Pranati Jena

Inspirational Others

4.0  

Pranati Jena

Inspirational Others

ସୁଲଗ୍ନାର ସ୍ମୃତି

ସୁଲଗ୍ନାର ସ୍ମୃତି

6 mins
133



ଅନାକାଂକ୍ଷୀତ ଜୀବନର ଅବାଞ୍ଚିତ ଆଗମନରେ କୋମଳ ହୃଦୟଟିଏ ଭାଙ୍ଗି,ରୁଜି ଟୁକୁରା, ଟୁକୁରା ହୋଇ ଯିବାର ଶବ୍ଦ ହୁଏତ କେହି ଶୁଣିପାରନ୍ତିନି l ଭାଙ୍ଗିଥିବା ହୃଦୟର ବ୍ୟଥିତ, ଅସହାୟତାର ଅନୁଭବକୁ କେବଳ ଅନୁଭବୀହିଁ ଜାଣେ l ଜୀବନକୁ ନେଇ ଖୁବ କମ ବୟସରୁ ଏ ସବୁର ସାମ୍ନା କରୁଥିବା ସୁଲଗ୍ନା ହୁଏତ ଶୁଭଲଗ୍ନା ନ ଥିଲା ପରିବାର ପାଇଁ l ଜନ୍ମ ହେବା ବେଳକୁ ମାଆଙ୍କର ଅବସ୍ଥା ବହୁତ ଖରାପ ହୋଇ ଯାଇଥିଲା l ଦୀର୍ଘ ଗୋଟେ ବର୍ଷ ମାଆ ଶଯ୍ୟାଶାୟୀ ହେବା ପଛରେ ଅଲକ୍ଷ୍ୟରେ ଜେଜେ ମାଆଙ୍କର ଆଖିରେ ଅଶୁଭ ବୋଲି ଅଭିହିତ ହେବାର କ୍ରୁର ଲାଞ୍ଚନା ବ୍ୟଥିତ କରୁଥିଲା ପ୍ରତି ମୁହୂର୍ତ୍ତରେ l ଛଅ ଭାଇ, ଭଉଣୀଙ୍କ ଭିତରେ ସୁଲଗ୍ନା ସବୁଠାରୁ ସାନ ଝିଅ l ଆଦର ସତେ ଯେପରି ସ୍ବପ୍ନଥିଲା l ମାଆର ଦରଦୀ ଆଖିରେ ସ୍ନେହ ର ସ୍ପର୍ଶ ଅନ୍ୟ ମାନଙ୍କ ଲାଞ୍ଚନା ରେ ହଜି ଯାଉଥିଲା ଅସୁମାରୀ ହୃଦୟର ଯନ୍ତ୍ରଣାସିକ୍ତ ଅଦେଖା ଲୁହ, କୋହରେ l

     ଅଫେରା ସେ ଅତୀତର ମହଣ, ମହଣ ନିସ୍ଵତାର ନିଷ୍ଠୁର ପ୍ରତିଲିପି l ସ୍କୁଲରେ ପିଲାମାନଙ୍କର କଟାକ୍ଷକୁ ଆତ୍ମସ୍ଥ କରିବା ବେଳେ ତୁଚ୍ଛ ଲାଗେ ଏ ଜୀବନ ର ଆୟୁଷ ସବୁ l କଳାରଙ୍ଗ ଓ ଟିକେ ଅସୁନ୍ଦର ପଣତାକୁ ଅନ୍ୟ ମାନଙ୍କଠାରୁ ଦୂରେଇ ଦେଉଥିଲା l ଇଶ୍ୱରଙ୍କର ସତ୍ତାକୁ ବି ବିଶ୍ୱାସ ର ମୃଗତୃଷ୍ଣା ପରି ମନେ ହେଉଥିଲା l ଘର ଠାରୁ ବାହାର ପର୍ଯ୍ୟନ୍ତ ସତେ ଯେପରି ସମସ୍ତଙ୍କର ଅନାଦର, ତାତ୍ସଲ୍ୟତାର ବିଭୀଷିକାରେ ଅଣନିଶ୍ୱାସୀ ହୋଇ ପଡୁଥିଲା ସେ l ଭାଇ, ଭଉଣୀ ମାନେ ଜେଜେ ମାଆଙ୍କର ଗେହ୍ଲାଥିବା ବେଳେ ଅଶୁଭତାର କଳା ବାଦଲକୁ ମୁଣ୍ଡରେ ମୁଣ୍ଡାଇ ସୁଲଗ୍ନା ବେଳେ, ବେଳେ ନିଜକୁ ଖୁବ ଅସହାୟ ଭାବୁଥିଲା l ସବୁର କାରଣ ମାଆଙ୍କର ତା'ଜନ୍ମ ବେଳର ଅସୁସ୍ଥତା ହିଁ ଥଲା l

ବାପା ସ୍ୱଭାବରେ ବହୁତ କ୍ରୋଧୀ ହୋଇ ଥିବାରୁ ବାପାଙ୍କୁ ସାମ୍ନା କରିବାର ସାହସ ବି ନ ଥିଲା l

କିଛି ଆବଶ୍ୟକ ପଡିଲେ କେବଳ ମାଆ ହିଁ ସାହାରା ଥିଲେ l ଖୁବ କଥା ମାପି, ଚୁପି ମାଆ ଙ୍କୁ କହିବାକୁ ପଡୁଥିଲା l କାରଣ ମାଆଙ୍କର ଅସୁସ୍ଥତାର କାରଣ ଯେ ସୁଲଗ୍ନା ଏ କଥା ବାରମ୍ବାର ଜେଜେ ମାଆଙ୍କ ଠାରୁ ଶୁଣି, ଶୁଣି ନିଜକୁ ଅପରାଧୀ ପରି ଅନୁଭବ ହେଉଥିଲା l

ଏହି ଆସନ୍ନ ଭୟ ଯେ ବେଳେ, ବେଳେ ମାଆ, ଝିଅର ମଧୁର, ନିବିଡ଼ ସମ୍ପର୍କରେ ପାଚେରୀ ହୋଇ ଠିଆ ହୋଇଥିଲା l ମାଆ ପାଖରେ ଝିଅଟିଏ ସବୁଠାରୁ ସହଜ, ସରଳ ହୋଇଥାଏ l କିନ୍ତୁ ସୁଲଗ୍ନା ଜୀବନର ଏଇ ଅବହେଳିତ ଅଧ୍ୟାୟ ଯେ କେତେ ଯନ୍ତ୍ରଣାସିକ୍ତ ତାହା କେବଳ ଅନୁଭବୀ ହିଁ ଜାଣିପାରିବ ଯାହା l

ଶବ୍ଦର ରୂପକଳ୍ପ ଅନୁଭବ ଓ କଳ୍ପନା ର ଗଢା ଶବ୍ଦବସାଣକୁ ନେଇ ମାଆ ଯେ ଭାବପ୍ରବଣତାର ଅମୃତ କୈବଲ୍ୟ, ମମତା ବୋଳା ଦେବୀରୂପଧାରୀ ନାରୀ ଭିତରେ ନାରାୟଣୀଟିଏ l

ତାକୁ ଦେବୀକରି ତା'ଉପରେ ହିଁ ସବୁ ଅଭିଯୋଗ, ଅଭିମାନକୁ ସହଜ ରେ ସୁଝାଇ ହୁଏ l

ନାରୀତ୍ୱର ମହନୀୟତା ଭିତରେ ସେ କେବେ ବି କୁହେନି ତାର ଯନ୍ତ୍ରଣା, ବ୍ୟଥା ଓ ଭାଙ୍ଗି ଯାଉଥିବା ତା ହୃଦୟର ତପସ୍ୟା ବେଦୀରେ ଦହନଭରା ଆତ୍ମପ୍ରତିଲିପିକୁ l

ଶ୍ରଦ୍ଧାମନ୍ଦିରରେ ବିଶ୍ୱାସର ଚଉରାରେ ତ, ସାତମୁରୁଜ ପକା ରଙ୍ଗମୟତାର ଅନନ୍ୟ ଆକର୍ଷଣ ମାଆ ତା'ପିଲାପାଇଁ l ଯେତେବେଳେ କିଛି ବି ସମସ୍ୟା ଆସେ ଜୀବନରେ,ପ୍ରଥମ ଶବ୍ଦ ମାଆ ହିଁ ଆଖିଆଗରେ ଦରଦିତ ପ୍ରାଣର ମୁଗ୍ଧ ଅନୁରାଗ ଭିଜା ମହକରେ ମନକୁ ଆସିଥାଏ ହୃଦ ଉପବନକୁ l

ଆଜି ଚାହିଁଲେ ବି ସୁଲଗ୍ନା ମୁଣ୍ଡଗୁଞ୍ଜି ମାଆକୁ କୋଳେଇ କାନ୍ଦି ପାରୁନି l ଜେଜେମାଆଙ୍କର ଭୟପାଇ l

ସମସ୍ତଙ୍କର ସ୍ନେହ, ସାନିଧ୍ୟତାରୁ ସେ, ବଞ୍ଚିତା ହେଲେ ବି, ମାଆ ପାଇଁ ତା'ହୃଦୟରେ ଆସକ୍ତି, ଅନୁରାଗଭରା ମମତାରେ ଅଳଙ୍କୃତ ତା 'ମାଆ l

ମର ଲୋକରେ ମାଆର ଯୋଗ୍ୟ ପଟାନ୍ତର କେହି ବି, ନାହାନ୍ତି ଏ ସଂସାର'ରେ l ଏତେ ଯନ୍ତ୍ରଣାର ହଳାହଳତାକୁ ବରଣ କରି ବି, ମାଆ କେବେ ବି, କୁହେନି ମୋ ଝିଅ ପାଇଁ ମୁଁ କଷ୍ଟ ପାଇଲି ବୋଲି l ଏହା କେବଳ ମାଆ ହିଁ କରିପାରେ l ଆଖି ରେ ଆଖିଏ ଲୁହ, କୋହ ଭରି ଯାଉଥିଲା ହୃଦୟର ନିଭୃତରେ l ଯିଏ ଯୁଆଡେ ରାତ୍ରିରେ ଶୋଇଥିବା ବେଳେ ଗୁମୁରି, ଗୁମୁରି କାନ୍ଦୁଥିଲା ସୁଲଗ୍ନା l ରୂପ, ଗୁଣରେ କଣ ଲଲାଟର ପାଣ୍ଡୁଲିପି ପରିବର୍ତ୍ତନ ହୋଇଯାଏ l

ଅଲୋଡ଼ା, ଅଖୋଜାର ଏଇ ଜୀବନଟା ସତେ ଯେପରି ବୋଝ ହୋଇ ଯାଉଥିଲା ନିଷ୍ପାପ, ନିଷ୍କପଟ, ସରଳ ହୃଦୟପୁରରେ l

ଯେଉଁଠି ବଡ଼ ଭାଇ, ଭଉଣୀମାନେ ଜେଜେ ମାଆଙ୍କ ପାଖରେ ଖୁସି, ଗପ କରନ୍ତି l ଜେଜେ ମାଆ ଚକ୍ଳେଟ, ବିସ୍କୁଟ, ଭଲ ସାଇତା ଖାଇବା ସବୁ ସେମାନଙ୍କୁ ଦେବା ଦେଖି ହୁଏତ ଜେଜେ ମାଆ ତାଙ୍କୁ ବି, ଅନ୍ୟ ଭାଇ, ଭଉଣୀଙ୍କ ପରି ଭଲ ପାଇବେ ଭାବି ଦଉଡି ଯାଆନ୍ତି ସୁଲଗ୍ନା ଜେଜେ ମାଆଙ୍କ ପାଖକୁ l କିନ୍ତୁ ତାଙ୍କୁ ଦେଖିଲା ପରେ ଜେଜେ ମାଆଙ୍କର ସେଇ ପାନଖିଆ ହସ, ହସ ମୁହଁଟି ହଟାତ ଗମ୍ଭୀର ହୋଇଯାଏ l ଗେଲ କରିବା ପରିବର୍ତ୍ତେ ଗାଲ ଚିମୁଟା ହିଁ ଖାଇବାକୁ ମିଳେ l ଏହାହିଁ ଦୁର୍ଭାଗ୍ୟ ବ୍ୟତୀତ ଆଉ କଣ ବା ହୋଇପାରେ l ସାଙ୍ଗ, ସାଥିଠାରୁ ଆରମ୍ଭ କରି ପରିବାର ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଦୂରରେ ରହିବା ଭିତରେ ନରମ ମନରେ ନିଷ୍ଠୁରତାର ଖୁବ ପ୍ରଭାବ ପଡିଥାଏ l ଭଲ ପାଠ ପଢ଼ୁଥିବାରୁ ଯାହା ନିଜକୁ ଆତ୍ମସନ୍ତୋଷ ଉପଲବ୍ଧି ହେଉଥିଲା l

ଥରେ ସ୍କୁଲସାରି ଆସିବା ବେଳକୁ ଦେହ ଖୁବ ଅସୁସ୍ଥ ଲାଗୁଥିଲା l ଘରେ ପହଞ୍ଚି ଚୁପ ହୋଇ ଶୋଇ ପଡିଲା l ଜ୍ୱରରେ ଦେହ କମ୍ପିବାକୁ ଲାଗିଲା l ବହୁତ ବ୍ୟଥା ହେଉଥିଲା ତାକୁ l କାହାକୁ ଡାକିବାକୁ ବି ଯୁ, ପାଉ ନ, ଥିଲା ତାର l ବଡ଼ ଭାଇ, ଭଉଣୀ ମାନେ ଫେରିବା ଦେଖି ଜେଜେମାଆ ବୋଧେ ତାକୁ ହିଁ ମନେ, ମନେ ଖୋଜୁଥିଲେ l ସମସ୍ତଙ୍କୁ ପଚାରିଲେ ସୁଲୁ କୁଆଡେ ଗଲା l ତା'କାନରେ ଏଇ ପଦେ କଥା ସତେ ଯେପରି ମୁଗ୍ଧ ଅନୁଭବ ଭରା ଶ୍ରଦ୍ଧା ଜୁଡୁବୁଡୁ କୁହୁଡିର ଅଗଣାରେ ଜହ୍ନର ନଅରଟିଏ ତୋଳି ଦେଲା l ଆକର୍ଷଣ ବିନା ହୃଦୟରେ ନିରୁତା ଭଲ ପାଇବା କି ସୃଷ୍ଟି ହୁଏ l

- ଆରେ ଦେଖେ ଯାଇ ସମସ୍ତେ ଘରକୁ ଆସିଲେ ଛୁଆଟା ଗଲା କୁଆଡେ ?

- ବାପା ବି ବଡ଼ ଭାଇ, ଭଉଣୀଙ୍କୁ ବିରକ୍ତ ହୋଇଗଲେ l ସମସ୍ତେ ଆସିଲ ପିଲାଟା ଆସିଲା କି, ନାହିଁ ଦେଖିବା ପାଇଁ ହେଲାନି l ମାଆ ରୁମ ଭିତରକୁ ଆସୁ, ଆସୁ କହୁଥିଲେ ଏ, ପରା ଏ ଘରେ ଆସି ଶୋଇପଡିଛି l ସେତେବେଳେ ଏ ଅଦିନିଆ ଜ୍ୱରଟା ବି, ଛାଡି ଯାଇଥିଲା l ଏ ସବୁ ଶୁଣି, ଶୁଣି l ବିନ୍ଦୁଏ ମମତା ଭିତରେ ସିନ୍ଧୁର ଅମାପ ଶକ୍ତିକୁ, ସ୍ବପ୍ନକୁ ସତେ ଯେପରି କିଏ ମୁହୂର୍ତ୍ତକରେ ସାକାର କରିଦେଲା l 

- ସମୟ ପରିଧିରେ ସ୍କୁଲଠାରୁ କଲେଜରେ ଶିକ୍ଷା ସମାପ୍ତ କରିବା ଭିତରେ ଜେଜେ ମାଆଙ୍କର ଦେହାନ୍ତ ହୋଇ ଯାଇଥିଲା l ମାଆ ବି ଟିକେ ଭଲ ଅବସ୍ଥାକୁ ଫେରିଥିଲେ l କିନ୍ତୁ ତା 'ପାଇଁ ସେ ପିଲାଦିନର ସମୟ ସବୁ ସ୍ମୃତିଭରା ଅତୀତ ପାଲଟି ଯାଇଥିଲା l ଯାହାକୁ ଜୀବନ ଥିବା ଯାକେ ଭୁଲିବା ସମ୍ଭବ ନ ଥିଲା l ଅଫେରା ଫଗୁଣ ର'ଏକୋଇଶିଟି ବସନ୍ତ ତାର ମଳୟର ସ୍ପର୍ଶରେ ସୁଲଗ୍ନା କୁ,ଯାହା ସିକ୍ତ କରିଥିଲା...ଲୁହ ଆଉ କୋହର ପୁଞ୍ଜିଭୂତ ବେଦନାକୁ ହୃଦୟରେ ଚାପି ରଖି l

ଭାଇ, ଭଉଣୀ ମାନେ ବି, ଯିଏ ଯାହାର କର୍ମ ସଂସ୍ଥାନରେ ରହିଥିଲେ ସଂସାର କରି l

ମାଆ, ବାପାଙ୍କ ପାଖରେ ସବା ସାନଝିଅ ହିସାବରେ ଯାହା ରହିଥିଲା ସୁଲଗ୍ନା l

ବାପାଙ୍କର ଚାକିରୀ ସମୟ ବି ସରି ଯାଇଥିଲା l ସମସ୍ତ ଜଞ୍ଜାଳ ତୁଟାଇବା ପାଇଁ ବାପା ଆଉ ଅଧିକ ପଢାଇବାକୁ ରାଜି ନ ଥିଲେ l ମାଆ ବି ଚାହୁଁଥିଲେ ଶୀଘ୍ର ବିବାହ କରି ମୁକ୍ତ ହେବାକୁ l ଝିଅ ବୋଝ ଆଉ କେତେ ଦିନ ରଖିବେ l ସେତେବେଳେ ଝିଅଟିଏ ଏତେ ସ୍ୱାଧୀନତା ଭିତରେ ବଞ୍ଚିବା, ବଢିବାକୁ କେହି ପସନ୍ଦ ହିଁ କରୁ ନ ଥିଲେ l ଯେତେ ଉଚ୍ଚ ଶିକ୍ଷିତ ହେଲେ ବି ସଂସ୍କାର, ସଂସ୍କୃତି ଓ ପରମ୍ପରା ଭିତରେ ମାଆ ହୃଦୟର ଶ୍ରଦ୍ଧା ଅସୀମ ମମତାକୁ ଚାପି ଝିଅଟିକୁ ସବୁ ସନ୍ଠଣା ଶିଖାଇ ଶାଶୁଘର କୁ ଛାଡିବାକୁ ପ୍ରଥମ ଓ ପ୍ରଧାନ ପାଠ ବୋଲି ଅନୁଭବ କରୁଥିଲେ ବୋଧହୁଏ l

ମାଆ କିନ୍ତୁ ଏ ସବୁର ବ୍ୟତିକ୍ରମ ଥିଲେ l ସବୁ ଦେଖ ଏମିତି କରିବ l କିଛି କାମ କରିବାକୁ ହିଁ ଦେଉ ନ ଥିଲେ l ପିଲାଦିନ ର ଜେଜେମାଆ ଙ୍କର ଅସୂୟା ଭାବ ଭିତରେ ମାଆର ଦେବୀତ୍ବର ଅମାୟିକ ନିରୁତା ଭଲ ପାଇବା ମୋତେ ଶୁଷ୍କ ମରୁରେ ଶ୍ରାବଣ ଭିଜା ମେଘ ମେଦୁର ବାରିଧାରା ର ଶୀତଳତାର ସ୍ପର୍ଶ ରେ ହୃଦୟ ପୁଲକିତ ହୋଇ ଉଠୁଥିଲା l ଭାଇ, ଭଉଣୀ ଙ୍କର ସବୁ ଜଞ୍ଜାଳ ସରିଥିଲା l ଘରେ ସାତୋଟି ପିଲାଙ୍କର ଗହଳିର ପରିପୂର୍ଣ୍ଣତା ନ ଥିଲା l

ମାଆ ବେଳେ, ବେଳେ କଣ ଭାବି ଏକୁଟିଆ ଆଖିରୁ ଲୁହ ପୋଛୁଥିଲେ l କଥା ଏଡେଇ ପଚାରିଲେ ଆଖିରେ କଣ ପଡିଗଲାରେ ମାଆ ବୋଲି କହିଲେ ବି ମୋ ଆଖି ଓ ହୃଦୟ ଏ ସବୁ ମାନିବାକୁ ରାଜି ନ ଥିଲେ l

ହୁଏତ ସେ ବାହାଘର କରିଦେବା ପରେ ସମ୍ପୂର୍ଣ୍ଣ ଏକୁଟିଆ ହେବାର ଯନ୍ତ୍ରଣାକୁ ଭାବି କଷ୍ଟ ପାଉଥିଲେ l ଅବଶୋଷ ଯାହା କାହାକୁ ବା ଜଣାଇବେ l ଚାରିପୁଅ, ତିନିଝିଅ ଙ୍କୁ ନେଇ ତାଙ୍କ ସଂସାର ଦିନେ ଶୂନ୍ୟତାର ସ୍ପର୍ଶକୁ ଛୁଇଁ ଗହନ ବ୍ୟଥାରେ ହୃଦୟକୁ ଭରିଦେବ ଏ'କଥା ସେ କେବେ ବି, ଗ୍ରହଣଯୋଗ୍ୟ ହୋଇ ପାରୁନ, ଥିଲା ତାଙ୍କର l

ହୃଦୟର ସାତ ସିନ୍ଦୁକ ଭିତରେ ସ୍ମୃତିର ଫରୁଆ ଭିତରୁ ଅତୀତକୁ ସାଉଁଟି ଯାହା କଷ୍ଟ ପାଉଥିଲେ ମାଆ l ପିଲାମାନେ ଚାକିରୀ ଯାଗାରେ ଏତେ ବ୍ୟସ୍ତଥିଲେ ଯେ ବାପା, ମାଆଙ୍କୁ ଦେଖିବା ପାଇଁ ତାଙ୍କର ବେଳ ହିଁ ନ ଥିଲା l

ଲାଗୁଥିଲା ମାଆଟିଏ ଯାହା ଏକା ପିଇବାକୁ ଚାହେଁ ତାହା ହେଉଛି ବ୍ୟଥା l ତାହା ମନ ହେଉ କି ଶରୀର l ସ୍ମଶାନ ଜୁଇଠାରୁ ସଂସାର ର କଷ୍ଟ ଢ଼େରେ ବେଶୀ ଜୀବନ ପ୍ରାଙ୍ଗଣରେ l ସମସ୍ତଙ୍କୁ ଖୁସି ଓ ଆନନ୍ଦ ଦେଉ, ଦେଉ ଏ ସଂସାରରେ ତାର ଆୟୁଷ ସରିଯାଏ l ଆଘାତ ଓ ସଂଘାତକୁ ନେଇ ହୃଦୟରେ ସବୁ ସହି ହସି, ହସି ବିଦାୟ ନେବାକୁ ହୁଏ ଏ ମର ସଂସାରରୁ l 

ବାପାଙ୍କର ଜଣେ ସାଙ୍ଗଙ୍କର ସହାୟତା'ରେ ବାହାଘର ଠିକ ହୋଇଗଲା l ପୁଅଟି ଉଚ୍ଚ ଶିକ୍ଷିତ ଓ ସରକାରୀ ଚାକିରୀ କରିଛନ୍ତି l

ଲଗ୍ନ, ତିଥି ମଧ୍ୟ ଧାର୍ଯ୍ୟ ହୋଇଗଲା l

ଘରେ ଆସ୍ତେ, ଆସ୍ତେ କୁଣିଆବନ୍ଧୁ ଓ ଭାଇ,ଭଉଣୀ ସବୁ ପହଞ୍ଚିଗଲେ l ଏତେ ବଡ଼ ଘରଟା କୋଳାହଳ ଭିତରେ ପୁରିଉଠିଲା l ବଡ଼ଭାଇ କହୁଥିଲେ ଏଥର ସୁଲଗ୍ନା ବାହାଘର ପରେ ବାପା, ମାଆ ଆମ ସହିତ ଯିବେ l ଭାଇକଥା ଶୁଣି ଅନ୍ୟ ଭାଇ, ଭଉଣୀବି କହୁଥିଲେ ବାପା ମାଆ କିଛିଦିନ ଅନ୍ତରରେ ସମସ୍ତଙ୍କ ପାଖରେ କିଛି, କିଛି ଦିନ ରହିଲେ ତାଙ୍କୁ ଭଲ ଲାଗିବ ଭାଇ l ଭାଇ ଓ ବାପା ସ୍ମିତହସ ଦେଇ ତାଙ୍କ କଥାକୁ ସମର୍ଥନ କରୁଥିଲେ l ହଟାତ ବାପା ଙ୍କର ଆଖି ସୁଲଗ୍ନା ସହିତ ସାମ୍ନା ହୋଇଗଲା l ବାପାଙ୍କର ମମତା ସିକ୍ତ ଚାହାଁଣି ଭିତରେ ଦରଦ ଭରା ଅଶ୍ରୁସିକ୍ତ ଲୁହକୁ ସ୍ପଷ୍ଟ ଦେଖି ପାରୁଥିଲା ସୁଲଗ୍ନା l ମାଆ ଲୁଚେଇ, ଲୁଚେଇ ଆଖିକୁ ପଣତରେ ଭିଜାଉଥିଲେ ମଧ୍ୟ କାହା ପାଖରେ ସେ ସବୁର ଆଭାସ ଦେବାକୁ ଚାହୁଁ ନ ଥିଲେ l

-ଜୀବନର ଆଦ୍ୟରାଗରେ ବସୁଧାପରି ସମର୍ପିତ ଅନୁରାଗ ଓ ମିଠାରାଗର ସେ ଭିଜାସୁର ଉଦାସୀ ମୁହୂର୍ତ୍ତକୁ ଟାଣି ନେଉଥିଲା ସୁଲଗ୍ନାକୁ l ସତରେ ଜେଜେମାଆଙ୍କର ତା' ମାଆପାଇଁ ଆସକ୍ତି ବତୁରା ଭଲ ପାଇବାର ସିକ୍ତ ମଧୁରତା ତା'ପାଇଁ ତ,ଆଜି ମଧୁକ୍ଷରା ଶ୍ୟାମଳ ସୋହାଗ, ସଦ୍ୟ ସୁମନରେ ଭରା ମଧୁବନ ବୋଲି ମନେ ହେଉଥିଲା l

ଭାଙ୍ଗି ଯାଇଥିବା ହୃଦୟରେ ଅତୀତଟା ସାଉଁଟୁଥିଲା ସେଇ ସ୍ମୃତିର ଅସରା ଅତୀତର ଫର୍ଦରୁ ଅମଳିନ ଶ୍ରଦ୍ଧାକୁ l

ମାଆ ଆଜି ଅଛି ବୋଲି ତ,ହୃଦୟର ଦରଜ ସବୁକୁ ସଞ୍ଜିବନୀ ସୁଧା ରୂପକ ମଲମ ପରି

ଚରମ ତୃପ୍ତିର ମହା କୈବଲ୍ୟ ରୂପକ ପ୍ରସାଦ ପାଲଟିଛି ତା'ପାଇଁ.. I ଆଜି କୋଳାହଳ ଭିତରେ ସୁଲଗ୍ନା ହୃଦୟର ବିଜନବେଳାଭୂମି ରେ ସତେ ଯେପରି ସ୍ମୃତିର ମଣିରତ୍ନ କୁ ମନେ, ମନେ ଖୋଜି ହେଉଥିଲା l ମନ ଖୋଜୁଥିଲା ଶୁଭ ସାହାନାଇର ତାଳେ, ତାଳେ ମନ୍ମଥ ଲଗ୍ନରେ ତାର ଜେଜେମାଆର ସେଇ ଅଶୁଭତ୍ବର ଭାବନା ଭିତରେ ତା'ପାଇଁ ନିବୁଜ କୋଠରୀର ସେଇ ନୀରବ ସୁମନାସକୁ I




Rate this content
Log in

Similar oriya story from Inspirational