Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ଛୁଟି ମଞ୍ଜୁରୀ

ଛୁଟି ମଞ୍ଜୁରୀ

6 mins
13


ଗୋଟିଏ ଦିନ ଛୁଟି ନେଇ ଯିବାକୁ କହି ଗଲାଯେ ଗଲା ଆଉ ଫେରିଲାନି ସଞ୍ଜୁ. ସେଦିନ ଥାଏ ଜାଗର. ପୁରୀ,ସେମିଆ ଓ ଡ଼ାଲମା କରି ଖାଉଥାଆନ୍ତି ଅରୁ ଓ ତାଙ୍କ ସ୍ୱାମୀ ଅନିରୁଦ୍ଧ. ପହଁଚିଲା ସଞ୍ଜୁ. ଝାଳ ଗମ ଗମ ବୋହିଯାଉଥାଏ ଦେହରୁ ତାର. ଅଧା ଖାଇବାରୁ ଉଠିଗଲେ ଅରୁ.ବାଢ଼ିଦେଲେ ଥାଳିରେ ସବୁ ଆଉ କହିଲେ ଆଗ ଖାଇନିଅ ସଞ୍ଜୁ ତା ପରେ ଯାହା କରିବ. ମାଆ ଉପାସରେ ଖାଉଥିଲ ମତେ ଦେଖି ଉଠିପଡ଼ିଲ? ଆରେ ଉପାସ ନାମରେ ଭଲ ମନ୍ଦ କରି ଖାଇବା କଥା. ତୁ କୁଆଡେ ଯାଇଥିଲୁ ଯେ ଖରାଟାରେ ଧଇଁସଇଁ ହୋଇ ଆସିଛ, ତୁମେ ଆଗ ଖା. ହଉ ମାଆ ଭଗବାନ ତୁମର ମଙ୍ଗଳ କରନ୍ତୁ କହି ଖାଇସାରିଲା ପରେ ସଞ୍ଜୁକୁ ଅରୁ ପଚାରିଲେ କୁଆଡେ ଯାଇଥିଲ ମ ଏ ଖରାରେ?ମାଆ କଦଳୀ ବିକ୍ରିକରିବାକୁ ଯାଇଥିଲି ପୁରୀ. ସେଇଠୁ ଫେରୁଛି.ହଉ ହଉ ବାସନ ଦିଟା ମାଜିଦେଇ ଘର ଓଲେଇ ପକାଅ . ଗଲାବେଳେ ଏ ବ୍ୟାଗଟା ତଳକୁ ନେଇ ଯିବ, ଅଟୋ ଆସିଲେ ଆମେ ଟିକେ ଭୁବନେଶ୍ୱର ଯିବୁ, ନାତିକି ଦେଖି କହିଲେ ଅରୁ ପୁଣି ଯୋଡ଼ିଦେଲେ ମୋର ଗୋଟିଏ ଦିନ ଛୁଟି. ତୁମେ କାଲି ଛାଡ଼ି ପଅର ଦିନ ଆସିବ. ହଉ ମାଆ କହି କଣ କଣ ଭରିଥିବା ବ୍ୟାଗଟିକୁ ନେଇ ତଳେ ଥୋଇଦେଇ ଯିବାକୁ ବାହାରିଲା ସଞ୍ଜୁ. ଏପଟେ ଅନିରୁଦ୍ଧ ଦେଖିଲେ ସଞ୍ଜୁ ବ୍ୟାଗଟିକୁ ତଳେ ଥୋଇବ କଣ ବ୍ୟାଗ ନେଇ ବାଗେଇଛି ରାସ୍ତାକୁ ତ ଅନିରୁଦ୍ଧ ଭାବିଲେ ଦୁଆରକୁ ଅଟୋ ଆସିବ ବୋଲି ଜାଣିପାରିଲାନି ବୋଧହୁଏ ଭାବିଲା ଅଟୋଷ୍ଟାଣ୍ଡ ଯାଏଁ ବ୍ୟାଗ ନେଇ ରଖିବାକୁ ହେବ ତେଣୁ ଗ୍ରିଲ ଖୋଲି ଅନିରୁଦ୍ଧ କହିଲେ ବ୍ୟାଗ ତଳ ଘରେ ରଖ ସଞ୍ଜୁ ଅଟୋ ଦୁଆରକୁ ଆସିବ ତ ସେ କହିଲା ରଖିଛି ବାବୁ ଏଇଟା ମୋ ବ୍ୟାଗ. ହଉ ହଉ ଯାଅ କହିଲା ବେଳକୁ ଅଟୋ ମଧ୍ୟ ପହଞ୍ଚି ଯାଇଥିଲା.

  ଭୁବନେଶ୍ୱରରୁ ଫେରିବାର ଏ ଭିତରେ ଦିନେ ଯାଇ ଦିଦିନ, ତିନିଦିନ ଏମିତି ପନ୍ଦରଦିନ ବିତିଲାଣି ସଂଜୁର ଦେଖା ନାହିଁ. କହୁଥିଲା ଦିନେ ଛୁଟି ବୋଲି କହୁଛ ସିନା ମାଆ ନାତିକୁ ଦେଖିବାକୁ ଯାଉଛ କେଜାଣି କୋଉଦିନ ଫେରୁଛ? ହଉ ମୁଁ ଏଇପଟ ଦେଇ ଦେଖିଯିବି ବଜାର ଯିବା ରାସ୍ତା ତ, ଫୋନ ନମ୍ବର ନଦେଇ ପାରି ଏକଥା କହି ଯାଇଥିଲା ତ ନଆସିବାର କାରଣ କଣ?ଅରୁ ଝାଡନ୍ତି ଅନିରୁଦ୍ଧଙ୍କୁ. ତାକୁ ଯେଉଁ ବ୍ୟାଗ ନେଇଯିବା କଥା କହିଲ ବୋଧେ ଭୁଲ ବୁଝିଲା. ଭୁଲ ବୁଝିଲା ଯଦି ଠିକ ଉତ୍ତର ଦେଲା କେମିତି? ତଥାପି ଅନିରୁଦ୍ଧଙ୍କ ମନ ବୁଝିଲାନି. ଅରୁଙ୍କ ଦେହରୁ ଜର ଓଲ୍ହାଉନି. ପାଟିସୁଆଦ କିଛି ତିଆରି ହୋଇପାରୁନି ତ ସେଦିନ ସକାଳୁ ସକାଳୁ ମର୍ଣ୍ଣିଙ୍ଗ ୱାକରେ ଯାଉ ଯାଉ ପହଞ୍ଚି ଗଲେ ଖୋଜି ବୁଝି ସଞ୍ଜୁ ଘରେ. ଫେରିଲା ପରେ ହସି ହସି କହିଲେ ସଞ୍ଜୁ ନଥିଲା. ସେ ସବୁଦିନ ପଇଡ଼ ନେଇ ପୁରୀ ଯାଉଛି. ଏଡ଼େ ଖରା ଗରମରେ ପଇଡ଼ କିଣି, ତାକୁ ବୋହି ନେଇ କୋଉଠି କି ବେପାର କରୁଛି, ଏମିତି କି ଲାଭ ପାଉଛି ଯେ ଛାଇତଳ ଘରକାମ କରିବାକୁ ଆସୁନି!ଅନିରୁଦ୍ଧ କହୁଥିଲେ ତାର ପୁଣି ଗୋଟେ ଏଣ୍ଟରଟେନମେଣ୍ଟ ଅଛି ନା ନାହିଁ? ଅରୁ ଇଂରାଜୀ ଶବ୍ଦଟିର ଅର୍ଥ ବୁଝିଲେ ବି ବୁଝିପାରୁନଥିଲେ କି ପ୍ରକାର ଆମୋଦ ପ୍ରମୋଦ ପାଉଛି ଏ କାମରେ ସଞ୍ଜୁ ?

   ସଞ୍ଜୁ ଫେରିଲା କହିଲା ମାଆ ସବୁ ଭୁଲ ମୋର ହେଲେ ପଇଡ଼ ବେପାର ନକଲେ ତିନି ତିନିଟା ଝିଅଙ୍କୁ କେମିତି ମଣିଷ କରିବି? ତୁମର ତ ଦୁଇଝିଅ ବାହା ଚୋରା ହେଲେଣି.ଆଉ ଗୋଟେ ତ ପଢୁଛି ଚିନ୍ତା କଣ? ସବୁ ସରକାରୀ ସାହାଯ୍ୟ ସହଯୋଗ ତ ପାଉଛ.ହଁ ଯେ ମାଆ ବେସରକାରୀ ସାହାଯ୍ୟ ମଧ୍ୟ ଦରକାର. ସେଇଟା ପୁଣି କେମିତିକା ବୁଝିନପାରି ସଞ୍ଜୁ ମୁହଁକୁ କଲବଲ କରି ଚାହିଁଥିଲା ବେଳେ ମନେପଡୁଥିଲା ସ୍ୱାମୀ ଅନିରୁଦ୍ଧଙ୍କ ଏଣ୍ଟରଟେନମେଣ୍ଟ ଶବ୍ଦଟା. ତ ସଞ୍ଜୁ କହୁଥିଲା ମାଆ ସପ୍ତାହରେ ଗୋଟେ ଦିନ ଛୁଟି ଯେମିତି ହେଲେ ଦେବ କାରଣ ମତେ ପୁରୀ ଯାଇ ପଇଡ଼ ବିକିବାରେ ଆନନ୍ଦ ମିଳୁଛି ଦଶ ପଚିଶ ଲୋକଙ୍କ ସହ ମିଶି କେତେ କଥା ଜାଣୁଛି. ଟିଭିରେ କଣ ସବୁକଥା ଦଉଛି?କିଛି ବୁଝିନପାରି ଅରୁ କହିଲେ ହଉ ହଉ ସପ୍ତାହକୁ ଗୋଟେ ଦିନ ଲୋକ ସମ୍ପର୍କ ରଖିବା ଉଚିତ. ସଞ୍ଜୁ କହୁଥିଲା ନହେଲେ ଏ ଖରା ଗରମରେ ମୁଣ୍ଡ ଟିଣଟିଣ ହୋଇଯିବନି ମାଆ? ହଁ ସତକଥା ଆଗକୁ ଭୋଟ ଆସୁଛି ପରା ମାଆ କହି ସଞ୍ଜୁ ଫେରିପଡୁଥିଲା ତ ତା ଯିବା ରାସ୍ତାକୁ ଚାହିଁ କେତେକଥା ଭାବୁଥିଲେ ଅରୁ.ଭୋଟ, ଲୋକସମ୍ପର୍କ, ବେସରକାରୀ ସାହାଯ୍ୟ ରୂପକ ଶବ୍ଦ ଗୁଡିକ ମୁଣ୍ଡରେ ଅଡୁଆ ସୂତା ପରି ଗୁଡେଇ ତୁଡେଇ ହେଉଥିଲା.ଅନିରୁଦ୍ଧ କହୁଥିଲେ କୋଠା ଘର, କେତେ ଗାଡି, ଭଳି ଭଳି ମଣିଷ,ଟ୍ରେନ ବସ ଅଟୋ ଯାତ୍ରା କରିବାର ଓ ଦେଖିବାର ଆନନ୍ଦ କଣ ସଞ୍ଜୁ ବୁଝିଯାଇଛି.ଅରୁ ଚାହୁଁଥିଲେ ପକ୍ଷୀ, ଗଛ, ନୀଳ ଆକାଶକୁ ଓ ଆକାଶ ଉପରେ ଉଡୁଥିବା ଗୁଡ଼ିକୁ.ସଞ୍ଜୁ କହୁଥିଲା ମାଆଙ୍କର ପକ୍ଷୀ ଦେଖିଲେ ଶାନ୍ତି ?

        ଅରୁଙ୍କ ଦୁଆର ଆଗରେ ଝଙ୍କାଳିଆ ବରଗଛ ଉପରେ କାହିଁ କୁଆଡୁ ଉଡିଆସି କେତେ ପକ୍ଷୀ ବସନ୍ତି. ଖରାଦିନେ ପାଣି ଟୋପେ ପିଇବାକୁ ଡହଳ ବିକଳ ହେଉଥିବା ପକ୍ଷୀମାନଙ୍କ ପାଇଁ ଛାତ ଉପରେ ମାଟି ଘଡି ବା ଅଧା ମାଟି ଘଡ଼ା ସାତଟାରେ ପାଣି ଭରି ଠାଆ କୁ ଠାଆ ରଖିଦିଅନ୍ତି ଅରୁ . ପକ୍ଷୀଗୁଡିକ ଯେତେବେଳେ ଇଛା କରନ୍ତି ଉଡି ଆସି ପାଣି ପିଇ ପୁଣି ବରଗଛ ଡ଼ାଳକୁ ଉଡିଯାଆନ୍ତି. ସେଇ ଛାତରେ ତୁଳସୀ ଚଉରା ଅରୁଙ୍କର. ପ୍ରତିଦିନ ତୁଳସୀମୂଳେ ଜଳ ଦେବାକୁ ଓ ସୂର୍ଯ୍ୟଙ୍କୁ ଜଳଦାନ କରି ପୁଣ୍ୟ ପାଇବାକୁ ଅରୁ ଯେବେ ଛାତ ଉପରକୁ ଯାଆନ୍ତି ଭରି ଦିଅନ୍ତି ସେହି ଆଧାଅଧି ବା ପୁରା ଖାଲି ପଡ଼ିଥିବା ମାଟି ଘଡି ଗୁଡିକୁ.ଦିନକୁ ଦୁଇଥର ଛାତ ଉପରକୁ ଯାଆନ୍ତି ଅରୁ . ସକାଳେ ଯେମିତି ସକାଳ ସୂର୍ଯ୍ୟ ପୂଜା କରି ଶାନ୍ତି ପାଆନ୍ତି ସେମିତି ଚାରିଟା ବେଳେ ବରଗଛ ଡ଼ାଳରେ ଜାତି ଜାତି ପକ୍ଷୀ ଦେଖି ତାଙ୍କ ସ୍ୱର ଠାଵ କରି ତାଙ୍କ ଗତିବିଧି ଲକ୍ଷ କରି ତାଙ୍କୁ ଠାଵ କରନ୍ତି.ଅରୁଙ୍କୁ ଦେଖିଲେ ପାଣି ପିଇବାର ଶହେରୁ ଶହେ ଇଛାକୁ ଚାପି ଦେଇ ପକ୍ଷୀମାନଙ୍କ ନୀଡ଼ବାହୁଡା଼ ବେଳେ ବସାକୁ ଫେରିପଡୁଥିବା ବଣି, କାଉ ସହ ସେଇ ବାର୍ଡଚଢେଇ ମଧ୍ୟ ଉଡିଯିବା ଦେଖି ମନ ଖରାପ ହୁଏ ଅରୁଙ୍କର ତ ହଲଚଲ ନହୋଇ ସ୍ଥାଣୁ ପାଲଟି ବସି ଯାଆନ୍ତି ଚୁପଚାପ ଅରୁ ?

   ବାର୍ଡ ଚଢେଇର ଗୋଟେ ଇତିହାସ ଅଛି. ପୁଅ ଝିଅ ଦୁହେଁ ପାଟିକୁ ଖାଦ୍ୟ ନେଉନଥିବା ବେଳେ ଛାତ ଉପରେ ଏଇ ଚଢେଇ ଦେଖେଇ ବୁଲେଇ ବୁଲେଇ ଖୁଆଇଲା ବେଳେ ଅରୁ କହନ୍ତି ଦେଖ ଦେଖ ବାର୍ଡ ଆସିଲାଣି ଏବେ ସବୁ ଖାଇନେବ. ତୁ ଆଁ କରି ଖାଇଦେ ଧନ. ମୁଁ ଆଖି ମୁଜି ଥାଏକି ମୋ ଧନ /ଧାନୀ ଖାଇଥାଏକି କହୁ କହୁ ଖାଇଦିଅନ୍ତି ପିଲାବେଳେ ପୁଅ ଓ ତା ପରକୁ ଠିକ ସେହି ପ୍ରଣାଳୀରେ ଝିଅ ତ ଆଖି ଖୋଲି ଅରୁ କହନ୍ତି କିଏ ଖାଇଲା? ପୁଅ ଓ ପରେ ପରେ ଝିଅ ଦେଖେଇ ଦିଅନ୍ତି ବାର୍ଡ ଚଢେଇକୁ.ଯେଉଁ ଚଢେଇ,ଯାହାର ସଠିକ ନାମ ଏଯାଏଁ ନଜାଣି ସେହି ବାର୍ଡ ଚଢେଇ ହୋଇ ରହିଯାଇଛି ପକ୍ଷୀଟି. ଅନେକାଂଶରେ ହଳଦୀ ବସନ୍ତ ଓ ଶୁଆର ମିଶ୍ରଣର ସେହି ବାର୍ଡ ଚଢେଇ କିନ୍ତୁ ଡରେନା ଅରୁଙ୍କୁ ଦେଖି. କିଏ ଖାଇଲା କିଏ ଖାଇଲା କହିଲେ ପାଟିରେ ଖାଦ୍ୟ ନେଇ ଢ଼ୋକି ଦେଉଥିବା ପିଲା ଦୁହେଁ ଯିଏ ଯାହା ସଂସାରରେ ଦୂର ବିଦେଶରେ ଥିଲା ବେଳେ ପକ୍ଷୀ ମାନଙ୍କ ଭିତରେ ବାର୍ଡ ଚଢେଇ ଅରୁଙ୍କର ଖୁବ ପ୍ରିୟ.

      ସେଦିନ ଆଳୁ ପରଠା କରି ଅନିରୁଦ୍ଧଙ୍କୁ ଖାଇବାକୁ ଦେଉ ଦେଉ ସନ୍ଧ୍ୟା ଆସିଯାଇଥିଲା. ଗୋଠବାହୁଡା ଦୃଶ୍ୟ ସହ ପକ୍ଷୀମାନଙ୍କର ନୀଡ଼ ଫେରନ୍ତା ଦୃଶ୍ୟ ଦେଖିବାକୁ ତରତର ହେଉଥିଲେ ଅରୁ ଛାତ ଉପରକୁ ଯିବାକୁ ତ ସ୍ୱାମୀ କହୁଥିଲେ କଣ ରାଣୀ ମାଆଙ୍କର ଏଇ ଆଳୁ ପରଠା ସାଙ୍ଗକୁ ଆଜି ଚଟଣୀ ଇତ୍ୟାଦିର କିଛି ଯୋଜନା ନାହିଁ ନା କଣ? ଆଳୁ ପରଠା ଭିତରେ ତ ଚଟଣୀ ପୁଣି କଣ ଚଟଣୀ ଖୋଜୁଛ କହି ତରତରରେ ଯୋଗାଡି ରଖିଥିବା ଷ୍ଟିଲ ଢାଳ ସବୁ ନେଇ ଛାତ ଉପରକୁ ଉଠୁଥିଲେ ଅରୁ . କୋଉଠି ଥାଆନ୍ତି ଏ ମାଙ୍କଡ଼ସବୁ ମାଟି ଘଡି ଗୁଡ଼ିକରୁ ପାଣି ପିଇ କଚାଡି ଭାଙ୍ଗି ସାରିଛନ୍ତି. ତାଙ୍କ ପାଇଁ ତ ଆରପଟ ଛାତରେ ପାଣି ଥୁଆ ହୋଇଛି. ବିଚରା ପକ୍ଷୀଗୁଡିକଙ୍କର ଘଡି ଭାଙ୍ଗିଦେଲେ ସେମାନେ ଚଳେ ପାଣି କଳକୁ କେମିତି ନେବେ ଥଣ୍ଟରେ? ସବୁ ଢାଳରେ ପାଣି ଭରି ଜଗି ରହିଲେ ଦୂରରେ ଅରୁ . ପାରାଟିଏ ଉଡିଆସିଲା. ପାଣି ଖୋଜି ଖୋଜି ବୋଧହୁଏ ହଂସା ଉଡିଯାଉଥିଲା ତାର. କଣ ଦେଖିପାରୁନି କି ଥଣ୍ଡା ଜଳ ପୂର୍ଣ୍ଣ ଷ୍ଟିଲ ଢାଳ ଗୁଡିକରେ ଥୁଆ ପାଣି ଢାଳସବୁକୁ?

   ସ୍ଥାଣୁ ପାଲଟି ବସିଗଲେ ଅରୁ . ବୋଧହୁଏ ତାଙ୍କ ଉପସ୍ଥିତି ପାରାଟିକୁ ପାଣି ପିଇବାକୁ ଦେଉନି. ଶୋଷରେ ପାରାଟି ଉଡିଆସିଲା ଚଉରା ଉପରକୁ. ଦୁଇଦିନ ତଳେ ଅଦିନ ବର୍ଷାରେ ଝୁଣାଧୂପ ଦାନୀ, ରୂଖା, ଦୀପରେ ଲାଗିଥିବା ଟୋପେ ଟୋପେ ପାଣିକୁ ଥଣ୍ଟ ବୁଡେଇ ପିଇଲା ବେଳେ ମନେ ମନେ ଅରୁ କହୁଥାନ୍ତି ଆରେ ବୋକା ଷ୍ଟିଲ ଢାଲରେ ପରା ଭଲ ପାଣି. ଟିକେ ହଳଚଲ ହୋଇଗଲା ଅରୁଙ୍କ ଶରୀର ତ ଫଡ ଫଡ ଉଡ଼ିଗଲା ପାରାଟା. ବିରକ୍ତିରେ ଅରୁ କହୁଥିଲେ ଏ ପାରାଠୁ ବାର୍ଡ ଚଢେଇଟା ଢେର ଭଲ. ତଳୁ ସ୍ୱାମୀ ଡାକ ପକେଇଲେ ପୁଅର ଫୋନ ଆସୁଛି. ପୁଅ କହୁଥିଲା ମାଆ ତୁ ତ ଜାଣିଛୁ ଦିଲ୍ଲୀର ଏଇ ଭଡାଘର ବାଳାକୋନୀରେ ଥରକୁ ଥର ପାରା ଦୁଇଟି ଅଣ୍ଡା ଦେଇ ଛୁଆ କରନ୍ତି. ଏବେ ଟିକେ ବର୍ଷା ହୋଇଯାଇଛି ଏଠି ତ ଶୁଖିଲା ଅଖା ପାରି ଦେଇ ଚାଉଳ ଗିନା ଓ ପାଣିଗିନା ଥୋଇଛି ହେଲେ ମାଆପାରା ଗୋଟେ ଅଣ୍ଡାକୁ ଗଡେଇ ଗଡେଇ ପେଟତଳେ ଜାକି ଭୁଲିଯାଇଛି ଆଉ ଗୋଟିଏକୁ ନେଇନି ଏଯାଏଁ!କଣ କରିବି କହିଲୁ? ପାରାର ଅନ୍ୟମନସ୍କତାର ସୁଯୋଗ ନେଇ ଆର ଅଣ୍ଡାଟିକୁ ତା ପେଟ ତଳେ ଥୋଇଦେ. ସେ ଯଦି ଖୁମ୍ପି ଦିଏ ବା ଉଡିଯାଏ? ନା ମ ସେ କଣ ବାର୍ଡ ଚଢେଇ ପରି ହୋଇଛି? ପୁଅ ହସୁଥିଲା କହୁଥିଲା ଓଃ ଆମ ପିଲାଦିନ ବାର୍ଡ ଚଢେଇ? ଏ ପାରାଟା ଆଉ କଣ କି!ଠିକ ସେତିକି ବେଳକୁ ଝିଅ ଫୋନ କରି କହୁଥିଲା ମାଆ ତୋ ପକ୍ଷୀଘର ଗଳ୍ପଟି କଣ ଆମ ପିଲାଦିନର ବାର୍ଡ ଚଢେଇ ଉପରେ ଲେଖିଛୁ!ପଢିକି ମଜ୍ଜା ଆସିଗଲା. ହଉ ମୁଁ ଏବେ ପାରା ଉପରେ ଲେଖିବାକୁ ଯାଉଛିକହୁଥିଲେ ଅରୁ . ଝିଅ ହସୁଥିଲା ଖିଲଖିଲ କହୁଥିଲା ଲେଖେ ଲେଖେ ତୋ ନାତି ନାତୁଣୀ ପଢିବେ.ସେହି କଥା ମନେପକେଇ ହସି ଦେଲେ ଅରୁ ତ ସଞ୍ଜୁ ତାଙ୍କୁ ହଲେଇ ଦେଇ ପଚାରୁଥିଲେ କଣ ହେଲା ମାଆ? ନାହିଁ ନାହିଁ ସେ କିଛି ନୁହେଁ. ତୁମେ କିନ୍ତୁ ଏଥର ଶୀତ ଦିନେ ମୋ ସହ ଚିଲିକା ଯିବାକୁ ମନା କରିବନି ସଞ୍ଜୁ. ମଣିଷ, ପକ୍ଷୀ ଓ ଚିଲିକା କିପରି ଗୋଟିଏ ସୂତାରେ ବନ୍ଧା ନଦେଖିଲେ ବୁଝିପାରିବ ନାହିଁ.ହଁ ମାଆ ଯିବି ଯେ ଦୁଇଟି କଥା ତୁମେ ପୁଅ ଝିଅଙ୍କୁ ମନେପକେଇ କାନ୍ଦିବନି ଦ୍ୱିତୀୟ କଥା ମୋର ଗୋଟେ ଦିନ ଛୁଟି ମଞ୍ଜୁର କରିବ. ହସୁଥିଲେ ଅରୁ ଓ ଅନିରୁଦ୍ଧ ?

 



Rate this content
Log in

Similar oriya story from Action