Sunanda Mohanty

Action Thriller Others

3  

Sunanda Mohanty

Action Thriller Others

ଏଣ୍ଟରଟେନମେଣ୍ଟ

ଏଣ୍ଟରଟେନମେଣ୍ଟ

3 mins
8



   ଗୋଟିଏ ଦିନ ଛୁଟି ନେଇ ଯିବାକୁ କହି ଗଲାଯେ ଗଲା ଆଉ ଫେରିଲାନି ସଞ୍ଜୁ. ସେଦିନ ଥାଏ ଜାଗର. ପୁରୀ,ସେମିଆ ଓ ଡ଼ାଲମା କରି ଖାଉଥାଆନ୍ତି ଅରୁ ଓ ତାଙ୍କ ସ୍ୱାମୀ ଅନିରୁଦ୍ଧ. ପହଁଚିଲା ସଞ୍ଜୁ. ଝାଳ ଗମ ଗମ ବୋହିଯାଉଥାଏ ଦେହରୁ ତାର. ଅଧା ଖାଇବାରୁ ଉଠିଗଲେ ଅରୁ.ବାଢ଼ିଦେଲେ ଥାଳିରେ ସବୁ ଆଉ କହିଲେ ଆଗ ଖାଇନିଅ ସଞ୍ଜୁ ତା ପରେ ଯାହା କରିବ. ମାଆ ଉପାସରେ ଖାଉଥିଲ ମତେ ଦେଖି ଉଠିପଡ଼ିଲ? ଆରେ ଉପାସ ନାମରେ ଭଲ ମନ୍ଦ କରି ଖାଇବା କଥା. ତୁ କୁଆଡେ ଯାଇଥିଲୁ ଯେ ଖରାଟାରେ ଧଇଁସଇଁ ହୋଇ ଆସିଛ, ତୁମେ ଆଗ ଖା. ହଉ ମାଆ ଭଗବାନ ତୁମର ମଙ୍ଗଳ କରନ୍ତୁ କହି ଖାଇସାରିଲା ପରେ ସଞ୍ଜୁକୁ ଅରୁ ପଚାରିଲେ କୁଆଡେ ଯାଇଥିଲ ମ ଏ ଖରାରେ?ମାଆ କଦଳୀ ବିକ୍ରିକରିବାକୁ ଯାଇଥିଲି ପୁରୀ. ସେଇଠୁ ଫେରୁଛି.ହଉ ହଉ ବାସନ ଦିଟା ମାଜିଦେଇ ଘର ଓଲେଇ ପକାଅ . ଗଲାବେଳେ ଏ ବ୍ୟାଗଟା ତଳକୁ ନେଇ ଯିବ, ଅଟୋ ଆସିଲେ ଆମେ ଟିକେ ଭୁବନେଶ୍ୱର ଯିବୁ, ନାତିକି ଦେଖି କହିଲେ ଅରୁ ପୁଣି ଯୋଡ଼ିଦେଲେ ମୋର ଗୋଟିଏ ଦିନ ଛୁଟି. ତୁମେ କାଲି ଛାଡ଼ି ପଅର ଦିନ ଆସିବ. ହଉ ମାଆ କହି କଣ କଣ ଭରିଥିବା ବ୍ୟାଗଟିକୁ ନେଇ ତଳେ ଥୋଇଦେଇ ଯିବାକୁ ବାହାରିଲା ସଞ୍ଜୁ. ଏପଟେ ଅନିରୁଦ୍ଧ ଦେଖିଲେ ସଞ୍ଜୁ ବ୍ୟାଗଟିକୁ ତଳେ ଥୋଇବ କଣ ବ୍ୟାଗ ନେଇ ବାଗେଇଛି ରାସ୍ତାକୁ ତ ଅନିରୁଦ୍ଧ ଭାବିଲେ ଦୁଆରକୁ ଅଟୋ ଆସିବ ବୋଲି ଜାଣିପାରିଲାନି ବୋଧହୁଏ ଭାବିଲା ଅଟୋଷ୍ଟାଣ୍ଡ ଯାଏଁ ବ୍ୟାଗ ନେଇ ରଖିବାକୁ ହେବ ତେଣୁ ଗ୍ରିଲ ଖୋଲି ଅନିରୁଦ୍ଧ କହିଲେ ବ୍ୟାଗ ତଳ ଘରେ ରଖ ସଞ୍ଜୁ ଅଟୋ ଦୁଆରକୁ ଆସିବ ତ ସେ କହିଲା ରଖିଛି ବାବୁ ଏଇଟା ମୋ ବ୍ୟାଗ. ହଉ ହଉ ଯାଅ କହିଲା ବେଳକୁ ଅଟୋ ମଧ୍ୟ ପହଞ୍ଚି ଯାଇଥିଲା.

  ଭୁବନେଶ୍ୱରରୁ ଫେରିବାର ଏ ଭିତରେ ଦିନେ ଯାଇ ଦିଦିନ, ତିନିଦିନ ଏମିତି ପନ୍ଦରଦିନ ବିତିଲାଣି ସଂଜୁର ଦେଖା ନାହିଁ. କହୁଥିଲା ଦିନେ ଛୁଟି ବୋଲି କହୁଛ ସିନା ମାଆ ନାତିକୁ ଦେଖିବାକୁ ଯାଉଛ କେଜାଣି କୋଉଦିନ ଫେରୁଛ? ହଉ ମୁଁ ଏଇପଟ ଦେଇ ଦେଖିଯିବି ବଜାର ଯିବା ରାସ୍ତା ତ, ଫୋନ ନମ୍ବର ନଦେଇ ପାରି ଏକଥା କହି ଯାଇଥିଲା ତ ନଆସିବାର କାରଣ କଣ?ଅରୁ ଝାଡନ୍ତି ଅନିରୁଦ୍ଧଙ୍କୁ. ତାକୁ ଯେଉଁ ବ୍ୟାଗ ନେଇଯିବା କଥା କହିଲ ବୋଧେ ଭୁଲ ବୁଝିଲା. ଭୁଲ ବୁଝିଲା ଯଦି ଠିକ ଉତ୍ତର ଦେଲା କେମିତି? ତଥାପି ଅନିରୁଦ୍ଧଙ୍କ ମନ ବୁଝିଲାନି. ଅରୁଙ୍କ ଦେହରୁ ଜର ଓଲ୍ହାଉନି. ପାଟିସୁଆଦ କିଛି ତିଆରି ହୋଇପାରୁନି ତ ସେଦିନ ସକାଳୁ ସକାଳୁ ମର୍ଣ୍ଣିଙ୍ଗ ୱାକରେ ଯାଉ ଯାଉ ପହଞ୍ଚି ଗଲେ ଖୋଜି ବୁଝି ସଞ୍ଜୁ ଘରେ. ଫେରିଲା ପରେ ହସି ହସି କହିଲେ ସଞ୍ଜୁ ନଥିଲା. ସେ ସବୁଦିନ ପଇଡ଼ ନେଇ ପୁରୀ ଯାଉଛି. ଏଡ଼େ ଖରା ଗରମରେ ପଇଡ଼ କିଣି, ତାକୁ ବୋହି ନେଇ କୋଉଠି କି ବେପାର କରୁଛି, ଏମିତି କି ଲାଭ ପାଉଛି ଯେ ଛାଇତଳ ଘରକାମ କରିବାକୁ ଆସୁନି!ଅନିରୁଦ୍ଧ କହୁଥିଲେ ତାର ପୁଣି ଗୋଟେ ଏଣ୍ଟରଟେନମେଣ୍ଟ ଅଛି ନା ନାହିଁ? ଅରୁ ଇଂରାଜୀ ଶବ୍ଦଟିର ଅର୍ଥ ବୁଝିଲେ ବି ବୁଝିପାରୁନଥିଲେ କି ପ୍ରକାର ଆମୋଦ ପ୍ରମୋଦ ପାଉଛି ଏ କାମରେ ସଞ୍ଜୁ?

  ସଞ୍ଜୁ ଫେରିଲା କହିଲା ମାଆ ସବୁ ଭୁଲ ମୋର ହେଲେ ପଇଡ଼ ବେପାର ନକଲେ ତିନି ତିନିଟା ଝିଅଙ୍କୁ କେମିତି ମଣିଷ କରିବି? ତୁମର ତ ଦୁଇଝିଅ ବାହା ଚୋରା ହେଲେଣି.ଆଉ ଗୋଟେ ତ ପଢୁଛି ଚିନ୍ତା କଣ? ସବୁ ସରକାରୀ ସାହାଯ୍ୟ ସହଯୋଗ ତ ପାଉଛ.ହଁ ଯେ ମାଆ ବେସରକାରୀ ସାହାଯ୍ୟ ମଧ୍ୟ ଦରକାର. ସେଇଟା ପୁଣି କେମିତିକା ବୁଝିନପାରି ସଞ୍ଜୁ ମୁହଁକୁ କଲବଲ କରି ଚାହିଁଥିଲା ବେଳେ ମନେପଡୁଥିଲା ସ୍ୱାମୀ ଅନିରୁଦ୍ଧଙ୍କ ଏଣ୍ଟରଟେନମେଣ୍ଟ ଶବ୍ଦଟା. ତ ସଞ୍ଜୁ କହୁଥିଲା ମାଆ ସପ୍ତାହରେ ଗୋଟେ ଦିନ ଛୁଟି ଯେମିତି ହେଲେ ଦେବ କାରଣ ମତେ ପୁରୀ ଯାଇ ପଇଡ଼ ବିକିବାରେ ଆନନ୍ଦ ମିଳୁଛି ଦଶ ପଚିଶ ଲୋକଙ୍କ ସହ ମିଶି କେତେ କଥା ଜାଣୁଛି. ଟିଭିରେ କଣ ସବୁକଥା ଦଉଛି?କିଛି ବୁଝିନପାରି ଅରୁ କହିଲେ ହଉ ହଉ ସପ୍ତାହକୁ ଗୋଟେ ଦିନ ଲୋକ ସମ୍ପର୍କ ରଖିବା ଉଚିତ. ସଞ୍ଜୁ କହୁଥିଲା ନହେଲେ ଏ ଖରା ଗରମରେ ମୁଣ୍ଡ ଟିଣଟିଣ ହୋଇଯିବନି ମାଆ? ହଁ ସତକଥା ଆଗକୁ ଭୋଟ ଆସୁଛି ପରା ମାଆ କହି ସଞ୍ଜୁ ଫେରିପଡୁଥିଲା ତ ତା ଯିବା ରାସ୍ତାକୁ ଚାହିଁ କେତେକଥା ଭାବୁଥିଲେ ଅରୁ.ଭୋଟ, ଲୋକସମ୍ପର୍କ, ବେସରକାରୀ ସାହାଯ୍ୟ ରୂପକ ଶବ୍ଦ ଗୁଡିକ ମୁଣ୍ଡରେ ଅଡୁଆ ସୂତା ପରି ଗୁଡେଇ ତୁଡେଇ ହେଉଥିଲାବେଳେ ଅନିରୁଦ୍ଧ କହୁଥିଲେ କୋଠା ଘର, କେତେ ଗାଡି, ଭଳି ଭଳି ମଣିଷ,ଟ୍ରେନ ବସ ଅଟୋ ଯାତ୍ରା କରିବାର ଓ ଦେଖିବାର ଆନନ୍ଦ କଣ ସଞ୍ଜୁ ବୁଝିଯାଇଛି.ଅରୁ ଚାହୁଁଥିଲେ ପକ୍ଷୀ, ଗଛ, ନୀଳ ଆକାଶକୁ ଓ ଆକାଶ ଉପରେ ଉଡୁଥିବା ଗୁଡ଼ିକୁ ।


Rate this content
Log in

Similar oriya story from Action