେଇ ସବୁ ଅସ୍ମିତା କୁ ହଜେଇ ବେଳ ଅବେଳରେ..... I ତୋର ମାଦକତା ରେ ଭରିଦେଉ ଅପୂର୍ବ ସାନିଧ୍ୟ.. ରଙ୍ଗର ପାର୍ବଣରେ ସାରା ତନୁକୁ ଭିଜେଇ, ହଜେଇ ଦେଉ ମୁଁ 'ମୋର, ତାର ଶବ୍ଦର ସୀମାରେଖା କୁ ଡେଇଁ .... I କେଉଁଠି ପୁଅଟିଏ ହୋଇ ମାତୃତ୍ୱର ବାତ୍ସଲ୍ୟରେ, ବନ୍ଧୁଟିଏ ହୋଇ ସମର୍ପଣରେ, ଦୁଃଖିର ଆର୍ତ୍ତରେ, ଶିଷ୍ୟର ଜିଜ୍ଞାସା ରେ, ବିରହୀ ପ୍ରେମୀର ଲୁହ ଆଉ କୋହରେ ତୁ'ହିଁ ଥାଉରେ.... କିଛିଦିନର ଏ କଥା ପ୍ରତି ମୁହୂର୍ତ୍ତ ହୃଦୟ ଓ ଅନୁଭବ ମର୍ମେ, ମର୍ମେ ଅନୁରାଗର ରଙ୍ଗରେ ଭିଜାଇ ଦେଉଥିଲେ l ଯାହାକୁ id ରେ ସ୍ଥାନ ଦେବାପାଇଁ ହୁଏତ ନିର୍ଦେଶ ବୋଲି ମାନିନେଲି ପରମେଶ୍ୱର ଙ୍କର ଅପୂର୍ବ ଲୀଳା......


      ମହାଭାବ ଦେଇ କାହାକୁ କିପରି ଧନୀ ରୁ ମହାଧନୀ କରିଦେଉ ତାହା ତୋତେ ହିଁ ଜଣା ରେ.... l ହୃଦୟର ବୃନ୍ଦାବନରେ ନିତ୍ୟରାସ ରଚି ଏ ସୃଷ୍ଟିର ଅମୃତମୟ ଲଗ୍ନର ଅପୂର୍ବ ଆଭାସ ରେ ଉଦଭାସିତ କରୁ ଶୁଦ୍ଧ ଚୈତନ ଶକ୍ତିକୁ.... I ପ୍ରେମରେ ସାଧନା, ଯାତନାରେ ସମାହିତ ଆତ୍ମାର ସ୍ପନ୍ଦନରେ ହେ କୃଷ୍ଣ, ହେ କୃଷ୍ଣ ବୋଲି ନିନାଦିତ ପ୍ରତିମୁହୂର୍ତ୍ତର ଜ୍ୱଳନ୍ତ ପୃଷ୍ଠାଟିଏ ହୋଇ ସତେ ଯେପରି ଲେଖିଦେଉ ତୋର କାରୁଣ୍ୟତାର ଲିପି ରେ ଅଦେଖା, ଅଶୁଣା ଅନୁଗ୍ରହ ସବୁକୁ ରେ..... I

ନିଜ ପାଇଁ ସର୍ବଦା ଏଠି ମୁଁ'କାର ଭିତରେ ବଞ୍ଚିବାକୁ ଥିବା ମଣିଷକୁ କଣ ବା ଜଣା ତୋର ମୁଗ୍ଧ ଅନୁଭବ ର ମହାପୁଣ୍ୟତାର ଆଶୀର୍ବାଦକୁ..... I ବିଷୟା ର ବିଷମ ରୂପକ ବିଷତାର ଭାବକୁ ନେଇ ତୋତେ କଣ ପାଇହୁଏ ?? ଝୁରିବା ସମ୍ଭବ ହୁଏ ??


     " ଅନନ୍ୟା କୃଷ୍ଣପ୍ରିୟା " ସବୁଠୁ ବ୍ୟତିକ୍ରମ ର ଧାରା ରେ ଧରା ପରି ସହିଷ୍ଣୁ... I ଜାଣିନି ମୋ କଳ୍ପନାରେ କଳ୍ପ, କଳ୍ପର ସାଧନା ଅଛି କି ନାହିଁ... I ତଥାପି ଦୁଇପଦ ଲେଖୁଛି ତୋତେ.... l ତୋତେ ଠାକୁର ସଜାଇ ପୂଜା କରେନି ମୁଁ ' ତୋ ମନ୍ଦିରକୁ ମୋ ଘର ବୋଲି ମୁଁ କୁହେ କାହିଁକ ନା ' ପୁଅ ଘରକୁ ତା' ମାଆ ମୋର ବୋଲିହିଁ କହିବତ, ଏଥିରେ କଣ ଅଛି.. l ତୋତେ ଭଲ ପାଇ ଏ ସଂସାରକୁ, ନିଜକୁ ସମର୍ପିତ କରିବାର ସାହସ ଓ ନିଷ୍କାମ ହୃଦୟଟିଏ ଦେଖିଲେ କାହାର ହୃଦୟ ବିଗଳିତ ନ ହେବ ବା... ମୁଁ 'ତ ସହଜେ ରଙ୍କୁଣୀଟିଏ, ଏ ସଂସାରରେ ତୋତେ ଏତେ ଭଲ ପାଉଥିବା ହୃଦୟକୁ ଦେଖିଲେ କାହାର ବା ଇଚ୍ଛା ନ ହେବ ସେ ହୃଦୟ ପାଇଁ ଦୁଇପଦ ନ ଲେଖିବାକୁ...... I ତୋ ମାୟାରେ ଅଧୀର, ବିଭୋର ପ୍ରାଣରେ ଯେଉଁଠି ନୀଳ ଆକାଶରେ ମେଘର ବନ୍ୟା, ଇନ୍ଦ୍ରଧନୁ ର ସପ୍ତରଙ୍ଗ, ତୋ ଅନୁଭବ ରେ ସୁପ୍ତ ସଞ୍ଜିବୀତ ପ୍ରାଣରେ ଆହ୍ଲାଦିତ ଐଶୀମୟ ନବରାଗର ମହାର୍ଘ୍ୟ ଶ୍ୟାମଳ ସୋହାଗ....ଶ୍ରୀ ରଙ୍ଗାଧର ର ଶ୍ରୀତନୁ ତନିମାରେ ଯିଏ ଜନ୍ମର, ଜନ୍ମର ବନ୍ଧନ ଭାବକୁ ଅନୁଭବ କରି ପାରିଛି ଏ କଳିଯୁଗରେ... ସେ ହେଉଛି ଅନନ୍ୟା.... "କୃଷ୍ଣପ୍ରିୟା "


       କେହି ଏ ସବୁକୁ ବିଶ୍ୱାସ କରୁ କି ନାହିଁ ସେଥିରେ କିଛି ଯା'ଆସେ ନାହିଁ l ଆଜି ଯଦି ସବୁ ଜାଣିବା ପରେ କିଛି ଲେଖୁଛି ତା 'କେବଳ ତାର ଇଚ୍ଛା ବୋଲି ଭାବୁଛି l ତା 'ର ବିନା ଇଚ୍ଛାରେ ଏ ଗଛରୁ ପତ୍ରଟିଏ ହଲେନି, ହାତଥାଇ ବି କର୍ମ କରି ହୁଏନି, ପାଦଥାଇ ବି ଚାଲି ହୁଏନି... ମୁଁ ଶବ୍ଦଟି ବି ନରମି ଯାଏ ଅଦିନ ଝଡ଼ର ମୋଡ଼ରେ.. କେତେ ପାରିବା ପଣିଆ ବି ନିଶ୍ଚିହ୍ନ ହୋଇଯାଏ କାଳ'ର କରାଳ ଗର୍ଭରେ..... I ତଥାପି ତା 'ଭିତରୁ ବାହାରି ରାସାଧୀଶ ଙ୍କ ନବରସେ ଅଭିଭୂତ ବୃନ୍ଦାବନ ପ୍ରାଣାଭାବରେ ତଲ୍ଲୀନ ହୋଇ ଭଲ ପାଉଥିବା ହୃଦୟଟିଏ ତୋର ଅହେତୁକ କୃପାର ଅଧିକାରୀ.... l ଶୋଷର ଶେଷ ନାହିଁ କୃଷ୍ଣପ୍ରିୟା ପ୍ରାଣ'ର,ଭିଜୁ ନ ଥିବା ଶୋଷକୁ କିଏ ବା ପରିତୃପ୍ତିର ତୃପ୍ତତାରେ ଭରିଦେବ ଅୟୁତ ପ୍ରେମ' ରେ...... I ରମ୍ୟ ମଧୁର ଅମୃତ ପିୟୁଷ ରେ ଭିଜାଇ ପାରିବ କିପରି ଶ୍ୟାମ ବିନା ..?? ପରିତ୍ରାଣ କଥା ତ ' ବହୁତ ଦୂର ରେ.... I ଝରା ଅତୀତ ର ସେଇ ସ୍ୱର୍ଣ୍ଣିମ ସ୍ୱପ୍ନରେ ବାସ୍ତବତାର କର୍ପୁର, ତୁଳସୀ, ଦୟାଣା ରେ ଭିଜା ହୃଦ ଉପବନରେ ସାଇତା ଅନୁରାଗ କୁ ପାଥେୟ କରି ପାର୍ଥିବ ସଂସାର ମୋହ, ମରୀଚିକା ରୁ ବାହାରି କୃଷ୍ଣପ୍ରିୟା ହେବା କଣ କମ କଥା କି ଆଜିର ସମାଜରେ...??? ଭରସା, ବିଶ୍ୱାସ ଓ ଆସ୍ଥାର ବିରହ ନଦୀତୁଠ ରେ ' ଆଜି ବି କୃଷ୍ଣପ୍ରିୟା ଭିଜା ଆଖିତଳେ ଲୁହର ଅର୍ଘ୍ୟ ଦେଇ ପୁଣ୍ୟବେଳା 'ର ମଧୁର ପ୍ରତିଶ୍ରୁତି କୁ ଅନୁରାଗେ ସାଇତିଛି ସାତଗଣ୍ଠି ଦେଇ..... l


      ମୋତେ ଏ ସବୁ କିଛି ବି ଲାଗେନି l ରଙ୍ଗାଅଧର କୁ ଭଲପାଇ ଲେ ଦୁଃଖକୁ, ସୁଖକୁ ବାଦ ଦେବାକୁ ହୁଏ l ଏ ସବୁ ନିମିତ୍ତ ମାତ୍ର ଆସିବ ଓ ଯିବ l ବହୁତ କିଛି ପରୀକ୍ଷା କୁ ସାମ୍ନାରେ ଭେଟିବାକୁ ପଡିବ l ବହୁତ, ବହୁତ ନିନ୍ଦା, ଅପମାନ କୁ ଗଳାରେ ହାର କରି ହସିବାକୁ ହେବ ଏ ସମାଜରେ.... I କରୁଣାର ଭାବ ସପ୍ତସିନ୍ଧୁରେ ଥାଇ ବି କଳାମାଣିକ, ଭାବ ବିନୋଦିଆ, ଭାବଶୋଷ' ଭୋକ ରେ ଆଉଟୁ, ପାଉଟୁ ହେଉଥାଏ ତା 'ଆପଣାର ଜନଙ୍କ ଠାରୁ..... ତା'ର ଆମ ପାଇଁ କର୍ମକୁ ଆମେ ଦେଖି ପାରୁନା, ବୁଝି ପାରୁନା ତା'ର ଦୟାବିମଣ୍ଡିତ ହୃଦୟକୁ....ଯାହା ବି ହୁଏ ବାସୁଦେବ ଙ୍କର ଇଚ୍ଛା ରେ ହିଁ ହୁଏ.. ସେ ଦୁଃଖ କି ସୁଖ ଭିତରେ କର୍ମର ପ୍ରାରବ୍ଧତା ବି ଥାଏ l ଅସଲ ସୁନା କୁ ପାଇବାକୁ ହେଲେ ଘଷି, ମାଜି, ଆଉଟି ବଣିଆ ସଫା କରିବା ପରି ଶ୍ୟାମ ମୋହନ ହୃଦୟର ଅଳନ୍ଦୀ ରେ ଥାଇ ଚେତନା ରୂପକ ଗ୍ରନ୍ଥିରେ ସ୍ୱରୂପ ମାଧୁରୀ ର ସ୍ଵନରେ ବଂଶୀ ର ନିନାଦିତ ଗୁଞ୍ଜନ ତୋଳି ସ୍ମିତହାସ୍ୟରେ ମାନସ ପଟରେ ତ୍ରିଭଙ୍ଗୀଠାଣି ରେ ବୁଝାଇ ଦିଅନ୍ତି.... ତୁମେ ମୋର ବୋଲି ତ 'ଆଜି ଯେଉଁ ଯନ୍ତ୍ରଣା ସିକ୍ତ ଜୀବନକୁ ଅନୁଭବ କରୁଛ ତା 'ଭିତରେ ମୁଁ ବି ଯନ୍ତ୍ରଣା ପାଉଛି ତୁମେ ମୋର ପ୍ରିୟ ଆପଣାର ବୋଲି..... ଆହା କି ମହାଭାବ ରେ ଭରା ଐଶ୍ଵର୍ଯ୍ୟ ମୟ ପ୍ରୀତି ମନ୍ଦାକିନୀର ମାଧୁର୍ଯ୍ୟ ମୂରତୀର ମଧୁବୋଳା ସଜଳ ନୟନରେ ସାଇତା ମଣି, ମୁକ୍ତାଝରା ଅଫୁରନ୍ତ ଶ୍ରଦ୍ଧା, ପ୍ରୀତିର ଆକର୍ଷଣ...ଦେବତାଙ୍କୁ ଯା'ଦୁର୍ଲ୍ଲଭ ସେ ଭାବସାଗର ଙ୍କର ଅପୂର୍ଵ ଭାବ ବିଦଗ୍ଧ ପ୍ରାଣପାଇଁ..... I


      କୃଷ୍ଣପ୍ରିୟା ବି ଆଜି ପ୍ରିୟପ୍ରାଣର ପ୍ରୀତି ସହଚରି ହୋଇ ମହା ପରୀକ୍ଷାରେ ଉପନୀତ.. I ସଂସାର ରେ ଥିଲେ ବି ପଦ୍ମପତ୍ରରେ ଜଳପରି ତାଙ୍କର ଜୀବନ.. I ହୃଦୟବୀଣାରେ କୃଷ୍ଣ, କୃଷ୍ଣ ର ଅହରହ ଜପରେ ଅବଗାହି ଶ୍ୟାମପ୍ରୀତି ପ୍ରଦାୟୀ ସ୍ୱରୂପା ନିତ୍ୟ ରାସ ବିମଣ୍ଡିତା ମନ ପଙ୍କଜିନି କୁ ଅନୁଭବ ର ମନ୍ତ୍ରରେ ମନ୍ତ୍ରାୟିତ ତାଙ୍କର ବିହରିତ ଜୀବନ... I ପିଲାଦିନୁ ଶ୍ରୀକୃଷ୍ଣ ଙ୍କ ପାଇଁ ବ୍ୟଥିତ ପ୍ରାଣର ତପ୍ତ ସାହାରାର ମରୁଝରରେ ଝରିଯାଏ ଗହନନୁଭୁତି....... I ମୁଗ୍ଧ ଅନୁରାଗ ରେ ଭରା ମହୋତ୍ସବ ବିମଣ୍ଡିତ ଶ୍ୟାମପ୍ରୀତି ର ସ୍ବର୍ଗୀୟ ନିସ୍ୱାର୍ଥ ଭାବନା... I ବିବାହ କରି ବି ସଂସାର ଭିତରେ ନିର୍ଲିପ୍ତା ଜୀବନର ଷଡ଼ରସ ରେ ବିମୋହିତ ଅଦୃଶ୍ୟ ସତ୍ତାଙ୍କର ବାକଦତ୍ତା ହୋଇ ତପସ୍ୱିନୀ ରୂପେ ଜୀବନ ର ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା ହିଁ ଅପେକ୍ଷା କୃଷ୍ଣପ୍ରିୟାଙ୍କର l


        ଆହା କେତେ ମଧୁର ମାଧୁରିମା ସେ ନିଷ୍କପଟ ପ୍ରେମର ସ୍ରୋତସ୍ୱିନୀ ଯମୁନାରେ ବିଚରଣ... I ତାପ୍ତିରେ ଯାର ଅବଗାହୀ ହେବାର ଲୀଳା ମାଧୁରୀ ଗୋପ ଓ ଗୋପୀ ମାନଙ୍କ ଲୀଳା ର ଅନନ୍ୟ ମୂକସାକ୍ଷୀ ରୂପରେ ଆଜି ବି ଦଣ୍ଡାୟମାନ ଛଳ, ଛଳ ସ୍ବପ୍ନଭରା ଅତୀତ କୁ ସାଉଁଟି ନିଜ ଭିତରେ ରାଧେକୃଷ୍ଣ ଙ୍କର ସାନିଧ୍ୟତାକୁ ଆଲିଙ୍ଗନ ପୂର୍ବକ ପ୍ରେମତୀର୍ଥ ବୃନ୍ଦାବନ ରେ , ସ୍ପର୍ଶର ସେ ଚିର ଅପାଶୋରା ଅପୂର୍ବ ଦିବ୍ୟ ଭବ୍ୟ ପ୍ରବାହରେ ହୃଦ କୁଞ୍ଜବନ..... I ଯେମିତି ଭାବରେ ଯିଏ ନିଷ୍କାମ ହୃଦୟର ସହିତ ଚିନ୍ତା କରେ, ଚିନ୍ତାମଣି ତାର ସର୍ବଦା ମଙ୍ଗଳ ହିଁ କରନ୍ତି l ପ୍ରେମୀର ହୃଦୟଟିଏ ନେଇ କୃଷ୍ଣପ୍ରିୟା ଏ ଧରା ରେ ଅବତୀର୍ଣ୍ଣ... ସତେ ଯେପରି ଆଉ ଏ ସଂସାର ରେ କେହି ତାକୁ ଏତେ ପ୍ରିୟ ଆପଣାର ଲାଗନ୍ତିନି.... l ପରମ କୃପାମୟ କୃପାସାଗର ତାଙ୍କୁ ତାଙ୍କର ଅଭିଳାଷ ପୂର୍ଣ୍ଣ କରିଦେଲେ ଅଚିରେ l ବେଦ, ମନ୍ତ୍ରଧ୍ଵନି ରେ ସସାଗରା ଧରା ପୁଲକିତ ଆହା... କି ଅପୂର୍ବ ସୁସଜ୍ଜିତ ପୁଷ୍ପ ବିମଣ୍ଡିତ ବେଦୀ ରେ ବ୍ରାହ୍ମଣଙ୍କର ମନ୍ତ୍ରଧ୍ଵନି ରେ ସୁରଭିତ ଲଗ୍ନ l ସୁନ୍ଦର ବେଶରେ ସୁବର୍ଣ୍ଣ ମୁକୁଟ ପରିହିତ ଶ୍ରୀ ନୀଳମଣି ସହିତ ଏ ନବବଧୂ ବେଶରେ କିଏ..?? ଆଶ୍ଚର୍ଯ୍ୟ ଚକିତ ଏ 'ତ ମୁଁ ନିଜେ (କୃଷ୍ଣ ପ୍ରିୟା ) ଦିବ୍ୟ ବସନ ଭୂଷଣ ରେ କୃଷ୍ଣପ୍ରିୟା ଶ୍ରୀ କୃଷ୍ଣ ଙ୍କର ଅପୂର୍ଵ ବିବାହ ର ମିଳନ ମୁହୂର୍ତ୍ତ... I ବିବାହ ର ସବୁ ରୀତି, ନିତି ସହିତ କୃଷ୍ଣପ୍ରିୟା କୁ ମଙ୍ଗଳ ସୂତ୍ର, ଶଙ୍ଖା, ସିନ୍ଦୁର ରେ ଅଭିଷିକ୍ତ ହେବାର ସେ ଅମୃତାୟନ ର ମଧୁର ଶୁଭ ମାଙ୍ଗଳିକ ପ୍ରକରଣ,, ମହାଭାବ ର ଅୟମାରମ୍ଭ ମହ, ମହ ବାସ ନେଇ.... I ମାହେନ୍ଦ୍ର ମୁହୂର୍ତ୍ତ ରେ ନିହାର ପଖଳା ପ୍ରତ୍ୟୁଷରୁ କାକଳିର କଳରବ ଭିତରେ କୃଷ୍ଣପ୍ରିୟା ର ଚେତନା ଶକ୍ତିରେ ସେଇ ଅପୂର୍ବ ଦୃଶ୍ୟ ବାରମ୍ବାର ଦୃଷ୍ଟି ଗୋଚର ହେଉଥିଲା.... I ସମୟ ଚକ୍ର ଭିତରେ ଅନାଦି, ଅନନ୍ତ, ଅଗମ୍ୟ ରହସ୍ୟ କୁ ଅବୋଧ ହୃଦୟ ରେ ଅସଂଖ୍ୟ ପ୍ରଶ୍ନବାଚୀ ଉଙ୍କି ମାରୁଥିଲା ସମ୍ପର୍କର ପରିଧିକୁ ନେଇ.... I ଇଶ୍ୱରୀୟ ଉଦଘୋଷଣା....ଭାବ ରେ ଅଭାବ ନ ରହିଲେ ସବୁ ହିଁ ସମ୍ଭବ l ଜୀବନ ର ଶାଶ୍ୱତ ପ୍ରତିନିଧି ସ୍ୱରୂପ ଲୀଳା ପୁରୁଷ ପୁରୁଷୋତ୍ତମ ଅସୀମ ମହାଭାବର ପ୍ରତୀକ l ଅକ୍ଷର ନୁହେଁ.. ଅଣାକ୍ଷର ରେ ଶବ୍ଦବ୍ରହ୍ମ ହୋଇ ଭେଦ କରନ୍ତି ଶବ୍ଦ କୁ l ଜ୍ଞାନନେତ୍ରରେ ଦୃଶ୍ୟମାନ ହୁଅନ୍ତି ଅଦୃଶ୍ୟ ଗୃହରେ ପଞ୍ଚମାତ୍ରାକୁ ଆବୋରି ପଞ୍ଚତତ୍ତ୍ୱ ରେ.... I ଆଜିର ସମାଜରେ ଭଗବତ ସତ୍ତାଙ୍କର ଜୀବ ସହିତ ପରମଙ୍କର ଲୀଳା କୁ ବିଶ୍ୱାସ, ଅବିଶ୍ୱାସ ଭିତରେ ଆବଦ୍ଧ ନର କଣ ବା ବୁଝି ପାରିବ ରୂପରେ ଅରୂପଙ୍କର ଦର୍ଶନ..... I


     ଶରୀର ରୁ ବାହାରି ଆତ୍ମା ସହିତ ପରମାତ୍ମା ଙ୍କର ସଂଯୋଗ ଆତ୍ମ ରମଣ ହେ ରାଧିକା ପ୍ରାଣ ଏ ସବୁ ତ ତୁମେ ଇଚ୍ଛା ନ କଲେ ଏ ଅଧମା ପ୍ରଣତି କି ବର୍ଣ୍ଣନା କରିପାରିବ l ଅଳ୍ପଦିନ ତଳେ କୃଷ୍ଣପ୍ରିୟା ସହିତ ମୋର ଭାବକଳ୍ପ ର ଭାବକୁ ସାଉଁଟି ହୃଦୟରେ ସ୍ଥାନ ଦେବାର ଅଭିଳାଷା କୁ କାଗଜ, କଲମର ସହଯୋଗ.....l ଆଜକୁ ବହୁତ ବର୍ଷ ହୁଏତ ହେବ ବୋଧେ ତାଙ୍କର ସମର୍ପଣ ଜୀବନ କୌଣସି ସାଧୁ, ସନ୍ୟାସୀ ଙ୍କ ଠାରୁ କମ ନୁହେଁ l ପୁଣ୍ୟବତୀ ନାରୀ ଦେବୀଙ୍କ ଅଂଶରେ ଜାତ ହେଲେବି କଳିର ପ୍ରଭାବରେ ଆତ୍ମଗୋପନ କରି ସମର୍ପିତ ଜୀବନ ଯାପନ କରୁଛନ୍ତି l ବିଦ୍ୟାମୟୀ କୃଷ୍ଣପ୍ରିୟା ଏକାଧାରା ରେ ଅନେକ, ଅନେକ ସ୍ନେହୀ ସୁଗୁଣର ଅଧିକାରୀ ଓ ନମ୍ର ସ୍ଵଭାଵର.... I ଆଜି ବି ସେ ପରମ ପୁରୁଷଙ୍କର ଦିବ୍ୟ ଅନୁଭବ ରେ ଭବ୍ୟକୃପାର ଅଧିକାରୀ.... I ଶତ ପ୍ରଣାମ ଜଣାଉଛି ପ୍ରଣତି ଆପଣଙ୍କୁ ଏ ଲେଖା ମାଧ୍ୟମରେ l ଆପଣଙ୍କ ଠାରୁ ଅନୁମତି ନ ନେଇ ପ୍ରଭୁ କୃପାରୁ କିଛି ଅମୃତମୟ ଜୀବନୀର ଅଳ୍ପ କିଛି ଲେଖି କୃପାମୟ ଙ୍କର ପ୍ରସାଦକୁ ଆଶିଷ ବୋଲି ଭାବିଲି l 


     ହେ ବଂଶୀବଦନ, କେତେ, କେତେ ମହାଭାବକୁ ମହାର୍ଘ୍ୟ ପିୟୁଷ ରେ ଭରି ଦେଇଛୁ ହୃଦୟର ବୃନ୍ଦାବନ କୁ ହେ ଗୋବିନ୍ଦ ମୋହନ ମୋର.... l ପ୍ରତି ଯୁଗରେ ମନୁଷ୍ୟ ଶରୀର ରେ ଦିବ୍ୟ ପୁଲକିତ ଦେବ ସାନିଧ୍ୟର ବାର୍ତ୍ତା ଦେଇ ମୋକ୍ଷ, ବିନାଶ ର ସୁନ୍ଦର ଉଦାହରଣ ହୋଇ ରହିଛି ପ୍ରତି ଘଟଣାବଳୀ ସବୁ..... ମାନବ ଶରୀର ଧାରଣ କରି ଅକାରଣ କାରଣ ଦୟାସିନ୍ଧୁ କୃପା ପ୍ରଦାନ କରିଛନ୍ତି ଭାବର ସାଗର'ରେ....... l ନର ରୂପୀ ନାରାୟଣ କଳେବର ନେଇ ପ୍ରତି ଯୁଗରେ ଧରାବତରଣ କରିଛ ହେ ବିଶ୍ୱ ଜୀବନ, ସେ ରାମ ଅବତାର ହେଉ କି ଶ୍ରୀ କୃଷ୍ଣ....,.. ସବୁ ଭିତରେ ତୁମେ ହିଁ ତୁମେ..... ନର ଦେହରେ ପ୍ରତେକ ଜୀବସତ୍ତାକୁ ନେଇ ତୁମେ ପରମାତ୍ମା ପରମେଶ୍ୱର ହିଁ ବିଦ୍ୟମାନ l ମାନବ ଜୀବନରେ ଦେବତ୍ୱ ର ମହ, ମହ ବାସ୍ନା କୁ ଯିଏ ଚିହ୍ନିପାରେ ସେ ହିଁ ତା'ର ଦେବ ସୁଲଭତାକୁ ଆଦର କରେ....ଉଦାର ମେଘର ପିୟୁଷ ଧାରା ହୋଇ କାହା ଅଗଣାରେ କେତେବେଳେ ବରଷି ଯାଉରେ,ଚିନ୍ତାମଣି ମୋର ....ପ୍ରକୁତି ଓ ପରମଙ୍କର ଲୀଳା ମରମରେ ହେଜୁଥିବା ବିଭବ କୁ କେବଳ ଅନୁଭବ କରିହୁଏ ଯାହା.... l ଅଫୁରନ୍ତ ଆନନ୍ଦରେ ଶତ ଯନ୍ତ୍ରଣା ତୋର ଆଶିଷ ବାରିରେ ଝରା ପାରିଜାତ ହୋଇ ଦିବ୍ୟ ମହକ ଖେଳାଇ ଦିଏ ଶତ ଜଡ଼ତ୍ୱ କୁ ବିନାଶ କରି... ତମସା ରୂପୀ ତମୋଗୁଣ ଅଚିରେ ଆଧିପତ୍ୟ ହରାଇ ବସେ ତୋର ଅହେତୁକ କୃପା ବାରିରେ, ଭାବ, ଭକ୍ତି ବିଶ୍ୱାସ ର ବଡ଼ଦାଣ୍ଡରେ ତୋର ଶ୍ରୀ ମୁଖ ମାଧୁରିମା ର ସ୍ମିତହସ ଧାରେ ସକଳ ତୃଷ୍ଣାକୁ ଅନୁଭବର ମିଳନ ଗୁଞ୍ଜନ ସୃଷ୍ଟି କରେ ଭାବସିନ୍ଧୁ ରେ ପ୍ରୀତିପୂର୍ଣ୍ଣ ସମ୍ଭାଷଣ ହୋଇ ହୃଦୟର ତୁଳସୀ କାନନରେ ....l ସେଇ ପ୍ରେମ ରୂପକ ଦଉଡି ରେ ପରମେଶ୍ୱର ଙ୍କର ସାନିଧ୍ୟ ପାଇହୁଏ l ନୀଳାଦ୍ରି ବିହାରୀ ନୀଳାଚଳ ନିବାସୀ ନୀଳମଣି ପୁରୁଷୋତ୍ତମ କୃଷ୍ଣସ୍ତୁ ଭଗବାନ ସ୍ୱୟଂଙ୍କର ଅସୀମ, ଅନନ୍ତ ଅନୁଭବ ସମସ୍ତ ଜୀବନର ପଥ ପ୍ରଦର୍ଶକ ହେଉ ସମସ୍ତ ଅସୂୟା ଭାବ ନାଶକରି ସ୍ଥିତ ପ୍ରଜ୍ଞପରି...ଏହାହିଁ କାମନା ମୋର.....l


ଚରଣାଶ୍ରିତା ପ୍ରଣତି......


Rate this content
Log in